Monday, August 15, 2022 09:48 PM
  • About
  • Advertise
  • Careers
  • Contact
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ସୁନ୍ଦରୀ ମହିଳାଙ୍କୁ ଜିତିବା ପାଇଁ ଦରକାର ମୋଟା ଛାତି’

ଡିଏଫଓ ସଂଗ୍ରାମଙ୍କ ସଫଳତା ମନ୍ତ୍ର!

by Our Correspondent
22 Jul, 2021- 11:38 AM
in Latest News, News
1 min read
0
‘ସୁନ୍ଦରୀ ମହିଳାଙ୍କୁ ଜିତିବା ପାଇଁ ଦରକାର ମୋଟା ଛାତି’

ଭୁବନେଶ୍ୱର: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ଚର୍ଚ୍ଚାକୁ ଆସିଛନ୍ତି ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା । ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ଥିଲା ଏବଂ ଏହା ହିଁ ସୌମ୍ୟଙ୍କ ମୃତ୍ୟୁର କାରଣ ହୋଇପାରେ । ପତ୍ନୀ ଏବଂ ଡିଏଫଓ ମିଶି ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ମୃତ ସୌମ୍ୟଙ୍କ ପରିବାର ପକ୍ଷରୁ ସିଧାସଳଖ ଅଭିଯୋଗ ହୋଇଛି ।

ସୌମ୍ୟରଞ୍ଜନଙ୍କ ମୃତ୍ୟୁର ୧୦ ଦିନ ପରେ ଡିଏଫଓ ଶ୍ରୀ ବେହେରାଙ୍କୁ ତଦନ୍ତ ପରିସରଭୁକ୍ତ କରି ପୁଲିସ ପଚରାଉଚୁରା କରିବାକୁ ଯାଉଛି । ଇତିମଧ୍ୟରେ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନ ଓ ଚିଠିରୁ ପୁଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ମିଳିଛି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଆଦୌ ଭଲ ନ ଥିଲା ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ଏବେ ଡିଏଫଓଙ୍କ ବୟାନ ଜାଣିବା ପାଇଁ ସମସ୍ତଙ୍କର ଉତ୍କଣ୍ଠା ।

ଡିଏଫଓ ସଂଗ୍ରାମ କେଶରୀ ବେହେରା ଯେ ଏହି ମାମଲା ପଛର ଖଳନାୟକ ଲୋକଙ୍କ ମନରେ ସେହି ସନ୍ଦେହ ଦୃଢ଼ୀଭୂତ ହୋଇଛି । ତେବେ ଏହି ସଂଗ୍ରାମ କିଏ ସେକଥା ଜାଣିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ଥିବ ବୋଲି ଆମର ବିଶ୍ୱାସ । ତେଣୁ ଏଠାରେ ତାଙ୍କ କ୍ୟାରିୟର୍ ସମ୍ପର୍କରେ ଉଲ୍ଲେଖ କରୁଛୁ ।

ଛାତ୍ରାବସ୍ଥାରେ ସମସ୍ତଙ୍କର ଆଦର୍ଶ ଓ ପ୍ରେରଣାଦାୟୀ ଥିଲେ ସଂଗ୍ରାମ । ଜଣେ ସୁନାପୁଅ ଭାବେ ତାଙ୍କର ନାଁ ଥିଲା । ଆଇଏଫଏସ୍ ଟପ୍ପର୍ ଭାବେ ସାରା ରାଜ୍ୟର ଗୌରବ ବଢ଼ାଇ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ସାଉଁଟିଥିଲେ । ସଂଗ୍ରାମଙ୍କୁ ନେଇ ଛାତିଏ ଗର୍ବ ଥିଲା ବାପା ମା’ ଓ ବନ୍ଧୁ ପରିଜନଙ୍କଠାରେ । ମାତ୍ର ଭାଗ୍ୟର ବିଡମ୍ବନା ଯେ ୧୨ ବର୍ଷ ତଳର ସେହି ନାୟକ ଆଜି ନିନ୍ଦା, ଅପବାଦରେ ପୋତି ହୋଇଛନ୍ତି । ତାଙ୍କ ବିରୋଧରେ ପରକୀୟା ପ୍ରୀତି ଏବଂ ଯୋଜନା ବଦ୍ଧ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଆସିଛି ।

ପୁରୁଣା ବ୍ରହ୍ମପୁର ଅଞ୍ଚଳ ଅଇଁଠାବନ୍ଧରେ ସଂଗ୍ରାମଙ୍କ ଘର । ଘର ପାଖରେ ସେଲୁନ୍ କରିଥିବା ବାପାଙ୍କ ସ୍ୱଳ୍ପ ରୋଜଗାରରେ ପାଠ ପଢ଼ି ବଡ଼ ମଣିଷ ହୋଇଛନ୍ତି । ୨୦୦୮ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମଏସସି(ପ୍ରାଣୀବିଜ୍ଞାନ)ରେ ସେ ଗୋଲଡ ମେଡାଲିଷ୍ଟ । ୨୦୦୮ ମସିହା ସିଭିଲ୍ ସର୍ଭିସ୍ ଫାଇନାଲ୍ ପରୀକ୍ଷା କ୍ଲିୟର୍ କରିଥିଲେ ମଧ୍ୟ ସାକ୍ଷାତକାରରେ କଟି ଯାଇଥିଲେ । ତେବେ ୨୦୦୯ ଭାରତୀୟ ବନସେବା ପରୀକ୍ଷା(ଆଇଏଫଏସ) ପରୀକ୍ଷାରେ ସେ ହୋଇଥିଲେ ଟପର୍ । ଜଣେ ସାଧାରଣ ସେଲୁନ୍ ବାଲା(ବାରିକ)ଙ୍କ ୨୪ ବର୍ଷୀୟ ପୁଅ ବିନା କୋଚିଂରେ ଆଇଏଫଏସ୍ ଟପର୍ ହୋଇଥିବାରୁ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଥିଲେ । ସବୁଆଡୁ ତାଙ୍କୁ ମିଳିଥିଲା ଅଜସ୍ର ପ୍ରଶଂସା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇ, ସାରା ରାଜ୍ୟ ପାଇଁ ତୁମେ ଗର୍ବ ଆଣିଛ ବୋଲି କହିଥିଲେ ।

ସେତେବେଳେ ଜାତୀୟ ଗଣମାଧ୍ୟମରେ ତାଙ୍କର ଅନେକ ସାକ୍ଷାତକାର ପ୍ରକାଶ ପାଇଥିଲା । ଭବିଷ୍ୟତ ଆଶାୟୀମାନଙ୍କ ପାଇଁ ଆପଣ କ’ଣ ବାର୍ତ୍ତା ଦେବାକୁ ଚାହାଁନ୍ତି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସଂଗ୍ରାମ ଗୋଟେ କଥା କହୁଥିଲେ । ତାହା ହେଲା-Faint hearts have never won fair ladies. if you want to, you have to be a braveheart!  ଓଡ଼ିଆରେ ଯାହାର ସାରମର୍ମ ହେଲା, ସୁନ୍ଦରୀ ମହିଳାଙ୍କୁ ଜିତିବା ପାଇଁ ମୋଟା ଛାତି ଦରକାର । ଦୁର୍ବଳ ହୃଦୟରେ ଏହା ସମ୍ଭବ ନୁହେଁ ।

ଉଚ୍ଚ କ୍ୟାରିୟର୍ ଗଢ଼ିବାକୁ ଯାଉଥିବା ଯୁବକମାନେ ସଫଳତା ପାଇବାକୁ ହେଲେ ସାହାସୀ ହେବା ଦରକାର ବୋଲି ସଂଗ୍ରାମଙ୍କର ଏହି ଉକ୍ତିଟି ମୋଟାମୋଟି ଉଦ୍ଦିଷ୍ଟ ଥିଲେ ମଧ୍ୟ ସଫଳତା ପାଇଲା ପରେ ସମ୍ଭବତଃ ସେ ନିଜେ ଭ୍ରମରେ ପଡ଼ିଯାଇଥିବା ଚର୍ଚ୍ଚା ହେଉଛି । ଜଣେ ବିବାହିତା ମହିଳାଙ୍କୁ ପାଇବା ପାଇଁ ତାଙ୍କ ସ୍ୱାମୀଙ୍କୁ ରାସ୍ତାରୁ ହଟାଇଦେବାର ପରିକଳ୍ପନା ଯଦି ସତ ହୋଇଥାଏ, ତାହା ସାହାସୀ ନୁହେଁ ବରଂ ଘୃଣିତ ଓ କାପୁରୁଷତାର କାର୍ଯ୍ୟ ନିଶ୍ଚିତ । ସଂଗ୍ରାମଙ୍କ ଭଳି ଜଣେ ଟାଲେଣ୍ଟ ଏମିତିକା ବ୍ରେଭହାର୍ଟର ମଣିଷ ହୋଇ ନ ପାରନ୍ତି ବୋଲି ବିଶ୍ୱାସ କରାଯାଇପାରେ । ପୁଲିସ ତଦନ୍ତ କାଳରେ ସଂଗ୍ରାମ ଏହାର ଉତ୍ତର ରଖିବେ । ଆଉ ଯଦି ସିଏ ଦୋଷୀ ବୋଲି ପ୍ରମାଣିତ ହୁଅନ୍ତି, ତେବେ ତାଙ୍କୁ କଠୋର ଦଣ୍ଡବିଧାନ ଦେବା ପାଇଁ ସବୁ ମହଲରୁ ଦାବି ହେଉଛି ।  

ଶେଷରେ..ଡିଏଫଓ ସଂଗ୍ରାମ ବେହେରାଙ୍କୁ ଏବେ ବୟସ ୩୬ ବର୍ଷ । ୨୪ ବର୍ଷରେ ଆଇଏଫଏସ୍ ପାଇଥିବା ସଂଗ୍ରାମ ଘରର ଏକମାତ୍ର ପୁଅ । ମାତ୍ର ଏ ପର୍ଯ୍ୟନ୍ତ ସେ ବିବାହ କରିନାହାନ୍ତି । ବିବାହ କରିବା ନ କରିବା ଯଦିଓ ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର ତେବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁରେ ଛନ୍ଦି ହେବା ଯୋଗୁଁ ଲୋକଙ୍କ ଦୃଷ୍ଟି ସେୟାଡକୁ ଯାଇଛି । ଏତେବର୍ଷ ପର୍ଯ୍ୟନ୍ତ ବିବାହ ନ କରିବା ପଛର କାରଣ କ’ଣ ସେହି ତଥାକଥିତ ପରକୀୟ ପ୍ରୀତି ନା ଆଉ କିଛି? ଏ ପ୍ରଶ୍ନ ମଧ୍ୟ ସମସ୍ତଙ୍କୁ ଆନ୍ଦୋଳିତ କରୁଛି ।

Previous Post

ପବିତ୍ର ସୁନାବେଶର ସିଧା ପ୍ରସାରଣ

Next Post

ପବିତ୍ର ଅଧର ପଣାର ସିଧା ପ୍ରସାରଣ

Next Post
ପବିତ୍ର ଅଧର ପଣାର ସିଧା ପ୍ରସାରଣ

ପବିତ୍ର ଅଧର ପଣାର ସିଧା ପ୍ରସାରଣ

Leave a Reply Cancel reply

Your email address will not be published. Required fields are marked *

RECOMMENDED NEWS

ବିଜେପିକୁ ଚେକ୍ ! ଜମେଇଲେ ଅହି-ନକୂଳ ଯୋଡି

ବିଜେପିକୁ ଚେକ୍ ! ଜମେଇଲେ ଅହି-ନକୂଳ ଯୋଡି

5 years ago
ରୁଦ୍ରଙ୍କ ପାଇଁ ପ୍ରଚାର କଲେ ନବୀନ

ରୁଦ୍ରଙ୍କ ପାଇଁ ପ୍ରଚାର କଲେ ନବୀନ

1 year ago
ଓଡ଼ିଶାରେ ଆଉ ୨୭ ହଜାର ନିଯୁକ୍ତି ସୁଯୋଗ

ଓଡ଼ିଶାରେ ଆଉ ୨୭ ହଜାର ନିଯୁକ୍ତି ସୁଯୋଗ

1 year ago
କାଲି ଚତୁର୍ଥ ପର୍ଯ୍ୟାୟ ଭୋଟ

କାଲି ଚତୁର୍ଥ ପର୍ଯ୍ୟାୟ ଭୋଟ

6 months ago
  • 1.3k Fans

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week

BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3179 shares
    Share 1272 Tweet 795
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2163 shares
    Share 865 Tweet 541
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2013 shares
    Share 805 Tweet 503
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1902 shares
    Share 761 Tweet 476
  • ଅର୍ଗସ୍ ରୁ ତଡା ଖାଇଲେ ବିଭୂ ରଥ

    1756 shares
    Share 702 Tweet 439
Mid Day Odisha

MiddayOdisha fills a gap in local media for the numerous speakers living and visiting Odisha and outside Odisha.

Follow us on social media:

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020 MIDDAY ODISHA