Friday, June 26, 2026 02:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାରେ ନବସୃଜନରୁ ନବଉଦ୍ୟୋଗ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟ: ଧର୍ମେନ୍ଦ୍ର ପ୍ରଧାନ

by Our Correspondent
11 Feb, 2024- 11:41 PM
in Latest News, News
1 min read
0
ଓଡ଼ିଶାରେ ନବସୃଜନରୁ ନବଉଦ୍ୟୋଗ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:  ଓଡ଼ିଶାରେ ଯୁବପିଢିଙ୍କ ମାଧ୍ୟମରେ ନବସୃଜନରୁ ନବଉଦ୍ୟୋଗ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଆଇଆଇଟି ଭୁବନେଶ୍ୱରର ଗବେଷଣା ଏବଂ ଉଦ୍ୟମିତା ପାର୍କର ୧୦୦ କ୍ୟୁବ୍ ଷ୍ଟାର୍ଟଅପ୍ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି ।

ଏହି ମହତ୍ୱକାଂକ୍ଷୀ ଷ୍ଟାର୍ଟଅପ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଏକ ଐତିହାସିକ ଦିନ । ଆମେ ନୂଆ କୋଣାର୍କ ମନ୍ଦିର ଭଳି ଆଇଆଇଟି ଭୁବନେଶ୍ୱରର ଗବେଷଣା ଏବଂ ଉଦ୍ୟମିତା ପାର୍କର ଶୁଭାରମ୍ଭ କଲେ । ୨୦୩୬ ସୁଦ୍ଧା ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ । ଏହି ସମୟ ସୁଦ୍ଧା ଏହି ପାର୍କରେ ହାରାହାରି ୧୦୦ କୋଟି ଟଙ୍କା ଲେଖାଁଏ ମୂଲ୍ୟର ୧୦୦ଟି ଷ୍ଟାର୍ଟଅପ୍ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଷ୍ଟାର୍ଟ ଅପ ଗୁଡିକୁ ନିବେଶକଙ୍କ ସହ ସମନ୍ୱୟ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ସମ୍ବଳ, ସହଯୋଗ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହି ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଣାଳୟ ୧୩୦ କୋଟି ଟଙ୍କା ସହାୟତାରେ ଉକ୍ତ ପାର୍କକୁ ଆସନ୍ତା ୨ ବର୍ଷ ମଧ୍ୟରେ ୨୦ହଜାର ବର୍ଗଫୁଟରୁ ୮୦ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ ।

ଇନୋଭେସନ ଓଡ଼ିଆ ପିଲାଙ୍କ ଡିଏନଏରେ ଅଛି । ହଜାର ହଜାର ବର୍ଷ ପୂର୍ବରୁ ଆମର ଓଡ଼ିଆ ସଭ୍ୟତାର ସାମୂହିକ ପ୍ରତିଫଳନ କୋଣାର୍କ ଥିଲା । ଓଡ଼ିଆ ପିଲାଙ୍କ ମଧ୍ୟରେ ଥିବା ଉଦ୍ୟୋଗୀ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ତଥା ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଏହି ପଦକ୍ଷେପ ନିଆଯାଇଛି । ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାର୍ଟଅପ୍ ଇଣ୍ଡିଆ ଓ ଆତ୍ମନିର୍ଭର ଏବଂ ବିକଶିତ ଭାରତର କଳ୍ପନାକୁ ସାକାର କରିବାର ସହାୟକ ହେବ । ଅର୍ଥନୀତି ମଜଭୂତ୍ ହେବା ସହ ରୋଜଗାର ସୃଷ୍ଟି ହେବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭାରତ, ଶ୍ରେଷ୍ଠ ଭାରତର କଳ୍ପନା କରିଛନ୍ତି । ବିଶ୍ୱ ଯେତେବେଳେ ଟେକ୍ନୋଲୋଜି ମାଧ୍ୟମରେ ଏକ ଛୋଟ ଗାଁରେ ପରିବର୍ତ୍ତନ ହେଉଛି, ସେତେବେଳେ ଭାରତ ପ୍ରତି ବିଶ୍ୱର ଭରସା ବଢୁଛି । ଭାରତ ଯୁବବର୍ଗଙ୍କ ଦେଶ । ଭାରତର ସମସ୍ୟାର ସମାଧାନ ଆମର ଷ୍ଟାର୍ଟଅପ ପରିସଂସ୍ଥାନରେ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ଷ୍ଟାର୍ଟଅପ୍ ସଂଖ୍ୟା ଦେଶରେ ୧ ଲକ୍ଷ ୨୦ ହଜାରରେ ପହଞ୍ଚିଛି । ଦେଶରେ ମହିଳା ନେତୃତ୍ୱ ବିକାଶ ହେଉଛି ।

ଓଡ଼ିଆ ପିଲାଙ୍କ ନବସୃଜନକୁ ଦେଖିଲେ ମୋର ଉତ୍ସାହ ଶହେ ଗୁଣା ବୃଦ୍ଧି ପାଇଛି । ପୁରୀ ଅଞ୍ଚଳର ପିଲାମାନେ ନଡିଆ ଖୋଳପାରୁ ପେଟ୍ରୋକେମିକାଲ ବିକଳ୍ପ ଉତ୍ପାଦ ବାହାର କରୁଛନ୍ତି, ଏହା ହିଁ ବଡ ପ୍ରେରଣା । ଏକବିଂଶ ଶତାବ୍ଦୀରେ ଭାରତର ନେତୃତ୍ୱରେ ଆଇଆଇଟି, ଏନଆଇଟି ଓ ଇଞ୍ଜିନିୟର କଲେଜ ଗୁଡିକ ବିଶ୍ୱ ସମସ୍ୟାର ସମାଧାନ ବାହାର କରିବେ । ୧୦୦ କ୍ୟୁବ୍ ଷ୍ଟାର୍ଟଅପ ସେ ଦିଗରେ ଅନ୍ୟତମ ପଦକ୍ଷେପ । ଯେତେବେଳେ ଓଡ଼ିଶା ଭାଷା ଭିତ୍ତିରେ ୧୦୦ ବର୍ଷ ପୂରଣ କରିବ, ୧୦୦ ଜଣ ଉଦ୍ୟମୀ ବାହାରିବେ । ଓଡ଼ିଶାର ଭୂମିରୁ ଆଇଡିଆକୁ ବିକଶିତ କରି ଷ୍ଟାର୍ଟଅପ ପରିସଂସ୍ଥାନକୁ ମଜଭୂତ କରିବାକୁ ହେବ । ଓଡ଼ିଶାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସହଯୋଗୀ ହେବା ପାଇଁ ବଡ ଭାଇର ଦାୟିତ୍ୱ ନିର୍ବାହ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ଉଦ୍ୟୋଗୀ ସମାଜକୁ ଆହ୍ୱାନ କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆନୁଷ୍ଠାନିକ ଭାବରେ ଆଇଆଇଟି ଭୁବନେଶ୍ୱରର ୧୫୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ୪୫୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ସ୍ଥାପନ କରିଛନ୍ତି । ୧୦୦ କ୍ୟୁବ୍ ଷ୍ଟାର୍ଟଅପ୍ ପଦକ୍ଷେପ ଓଡ଼ିଶାକୁ ଶିଳ୍ପର ପେଣ୍ଠସ୍ଥଳୀ ଭାବରେ ପ୍ରତିଷ୍ଠା କରିବ । ଦେଶରେ ଷ୍ଟାର୍ଟ-ଅପ୍ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଦିଗରେ ଆଇଆଇଟି ଭୁବନେଶ୍ୱରର ଯାତ୍ରାରେ ଏହା ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଆଇଆଇଟି ଭୁବନେଶ୍ୱରରେ ସ୍ଥାପନା ହେବାକୁ ଥିବା  ୧୦୦ଟି କ୍ୟୁବ୍ ଷ୍ଟାର୍ଟଅପ୍ ପଦକ୍ଷେପ ଦେଶରେ ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରୋତ୍ସାହିତ କରିବା ସହ ଭାରତର ଗ୍ଲୋବାଲ ଇନୋଭେସନ ରାଙ୍କରେ ଭାରତକୁ ଉନ୍ନତ କରିବାରେ ସହାୟକ ହେବ । ପୂର୍ବ ଭାରତର ସାମାଜିକ, ଅର୍ଥନୈତିକ, ଶିଳ୍ପ ଏବଂ ସାମ୍ରଗିକ ଅଭିବୃଦ୍ଧିକୁ ପୂରଣ କରିବା ଲକ୍ଷ୍ୟରେ ସ୍ଥାପନା ହେଉଥିବା ଏହି ପାର୍କ ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ ମିଶନ’ର ହେବ ପେଣ୍ଠସ୍ଥଳୀ ହେବ ।

ଏହି ଉଦଘାଟନୀ ଉତ୍ସବରେ ଆଇଆଇଟିର ଗବେଷଣା ପାର୍କର ଅଧ୍ୟାପକ ମୁଖ୍ୟ, ଶିଳ୍ପପତି ଓ ପୁଞ୍ଜିପତିଙ୍କ ଦ୍ୱାରା ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅଧ୍ୟାପକ ଓ ଷ୍ଟାର୍ଟଅପ୍ ମାନଙ୍କ ମଧ୍ୟରେ ଏକ ବୈଷୟିକ କର୍ମଶାଳା ଅନୁଷ୍ଠିତ ହେଇଥିଲା । ଏହାପରେ ୧୦୦ଟି କ୍ୟୁବ୍ ଷ୍ଟାର୍ଟଅପ୍ ଲକ୍ଷ୍ୟ ହାସଲ କରିବା ଲକ୍ଷ୍ୟରେ ଅପରାହ୍ନ ୨ଟାରୁ ଅପରାହ୍ନ ୪ଟା ମଧ୍ୟରେ ପ୍ରାୟ ୨୦ଟି ଶିଳ୍ପସଂସ୍ଥା, ୩୦ଟି ଷ୍ଟାର୍ଟଅପ୍ ଏବଂ ୩୦ଟି ପୁଞ୍ଜିନିବେଶକାରୀଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ(ଏମଓୟୁ) ହୋଇଛି  ।  ଏହି ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମରେ ଦେଶ ବିଦେଶର ଷ୍ଟାର୍ଟଅପ୍ ସମୂହର ବ୍ୟକ୍ତିବିଶେଷ, ୟୁଏସଏ, ୟୁକେ, ୟୁଏଇ, ଅଷ୍ଟ୍ରେଲିଆ, ଫିନଲ୍ୟାଣ୍ଡ, କେନିଆ, ଓମାନ ସମେତ ବିଭିନ୍ନ ଦେଶର ପ୍ରତିନିଧି, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ଆଇଆଇଟି ପ୍ରାଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଏହି ଅବସରରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଏକ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଥିଲା । 

 

 

 

Previous Post

କେନ୍ଦୁପତ୍ର ତୋଳାଳୀଙ୍କୁ ୫୦ ପ୍ରତିଶତ ବୋନସ୍‌

Next Post

ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାକୁ ଗଡ଼ିଲା ଲକ୍ଷ୍ମୀ ବସ୍

Next Post
ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାକୁ ଗଡ଼ିଲା ଲକ୍ଷ୍ମୀ ବସ୍

ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାକୁ ଗଡ଼ିଲା ଲକ୍ଷ୍ମୀ ବସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA