Friday, October 9, 2026 04:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତ୍ରିଲୋଚନଙ୍କ କ୍ଷମତା ଛେଦନ

କାହିଁକି ପଡ଼ିଲେ ବଳି?

by Samar Pradhan
08 Oct, 2026- 09:04 PM
in Latest News, News
1 min read
0
ତ୍ରିଲୋଚନଙ୍କ କ୍ଷମତା ଛେଦନ

ଭୁବନେଶ୍ୱର: ଓଏଏସ୍ ଅଧିକାରୀସ୍ତରରେ ରାଜ୍ୟ ସରକାର ଆଜି ପୁଣି ଏକ ବଦଳି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର କ୍ଷମତାଶାଳୀ ଅଧିକାରୀ କୁହାଯାଉଥିବା ତ୍ରିଲୋଚନ ମହାନ୍ତିଙ୍କୁ ହଟାଇ ଦିଆଯାଇଛି । ତାଙ୍କୁ ଭୁବନେଶ୍ୱର ସହର ଉପକଣ୍ଠ ଗୋଠପାଟଣାଠାରେ ଥିବା ରେଭେନ୍ୟୁ ଅଫିସର୍ସ ଟ୍ରେନିଂ ଇନଷ୍ଟିଚ୍ୟୁଟ୍(ଆରଓଟିଆଇ) ଅଫିସକୁ ବଦଳି କରାଯାଇଛି । ସେଠାରେ ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । ପାୱାର୍ କରିଡର ଚର୍ଚ୍ଚାରେ ଏହାକୁ ପନିଶମେଣ୍ଟ ପୋଷ୍ଟିଂ ଭାବେ ବିବେଚନା କରାଯାଏ ।

ମୋହନ ମାଝୀଙ୍କ ସରକାରରେ ତ୍ରିଲୋଚନ ପ୍ରଥମ ଅଫିସର ଭାବେ ବଦଳି ଅର୍ଡର ପାଇଥିଲେ । କେନ୍ଦୁଝର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ତ୍ରିଲୋଚନଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ଦପ୍ତରରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଅଫିସର ଭାବରେ ସେବେଠାରୁ କାର୍ଯ୍ୟ କରୁଥିଲେ । ମାତ୍ର ଆଜି ତାଙ୍କୁ ଅଚାନକ ବଦଳି କରାଯିବା ପଛରେ ବିଭିନ୍ନ କାରଣ ଚର୍ଚ୍ଚା ହେଉଛି ।

ମୁଖ୍ୟମନ୍ତ୍ରୀଙ୍କ ଛାଇ ଭଳି ରହିଥିବା କିଛି ରାଜନୈତିକ ବ୍ୟକ୍ତିଙ୍କ ସ୍ୱାର୍ଥରେ ବାଧକ ହେବାରୁ ସେ ବଳି ପଡ଼ିଲେ ବୋଲି ଗୋଟିଏ ଗୋଷ୍ଠୀ ଆଲୋଚନା କରୁଥିବା ବେଳେ ନିର୍ଦ୍ଦିଷ୍ଟ ଅଫିସର ଗୋଷ୍ଠୀର ଏହା ଖେଳ ବୋଲି ମଧ୍ୟ କୁହାଯାଉଛି । ସେଭଳି କୌଣସି ଏକ କାରଣରୁ ମୁଖ୍ୟମନ୍ତ୍ରୀ ତ୍ରିଲୋଚନଙ୍କ ଉପରେ ଚିଡ଼ି ଥାଇପାରନ୍ତି । ଯେଉଁଥିପାଇଁ ତାଙ୍କୁ ଗୋଠପାଟଣା ପଠାଇଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିକୁଞ୍ଜ ଧଳ ଏବଂ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ ଓ ଅନୁପମ ଶାହାଙ୍କ କ୍ଷେତ୍ରରେ ଅଚାନକ ବଦଳିକୁ ନେଇ ଚର୍ଚ୍ଚା ହୋଇଥିଲା ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବାହାରିଥିବା ବିଜ୍ଞପ୍ତିରେ ମୋଟ ୪ ଜଣ ଓଏଏସଙ୍କର ବଦଳି ହୋଇଛି । ପଞ୍ଚାୟତିରାଜ ବିଭାଗରେ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କୁ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ତାଙ୍କ ଜାଗାକୁ ଅତିରିକ୍ତ ଦାୟିତ୍ୱରେ ଆସିଛନ୍ତି ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ନିବେଦିତା ବିଶ୍ୱାଳ । ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ସେ ବଦଳି ଆଦେଶାଧିନରେ ଅଛନ୍ତି ।

ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳସଚିବ ତଥା ବର୍ତ୍ତମାନ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଯୋଗ ଦେଇଥିବା ଶ୍ରୀମତୀ କୁକୁମିନା ଦାସଙ୍କୁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବାରିପଦାକୁ ବଦଳି କରାଯାଇଛି ।

Previous Post

ଦମ୍ ଦେଖାଇଲା ଦମଦାର ପ୍ରସଙ୍ଗ

Next Post

CSM Tech Powers Kenya’s National Digital Royalty Management System for Mining

Next Post
CSM Tech Powers Kenya’s National Digital Royalty Management System for Mining

CSM Tech Powers Kenya's National Digital Royalty Management System for Mining

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA