Saturday, October 10, 2026 05:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚାଲିଗଲେ କ୍ରାନ୍ତିବୀର

ଆଉ ନାହାନ୍ତି ନାନା ପାଟେକର

by Our Correspondent
08 Oct, 2026- 12:09 PM
in Latest News, National, News
1 min read
0
ଚାଲିଗଲେ କ୍ରାନ୍ତିବୀର

ମୁମ୍ବାଇ: ବଲିଉଡର ପ୍ରଖ୍ୟାତ ତଥା ଲୋକପ୍ରିୟ ଅଭିନେତା ନାନା ପାଟେକର(୭୫) ଆଉ ନାହାନ୍ତି । ଗୋଆସ୍ଥିତ ବାସଭବନରେ ଆଜି ବଡି ଭୋରରୁ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ଦୀର୍ଘ ୪ ଦଶନ୍ଧି ଧରି ଲୋକପ୍ରିୟତାର ଶୀର୍ଷରେ ଥିବା ଏହି ମହାନ୍ କଳାକାରଙ୍କ ଆକସ୍ମିକ ବିୟୋଗ ବଲିଉଡ୍ ଜଗତ ଏବଂ କୋଟି କୋଟି ଭାରତୀୟଙ୍କୁ ମ୍ରିୟମାଣ କରିଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକପ୍ରକାଶ କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଗୋଆ ଫ୍ଲାଟରେ ଅବସ୍ଥାନ କରୁଥିବା ନାନା ଗତକାଲି ରାତି ପ୍ରାୟ ସାଢ଼େ ଦୁଇଟାରେ ଅସହଜ ଅନୁଭବ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଅଚେତ ଅବସ୍ଥାରେ ତାଙ୍କୁ ହସପିଟାଲ୍ ନିଆଯାଇଥିଲା । ୪୫ ମିନିଟ୍ ଧରି ସିପିଆର ଦିଆଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟରେ ଉନ୍ନତି ଆସି ନ ଥିଲା । ଭୋର୍ ପ୍ରାୟ ୫ଟା ବେଳେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ବଲିଉଡ୍ ରେ ନାନା ପାଟେକର ଜଣେ ସ୍ୱତନ୍ତ୍ର କଳାକାର ଭାବେ ପରିଚିତ ଥିଲେ । ତାଙ୍କର ବ୍ୟକ୍ତିତ୍ୱ, ଆକ୍ଟିଂ, ଅନ୍ଦାଜ ଥିଲା ଭିନ୍ନ । ତାଙ୍କ ଅଭିନୀତ ଫିଲ୍ମର ଥିଲା ଅନନ୍ୟ ଆକର୍ଷଣ । ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ଜନ୍ମିତ ବିଶ୍ୱନାଥ ଓରଫ୍ ନାନା ପାଟେକର ୧୯୭୮ ମସିହାରେ ବଲିଉଡ୍ ଜଗତରେ ପ୍ରବେଶ କରିଥିଲେ ମଧ୍ୟ ତାଙ୍କର ନିଆରା ଅଭିନୟ, ସଂଳାପ ପାଇଁ ମାତ୍ର ୧୦ ବର୍ଷରେ ଲୋକପ୍ରିୟତାର ଉପରକୁ ଉଠିଥିଲେ ।

୧୯୮୮ ମସିହାରେ ‘ସଲାମ’ ଏବଂ ୧୯୮୯ ମସିହାରେ ରିଲିଜ୍ ‘ପରିନ୍ଦା’ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ୧୯୯୪ରେ ରିଲିଜ୍ ‘କ୍ରାନ୍ତିବୀର’ ରେ ତାଙ୍କର ବଳିଷ୍ଠ ଅଭିନୟ ତାଙ୍କୁ ଲୋକପ୍ରିୟତାର ଶୀର୍ଷକୁ ନେଇଯାଇଥିଲା । ତାଙ୍କ ଅଭିନୀତ ପରିନ୍ଦା, କ୍ରାନ୍ତିବୀର, ପ୍ରହାର, ଖାମୋସୀ, ଅଗ୍ନିସାକ୍ଷୀ, ଯଶୱନ୍ତ, ୱାଜୁଦ୍, ତ୍ରିରଙ୍ଗା, ଅଙ୍କୁଶ, ଯୁଗପୁରୁଷ ଆଦି ଚଳଚିତ୍ର ଗୋଟେ ଗୋଟେ ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଶ୍ରେଷ୍ଠ ଅଭିନୟ ପାଇଁ ତାଙ୍କୁ ତିନି ଥର ଜାତୀୟ ଚଳଚିତ୍ର ପୁରସ୍କାର ଏବଂ ଚାରି ଥର ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା । ୨୦୧୩ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ମର୍ଯ୍ୟାଦାଜନକ ‘ପଦ୍ମଶ୍ରୀ’ ସମ୍ମାନ ମିଳିଥିଲା ।

ଅଭିନୟ ଛଡ଼ା ୧୯୮୮ ମସିହାରେ ନାନା ପାଟେକର ଟେରିଟୋରିଆଲ୍ ଆର୍ମିରେ କ୍ୟାପଟେନ୍ ଭାବେ ଯୋଗ ଦେଇ ୩ ବର୍ଷ ଟ୍ରେନିଂ ନେଇଥିଲେ । ମରାଠ ଲାଇଟ୍ ଇନଫାଣ୍ଟ୍ରିରେ ଯେ ମେଜର ଭାବେ କାର୍ଯ୍ୟ କରିଥିଲେ । ୧୯୯୯ କାରଗିଲ୍ ଯୁଦ୍ଧରେ ପାକିସ୍ଥାନ ବିରୋଧରେ ଲଢ଼ିଥିଲେ । ଟେରିଟୋରିଆଲ୍ ଆର୍ମିରେ ଲେଫଟନାଣ୍ଟ କର୍ଣ୍ଣେଲ ଭାବେ ୨୦୧୩ ମସିହାରେ ଅବସର ଗ୍ରହଣ କରିଥିଲେ ।

କେବଳ ଜଣେ ଦକ୍ଷ କଳାକାର ନ ଥିଲେ । ଜଣେ ହୃଦୟବାନ ମଣିଷ ଥିଲେ ନାନା । ପୁନେ ନିକଟରେ ୨୭ ଏକର ଜମି ଉପରେ କରିଥିବା ଫାର୍ମ ହାଉସ୍ ରେ ନିଜେ ଚାଷ କରି ଅମଳ କରୁଥିବା ଫସଲର ବିକ୍ରି ଅର୍ଥକୁ ଗରିବ ଚାଷୀଙ୍କ ସହାୟତାରେ ବିନିଯୋଗ କରୁଥିଲେ । ମହାରାଷ୍ଟ୍ରରେ ଋଣ ପରିଶୋଧ କରି ନ ପାରି ଆତ୍ମହତ୍ୟା କରିଥିବା ଅନେକ ଚାଷୀଙ୍କ ପରିବାରର ଭରଣପୋଷଣ ଦାୟିତ୍ୱ ନେଇଥିଲେ । ଲାଟୁରରେ ଦୁର୍ଦ୍ଦଶାଗ୍ରସ୍ତ ୬୨ ପରିବାରର ଦାୟିତ୍ୱ ବୁଝୁଥିଲେ ।

ନାନା ତାଙ୍କର ଅଧିକାଂଶ ସମୟ ତାଙ୍କର ପୁନେ ଫାର୍ମ ହାଉସ୍ ରେ କାଟୁଥିଲା ବେଳେ ମୁମ୍ବାଇ ଏବଂ ଗୋଆରେ କ୍ୱଚିତ୍ ରହୁଥିଲେ । ତାଙ୍କର ପତ୍ନୀ ନୀଲକାନ୍ତି ଏବଂ ପୁଅ ମଲହାର ଅଛନ୍ତି ।

 

Previous Post

ବିଜେଡି ସମଦୂରତା ବଜାୟ ରଖିଛି: ବିଜେଡି

Next Post

ଦମ୍ ଦେଖାଇଲା ଦମଦାର ପ୍ରସଙ୍ଗ

Next Post
ଦମ୍ ଦେଖାଇଲା ଦମଦାର ପ୍ରସଙ୍ଗ

ଦମ୍ ଦେଖାଇଲା ଦମଦାର ପ୍ରସଙ୍ଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA