Sunday, June 15, 2025 11:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Business & Economy

୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼

ମଧ୍ୟବିତ୍ତଙ୍କୁ ଖୁସି କରିଦେଲେ ସୀତାରମଣ

by Our Correspondent
01 Feb, 2025- 08:32 PM
in Business & Economy, Latest News, National, News
1 min read
0
୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼

ନୂଆଦିଲ୍ଲୀ: ଏଥର ବଜେଟ୍ ରେ ଦେଶର ମଧ୍ୟବିତ୍ତ ବର୍ଗଙ୍କ ମୁହଁରେ ହସ ଫୁଟାଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବ୍ୟକ୍ତିଗତ ଆୟକରରେ ସେମାନଙ୍କୁ ଜବରଦସ୍ତ ରିହାତି ଦେଇଛନ୍ତି । ବ୍ୟକ୍ତିଗତ ଆୟକରଦାତାଙ୍କୁ ୧୨ ଲକ୍ଷ ଯାଏଁ ଆୟ ଉପରେ ଟିକସ ଦେବାକୁ ପଡ଼ିବନି । ସେହିଭଳି ଚାଷୀ, ମହିଳାଙ୍କୁ ଖୁସି କଲା ଭଳି ଅନେକ ନୂଆ ଯୋଜନା ଅଣାଯାଇଛି । ଯୁବର୍ଗଙ୍କ ପାଇଁ କର୍ମନିଯୁକ୍ତି ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି । ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଆଜି ପାର୍ଲିଆମେଣ୍ଟରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ।

ବଜେଟ୍ ର ସବୁଠାରୁ ବଡ଼ ଘୋଷଣାଟି ହେଉଛି ୧୨ ଲକ୍ଷ ପର୍ଯ୍ୟନ୍ତ ଆ ଉପରେ ଟିକସ ଛାଡ଼ । ଅର୍ଥାତ ୧୨ ଲକ୍ଷ ଯାଏଁ ଆୟ ଉପରେ ଲୋକଙ୍କୁ ଟିକସ ଦେବାକୁ ପଡ଼ିବନି । ବେତନଭୋଗୀଙ୍କୁ ମଧ୍ୟ ଆୟକରରେ ଖୁସି କରାଯାଇଛି । ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ୭୫ ହଜାର ମିଶାଇ ୧୨ ଲକ୍ଷ ୭୫ ହଜାର ଆୟ ଉପରେ ବେତନଭୋଗୀଙ୍କୁ କିଛି ଟିକସ ଦେବାକୁ ପଡ଼ିବନି ।

ଏହାଦ୍ୱାରା ନୂଆ ଟାକ୍ସ ରେଜିମ୍ ଆପଣାଉଥିବା ଆୟକରଦାତାଙ୍କ ୧୨ ଲକ୍ଷ ଆୟ ଉପରେ ୮୦ ହଜାର ଟଙ୍କା ସଞ୍ଚୟ ହେବ । ସେହିଭଳି ୧୮ ଲକ୍ଷ ଆୟ ଉପରେ ୭୦ ହଜାର ଏବଂ ୨୫ ଲକ୍ଷ ଆୟ ଉପରେ ୧ ଲକ୍ଷ ୧୦ ହଜାର ଟିକସ ସଞ୍ଚୟ ହେବ ।

ତେବେ କ୍ୟାପିଟାଲ୍ ଗେନ୍ ଭଳି ସ୍ୱତନ୍ତ୍ର ଆୟ ଉତ୍ସ ଥିବା ଟିକସଦାତାଙ୍କୁ ନୂଆ ସ୍ଲାବ୍ ଅନୁଯାୟୀ ଟିକସ ଭରିବାକୁ ହେବ ।

ନୂଆ ଟାକ୍ସ ରେଜିମ୍ ରେ ବାର୍ଷିକ ୪ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ୦% ଟିକସ ହାର ଥିବା ବେଳେ ୪ରୁ ୮ ଲକ୍ଷ ଆୟ ଉପରେ ୫%, ୮ରୁ ୧୨ ଲକ୍ଷ ଆୟ ଉପରେ ୧୦%, ୧୨ରୁ ୧୬ ଲକ୍ଷ ଆୟ ଉପରେ ୧୫%, ୧୬ରୁ ୨୦ ଲକ୍ଷ ଆୟ ଉପରେ ୨୦%, ୨୦ରୁ୨୪ ଲକ୍ଷ ଆୟ ଉପରେ ୨୫% ଏବଂ ୨୪ ଲକ୍ଷରୁ ଅଧିକ ଆୟ ଉପରେ ୩୦% ହାରରେ ଟିକସ ଦେବାକୁ ପଡ଼ିବ ।

ବରିଷ୍ଠ ନାଗରିକଙ୍କ ଲାଗି ଟ୍ୟାକ୍ସ ଡିଡକ୍ସନ ୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ବାର୍ଷିକ ୨ ଲକ୍ଷ ୪୦ ହଜାର ଟଙ୍କା ଘରଭଡ଼ା ଉପରେ ଟିଡିଏସ୍ ଲଗାଯାଉଥିବା ବେଳେ ଏହାକୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଅପଡେଟ୍ ରିଟର୍ଣ୍ଣ ଫାଇଲିଂ ସମୟସୀମା ୨ ବଦଳରେ ୪ ବର୍ଷକୁ ବୃଦ୍ଧି କରାଯାଇଛି ।

ବଜେଟ୍ ମୁଖ୍ୟାଂଶ

-୧୦୦ଟି ଜିଲ୍ଲାରେ କୃଷି ଉତ୍ପାଦ ବୃଦ୍ଧି ନେଇ ବିଶେଷ ଯୋଜନା
-ଏଥିରେ ୧.୭୫ କୋଟି କୃଷକ ଲାଭବାନ ହେବେ
-ପରିବା ଓ ଫଳ ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯିବ
-ଡାଲି ଜାତୀୟ ଶସ୍ୟରେ ଆତ୍ମନିର୍ଭର ହେବ ଭାରତ
-ଡାଲି ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ୬ ବର୍ଷୀୟ ଯୋଜନା
-ହରଡ଼, ମସୁର ଓ ବିରି ଉତ୍ପାଦନ ଉପରେ ସ୍ୱତନ୍ତ୍ର ପ୍ରାଧାନ୍ୟ
-କପା ଉତ୍ପାଦନ ପାଇଁ ୫ ବର୍ଷୀୟ ଯୋଜନା
-କପା ଚାଷ ପାଇଁ ଉନ୍ନତ ଜ୍ଞାନକୌଶଳ ଯୋଗାଇ ଦିଆଯିବ
-ବିହାର ଗଠନ ହେବ ମାଖନା ବୋର୍ଡ

-ସକ୍ଷମ ଅଙ୍ଗନବାଡ଼ି ୨.୦ ଉପରେ ଗୁରୁତ୍ୱ
-ଏହା ଦ୍ୱାରା ୮ କୋଟି ଶିଶୁ ଲାଭବାନ ହେବେ

-ସରକାରୀ ସେକେଣ୍ଡାରୀ ସ୍କୁଲକୁ ମିଳିବ ବ୍ରୋଡବ୍ୟାଣ୍ଡ
-ଆଞ୍ଚଳିକ ଭାଷାରେ ପୁସ୍ତକ ପ୍ରକାଶନ କରାଯିବ
-୫୦ ହଜାର ଅଟଳ ଟିଙ୍କରିଂ ଲାବ ପ୍ରତିଷ୍ଠା କରାଯିବ
-ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ବ୍ରୋଡବ୍ୟାଣ୍ଡ ଯୋଗାଇ ଦିଆଯିବ

-AI ଉପରେ ହେବ ୩ଟି ସେଣ୍ଟର ଫର ଏକ୍ସିଲେନ୍ସ
-ସ୍ୱାସ୍ଥ୍ୟ , କୃଷି ଓ ସ୍ଥାୟୀ ସହର ଉପରେ କାମ କରିବ AI
-ଶିକ୍ଷା କ୍ଷେତ୍ରରେ ସେଣ୍ଟର ଫର ଏକ୍ସିଲେନ୍ସ ପାଇଁ ୫୦୦ କୋଟି

-ମେଡିକାଲ କଲେଜରେ ବଢ଼ିବ ୧୦ ହଜାର ସିଟ୍
-ଆଗାମୀ ୫ ବର୍ଷରେ ବଢ଼ିବ ୭୫ ହଜାର ମେଡିକାଲ ସିଟ୍
-ସବୁ ଜିଲ୍ଲା ହସ୍ପିଟାଲରେ ହେବ କ୍ୟାନ୍ସର ଚିକିତ୍ସା କେନ୍ଦ୍ର
-‘ଆଗାମୀ ୩ ବର୍ଷ ଭିତରେ ହେବ କ୍ୟାନ୍ସର ଚିକିତ୍ସା କେନ୍ଦ୍ର

-୨୦୨୫-୨୬ରେ ହେବ ୨୦୦ଟି ଡେ କେୟାର କ୍ୟାନ୍ସର କେନ୍ଦ୍ର
-ମେଡିକାଲ ପର୍ଯ୍ୟଟନ ପାଇଁ ବିଶେଷ ଯୋଜନା
-୫୦ଟି ପର୍ଯ୍ୟଟନସ୍ଥଳୀର ବିକାଶ କରାଯିବ

-ଉଡାନ ଯୋଜନାକୁ ସଂପ୍ରସାରଣ କରାଯିବ
-୧୨୦ଟି ନୂଆ ସହରକୁ ଉଡାନ ଯୋଜନାରେ ସଂଯୋଗ କରାଯିବ
-ବିହାରରେ ଗ୍ରିନଫିଲ୍ଡ ବିମାନବନ୍ଦର ସ୍ଥାପନ କରାଯିବ
-ବିହାର ମିଥିଳାଂଚଳ ଜଳସେଚନ ପାଇଁ ବିଶେଷ ବ୍ୟବସ୍ଥା
-PM ଗତି ଶକ୍ତି ଯୋଜନାକୁ ସଂପ୍ରସାରଣ କରାଯିବ

-ଆସନ୍ତା ସପ୍ତାହରେ ଆସିବ ନୂଆ ଆୟକର ବିଲ୍
-ନୂଆ କର ବିଲ୍ ଆଗତ ନେଇ ବଜେଟ୍‌ରେ ଘୋଷଣା
-ଆସିବ ଜନ ବିଶ୍ୱାସ ଆଇନ ୨.୦: ନିର୍ମଳା
-ବୀମା କ୍ଷେତ୍ରରେ FDI ୭୫%ରୁ ୧୦୦%କୁ ବୃଦ୍ଧି 

-ବିତ୍ତୀୟ ନିଅଣ୍ଟ ୪.୪%
-ଜୀବନ ରକ୍ଷାକାରୀ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼
-୩୬ଟି ଜୀବନ ରକ୍ଷାକାରୀ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼
-କଷ୍ଟମ ଡ୍ୟୁଟି ଛାଡ଼ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା

-ଶସ୍ତା ହେବ LED ଓ LCD ଟିଭି
-LED ଓ LCD ଟିଭି ଉପରେ କର ହ୍ରାସ
-ମୋବାଇଲ ଫୋନ ବ୍ୟାଟେରୀ ମଧ୍ୟ ଶସ୍ତା ହେବ
-ଶସ୍ତା ହେବ ଚମଡ଼ାଜାତ ଦ୍ରବ୍ୟ, ହ୍ରାସ ହେଲା କର
-ଲିଥିୟମ ବ୍ୟାଟେରୀ ମଧ୍ୟ ଶସ୍ତା ହେବ

Previous Post

ଭୁବନେଶ୍ୱରର ଟ୍ରାଫିକ୍ ଭିଡ ହ୍ରାସ ପାଇଁ ପ୍ରାୟ ୭,୦୦୦ କୋଟି ଟଙ୍କାର ଯୋଜନା

Next Post

ଲୋକାଭିମୁଖୀ, ବିକାଶମୁଖୀ ବଜେଟ୍: ମୋହନ

Next Post
ଲୋକାଭିମୁଖୀ, ବିକାଶମୁଖୀ ବଜେଟ୍: ମୋହନ

ଲୋକାଭିମୁଖୀ, ବିକାଶମୁଖୀ ବଜେଟ୍: ମୋହନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA