Wednesday, July 1, 2026 01:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୁନ୍ଦରଗଡରେ ‘ସୁଭଦ୍ରା’ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

୫ ହଜାର ଟଙ୍କା ଲେଖାଏଁ ପାଇଲେ ୨୦ ଲକ୍ଷରୁ ଅଧିକ ମହିଳା

by Our Correspondent
24 Nov, 2024- 07:02 PM
in Latest News, News
1 min read
0
ସୁନ୍ଦରଗଡରେ ‘ସୁଭଦ୍ରା’ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସୁନ୍ଦରଗଡ ଠାରେ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦ ଲକ୍ଷ ରୁ ଉର୍ଦ୍ଧ୍ଵ ନୂତନ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସହାୟତା ପ୍ରଧାନମନ୍ତ୍ରୀଙ୍କ କରକମଳରେ ହସ୍ତାନ୍ତର କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସହାୟତା ମୟୂରଭଞ୍ଜର ବାରିପଦା ଠାରେ ପ୍ରଦାନ କରଯାଇଥିଲା। ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ୮୦ ଲକ୍ଷ ମହିଳା ୪ ହଜାର କୋଟି ଟଙ୍କାର ସହାୟତା ପାଇଛନ୍ତି।

ଏହି ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ମହିଳାମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷାକୁ ବାସ୍ତବତାର ରୂପଦେବାରେ ସାହାଯ୍ୟ କରିବ । ବିକାଶର ସୁଫଳକୁ ସବୁ ବର୍ଗର ଲୋକ ଅନୁଭବ କରିବା ଉଚିତ୍। ସୁଭଦ୍ରା ଏ ଦିଗରେ ଏକ ସୁଚିନ୍ତିତ ଓ ସୁନ୍ଦର ପଦକ୍ଷେପ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁଠାରେ ମହିଳାମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯାଏ, ସେଠାରେ ଦେବତାମାନେ ବିଚରଣ କରିଥାନ୍ତି ବୋଲି ଶାସ୍ତ୍ରରେ ଲେଖା ହୋଇଛି। ଆମ ଓଡିଆ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତିର ପ୍ରତିଛବି। ଶ୍ରୀ ଜଗନ୍ନାଥ ସଂସ୍କୃତିରେ ମା’ ସୁଭଦ୍ରା ହେଉଛନ୍ତି ସମାନତା ଓ ଶକ୍ତିର ସ୍ୱରୂପ। ଓଡ଼ିଶାର ସମସ୍ତ ମା’ ଭଉଣୀମାନେ ମୋ ପାଇଁ ମା’ ସୁଭଦ୍ରାଙ୍କ ସ୍ଵରୂପ । ଓଡ଼ିଶା ସଂସ୍କୃତିରେ ମହିଳା ମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯିବାର ଦୃଷ୍ଟାନ୍ତ ରହିଆସିଛି । ଏହାର ଜୀବନ୍ତ ଉଦାହରଣ ହେଲା ଆମ ରଜ ପର୍ବ । ଭାରତରେ ଓଡ଼ିଶା ଏକ ମାତ୍ର ରାଜ୍ୟ ଯେଉଁଠାରେ ଧରିତ୍ରୀ ମାତାର ନାରୀତ୍ୱକୁ ସମ୍ମାନ ଜଣାଇ ରଜ ପର୍ବ ପାଳନ କରାଯାଏ ବୋଲି ସେ କହିଥିଲେ ।

ନିଜ ଅଭିଭାଷଣରେ ସୁନ୍ଦରଗଡ଼ ଜିଲ୍ଲାର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସୁନ୍ଦରଗଡ଼ ହେଉଛି ହକି ର ଏନ୍ତୁଡ଼ିଶାଳ । ଏ ପବିତ୍ର ମାଟିରେ ମାଟି ରେ ମାଇକେଲ କିଣ୍ଡୋ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ପଦ୍ମଶ୍ରୀ ଇଗ୍ନେସ ତିର୍କୀ, ଲାଜରସ ବାର୍ଲା, ଉଇଲିୟମ ଖେସ, ଅମିତ୍ ରୋହିଦାସ, ନିଲମ ସଞ୍ଜୀବ ଖେଶ, ସୁଭଦ୍ରା ପ୍ରଧାନ, ନିଳୀମା କୁଜୁର, ଜ୍ୟୋତି ସୁନୀତା କୁଲ୍ଲୁ, ନମିତା ଟପ୍ପ ଙ୍କ ଭଳି ଅନେକ ଅନ୍ତର୍ଜାତୀୟ କ୍ରୀଡାବିତ୍ ଜନ୍ମ ନେଇଛନ୍ତି।

ଶିକ୍ଷା, ସ୍ଵାସ୍ଥ୍ୟ, ଖଣି, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାକୁ ସୁନ୍ଦରଗଡର ଅବଦାନକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ସୁନ୍ଦରଗଡର କଳା, ସଂସ୍କୃତି, ପରମ୍ପରା ଓ ବିଶେଷକରି ଆଦିବାସୀ ସଂସ୍କୃତିର ଉଚ୍ଚ ପ୍ରଶଂସା କରିଥିଲେ ।

ଆଦିବାସୀ ଗୀତ, କର୍ମା ନାଚ, ଖାଡ଼ିଆ ନାଚ, ସାନ୍ତାଳୀ ନାଚ ଇତ୍ୟାଦି ପ୍ରତ୍ୟେକ ପର୍ବ ପର୍ବାଣୀ ରେ ଦେଖିବାକୁ ମିଳିଥାଏ ବୋଲି ସେ କହିଥିଲେ।

ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ସୁନ୍ଦରଗଡ଼ର ଅବଦାନକୁ ସ୍ମରଣ କରିଥିଲେ ମୁଖ୍ୟମନ୍ତ୍ରୀ। ସେ କହିଥିଲେ ଯେ ବୀର ସୁରେନ୍ଦ୍ର ସାଏ ଏବଂ ବୀର ବିର୍ସା ମୁଣ୍ଡା ଙ୍କ ପ୍ରତି ସୁନ୍ଦରଗଡ଼ର ଅକୁଣ୍ଠ ସମର୍ଥନ ରହିଥିଲା ଏବଂ ତାଙ୍କ ନେତୃତ୍ୱରେ ଅଗଣିତ ଆଦିବାସୀ ଭାଇ ଭଉଣୀମାନେ ଇଂରେଜ ଶାସନ ବିରୁଦ୍ଧ ରେ ସ୍ୱାଧୀନତା ସଂଗ୍ରାମ ରେ ସାମିଲ ହୋଇଥିଲେ। ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଠାରେ ନିର୍ମଳ ମୁଣ୍ଡାଙ୍କ ନେତୃତ୍ୱ ରେ ବିଶାଳ ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇଥିଲା। ସେହିଭଳି ଏହି ମାଟିର ସଂଗ୍ରାମୀ ପୁତ୍ର ଜଗନ୍ ତନ୍ତୀ, ବଳଭଦ୍ର ତନ୍ତୀ, ଦ୍ବାରିକା ନାଥ କୁସୁମ ପ୍ରମୁଖ ସ୍ୱାଧୀନତା ଆନ୍ଦୋଳନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସୁନ୍ଦରଗଡ ଜିଲ୍ଲାରେ ସମୁଦାୟ ୪ ଲକ୍ଷ ୫୯ ହଜାର ରୁ ଉର୍ଦ୍ଧ୍ୱ ମା’ ଓ ଭଉଣୀମାନେ ସୁଭଦ୍ରାରେ ପଞ୍ଜିକରଣ କରିଥିବା ବେଳେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ୩ ଲକ୍ଷ ୩୭ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କୁ ପ୍ରଥମ କିସ୍ତିର ଅର୍ଥ ରାଶି ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।

ଏଥିସହ ସୁନ୍ଦରଗଡ ଜିଲ୍ଲା ପାଇଁ ୧୨୦୧ କୋଟି ଟଙ୍କାର ୯୮୪ଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଜିଲାର ବିକାଶ ପାଇଁ ୬୯୨ ଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏଥିପାଇଁ ୮୦୮ କୋଟି ୩୦ ଲକ୍ଷ ୧୫ ହଜାର ଟଙ୍କା ବିନିଯୋଗ କରାଯାଇଛି।

ସେହିପରି ଜିଲ୍ଲା ପାଇଁ ୨୮୮ ଟି ପ୍ରକଳ୍ପର ଭିତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ। ଏଥିପାଇଁ ୩୧୨ କୋଟି 3 ଲକ୍ଷ ୧ ହଜାର ଟଙ୍କା ବିନିଯୋଗ ହେବ। ଏହା ସହିତ ମୁଖ୍ୟମନ୍ତ୍ରୀ ୮୧ କୋଟି ଟଙ୍କାର ଆଉ ୪ ଟି ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ।

ସରକାରଙ୍କ ପ୍ରତିଶ୍ରୁତି ଓ ପ୍ରତିବଦ୍ଧତାକୁ ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆମ ସରକାର ଗଠନ ହେବାର ପ୍ରଥମ ଦିନରେ କ୍ୟାବିନେଟ୍ ବୈଠକ କରି ଯେଉଁ ୪ଟି ମୁଖ୍ୟ ପ୍ରତିଶ୍ରୁତି ପୂରଣ ପାଇଁ ନିଷ୍ପତ୍ତି ନେଇଥିଲେ । ସେଥିରେ ସୁଭଦ୍ରା ଯୋଜନା ଅନ୍ୟତମ।

ଆମ ସରକାର ଗଠନର ୧୦୦ ଦିନ ମଧ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀଜୀଙ୍କ କରକମଳରେ ଏହି ଯୋଜନାର ଶୁଭାରମ୍ଭ କରି ରାଜ୍ୟବାସୀଙ୍କ ପ୍ରତି ଆମେ ଆମର ପ୍ରତିଶ୍ରୁତି ପୂରଣ କରିଛୁ।

ସୁଭଦ୍ରା ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ମା’ ଏବଂ ଭଉଣୀମାନେ ଉପକୃତହେବେ । ଏହା ଆମ ରାଜ୍ୟ ପାଇଁ ସବୁଠାରୁ ବଡ ଜନ ହିତକାରୀ ଯୋଜନା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମହିଳା ସଶକ୍ତିକରଣ କ୍ଷେତ୍ରରେ ପୂର୍ବ ସରକାର ମିଶନ ଶକ୍ତିର ଖୁବ୍ ପ୍ରଚାର କରିଥିଲେ । ମାତ୍ର ସେଥିରେ ମଧ୍ୟ ସର୍ବାଧିକ ୭୦ ଲକ୍ଷ ମହିଳା ସାମିଲ ହୋଇ ପାରିଥିଲେ। ମିଶନ ଶକ୍ତିରେ ସୁଧମୁକ୍ତ ଋଣ ମିଳୁଥିଲା। କିନ୍ତୁ ସୁଭଦ୍ରା ଯୋଜନାରେ ଆମେ ଭଉଣୀମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରୁଛୁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ଓଡ଼ିଶା ଏକ ବିକଶିତ ରାଜ୍ୟ ହେବା ପାଇଁ ଯାତ୍ରା ଆରମ୍ଭ କରିଛି ଓ ଏଥିରେ ସୁଭଦ୍ରା ଯୋଜନା* ନିଶ୍ଚିତ ଭାବରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଡବଲ ଇଞ୍ଜିନ ସରକାରରେ ଓଡିଶାର ବିକାଶର ଗତି କ୍ଷିପ୍ର ହେଉଛି ବୋଲି ସେ କହିଥିଲେ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ ଯେ ରାଜ୍ୟ ସରକାର ମହିଳା ମାନଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛନ୍ତି। ସବୁ ଯୋଗ୍ୟ ହିତାଧିକାରୀଙ୍କୁ ନିଶ୍ଚିତ ଭାବରେ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରି ମହିଳା ସଶକ୍ତିକରଣକୁ ଆଗେଇ ନିଆଯିବ ବୋଲି ସେ କହିଥିଲେ।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଲେ ଯେ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ପ୍ରତିବଦ୍ଧତାର ସହ ପାଳନ କରନ୍ତି। ସେ କହିଥିଲେ ଯେ ସୁଭଦ୍ରା ଯୋଜନା ପାଇଁ ମା ମାନଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳୁଛି। ରାଜ୍ୟର ଏକ କୋଟିରୁ ଅଧିକ ମହିଳା ନିଜେ ଘରୁ ବାହାରି ଡକ୍ୟୁମେଣ୍ଟ ଡିଜିଟାଇଜେସନ କରିଛନ୍ତି। ଏହା ଏକ ବଡ ଉପଲବ୍ଧି ବୋଲି ସେ କହିଥିଲେ। ଏହି ଅବସରରେ ସେ ଏହି କାର୍ଯ୍ୟରେ ସହାୟତା କରୁଥିବା ଆଶା କର୍ମୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ।

ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ମଧ୍ୟ ଉଦବୋଧନ ଦେଇ କହିଥିଲେ ଯେ ଓଡ଼ିଶା ଏବେ ବିକାଶ ପଥରେ ବ୍ୟାପକ ଅଗ୍ରଗତି କରୁଛି। ଓଡ଼ିଶା ନିଶ୍ଚୟ ଏକ ନମ୍ବର ରାଜ୍ୟ ହେବ ବୋଲି ସେ କହିଥିଲେ।

ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ମହିଳା ଓ ଶିଶୁ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ବାଗତ ଭାଷଣ ଦେଇଥିଲେ। ସୁନ୍ଦରଗଡ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଧନ୍ୟବାଦ ଅର୍ପଣ କରି ଥିଲେ।

Previous Post

ବବିଙ୍କ ଭାଇ ଲଲଙ୍କୁ ବାନ୍ଧିଲା ପୁଲିସ

Next Post

ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ତାତିଲା ବିଜେଡି

Next Post
ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ତାତିଲା ବିଜେଡି

ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ତାତିଲା ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA