Friday, May 1, 2026 04:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Editors Pick

ପ୍ରଶାସନ ନିଦାବିଷ୍ଣୁ, ସରକାର ଶୁଣିବେ କି?

ଦୁଇ ବୃଦ୍ଧ ପ୍ରତିଭାଙ୍କ ଦୁର୍ଦ୍ଦଶା କାହାଣୀ

by Our Correspondent
17 Feb, 2024- 12:56 PM
in Editors Pick, Latest News, News
1 min read
0
ପ୍ରଶାସନ ନିଦାବିଷ୍ଣୁ, ସରକାର ଶୁଣିବେ କି?

ଭୁବନେଶ୍ୱର: ସମାଜର ତଳସ୍ତରର ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ଯୋଜନା ହୋଇଥାଏ । ଏହି ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ପ୍ରଶାସନ କଳ ଅଛି । ନୀତି ନିୟମ ଭିତରେ ସରକାରୀ ବାବୁମାନେ ନିଜ ଦାୟିତ୍ୱ ତୁଲାଇବା କଥା । ଜନସାଧାରଣଙ୍କ ପ୍ରତି ସମ୍ବେଦନଶୀଳ ହେବା ସବୁଠାରୁ ବଡ଼କଥା । ଏହା ହିଁ ସେମାନଙ୍କ ଦକ୍ଷତାର ବଡ଼ ମାପକାଠି ବୋଲି କୁହାଯିବ । ମାତ୍ର କିଛି ମୁଷ୍ଟିମେୟ ଅଧିକାରୀ ଓ କର୍ମଚାରୀ ଏହି ବ୍ୟବସ୍ଥାକୁ ନଷ୍ଟଭ୍ରଷ୍ଟ କରିଦେଲେଣି । ଦୁର୍ନୀତିରେ ବୁଡି ରହିଥିବାରୁ ଲୋକଙ୍କ କଥା ଶୁଣିବାକୁ ସେମାନଙ୍କର ସମୟ ନାହିଁ । ସରକାରୀ ଯୋଜନାକୁ ବାଟମାରଣା କରି ରାଜଧାନୀରେ ପ୍ଲଟ୍, ଫ୍ଲାଟ୍ କିଣିବା ଉପରେ ସେମାନଙ୍କର ଧ୍ୟାନ । ୫-ଟି ବ୍ୟବସ୍ଥାକୁ ସେମାନଙ୍କର ଖାତିର ନାହିଁ । ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ଅସହାୟ ଅବସ୍ଥାରେ ବଞ୍ଚୁଥିବା ରାଜ୍ୟର ବରିଷ୍ଠ ପ୍ରତିଭାମାନଙ୍କୁ ମଧ୍ୟ ଏହି ବର୍ଗର ବାବୁମାନେ ଅସମ୍ମାନ ଓ ହତାଦର କରିବାକୁ ସାହାସ କରୁଛନ୍ତି । 

ଲକ୍ଷ୍ମୀଧର ସାହୁ । ବୟସ ୬୭ । ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱୀକୃତିପ୍ରାପ୍ତ ଲେଖକ । ୨୫ରୁ ଅଧିକ ସାଂସ୍କୃତିକ ଅନୁଷ୍ଠାନରୁ ମାନପତ୍ର ପାଇଛନ୍ତି । ୧୫ ରୁ ଅଧିକ ଉଚ୍ଚ ମାନର ଗବେଷଣାତ୍ମକ ଗ୍ରନ୍ଥ ଲେଖିଛନ୍ତି । ବୟସର ଅପରାହ୍ନ ଛୁଉଁଥିବା ଲକ୍ଷ୍ମୀଧର ବାବୁ ହୃଦରୋଗ, ମଧୁମେହ, ଉଚ୍ଚ ରକ୍ତଚାପ, ମୂତ୍ର ରୋଗରେ ଆକ୍ରାନ୍ତ । ଚିକିତ୍ସା ପାଇଁ ପାଖରେ ଟଙ୍କାଟେ ନାହିଁ । ଏ ପର୍ଯ୍ୟନ୍ତ ଧାରକରଜରେ ଔଷଧ କିଣି ଖାଉଛନ୍ତି । ଦେଖାଶୁଣା କରିବାକୁ ବି କେହି ନାହାନ୍ତି । ସମ୍ପୂର୍ଣ୍ଣ ନିଃସହାୟ ।

ଲକ୍ଷ୍ମୀଧର ବାବୁ କଳାକାର ଭତ୍ତା ଓ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଦୀର୍ଘ ବର୍ଷ ଧରି ପ୍ରଶାସନକୁ ଆବେଦନ କରି ଆସୁଛନ୍ତି । ଏହି ଭତ୍ତା ପାଇବାକୁ ସେ ହକଦାର ଥିଲେ ମଧ୍ୟ ସରକାରୀ ବ୍ୟବସ୍ଥା ଭିତରେ ତାଙ୍କୁ ବାରପିଣ୍ଡା ହେବାକୁ ପଡ଼ିଛି । ମାତ୍ର ତାଙ୍କ କଥା କେହି ଶୁଣିନାହାନ୍ତି । ସବୁଠି ତାଙ୍କୁ ନିରାଶ ହେବାକୁ ପଡ଼ିଛି । ଅସହାୟ ଅବସ୍ଥାରେ କଷ୍ଟସାଧ୍ୟ ଜୀବନ ଜୀଉଁଥିବା ଏହି ସ୍ୱାଭିମାନୀ ମଣିଷଟି ଶେଷରେ ନିଜର ଫେସବୁକ୍ ଜରିଆରେ ନିଜ ପାଇଁ ନ୍ୟାୟଭିକ୍ଷା କରିଛନ୍ତି ।

‘ରାଜନୀତିର ଅନ୍ଧଗଳିରେ ସବୁଠି ଲାଞ୍ଚ ଓ ତୋଷାମଦ । ଯେଉଁଥିରେ ମୁଁ ଅପାରଗ । ସେଥିପାଇଁ କ’ଣ ମୁଁ କଳାକାର ଭତ୍ତା କିମ୍ବା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯୋଗ୍ୟ ନୁହେଁ? ଏଥିପାଇଁ ମୁଁ ସରକାରଙ୍କ ଦରବାରରେ ଏବଂ ଜନତା ଦରବାରରେ ନ୍ୟାୟ ମାଗୁଛି’ ବୋଲି ଲେଖିଛନ୍ତି ଲକ୍ଷ୍ମୀଧର ବାବୁ । ଫେସବୁକ୍ ରେ ତାଙ୍କର ଏହି ପୋଷ୍ଟକୁ ବହୁ ମାତ୍ରାରେ ସେୟାର କରିବାକୁ ସେ ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି । ସରକାରଙ୍କ ଦୃଷ୍ଟିକୁ ଆସିଲେ କାଳେ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି ଏହି ଅସହାୟ ବୃଦ୍ଧ ।

କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । ବୟସ ୮୫ । ବୟସାଧିକ୍ୟ ଯୋଗୁଁ ଘରେ ଥିବା ପୁରୁଣା ଭଙ୍ଗା ପାଇଖାନାରେ ଶୌଚ ହେବାପାଇଁ ସେ ଅସମର୍ଥ । ଦୁଇପୁଅଙ୍କୁ ଯୁବାବାସ୍ଥାରେ ହରାଇ ପରିବାର ବୋଝ ମୁଣ୍ଡାଇଥିବା ମାଗୁଣି ବାବୁ ନିଜ ପଇସାରେ ପାଇଖାନାଟିଏ ନିର୍ମାଣ ପାଇଁ ମଧ୍ୟ ଅସମର୍ଥ । ସରକାରୀ ସ୍କିମ୍ ରେ ତାଙ୍କ ପାଇଁ ପାଇଖାନାଟିଏ ପାଇଁ ବର୍ଷାଧିକ କାଳ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ନେହୁରା ହେଉଛନ୍ତି ।

ଗତବର୍ଷ ଭାରତ ସରକାରଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସୁଯୋଗରେ ସେ ତତ୍କାଳୀନ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଏହା ଆଣିଥିଲେ । ତାଙ୍କ ପାଇଁ ପାଇଖାନାଟିଏ କରାଇଦେବାକୁ ଅନୁରୋଧ କରିଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କୁ ଆଉ ଦୁଇଥର ଭେଟି ନିଜର ସମସ୍ୟା ଜଣାଇଥିଲେ । ମାତ୍ର ଜିଲ୍ଲାପାଳ ତାଙ୍କ ଗୁହାରି ଶୁଣିଲେ ନାହିଁ । ସେହି ଜିଲ୍ଲାପାଳ ବଦଳି ଏବେ ନୂଆ ଜିଲ୍ଲାପାଳ ଆସିଛନ୍ତି । ସେ ତାଙ୍କ ଗୁହାରି ଶୁଣିବେ ବୋଲି ଆଶା ରଖିଛନ୍ତି ପଦ୍ମଶ୍ରୀ ମାଗୁଣି କଅଁର ।

Previous Post

ମାଲେସିଆରେ ଫସିଥିବା ଓଡ଼ିଆ ଯୁବକଙ୍କୁ ଉଦ୍ଧର କଲା ଓଡ଼ିଶା-ମୋ ପରିବାର

Next Post

ଚୌଦ୍ୱାରରେ ୩ ହଜାର କୋଟିର ଟେକ୍ସଟାଇଲ୍ କମ୍ପ୍ଲେକ୍ସ

Next Post
ଚୌଦ୍ୱାରରେ ୩ ହଜାର କୋଟିର ଟେକ୍ସଟାଇଲ୍ କମ୍ପ୍ଲେକ୍ସ

ଚୌଦ୍ୱାରରେ ୩ ହଜାର କୋଟିର ଟେକ୍ସଟାଇଲ୍ କମ୍ପ୍ଲେକ୍ସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA