Wednesday, September 23, 2026 08:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜ୍ଞାନେଶ କୁମାରଙ୍କ ଭାଣ୍ଡାମୀର ଖୁଲାସା!

'ଏସଆଇଆର୍' ରେ ସାଂଘାତିକ ଗଫଲତି

by Samar Pradhan
23 Sep, 2026- 12:50 PM
in Latest News
1 min read
0
ଜ୍ଞାନେଶ କୁମାରଙ୍କ ଭାଣ୍ଡାମୀର ଖୁଲାସା!

-୧୩ କୋଟି ଭୋଟରଙ୍କୁ ଧୋକ୍କା
-ଜ୍ଞାନେଶଙ୍କ ଅକ୍ତିଆରରେ ‘ଡାଟାବେସ୍’
-ଦୁଇ କମିଶନରଙ୍କୁ ପାସଙ୍ଗରେ ନେଲେନି
-୧୦ ମାସରେ ୧୪ ଥର ଆପତ୍ତି, ଫଳ ଶୂନ୍
-ଦ ଇଣ୍ଡିଆନ୍ ଏକ୍ସପ୍ରେସ୍ ରେ ଚାଞ୍ଚଲ୍ୟକର ତଥ୍ୟ

ଭୁୁବନେଶ୍ୱର: ଭାରତର ନିର୍ବାଚନ କମିସନଙ୍କ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ(ଏସଆଇଆର) ଜୁନ୍ ୨୦୨୫ ରେ ବିହାରରୁ ଆରମ୍ଭ ହୋଇଥିଲା । ଯାହା ତାଲିକାର ଏକ ନିୟମିତ ସଂଶୋଧନ(କ୍ଲିନ୍ ଅପ୍) କାର୍ଯ୍ୟ ଥିଲା । ଏହି ପ୍ରକ୍ରିୟାରେ ୩୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୧୩ କୋଟିରୁ ଅଧିକ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି । କିଏ ଭୋଟ ଦେବେ କିଏ ନ ଦେବେ ସେହି ନିଷ୍ପତ୍ତି ନେବାରେ ନିର୍ବାଚନ କମିସନଙ୍କ ଭୂମିକାକୁ ନେଇ ବିବାଦ ଓ ବିତର୍କ ଭାରତବର୍ଷର ରାଜନୀତିକୁ ଆଚ୍ଛାଦିତ କରିଛି । ନିର୍ବାଚନ କମିସନଙ୍କ ମୋଡସ୍ ଅପରେଣ୍ଡିକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି ।

ଏଭଳି ସମୟରେ ଇଂରାଜୀ ଖବରକାଗଜ ‘ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ରେ ଆଜି ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି । ରିତିକା ଚୋପ୍ରାଙ୍କର ଏହି ଅନୁସନ୍ଧାନମୂଳକ ରିପୋର୍ଟ ତିନି ସଦସ୍ୟ ବିଶିଷ୍ଟ ନିର୍ବାଚନ କମିସନରଙ୍କ କାର୍ଯ୍ୟକାରିତା ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ପୋଲ୍ ଖୋଲି ଦେଇଛି । ବାରମ୍ବାର ଭୋଟର ତାଲିକାରୁ ନାମ କଟିବା ଏବଂ ଯୋଡିବାର ପ୍ରହସନ, ଦୁଇ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ବାରମ୍ବାର ଆପତ୍ତି , ଜ୍ଞାନେଶ କୁମାର ଡାଟାବେସ୍ କୁ ଅକ୍ତିଆର ରଖିବା ଭଳି ଗର୍ହିତ କାର୍ଯ୍ୟର ଖୁଲାସା କରିଛନ୍ତି ସାମ୍ବାଦିକା ରିତିକା ଚୋପ୍ରା ।

ଏସଆଇଆର କାର୍ଯ୍ୟ ତିନି ସଦସ୍ୟ ବିଶିଷ୍ଟ ନିର୍ବାଚନ କମିସନଙ୍କ ତତ୍ତ୍ୱାବଧାନରେ ହେବା କଥା । ମାତ୍ର ତାହା ହୋଇଛି କେବଳ କାଗଜ କଲମରେ । ବାସ୍ତବରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏକା ଏକା ସବୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟ ଦୁଇ କମିସନର ଶ୍ରୀ ସାନ୍ଧୁ ଏବଂ ଶ୍ରୀ ଯୋଶୀଙ୍କୁ ସେ ପାସଙ୍ଗରେ ନେଇନାହାନ୍ତି । ଶ୍ରୀ ସିନ୍ଧୁ ଏବଂ ଶ୍ରୀ ଯୋଶୀ ଏହା ଉପରେ ଆପତ୍ତି ଉଠାଇଥିଲେ । ଗତ ୧୦ ମାସରେ ୧୪ ଥର ଲିଖିତ ଭାବରେ ଏହାର ପ୍ରତିବାଦ କରିଥିଲେ । ସେମାନଙ୍କ ଅଜାଣତରେ ସବୁ ନିଷ୍ପତ୍ତିକୁ ନେଇ ପ୍ରଶ୍ନ କରିଥିଲେ । ମାତ୍ର ତାହାର ଉତ୍ତର ମିଳିଲାନି ।

ସାଧାରଣତଃ ନୂଆ ଭୋଟର ପଞ୍ଜୀକରଣ, ନାଁ ବାଦ୍ ଇତ୍ୟାଦି ସମ୍ବନ୍ଧିତ ବିଭିନ୍ନ ଅଭିଯୋଗଗୁଡ଼ିକର କପି ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ପାଖକୁ ଯାଉଥିଲା । ତାଙ୍କ ଜାଣତରେ କିଛି ଅଭିଯୋଗ ଉପ ନିର୍ବାଚନ କମିସନରଙ୍କ ନିକଟକୁ ପଠାଯାଉଥିଲା । ଏହି ସୁଯୋଗରେ ମୁଖ୍ୟ ନିର୍ବାଚନ କମିସନର ଅନ୍ୟ ଦୁଇ ସଦସ୍ୟଙ୍କୁ ଅନ୍ଧାରରେ ରଖି ‘ବସ୍’ ଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁଥିଲେ!!

ନିକଟରେ, ଏକ ନିର୍ଦ୍ଦିଷ୍ଟ ମାମଲାରେ ଶ୍ରୀ ସାନ୍ଧୁ ତାଙ୍କ ପ୍ରତିବାଦକୁ ଲିଖିତ ଆକାରରେ ଦେଇଥିଲେ । ଦୁଇ କମିସନରଙ୍କ ଲିଖିତ ପରାମର୍ଶ ବିରୋଧରେ ନିର୍ବାଚନ କମିସନ କରିଥିବା କାର୍ଯ୍ୟ ଅନଧିକୃତ ଏବଂ ବେଆଇନ ବୋଲି ଦର୍ଶାଇଥିଲେ । ସେହିଭଳି, ଭୋଟର ସଫ୍ଟୱେୟାରର ବିଶ୍ୱସନୀୟତା ପ୍ରସଙ୍ଗରେ ଏହି ଦୁଇ ନିର୍ବାଚନ କମିସନର କ୍ୟାବିନେଟ୍ ସଚିବଙ୍କର ଦ୍ୱାରସ୍ଥ ହୋଇଥିଲେ । ପୃଥକ୍ ଭାବେ ତାଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ମାତ୍ର କିଛି ହେଲା ନାହିଁ ।

କେବଳ ଏତିକି ହେଲା ଯେ ଦୀର୍ଘ ୪ ମାସ ପରେ ସେପ୍ଟେମ୍ବର ୯ରେ ଦୁଇ ନିର୍ବାଚନ କମିସନରଙ୍କ ସହ ବୈଠକ କରିଥିଲେ ମୁଖ୍ୟ ନିର୍ବାଚନ କମିସନର । ଏହା ସେମାନଙ୍କର ପ୍ରଥମ ପୂର୍ଣ୍ଣ ବୈଠକ ଥିଲା । ପୂର୍ବରୁ ତିନି କମିଶନର ଏକାଠି ବୈଠକ ବି କରି ନ ଥିଲେ ।

ନିର୍ବାଚନ କମିସନ ନିଯୁକ୍ତି ସଂକ୍ରାନ୍ତୀୟ ୨୦୨୩ ନିୟମାବଳୀ ଆଧାରରେ ଏନଡିଏ ସରକାର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ପ୍ୟାନେଲ୍ ଏହି ତିନିଜଣଙ୍କୁ ନିଯୁକ୍ତି ଦେଇଥିଲେ । ମାର୍ଚ୍ଚ ୨୦୨୪ରେ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କ ନିଯୁକ୍ତିକୁ ତକ୍ରାଳୀନ କଂଗ୍ରେସ ସଂସଦୀୟ ଦଳ(ବିରୋଧୀ ଦଳ) ନେତା ଅଧୀର ରଞ୍ଜନ ଚୌଧୁରୀ ବିରୋଧ କରିଥିଲେ । ସେହିଭଳି ଫେବ୍ରୁଆରୀ ୨୦୨୫ରେ ଜ୍ଞାନେଶ କୁମାରଙ୍କ ମୁଖ୍ୟ ନିର୍ବାଚନ କମିସନର ଭାବେ ପଦୋନ୍ନତି ଏବଂ ବିବେକ ଯୋଶୀଙ୍କ ନିଯୁକ୍ତିକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିରୋଧ କରିଥିଲେ ।

ଉଲ୍ଲେଖଥାଉକି, ରାହୁଲ ଗାନ୍ଧୀଙ୍କ ‘ଭୋଟ ଚୋରି’ ଉପାଖ୍ୟାନର ମୁଖ୍ୟ ଖଳନାୟକ ହେଉଛନ୍ତିି ଜ୍ଞାନେଶ କୁମାର । ଭାରତୀୟ ସମ୍ବିଧାନ ଓ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନ କମିସନ ଭଳି ମର୍ଯ୍ୟାଦାସମ୍ପନ୍ନ, ନିରପେକ୍ଷ ଏବଂ ପବିତ୍ର ଅନୁଷ୍ଠାନକୁ ସେ ବଦନାମ ଓ ଛାରଖାର କରିଦେଇଥିବା ବିରୋଧୀ ଦଳ ଅଭିଯୋଗ କରି ଆସୁଛନ୍ତି । ତାଙ୍କୁ ଏନଡିଏ ସରକାରଙ୍କ ଗୁଲାମ ବୋଲି ସେମାନେ ଚିତ୍ରଣ କରିଛନ୍ତି ।

ରିପୋର୍ଟର ମୁଖ୍ୟାଂଶ

୧.ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ପୋଲ୍ ପ୍ୟାନେଲ୍ ନିଷ୍ପତ୍ତି ବିରୋଧରେ ଦୁଇ ନିର୍ବାଚନ କମିସନରଙ୍କ ୧୦ ମାସରେ ୧୪ ଥର ଲିଖିତ ପ୍ରତିବାଦ

୨.ଦୁଇ କମିସନର ସୁଖବୀର ସାନ୍ଧୁ ଏବଂ ବିବେକ ଯୋଶୀଙ୍କ ଅଗୋଚର ଏବଂ ଅନୁମୋଦନରେ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

୩.୧୩ କୋଟି ଭୋଟରଙ୍କୁ ପ୍ରଭାବିତ କରୁଥିବା ‘ଏସଆଇଆର’ କୁ ନେଇ ନିର୍ବାଚନ କମିସନରେ ଫାଟ

୪.ନୂଆ ଭୋଟରଙ୍କ ରେଜିଷ୍ଟ୍ରେସନ ପାଇଁ ଅନଧିକୃତ ଏବଂ ବେଆଇନ ଭାବରେ ଫର୍ମ-୬ର ବ୍ୟବହାରକୁ ଦୁଇ କମିସନରଙ୍କ ଚାଲେଞ୍ଜ

୫.ଇଲେକ୍ଟ୍ରୋରାଲ୍ ରୋଲ୍ ଡାଟାବେସ୍ ର ‘ଗ୍ରାଜୁଆଲ୍ ସେଣ୍ଟ୍ରାଲାଇଜେସନ୍’ କୁ ନେଇ ଦୁଇ କମିସନଙ୍କ ଉଦବେଗ

୬.’ସେଣ୍ଟ୍ରାଲାଇଜଡ୍ ସଫ୍ଟୱେୟର’ ଆଗରେ କ୍ଷେତ୍ରୀୟସ୍ତରରେ କାର୍ଯ୍ୟ କରୁଥିବା ଇଲେକ୍ଟ୍ରୋରାଲ୍ ରେଜିଷ୍ଟ୍ରେସନ୍ ଅଫିସର(ଇଆରଓ)ଙ୍କ ନିଷ୍ପତ୍ତି ତୁଚ୍ଛ

୭.ନିର୍ବାଚନ କମିସନଙ୍କ ପାରମ୍ପରିକ ବିକେନ୍ଦ୍ରୀକରଣ ବ୍ୟବସ୍ଥା ଅଚଳ

Previous Post

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

Next Post

ବଳ ଦେଖାଇଲା ବିଜେଡି

Next Post
ବଳ ଦେଖାଇଲା ବିଜେଡି

ବଳ ଦେଖାଇଲା ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA