Friday, October 9, 2026 04:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦମ୍ ଦେଖାଇଲା ଦମଦାର ପ୍ରସଙ୍ଗ

ଓଡ଼ିଶା ବନ୍ଦ ସଫଳ!

by Samar Pradhan
08 Oct, 2026- 08:13 PM
in Latest News, News, Politics
1 min read
0
ଦମ୍ ଦେଖାଇଲା ଦମଦାର ପ୍ରସଙ୍ଗ

ଭୁବନେଶ୍ୱର: ୪ ଦଫା ଦାବି ନେଇ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ ଆଜି ସାରା ରାଜ୍ୟରେ ଅନୁଭୂତ ହୋଇଛି । ବସ୍ ଚଳାଚଳଠାରୁ ବଜାର, ବ୍ୟବସାୟ ପ୍ରତିଷ୍ଠାନ ପ୍ରାୟତଃ ବନ୍ଦ ରହିଥିଲା । ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଥିଲା । କଂଗ୍ରେସ ଓ ବାମଦଳ ଦ୍ୱାରା ମୁଖ୍ୟ ରାସ୍ତା ଅବରୋଧ, ବିକ୍ଷୋଭ ଓ ପିକେଟିଂକୁ ଛାଡ଼ିଦେଲେ ବନ୍ଦ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବା ପୁଲିସ କହିଛି । କାଁ ଭାଁ ଘଟଣାକୁ ଛାଡ଼ିଦେଲେ କୌଣସି ବଡ଼ ଅଘଟଣ ଘଟିନାହିଁ ।

ଏମଏମଡିଆର ସଂଶୋଧନ ଆଇନକୁ ସମ୍ପୂର୍ଣ୍ଣ ରଦ୍ଦ କରିବା, ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତ ସମସ୍ତ ଲୋକଙ୍କୁ ତୁରନ୍ତ ରିଲିଫ୍ ଓ ପୁନର୍ବାସ ସହାୟତା ଯୋଗାଇବା ଦାବିରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ସମର୍ଥନ ଦେବ ନାହିଁ ବୋଲି ବିଜେଡିର ଘୋଷଣା ପରିପ୍ରେକ୍ଷୀରେ ଆନ୍ଦୋଳନ ଫୁସୁକି ଯିବ ବୋଲି ଆଶଙ୍କା କରାଯାଉଥିଲା । ମାତ୍ର ଦୁର୍ବଳ ସଂଗଠନ ସତ୍ତ୍ୱେ କଂଗ୍ରେସ ଦମଦାର ପ୍ରସଙ୍ଗକୁ ନେଇ ନିଜର ଦମ୍ ଦେଖାଇଛି । ଓଡ଼ିଶା ବନ୍ଦ ଆଶାତୀତ ସଫଳତା ପାଇଛି ।

ଆଜି ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଘରୋଇ ବସ୍ ଚଳାଚଳ ବନ୍ଦ ନ କରିବାକୁ ମାଲିକ ସଂଘ ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହାକୁ କେହି ମାନି ନ ଥିଲେ । ରାଜଧାନୀର ବରମୁଣ୍ଡା ମୁଖ୍ୟ ବସଷ୍ଟାଣ୍ଡରୁ କୌଣସି ବସ୍ ବାହାରି ନ ଥିଲା କି ଅନ୍ୟ ଆଡୁ ବସ୍ ଆସି ନ ଥିଲା । ଅଟୋ ଚଳାଚଳ ବି କରି ନ ଥିଲା । ଟ୍ରେନ୍ ବନ୍ଦ ଥିଲା । ଏଥିଯୋଗୁଁ ଯାତ୍ରୀମାନେ କିନ୍ତୁ ପ୍ରବଳ ହନ୍ତସନ୍ତ ହୋଇଥିଲେ ।

ଭୁବନେଶ୍ୱରରେ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍ ର ନେତୃବୃନ୍ଦ ଓ କର୍ମୀମାନେ ଏକତ୍ରିତ ହୋଇ ଲୋକସେବା ଭବନ ଅଭିମୁଖେ ମିଳିତ ପଦଯାତ୍ରା କରିଥିଲେ । ବାଟରେ ପୁଲିସ ବହୁ ସଂଖ୍ୟକ ନେତା ଓ କର୍ମୀଙ୍କୁ ଅଟକ ରଖିଥିଲା । ଯୁବ ଓ ଛାତ୍ର କଂଗ୍ରେସର ପକ୍ଷରୁ ଏକ ମଟରସାଇକେଲ ରାଲି ସହର ପରିକ୍ରମା କରିଥିଲା ।

ଭୁବନେଶ୍ୱରର ପ୍ରମୁଖ ଛକଗୁଡ଼ିକରେ ଆନ୍ଦୋଳନକାରୀମାନେ ପିକେଟିଂ କରିଥିଲେ । ଜାତୀୟ ରାଜପଥ ଅବରୋଧ ଯୋଗୁଁ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା । ଭୁବନେଶ୍ୱରରୁ ଆରମ୍ଭ କରି କଟକ, ଜଗତସିଂହପୁର, ଢ଼େଙ୍କାନାଳ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବରଗଡ଼, କୋରାପୁଟ, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା ସବୁଠି ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ସାଧାରଣ ପରିବହନ ସେବା ବନ୍ଦ ଥିଲା ବେଳେ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଥିଲା ।

ବନ୍ଦ ବେଳେ ଭଦ୍ରକରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ୧୬ ନମ୍ବର ଜାତୀୟ ରାଜପଥର କଲେଜ ଛକ ଓଭର ବ୍ରିଜ ଉପରେ ପୁଲିସ-ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଗୋଟେ କାରକୁ ଅଟକାଇବାକୁ ଉଦ୍ୟମ ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ସମୟରେ ସିଟି ଡିଏସପିଙ୍କ କଲରକୁ ଜଣେ ସିପିଏମ୍ ନେତା ଧରି ପକାଇବାରୁ ପୁଲିସ ପ୍ରତିଶୋଧପରାୟଣ ହୋଇଥିଲା । ମହିଳା ଆନ୍ଦୋଳନକାରୀମାନଙ୍କୁ ପୁଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଓଡ଼ିଶା ବନ୍ଦକୁ ସାଧାରଣ ଜନତା ସ୍ୱତଃସ୍ପୃତ ସମର୍ଥନ ଦେଇଛନ୍ତି ଏବଂ ଏହା ସମ୍ପୂର୍ଣ୍ଣ ସଫଳ ହୋଇଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟବାସୀଙ୍କ ସହଯୋଗ ପାଇଁ ‘ଇଣ୍ଡି’ ବ୍ଲକ୍ ତରଫରୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଯାଇଛି । ଗଣତାନ୍ତ୍ରିକ ଅଧିକାରକୁ ଦୁର୍ବଳ କରିବାର ପ୍ରୟାସ ଏବଂ ଓଡ଼ିଶାର ସମ୍ପଦର ଶୋଷଣ ବିରୋଧରେ ଏହି ବନ୍ଦ ଏକ ଗଣତାନ୍ତ୍ରିକ ପ୍ରତିବାଦ ବୋଲି ପିସିସି ସଭାପତି କହିଛନ୍ତି ।

ଅନ୍ୟପକ୍ଷରେ ଓଡ଼ିଶା ବନ୍ଦର ପ୍ରଭାବ ନାହିଁ ବୋଲି ଶାସକ ଦଳ ଦାବି କରିଛି । ଓଡ଼ିଶା ବନ୍ଦ ଡାକରାକୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ସାଂସଦ ରବିନ୍ଦ୍ର ନାରାୟଣ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । କଂଗ୍ରେସର ଅସ୍ତିତ୍ୱ ରକ୍ଷା ଉଦ୍ୟମ ଫସର ଫାଟିଯାଇଛି ବୋଲି ବିଧାୟକ ବାବୁ ସିଂ କହିଛନ୍ତି ।

ଆଜିର ଓଡ଼ିଶା ବନ୍ଦକୁ ନେଇ ବିଜେଡି କୌଣସି ପ୍ରତିକ୍ରିୟା ଦେଇନାହିଁ । ତେବେ ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବରଖାସ୍ତ ଦାବିରେ ବିଜେଡି ଆନେ୍ଦାଳନ ଜାରି ରଖିଛି ଏବଂ ଆଗକୁ ଜାରି ରହିବ ବୋଲି ଦଳର ବରିଷ୍ଠ ବିଧାୟକ ଡ. ଅରୁଣ ସାହୁ କହିଛନ୍ତି ।

Previous Post

ଚାଲିଗଲେ କ୍ରାନ୍ତିବୀର

Next Post

ତ୍ରିଲୋଚନଙ୍କ କ୍ଷମତା ଛେଦନ

Next Post
ତ୍ରିଲୋଚନଙ୍କ କ୍ଷମତା ଛେଦନ

ତ୍ରିଲୋଚନଙ୍କ କ୍ଷମତା ଛେଦନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA