Sunday, May 10, 2026 08:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଚ୍ୟୁତ ସାମନ୍ତଙ୍କ ନାମରେ ନାମିତ ହେଲା ଆମେରିକାର ଗବେଷଣା ପ୍ରତିଷ୍ଠାନ

by Our Correspondent
22 May, 2025- 05:02 PM
in Latest News, News
1 min read
0
ଅଚ୍ୟୁତ ସାମନ୍ତଙ୍କ ନାମରେ ନାମିତ ହେଲା ଆମେରିକାର ଗବେଷଣା ପ୍ରତିଷ୍ଠାନ

ଭୁବନେଶ୍ୱର: ଆମେରିକାର ନ୍ୟୁୟର୍କସ୍ଥିତ ସିଟି ୟୁନିଭର୍‍ସିଟିରେ ଶିକ୍ଷାବିତ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ନାମରେ ଏକ ଗବେଷଣା ପ୍ରତିଷ୍ଠାନ ନାମିତ କରାଯାଇଛି। ପ୍ରତିଷ୍ଠାନର ନାମ ରହିଛି ‘ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ୍ କ୍ୟୁନି କ୍ରେଷ୍ଟ ଇନଷ୍ଟିଚ୍ୟୁଟ’ (ଏଏସଆଇଆଇସିସିଆଇ)। ନ୍ୟୁୟର୍କସ୍ଥିତ ସିଟି ୟୁନିଭରସିଟି ଅଫ୍‍ ନ୍ୟୁୟର୍କରେ ମଙ୍ଗଳବାର ଆମେରିକାର ବହୁ ଶିକ୍ଷାବିତ୍ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ଗବେଷଣା ପ୍ରତିଷ୍ଠାନ ଉଦ୍‍ଘାଟିତ ହୋଇଯାଇଛି । କୌଣସି ଭାରତୀୟଙ୍କ ନାମରେ ଆମେରିକାରେ ଏଭଳି ଗବେଷଣା ପ୍ରତିଷ୍ଠାନ ନାମିତ ହେବା ଏହା ହେଉଛି ପ୍ରଥମ ।

ଏହି ପ୍ରତିଷ୍ଠାନ ଆମେରିକୀୟ ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ସମୃଦ୍ଧ କଳା ଏବଂ ଐତିହ୍ୟ ଉପରେ ଗବେଷଣା କରିବାର ସୁଯୋଗ ପ୍ରଦାନ କରିବା ସହ ଜନଜାତି ସଂପ୍ରଦାୟର ସାମାଜିକ-ଆର୍ଥିକ ବିକାଶରେ ଅଚ୍ୟୁତ ସାମନ୍ତଙ୍କ ଯୋଗଦାନ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ସଫଳତା ବିଷୟରେ ମଧ୍ୟ ଗବେଷଣା କରାଯିବ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ସିଟି ୟୁନିଭରସିଟି ଅଫ୍‍ ନ୍ୟୁୟର୍କ ଅଧୀନରେ ଥିବା ବ୍ରୋଙ୍କସ୍ କମ୍ୟୁନିଟି କଲେଜର ଅଧ୍ୟକ୍ଷ ଡ. ମିଲଟନ୍ ସାଣ୍ଟିଆଗୋ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିଲେ। ଏଠାରେ ସେ ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟଧାରା ଓ ଜୀବନଶୈଳୀ ବିଷୟରେ ଜାଣିବାକୁ ପାଇଥିଲେ। ଶ୍ରୀ ସାମନ୍ତଙ୍କ କାର୍ଯ୍ୟଧାରା ତାଙ୍କୁ ବେଶ ପ୍ରଭାବିତ କରିଥିଲା। ଭାରତରୁ ଫେରିବା ପରେ ସେ ଅଚ୍ୟୁତ ସାମନ୍ତଙ୍କ ନାମାନୁସାରେ ତାଙ୍କ ବିଶ୍ୱବିଦ୍ୟାଳୟରେ ଏକ ଗବେଷଣା ପ୍ରତିଷ୍ଠାନ ASIICCI ନାମରେ ନାମିତ କରିବା ପାଇଁ ନିଷ୍ପତି ନେଇଥିଲେ। ପରେ ସାଣ୍ଟିଆଗୋଙ୍କ ଏହି ପ୍ରସ୍ତାବ ବିଶ୍ୱବିଦ୍ୟାଳୟ ବୋର୍ଡ ଦ୍ୱାରା ଏହା ଗୃହୀତ ହୋଇଥିଲା। ଏହି ନୂତନ ଗବେଷଣା ପ୍ରତିଷ୍ଠାନ ଉଦଘାଟନୀ କାର୍ଯ୍ୟକ୍ରମରେ ଅଚ୍ୟୁତ ସାମନ୍ତଙ୍କୁ ଯୋଗ ଦେବା ପାଇଁ ସାଣ୍ଟିଆଗୋ ନିମନ୍ତ୍ରଣ କରିଥିଲେ। ସାଣ୍ଟିଆଗୋଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ସାମନ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନଙ୍କୁ ଉଦବୋଧନ ଦେଇ ଡ. ସାଣ୍ଟିଆଗୋ କହିଲେ, ଏହି ପ୍ରତିଷ୍ଠାନ ଆମେରିକାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ହେବ। ଏହା ବିଭିନ୍ନ ପୃଷ୍ଠଭୂମିର ଛାତ୍ରଛାତ୍ରୀମାନଙ୍କୁ ଅର୍ଥପୂର୍ଣ୍ଣ ଗବେଷଣା କରିବାରେ ସହାୟକ ହେବ। ଆମେରିକାର ସିଟି ୟୁନିଭରସିଟି ଅଫ୍‍ ନ୍ୟୁୟର୍କ (CUNY) ଏକ ସରକାରୀ ପ୍ରତିଷ୍ଠାନ। ଏହା ଆମେରିକାର ୧୭୫ବର୍ଷର ଏକ ପୁରାତନ ଶିକ୍ଷାନୁଷ୍ଠାନ। ଏଠାରେ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହି ବିଶ୍ୱବିଦ୍ୟାଳୟ ଅଧିନରେ ୨୫ଟି ମହାବିଦ୍ୟାଳୟ ରହିଥିବା ବେଳେ ସିଟି ୟୁନିଭରସିଟି ୧୨୨ଟି ଦେଶର ବିବିଧ ଛାତ୍ର ସଙ୍ଗଠନକୁ ସେବା ପ୍ରଦାନ କରୁଛି।

ଏହି ଅବସରରେ ଅଚ୍ୟୁତ ସାମନ୍ତ ସିଟି ୟୁନିଭରସିଟି ଅଫ୍‍ ନ୍ୟୁୟର୍କ କର୍ତ୍ତୃପକ୍ଷଙ୍କୁ ନିଜର କୃତଜ୍ଞତା ଜଣାଇବା ସହ କହିଲେ, ଆମେରିକା ବିଶ୍ୱବିଦ୍ୟାଳୟ ତାଙ୍କର ଗବେଷଣା ପ୍ରତିଷ୍ଠାନକୁ ଜଣେ ଭାରତୀୟ ବିଶେଷ କରି ଜଣେ ଓଡ଼ିଆ ବ୍ୟକ୍ତିଙ୍କ ନାମ ଅନୁସାରେ ନାମିତ କରିଛି- ଏହା ଏକ ଅତ୍ୟନ୍ତ ସମ୍ମାନଜନକ ମୁହୂର୍ତ୍ତ । ଏହା ଯେକୌଣସି ଭାରତୀୟ, ବିଶେଷକରି ଓଡ଼ିଶା ତଥା କିଟ୍ ଓ କିସ୍ ପାଇଁ ମଧ୍ୟ ଏକ ଗର୍ବର ବିଷୟ। ଏହି ପ୍ରତିଷ୍ଠାନ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଏବଂ ମୋ କାର୍ଯ୍ୟଧାରା ବିଷୟରେ ଅଧିକ ଗବେଷଣା ଏବଂ ବୁଝାମଣାକୁ ଉତ୍ସାହିତ କରିବ ବୋଲି ସେ କହିଥିଲେ। ଏହା ସହ ଶ୍ରୀ ସାମନ୍ତ ଏହି ସଫଳତାକୁ ଓଡ଼ିଶାର ଜନସାଧାରଣ ତଥା କିଟ୍ ଓ କିସ୍ ପରିବାରକୁ ଉତ୍ସର୍ଗ କରିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତଙ୍କୁ ସିଟି ୟୁନିଭରସିଟି ଅଫ୍‍ ନ୍ୟୁୟର୍କର ସର୍ବୋଚ୍ଚ ସମ୍ମାନ ପ୍ରେସିଡେନ୍‍ସୀଆଲ୍‍ ମେଡ଼ାଲ୍‍ ପ୍ରଦାନ କରାଯାଇଥିଲା । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

Previous Post

ଯୋଜନା ଏବଂ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଗୁରୁତ୍ୱ

Next Post

ଯୁକ୍ତ ୨ରେ କିସ୍‍ର ଉତ୍ସାହଜନକ ସଫଳତା

Next Post
ଯୁକ୍ତ ୨ରେ କିସ୍‍ର ଉତ୍ସାହଜନକ ସଫଳତା

ଯୁକ୍ତ ୨ରେ କିସ୍‍ର ଉତ୍ସାହଜନକ ସଫଳତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA