Friday, June 5, 2026 12:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୋଷ୍ଟାଲ୍ ହାଇୱେକୁ ମଞ୍ଜୁର

୧୬୦ କିମି ଲମ୍ବ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୮,୩୦୦ କୋଟି

by Our Correspondent
03 Jun, 2026- 11:45 PM
in Latest News, News
1 min read
0
କୋଷ୍ଟାଲ୍ ହାଇୱେକୁ ମଞ୍ଜୁର
Spread the love

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ୯୦ ନଂ ଜାତୀୟ ରାଜପଥ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଗ୍ରୀନଫିଲ୍ଡ ‘କୋଷ୍ଟାଲ ହାଇୱେ’ ନିର୍ମାଣ ପାଇଁ ମଞ୍ଜୁର ମିଳିଛି । ପ୍ରାୟ ୧୬୦. ୧୮ କିଲୋମିଟର ଲମ୍ବ ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ପ୍ରାୟ ୮,୩୦୦ କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ପ୍ରକଳ୍ପ ହାଇବ୍ରିଡ୍ ଆନୁଇଟି ମୋଡ୍ ରେ ନିର୍ମାଣ କରାଯିବ । ଓଡିଶା ର ଚାରି ଜିଲ୍ଲା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଏଵଂ ଜଗତସିଂହପୁର କୁ ଏହା ସଂଯୋଗ କରିବ l

ଏହି ମେଗା ପ୍ରକଳ୍ପକୁ ଦୁଇଟି ପ୍ୟାକେଜ୍ ରେ ବିଭକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟ ପ୍ୟାକେଜ୍-୧ ଅଧୀନରେ ରାମେଶ୍ୱରଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ ୭୯ କିଲୋମିଟର ରାସ୍ତାକୁ ୪- ଲେନ୍ ବିଶିଷ୍ଟ ହାଇୱେ କରାଯିବ । ପ୍ୟାକେଜ୍-୨ ଅଧୀନରେ କାକଟପୁରଠାରୁ ପାରାଦ୍ୱୀପ ପର୍ଯ୍ୟନ୍ତ ପ୍ରାୟ ୮୦ କିଲୋମିଟର ରାସ୍ତାକୁ ପକ୍କା ସୋଲ୍ଡର ୨-ଲେନ୍ ବିଶିଷ୍ଟ ରୋଡ୍ ଭାବେ ନିର୍ମାଣ କରାଯିବ ।

ଉକ୍ତ ପ୍ରକଳ୍ପ ଓଡ଼ିଶାର ପ୍ରମୁଖ ସାମୁଦ୍ରିକ ବନ୍ଦର, ଆଧ୍ୟାତ୍ମିକ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ସଂଯୋଗ କରିବା ସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଇଛି ।

ଏହି ପ୍ରକଳ୍ପକୁ ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ “ପୂର୍ବୋଦୟ ମିଶନ’ ରେ ଓଡ଼ିଶାର ଆର୍ଥିକ ପ୍ରଗତି, ପର୍ଯ୍ୟଟନ ଏବଂ ବାଣିଜ୍ୟ କ୍ଷେତ୍ରରେ ଉକ୍ତ ପ୍ରକଳ୍ପ ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମି ସୁଦୃଢ଼ କରିବା ସହ ରାଜ୍ୟର ବ୍ଲୁ ଇକୋନୋମୀ ଏବଂ ଶିଳ୍ପାୟନକୁ ନୂଆ ଗତି ଦେବ । ଏହା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାକୁ ଏହି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଏବଂ ଜାତୀୟ ରାଜପଥ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ବିକାଶରେ ନୂଆ ଫର୍ଦ୍ଦ ଯୋଡି ହୋଇଛି । ଏହି ମେଗା ପ୍ରକଳ୍ପ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଭାଗ୍ୟ ବଦଳାଇବ । ଓଡ଼ିଶାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ । ଉପକୂଳ ଜିଲ୍ଲାଗୁଡ଼ିକୁ ଯୋଡ଼ିବା ସହ ଯାତ୍ରା ସମୟକୁ ହ୍ରାସ କରିବ । ପର୍ଯ୍ୟଟନ, ବ୍ୟବସାୟ, ଲଜିଷ୍ଟିକ୍ସ ଓ ଅର୍ଥନୈତିକ ଅଭିବୃଦ୍ଧି ହେବ । ଲକ୍ଷ ଲକ୍ଷ ଲୋକଙ୍କ ଜୀବନଧାରଣର ମାନ ସୁଧାରିବ ।

Previous Post

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୯୬% ସମାଧାନ ଦାବିର ସତ୍ୟତା କେତେ: ବିଜେଡି

Next Post

‘ଜୁନ୍ ୪’ ହିସାବ ନିକାଶ

Next Post
‘ଜୁନ୍ ୪’ ହିସାବ ନିକାଶ

'ଜୁନ୍ ୪' ହିସାବ ନିକାଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA