Tuesday, May 19, 2026 07:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସିଇଓଙ୍କୁ ଫେରାଦ ହେଲା ବିଜେଡି, କଂଗ୍ରେସ

by Our Correspondent
25 Oct, 2025- 11:29 PM
in Latest News, News
1 min read
0
ସିଇଓଙ୍କୁ ଫେରାଦ ହେଲା ବିଜେଡି, କଂଗ୍ରେସ

ନୂଆପଡା ଉପନିର୍ବାଚନରେ ସରକାରୀ ସମ୍ପତ୍ତି ଦୁରୁପଯୋଗ କରୁଛି ବିଜେପି

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ସରକାରୀ ସମ୍ପତ୍ତିର ଦୂରୁପଯୋଗ କରିବାକୁ ପଛାଇ ନାହିଁ ବିଜେପି । ଆଦର୍ଶ ଆଚରଣ ବିଧିକୁ ଖାତିର କରୁନାହିଁ ଶାସକ ଦଳ । ଶାସକ ଦଳର ପୋଷ୍ଟର ପ୍ରତି ପ୍ରଶାସନ ଆଖି ବୁଜି ଦେଉଛି, କିନ୍ତୁ ନ୍ୟାୟ ସଙ୍ଗତ ଭାବେ ଲାଗିଥିବା ବିଜେଡିର ପୋଷ୍ଟର, ବ୍ୟାନରକୁ କାଢ଼ି ଫିଙ୍ଗି ଦେଉଛନ୍ତି । ଏପରି ସମ୍ୱେଦନଶୀଳ ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବା ଲାଗି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ବିଜୁ ଜନତା ଦଳ । ବିଜେଡିର ବରିଷ୍ଠ ନେତୃବୃନ୍ଦ ଆଜି ସିଇଓଙ୍କ କାର୍ଯ୍ୟାଳୟରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ।

ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନିଜର ପ୍ରଚାର ପାଇଁ ସରକାରୀ ସମ୍ପତ୍ତିର ବ୍ୟବହାର କରୁଛନ୍ତି । ବିଦୁ୍ୟତ ଖୁଣ୍ଟ, ସାଇନ୍ ବୋର୍ଡ ଏବଂ ନୂଆପଡା ଓ ଖରିଆର ଏନ୍ଏସି ମଧ୍ୟରେ ଯାଇଥିବା ଜାତୀୟ ରାଜପଥ ନମ୍ୱର ୩୫୩ରେ ବିଜେପି ପ୍ରଚାର ପୋଷ୍ଟର ଏବଂ ବ୍ୟାନର ଲଗାଇଛନ୍ତି । ଏହି ବ୍ୟାନର ଓ ହୋର୍ଡିଂ ଗୁଡ଼ିକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ବିଜେପିର ଅନ୍ୟାନ୍ୟ ନେତାଙ୍କ ଛବି ରହିଛି ।

ବିଜୁ ଜନତା ଦଳ ଏହାକୁ ସରକାରୀ ସମ୍ପତ୍ତିର ସ୍ପଷ୍ଟ ଦୁରୁପଯୋଗ ଏବଂ ନିର୍ବାଚନ ଆଚରଣ ବିଧିର ଗଭୀର ଉଲ୍ଲଙ୍ଘନ ବୋଲି ଅଭିଯୋଗ କରିଛି । ବିଜେପି ପକ୍ଷରୁ ଲଗାଯାଇଥିବା ସମସ୍ତ ଅବୈଧ ବ୍ୟାନର ଏବଂ ହୋର୍ଡିଂ ତୁରନ୍ତ ହଟାଇବା ପାଇଁ ବିଜେଡି ଦାବି କରିଛି । ଏଥି ସହିତ ବିଜେଡି ଆଇନଗତ ଭାବେ ଲଗାଇଥିବା ପୋଷ୍ଟର ବ୍ୟାନର ଆଦି କେଉଁ ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ହଟାଇଲେ ତାହାର ନିରପେକ୍ଷ ତଦନ୍ତ କରିବା ପାଇଁ ମଧ୍ୟ ବିଜେଡି ସିଇଓଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛି । ସିଇଓଙ୍କୁ ଅଭିଯୋଗ ଦାଖଲ ସମୟରେ ବିଜେଡି ପ୍ରତିନିଧି ମଣ୍ଡଳୀରେ ଡ଼ ଲେନିନ ମହାନ୍ତି, ଶ୍ରୀମତୀ ସୁଲତା ଦେଓ, ମିହିର ରାୟ, ଇଲା ସ୍ୱାଇଁ, ରୀତାଞ୍ଜଳି ପ୍ରଧାନ, ସଂଗ୍ରାମ ମହାପାତ୍ର, ଲୋରା ମହାପାତ୍ର ଏବଂ ଅଂଶୁ ତ୍ରିପାଠୀ ସାମିଲ ଥିଲେ ।

ବିଜୁ ଜନତା ଦଳ ସର୍ବଦା ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ । ନିର୍ବାଚନ ପ୍ରକ୍ରିୟାରେ ପ୍ରତ୍ୟେକ ଦଳ ଓ ପ୍ରାର୍ଥୀ ଯତ୍ନବାନ ରହିବା ଆବଶ୍ୟକ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଆଇ ଏଣ୍ଡ ପିଆର କରୁଛି ବିଜେପିର ନିର୍ବାଚନ ପ୍ରଚାର

ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ଏବଂ ନୂଆପଡା ବିଧାନସଭା ଉପନିର୍ବାଚନ ସମୟରେ ସରକାରୀ କଳର ଅପବ୍ୟବହାର ସମ୍ପର୍କରେ ଆଜି ପିସିସି ପକ୍ଷରୁ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତଥ୍ୟ ପ୍ରମାଣ ସହିତ ଏକ ଦାବିପତ୍ର ଦେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ନିର୍ବାଚନ ସମୟରେ ନୂଆପଡାକୁ ଏକ ରାଜନୈତିକ ପ୍ରଚାର ଗସ୍ତ କରୁଛନ୍ତି ଏବଂ ସାର୍ବଜନୀନ ଭାବରେ ସାମାଜିକ ଗଣମାଧ୍ୟମରେ ପ୍ରଚାର କରୁଛନ୍ତି। ଆହୁରି ଚିନ୍ତାର ବିଷୟ ହେଉଛି ଯେ ଏହି ରାଜନୈତିକ ପ୍ରଚାର ଓଡ଼ିଶା ସରକାରଙ୍କ ସୂଚନା ଏବଂ ଲୋକସମ୍ପର୍କ (ଆଇ ଆଣ୍ଡ ପିଆର) ବିଭାଗର ସରକାରୀ ମିଡିଆ ସେଲ୍ ହ୍ୱାଟସପ୍ ମାଧ୍ୟମରେ ସରକାରୀ ଲୋକସମ୍ପର୍କ ଅଧିକାରିଣୀ ତନୂଜା ମହାନ୍ତି ପୋଷ୍ଟ କରୁଛନ୍ତି। ଯାହା ନିର୍ବାଚନ ପ୍ରଚାର ପାଇଁ ସରକାରୀ କଳର ସିଧାସଳଖ ଅପବ୍ୟବହାର ସହିତ ସମାନ ହେଉଛି ବୋଲି କଂଗ୍ରେସ ଦର୍ଶାଇଛି। ଏପରିକି ଉକ୍ତ ଲୋକସମ୍ପର୍କ ଅଧିକାରିଣୀ ଯିଏ କି ଜଣେ ସରକାରୀ କର୍ମଚାରୀ ଏବଂ ଉକ୍ତ ହ୍ୱାଟ୍ସଆପ୍ ଗ୍ରୁପ୍ ର ଆଡମିନ ଅଟନ୍ତି ସେ ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଏବଂ ପ୍ରଚାର ବାର୍ତ୍ତାକୁ ପ୍ରୋତ୍ସାହିତ କରୁଥିବା ଫଟୋଗ୍ରାଫ୍, ଫେସବୁକ୍ ଲିଙ୍କ୍ ଏବଂ ପ୍ରଚାର ବିଷୟବସ୍ତୁକୁ ହ୍ୱାଟ୍ସଆପ୍ ଗ୍ରୁପରେ ପୋଷ୍ଟ କରିବା ସହ ଟିଭି ସ୍କ୍ରୋଲିଂ ପାଇଁ ଅନୁରୋଧ ମଧ୍ୟ କରିଥିବା ଉଲ୍ଲେଖ କରାଯାଇଛି। ଉକ୍ତ ପ୍ରଚାର ବାର୍ତ୍ତାଟି ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସରକାରୀ ସୋସିଆଲ ମିଡିଆ ପୃଷ୍ଠାରେ ମଧ୍ୟ ପୋଷ୍ଟ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ସରକାରଙ୍କ ନିୟନ୍ତ୍ରିତ ଗଣମାଧ୍ୟମ ନେଟୱାର୍କ ମାଧ୍ୟମରେ ପ୍ରସାରିତ ହୋଇଛି। ଏହି କାର୍ଯ୍ୟଗୁଡ଼ିକ ସ୍ପଷ୍ଟ ଭାବରେ ଆଦର୍ଶ ଆଚରଣ ସଂହିତା, ବିଶେଷକରି ଧାରା ୮ (କ୍ଷମତାରେ ଥିବା ଦଳ)କୁ ଉଲ୍ଲଂଘନ କରୁଛି। ଯାହା ସ୍ପଷ୍ଟ ଭାବରେ ପ୍ରତିପାଦିତ କରେ କି “ନିର୍ବାଚନ ସମୟରେ ଶାସକ ଦଳ କିମ୍ବା ଏହାର ପ୍ରାର୍ଥୀଙ୍କ ସ୍ୱାର୍ଥକୁ ବୃଦ୍ଧି କରିବା ପାଇଁ ସରକାରୀ କଳ, ସରକାରୀ ଚ୍ୟାନେଲ, ସାଧାରଣ ପାଣ୍ଠି କିମ୍ବା ସରକାରୀ ଅଧିକାରୀଙ୍କ ଅପବ୍ୟବହାର କରାଯାଇ ପାରିବ ନାହିଁ।

ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ବିଜେପି ଦଳ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଛି। କିଛି ଦିନ ତଳେ ନୂଆପଡ଼ାର ଏକ ସରକାରୀ ସ୍କୁଲ ରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ କର୍ମୀ ସମ୍ମିଳନୀ ଆୟୋଜନ କରିଥିଲା।

ତେଣୁ କଂଗ୍ରେସ ଦଳ ଦାବି କରୁଛି କି ସରକାରୀ ଦଳ (ରାଜନୈତିକ) ପ୍ରଚାର ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଅନ୍ୟ କୌଣସି ସରକାରୀ ଯୋଗାଯୋଗ ବ୍ୟବସ୍ଥାର ବ୍ୟବହାରକୁ ତୁରନ୍ତ ବନ୍ଦ ଏବଂ ନିଷେଧ କରିବା। ନୂଆପଡାରେ ଆଦର୍ଶ ଆଚରଣ ସଂହିତାର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ନିର୍ଦ୍ଦେଶନାମା ଜାରି କରିବା, ସରକାରୀ କଳ ବ୍ୟବହାର କରି ରାଜନୈତିକ ବାର୍ତ୍ତା ପ୍ରସାରଣ ପାଇଁ ଦାୟୀ ଅଧିକାରୀ ଏବଂ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସରକାରଙ୍କ ସହିତ ଜଡିତ ଯୋଗାଯୋଗ ଗୋଷ୍ଠୀ ଏବଂ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକରୁ ପ୍ରସାରିତ ପ୍ରଚାର ପୋଷ୍ଟଗୁଡ଼ିକୁ ସିଧାସଳଖ ଅପସାରଣ / ପ୍ରତ୍ୟାହାର କରିବାକୁ କଂଗ୍ରେସ ଦାବି କରୁଛି। ଉକ୍ତ ପ୍ରତିନିଧି ଦଳରେ ପିସିସି ମୁଖପାତ୍ର ସୋନାଲି ସାହୁ, ଡ ମନିଷା ଦାସ ପଟ୍ଟନାୟକ, ଜୟଶ୍ରୀ ପାତ୍ର ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

Previous Post

ଘୂର୍ଣ୍ଣିବଳୟ ‘ମନ୍ଥା’ ପାଇଁ ଆଲର୍ଟରେ ନଗର ଉନ୍ନୟନ ବିଭାଗ

Next Post

ଋଣ ଖିଲାପ: ବ୍ୟାଙ୍କ ନେଇଗଲା ବିଧାୟକଙ୍କ ସମ୍ପତ୍ତି

Next Post
ଋଣ ଖିଲାପ: ବ୍ୟାଙ୍କ ନେଇଗଲା ବିଧାୟକଙ୍କ ସମ୍ପତ୍ତି

ଋଣ ଖିଲାପ: ବ୍ୟାଙ୍କ ନେଇଗଲା ବିଧାୟକଙ୍କ ସମ୍ପତ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA