Thursday, May 21, 2026 09:48 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଋଣ ଖିଲାପ: ବ୍ୟାଙ୍କ ନେଇଗଲା ବିଧାୟକଙ୍କ ସମ୍ପତ୍ତି

୩ କୋଟି ୭୪ ଲକ୍ଷ ବକେୟା ଋଣ ସୁଝିଲେନି ରାଉତ ବ୍ରଦର୍ସ

by Samar Pradhan
27 Oct, 2025- 05:11 PM
in Latest News, News
1 min read
0
ଋଣ ଖିଲାପ: ବ୍ୟାଙ୍କ ନେଇଗଲା ବିଧାୟକଙ୍କ ସମ୍ପତ୍ତି

ଭୁବନେଶ୍ୱର: ବ୍ୟବସାୟ ନାଁରେ ବ୍ୟାଙ୍କରୁ ଆଣିଥିଲେ ମୋଟା ଅଙ୍କର ଋଣ । ମାତ୍ର ଧାର୍ଯ୍ୟ ସମୟରେ ସୁଝିନାହାନ୍ତି । ବ୍ୟାଙ୍କର ୬୦ ଦିନିଆ ପୈଠ ନୋଟିସ୍ କୁ ମଧ୍ୟ ଖାତିର କରିନାହାନ୍ତି । ଯାହାର ଫଳ ହୋଇଛି ଲଜ୍ଜାଜନକ । ବକେୟା ଋଣ ବାବଦରେ ଋଣଗ୍ରହୀତାଙ୍କ ସ୍ଥାବର ସମ୍ପତ୍ତି ଦଖଲକୁ ନେଇଛନ୍ତି ବ୍ୟାଙ୍କ । ସୁରକ୍ଷତି ବନ୍ଧକ ସମ୍ପତ୍ତିକୁ ସମୟ ପୂର୍ବରୁ ମୁକୁଳେଇବାକୁ ନାଲି ନୋଟିସ୍ ମଧ୍ୟ ଦେଇଛନ୍ତି ।

ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ପ୍ରତିପତ୍ତିକୁ ମିଳିଛି ଏହି ଝଟକା । ତିନୋଟି ପାରିବାରିକ ବ୍ୟବସାୟିକ ସଂସ୍ଥା- ମେସର୍ସ ଲାବ୍ କେମିକାଲକ୍ସ ପ୍ରାଇଭେଟ୍ ଲିମିଟେଡ୍, ମେସର୍ସ ନ୍ୟାସନାଲ୍ ସାଇଣ୍ଟିଫିକ୍ କର୍ପୋରେସନ୍ ଏବଂ ମେସର୍ସ ସାଇଣ୍ଟିଫିକ୍ ଟ୍ରେଡର୍ସର ନାଁ ଚଢ଼ିଛି ବ୍ୟାଙ୍କ ଋଣ ଖିଲାପକାରୀଙ୍କ ଖାତାରେ । ଏଥିପାଇଁ ବ୍ୟାଙ୍କ ଦଖଲକୁ ଚାଲିଯାଇଛି ରାଉତ ପରିବାରର ମୂଲ୍ୟବାନ ସମ୍ପତ୍ତି ।

ଋଣଗ୍ରହୀତା ଏହି ତିନୋଟି ସଂସ୍ଥା ବିଧାୟକଙ୍କ ବାପା, ମା ଏବଂ ଦାଦାଙ୍କ ନାଁରେ ଚାଲୁଛି । ଯେମିତି କି, ମେସର୍ସ ଲାବ୍ କେମିକାଲକ୍ସ ପ୍ରାଇଭେଟ୍ ଲିମିଟେଡ୍ ର ନିର୍ଦ୍ଦେଶକ ହେଉଛନ୍ତି ସୁଶାନ୍ତଙ୍କ ବାପା ଭକ୍ତ ଚରଣ ରାଉତ ଏବଂ ଦାଦା ଗଗନ ବିହାରୀ ରାଉତ । ଠିକଣା- ପ୍ଲଟ୍ ନଂ: ୪୮୪(ଅଂଶ), ନୀଳକଣ୍ଠ ନଗର, ମୌଜା: ନୟାପଲ୍ଲୀ, ତହସିଲ: ଭୁବନେଶ୍ୱର,୭୫୧୦୧୨ ।

ମେସର୍ସ ନ୍ୟାସନାଲ୍ ସାଇଣ୍ଟିଫିକ୍ କର୍ପୋରେସନ୍ ର ସ୍ୱତ୍ତ୍ୱାଧିକାରୀ ହେଉଛନ୍ତି ସୁଶାନ୍ତଙ୍କ ମାଆ ଶ୍ରୀମତୀ ସୌଭାଗିନୀ ରାଉତ । ଗ୍ୟାରେଣ୍ଟିଦାତା ହେଲେ ବାପା ଭକ୍ତ ଚରଣ ରାଉତ ଏବଂ ଦାଦା ଗଗନ ବିହାରୀ ରାଉତ । ଠିକଣା- ପ୍ଲଟ୍ ନଂ: ୪୮୪(ଅଂଶ), ନୀଳକଣ୍ଠ ନଗର, ମୌଜା: ନୟାପଲ୍ଲୀ, ତହସିଲ: ଭୁବନେଶ୍ୱର, ୭୫୧୦୧୨ ।

ସେହିଭଳି ମେସର୍ସ ସାଇଣ୍ଟିଫିକ୍ ଟ୍ରେଡର୍ସର ସ୍ୱତ୍ତ୍ୱାଧିକାରୀ ଗଗନ ବିହାରୀ ରାଉତ ଥିଲା ବେଳେ ଗ୍ୟାରେଣ୍ଟର ଥିଲେ ଭକ୍ତ ଚରଣ ରାଉତ । ଠିକଣା- ପ୍ଲଟ୍ ନଂ: ୪୮୪(ଅଂଶ), ନୀଳକଣ୍ଠ ନଗର, ମୌଜା: ନୟାପଲ୍ଲୀ, ତହସିଲ: ଭୁବନେଶ୍ୱର, ୭୫୧୦୧୨ ।

ନିଜର ଏହି ତିନୋଟି ସଂସ୍ଥା ନାଁରେ ବିଧାୟକଙ୍କ ବାପା ଏବଂ ଦାଦା ୟୁକୋ ବ୍ୟାଙ୍କରୁ ଋଣ ଆଣିଥିଲେ । ନିଜେ ଥିଲେ ଋଣଗ୍ରହୀତା ଏବଂ ଗ୍ୟାରେଣ୍ଟିଦାତା । ହେଲେ ଠିକ୍ ସମୟରେ ବ୍ୟାଙ୍କକୁ ଋଣ ପରିଶୋଧ କରିନାହାନ୍ତି । ଦିନ ଗଡ଼ିବା ସହ ସୁଧ ବି ବଢ଼ିଗଲା । ସୁଝିବାର ଧାର୍ଯ୍ୟ ତାରିଖ ସୁଦ୍ଧା ସୁଧ ସହ ବକେୟା ରାଶିର ପରିମାଣ ହେଉଛି ୩ କୋଟି ୭୪ ଲକ୍ଷ ୭୧ ହଜାର ୫୮୧ ଟଙ୍କା ୨୪ ପଇସା ।

ଏହି ଦେୟ ଅସୁଲ ପାଇଁ ଗତ ୩୧.୦୭.୨୦୨୫ ଏବଂ ୨୧.୦୮.୨୦୨୫ରେ ୟୁକୋ ବ୍ୟାଙ୍କ ପକ୍ଷରୁ ରାଉତ ପରିବାରକୁ ଡିମାଣ୍ଡ ନୋଟିସ୍ ଜାରି କରାଯାଇଥିଲା । ନୋଟିସ୍ ପାଇବାର ୬୦ ଦିନ ମଧ୍ୟରେ ବକେୟା ପୈଠ କରିବାକୁ କୁହାଯାଇଥିଲା । ମାତ୍ର ଧାର୍ଯ୍ୟ ସମୟରେ ଦେୟ ପୈଠ କରି ନ ଥିଲେ ରାଉତ ବ୍ରଦର୍ସ । ଏହାପରେ ୨୨.୧୦.୨୦୨୫ରେ ବ୍ୟାଙ୍କ ପକ୍ଷରୁ ଦଖଲ ନୋଟିସ୍ ଜାରି କରାଯାଇଥିଲା ।

ୟୁକୋ ବ୍ୟାଙ୍କ, ଆସେଟ୍ ମ୍ୟାନେଜମେଣ୍ଟ ଶାଖା ପକ୍ଷରୁ ସିକ୍ୟୁରିଟାଇଜେସନ୍ ଆଣ୍ଡ ରିକନଷ୍ଟ୍ରକ୍ସନ୍ ଅଫ ଫାଇନାନସିଆଲ୍ ଆସେଟ୍ସ ଆଣ୍ଡ ଏନଫୋର୍ସମେଣ୍ଟ ଅଫ୍ ସିକ୍ୟୁରିଟି ଇଣ୍ଟ୍ରେଷ୍ଟ ଆକ୍ଟ,୨୦୨୨ର ଧାରା ୧୩(୪) ସହିତ ସିକ୍ୟୁରିଟି ଇଣ୍ଟ୍ରେଷ୍ଟ (ଏନଫୋର୍ସମେଣ୍ଟ) ରୁଲ୍ସ ୨୦୦୨ର ରୁଲ୍ ୮ ଅନୁଯାୟୀ ଋଣ ଖିଲାପକାରୀ ରାଉତ ପରିବାରର ସମ୍ପତ୍ତିଗୁଡ଼ିକ ଦଖଲ ନିଆଯାଇଛି ।

ଦୁଇଭାଇ ଭକ୍ତ ଚରଣ ରାଉତ ଏବଂ ଗଗନ ବିହାରୀ ରାଉତ, ପିତା-ସ୍ୱର୍ଗତ ନିଧି ରାଉତଙ୍କ ନାମରେ ଥିବା ଜମି ଏବଂ ଗୃହ ଆଦି ସ୍ଥାବର ସମ୍ପତ୍ତି ଗୁଡ଼ିକୁ ବ୍ୟାଙ୍କ ଦଖଲକୁ ନେଇଛନ୍ତି । ସେଗୁଡ଼ିକ ହେଲା-

୧.ଜିଲ୍ଲା:ଖୋର୍ଦ୍ଧା, ମୌଜା: ନୟାପଲ୍ଲୀ, ଥାନା:ନିଉ କ୍ୟାପିଟାଲ, ତହସିଲ: ଭୁବନେଶ୍ୱର, ସାବିକ ଖାତା ନଂ:୧୯୭୪, ଅନୁରୂପ ମ୍ୟୁଟେସନ୍ ଖାତା ନଂ: ୩୨୮୩/୩୨୪, ପ୍ଲଟ୍ ନଂ: ୧୮୯୯/୩୬୫୫(ମ୍ୟୁଟେସନ୍ ପ୍ଲଟ୍ ନଂ: ୧୮୯୯/୨୫୯୮), ମ୍ୟୁନିସିପାଲିଟି ପ୍ଲଟ୍ ନଂ:୪୮୪(ଅଂଶ), କ୍ଷେତ୍ର: ଏକର ୦.୦୭୫ ଡିସିମିଲି)

୨. ଜିଲ୍ଲା:ଖୋର୍ଦ୍ଧା, ମୌଜା: ନୟାପଲ୍ଲୀ, ଥାନା:ନିଉ କ୍ୟାପିଟାଲ, ତହସିଲ: ଭୁବନେଶ୍ୱର, ଖାତା ନଂ:୧୯୭୪, ପ୍ଲଟ୍ ନଂ:୧୮୯୯/୩୬୫୪, ମ୍ୟୁନିସିପାଲିଟି ପ୍ଲଟ୍ ନଂ:୪୮୪(ଅଂଶ), କ୍ଷେତ୍ର: ଏକର ୦.୩୧୦ ଡିସିମିଲି

୩. ଜିଲ୍ଲା:ଖୋର୍ଦ୍ଧା, ମୌଜା: ନୟାପଲ୍ଲୀ, ଥାନା:ନିଉ କ୍ୟାପିଟାଲ, ତହସିଲ: ଭୁବନେଶ୍ୱର, ଖାତା ନଂ:୧୯୭୫, ରେଭେନ୍ୟୁ ପ୍ଲଟ୍ ନଂ:୧୮୯୯/୩୬୫୫, ମ୍ୟୁନିସିପାଲିଟି ପ୍ଲଟ୍ ନଂ:୪୮୪(ଅଂଶ) ଏବଂ ୪୮୬(ଅଂଶ), କ୍ଷେତ୍ର:ଏକର ୦.୧୦୦ ଡିସିମିଲି ।

ସୂଚନାଯୋଗ୍ୟ, ବ୍ୟାଙ୍କ ଦଖଲକୁ ନେଇଥିବା ଏହି ସମ୍ପତ୍ତି ଭକ୍ତ ଚରଣ ରାଉତ ଏବଂ ଗଗନ ବିହାରୀ ରାଉତଙ୍କ ନାଁରେ ରେକର୍ଡଭୁକ୍ତ ଥିଲେ ମଧ୍ୟ ଭକ୍ତ ଚରଣଙ୍କ ପୁଅ ସୁଶାନ୍ତ ରାଉତଙ୍କୁ ଏହା ଉତ୍ତରାଧିକାରୀ ସୂତ୍ରରେ ମିଳିଛି । ୨୦୨୪ରେ ବିଧାୟକ ପ୍ରାର୍ଥୀପତ୍ର ଦାଖଲ ବେଳେ ସୁଶାନ୍ତ ନିଜ ସତ୍ୟପାଠରେ ଏହି ତଥ୍ୟ ଦର୍ଶାଇଛନ୍ତି । ସତ୍ୟପାଠରେ ନିଜ ଅସ୍ଥାବର ସମ୍ପତ୍ତି ପରିମାଣ ୬ କୋଟି ୨ ଲକ୍ଷ ଏବଂ ପତ୍ନୀଙ୍କର ୨ କୋଟି ୫୩ ଲକ୍ଷ ଟଙ୍କା ଅସ୍ଥାବର ସମ୍ପତ୍ତି ଦର୍ଶାଇଛନ୍ତି ବିଧାୟକ ସୁଶାନ୍ତ ଓରଫ ବାପୁ ରାଉତ ।

Previous Post

ସିଇଓଙ୍କୁ ଫେରାଦ ହେଲା ବିଜେଡି, କଂଗ୍ରେସ

Next Post

Odisha Showcases Its Maritime Vision at India Maritime Week 2025 in Mumbai

Next Post
Odisha Showcases Its Maritime Vision at  India Maritime Week 2025 in Mumbai

Odisha Showcases Its Maritime Vision at India Maritime Week 2025 in Mumbai

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA