Friday, June 5, 2026 08:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହୁଆଙ୍କୁ ବାହା ହେଲେ ପିନାକୀ

୫୦ ବର୍ଷୀୟା କନ୍ୟାକୁ ୬୫ ବର୍ଷୀୟ ବର

by Our Correspondent
05 Jun, 2025- 06:22 PM
in Latest News, News
1 min read
0
ମହୁଆଙ୍କୁ ବାହା ହେଲେ ପିନାକୀ
Spread the love

ଭୁବନେଶ୍ୱର: କଥାରେ ଅଛି, ପ୍ରେମ ବୟସ ମାନେନି । ପରିଣତ ବୟସରେ ପ୍ରେମଜନିତ ବିବାହ ନୂଆ ନୁହେଁ । ସେହି ତାଲିକାରେ ଯୋଡି ହୋଇଛନ୍ତି ହାଇପ୍ରୋଫାଇଲ୍ ସେଲିବ୍ରିଟି ପ୍ରେମୀ । ୬୫ ବର୍ଷୀୟ ପୂର୍ବତନ ସାଂସଦ ପିନାକୀ ମିଶ୍ର ବାହା ହୋଇଛନ୍ତି ୫୦ ବର୍ଷୀୟା ବର୍ତ୍ତମାନର ସାଂସଦ ମହୁଆ ମୋଇତ୍ରଙ୍କୁ । ମେ ୩୦ ତାରିଖ ଦିନ ଜର୍ମାନୀର ବର୍ଲିନଠାରେ ଦୁହେଁ ଲୁଚିଛପି ବିବାହ କରିଛନ୍ତି । ଏ ନେଇ ଉଭୟ ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ମୁଖ୍ୟ ଖବର ହୋଇଛି । ସୋସିଆଲ୍ ମିଡିଆରେ ଏହି ବିବାହ ଖବର ଟ୍ରେଣ୍ଡ କରୁଛି ।

ପୁରୀର ପୂର୍ବତନ ସାଂସଦ ତଥା ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ରଙ୍କ ସହିତ ପଶ୍ଚିମବଙ୍ଗ କ୍ରିଷ୍ଣନଗର ଲୋକସଭା ଆସନରୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ମହୁଆ ମୋଇତ୍ରଙ୍କ ବନ୍ଧୁତ୍ୱ ସମ୍ପର୍କକୁ ନେଇ ଗଣମାଧ୍ୟମରେ ପୂର୍ବରୁ ଆଲୋଚନା ହୋଇଥିଲା । ଉଭୟଙ୍କର କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ମଧ୍ୟ ହୋଇଥିଲା । ଏବେ ଜର୍ମାନୀରେ ସେମାନଙ୍କର ଗୋପନ ବିବାହ ଖବର ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।

୫୦ ବର୍ଷୀୟା ମହୁଆ ମୋଇତ୍ର ପ୍ରଥମେ ଫାଇନାନ୍ସ ଏକ୍ସପର୍ଟ ଲାର୍ସ ବ୍ରୋରସନ୍ ଙ୍କୁ ବିବାହ କରିଥିଲେ । ମାତ୍ର ତାହା ତିଷ୍ଠି ନ ଥିଲା । ସେ ଛାଡ଼ପତ୍ର ଦେଇଥିଲେ । ତା’ ପରେ ବରିଷ୍ଠ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇଙ୍କ ସହ ପ୍ରାୟ ୩ ବର୍ଷ ଧରି ସମ୍ପର୍କରେ ଥିଲେ । ଲୋକସଭାରେ ନିଜର ଅଗ୍ନିବର୍ଷକ ଭାଷଣ ପାଇଁ ଚର୍ଚ୍ଚିତ ଫାୟାର ବ୍ରାଣ୍ଡ ନେତ୍ରୀ ମହୁଆ ଆସାମର ଏକ ବେଙ୍ଗଲୀ ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜଣେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର୍ ଭାବେ କ୍ୟାରିୟର୍ ଆରମ୍ଭ କରି ସଫଳତା ପାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ । ୨୦୦୮ ମସିହାରେ କଂଗ୍ରେସରେ ଯୋଗଦେଇଥିଲେ । ରାହୁଲ ଗାନ୍ଧୀ ତାଙ୍କୁ ‘ଆମ୍ ଆଦମୀ କା ସିପାହୀ’ ଅଭିଯାନର ନେତୃତ୍ୱ ଦେଇଥିଲେ । ହେଲେ, ଦୁଇବର୍ଷ ପରେ ସେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ଢ଼ଳିଥିଲେ । ପଶ୍ଚିମବଙ୍ଗ କ୍ରିଷ୍ଣନଗର ଆସନରୁ ଲଗାତର ଦ୍ୱିତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।

ସେହିଭଳି, ୬୫ ବର୍ଷୀୟ ପିନାକୀ ମିଶ୍ର ପ୍ରଥମେ ସଙ୍ଗୀତା ମିଶ୍ରଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାତି ଏବଂ ଆସାମର ପୂର୍ବତନ ରାଜ୍ୟପାଳ ଲୋକନାଥ ମିଶ୍ରଙ୍କ ସୁପୁତ୍ର ହେଉଛନ୍ତି ପିନାକୀ ମିଶ୍ର । ସେ ଦେଶର ଜଣେ ନାମୀ ଓକିଲ । ସୁପ୍ରିମକୋର୍ଟର ବରିଷ୍ଠ ଆଡଭୋକେଟ ଭାବେ କାର୍ଯ୍ୟ କରୁଛନ୍ତି । ୧୯୯୬ ମସିହାରେ ପ୍ରଥମ ଥର ପାଇଁ ପୁରୀ ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଜୁ ଜନତା ଦଳରେ ଯୋଗଦେଇ ୨୦୦୯, ୨୦୧୪ ଏବଂ ୨୦୧୯ରେ ପୁରୀ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

 

Previous Post

କିମ୍‍ସରେ ପ୍ରଥମ ଆଲୋଜେନିକ୍ ଅସ୍ଥି ମଜ୍ଜା ସଫଳ ପ୍ରତିରୋପଣ

Next Post

ଗଞ୍ଜାମକୁ ୨୮ ହଜାର କୋଟିର ପ୍ରକଳ୍ପ ଭେଟି

Next Post
ଗଞ୍ଜାମକୁ ୨୮ ହଜାର କୋଟିର ପ୍ରକଳ୍ପ ଭେଟି

ଗଞ୍ଜାମକୁ ୨୮ ହଜାର କୋଟିର ପ୍ରକଳ୍ପ ଭେଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA