Monday, June 22, 2026 11:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୮୦ କୋଟିରୁ ଊର୍ଦ୍ଧ୍ୱ ଦର୍ଶକ ଦେଖିଲେ କିସ୍‍ ଓ ରିକି କେଜଙ୍କ ପ୍ରସ୍ତୁତ ଜାତୀୟ ସଙ୍ଗୀତ ଗାନ

by Our Correspondent
20 Aug, 2024- 10:10 PM
in Latest News, News
1 min read
0
୮୦ କୋଟିରୁ ଊର୍ଦ୍ଧ୍ୱ ଦର୍ଶକ ଦେଖିଲେ କିସ୍‍ ଓ ରିକି କେଜଙ୍କ ପ୍ରସ୍ତୁତ ଜାତୀୟ ସଙ୍ଗୀତ ଗାନ

ଭୁବନେଶ୍ୱର: ନିକଟରେ ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବା କିସ୍‍ ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଙ୍ଗୀତଜ୍ଞ, ପରିବେଶବିତ୍‍ ତଥା ତିନି ଥର ସମ୍ମାନଜନକ ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍‍ଙ୍କ ପ୍ରସ୍ତୁତ ଜାତୀୟ ସଙ୍ଗୀତ ଗାନକୁ ବିଭିନ୍ନ ଗଣମାଧ୍ୟମରେ ବିଶ୍ୱର ୮୦ କୋଟିରୁ ଊର୍ଦ୍ଧ୍ୱ ଦର୍ଶକ ଦେଖିଛନ୍ତି। ଏଥିରେ ଦିଗ୍‍ଗଜ ବଂଶୀ ବାଦକ ହରି ପ୍ରସାଦ ଚୌରାସିଆ, ବିଶିଷ୍ଟ ସରୋଦ ବାଦକ ଅମନ୍‍ ଓ ଆୟାନ ଅଲ୍ଲୀ ଖାନ୍‍, ବିଶିଷ୍ଟ ସନ୍ତୁର ବାଦକ ରାହୁଳ ଶର୍ମାଙ୍କ ଭଳି ଭାରତର ବହୁ ପ୍ରତିଷ୍ଠିତ ତଥା ସୁନାମଧନ୍ୟ ବାଦ୍ୟଯନ୍ତ୍ର ଶିଳ୍ପୀ ବାଦ୍ୟଯନ୍ତ୍ର ପରିବେଷଣ କରିଥିଲେ। ଏଥିରେ କିସ୍‍ର ୧୪ ହଜାର ଛାତ୍ରଛାତ୍ରୀ ଜାତୀୟ ସଂଗୀତ ଗାନ କରିଥିଲେ। ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଅଗଷ୍ଟ ୧୪ତାରିଖ ସଂଧ୍ୟା ୫ଟା ସମୟରେ ଏହା ଆନୁଷ୍ଠାନିକ ଭାବେ ରିଲିଜ୍‍ ହୋଇଥିଲା।

ଏହି ସୁନ୍ଦର ଜାତୀୟ ସଙ୍ଗୀତକୁ ସମଗ୍ର ବିଶ୍ୱରେ ପ୍ରଚାର କରାଯାଇଥିଲା। ବିଭିନ୍ନ ଛାପା ଗଣମାଧ୍ୟମ ବ୍ୟତୀତ ବୈଦ୍ୟୁତିକ ଗଣମାଧ୍ୟମ, ଡିଜିଟାଲ୍‍, ରେଡ଼ିଓ ଓ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍କରେ ବହୁ ସଂଖ୍ୟକ ଦର୍ଶକ ଏହା ଦେଖିଥିଲେ। ବିବିସିଠାରୁ ଆରମ୍ଭ କରି ଅଧିକାଂଶ ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ଏହାର ପ୍ରସାରଣରେ ସହଯୋଗ କରିଥିଲେ। ଉକ୍ତ ଗଣମାଧ୍ୟମଗୁଡ଼ିକର ତଥ୍ୟ ଆଧାରରେ ଏହି ଜାତୀୟ ସଙ୍ଗୀତ ୮୦ କୋଟିରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ନିକଟରେ ପହଞ୍ଚିପାରିଥିବା ଜଣାପଡ଼ିଛି ।

ଏହି ସଂଗୀତକୁ ଟାଇମ୍‍ସ ଏଣ୍ଟରଟେନ୍‍ମେଣ୍ଟ (୬ କୋଟି ଦର୍ଶକ), ନିଉଜ-୧୮ (୧୦ କୋଟି), ଏଏନ୍‍ଆଇ (୩ କୋଟି), ଡେଲି ହଣ୍ଟ (୨୪ କୋଟି), ଇଣ୍ଡିଆ ଟୁଡେ (୬ କୋଟି), ନିଉଜ-୯ ଲାଇଭ (୨ କୋଟି), ବିଜିନେସ୍‍ ଟୁଡେ (୪ କୋଟି), ଦି ଟେଲିଗ୍ରାଫ୍‍ (୫ କୋଟି), ଆଇବିସି-୨୪ (୩ କୋଟି), ଇଟିଭି ଭାରତ (୧୨ କୋଟି) ଓ ରିପବ୍ଲିକ୍‍ ଟିଭିରେ (୨ କୋଟି), ଦୂରଦର୍ଶନର ସମସ୍ତ ଆଞ୍ଚଳିକ ଓ ଜାତୀୟ ଚ୍ୟାନେଲ୍‍ରେ ୨ କୋଟି ଦର୍ଶକ ଏହାକୁ ଦେଖିଛନ୍ତି। ଏକ୍‍ସ (ଟୁଇଟର), ୟୁଟ୍ୟୁବ୍‍, ଇନ୍‍ଷ୍ଟାଗ୍ରାମ, ଫେସ୍‍ବୁକ୍‍ ଭଳି ସାମାଜିକ ଗଣମାଧ୍ୟମରେ ମଧ୍ୟ ଲକ୍ଷାଧିକ ଦର୍ଶକ ଏହାକୁ ଦେଖିଥିବା ଜଣାପଡ଼ିଛି। ଏକ୍‍ସରେ ପ୍ରାୟ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଏହାକୁ ଦେଖିଥିବା ବେଳେ ଇନ୍‍ଷ୍ଟାଗ୍ରାମରେ ୩୫ ଲକ୍ଷ ଓ ୟୁଟ୍ୟୁବରେ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଦର୍ଶକ ଏହାକୁ ଦେଖିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାକୁ ସମଗ୍ର ବିଶ୍ୱରେ ଏକ ସକରାତ୍ମକ ଶୈଳୀରେ ପରିବ୍ୟାପକ କରିବା ପାଇଁ କିଟ୍‍ ଓ କିସ୍‍ ଜରିଆରେ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍ୟମ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ୱାରା ସମଗ୍ର ବିଶ୍ୱରେ ଓଡ଼ିଶାର ଏକ ସକରାତ୍ମକ ବାର୍ତ୍ତା ପ୍ରଚାର ହୋଇପାରିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଏଭଳି ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ କରିବା ପାଇଁ ରିକି କେଜ୍‍ ଦୀର୍ଘ ୬ମାସ ତଳୁ ଏହାର ପ୍ରସ୍ତୁତି ଆରମ୍ଭ କରି ଶେଷରେ ସଫଳ ହୋଇଥିଲେ। ଏଥିପାଇଁ ଶ୍ରୀ ସାମନ୍ତ ରିକିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Previous Post

ଯକୃତରେ ଗୁରୁତର ସମସ୍ୟା ଥିବା ରୋଗୀଙ୍କୁ ସଫଳ ପ୍ଲାଜ୍ମା ଏକ୍ସଚେଞ୍ଜ ଦ୍ୱାରା ସୁସ୍ଥ କଲେ ସମ୍ମମ୍ ଡାକ୍ତର

Next Post

‘Trees for Cyclone-Affected Areas’ to stem the ride of natural calamities in Odisha

Next Post
‘Trees for Cyclone-Affected Areas’ to stem the ride of natural calamities in Odisha

'Trees for Cyclone-Affected Areas’ to stem the ride of natural calamities in Odisha

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA