Friday, September 25, 2026 11:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ କର

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

by Our Correspondent
13 Aug, 2024- 08:17 PM
in Latest News, News
1 min read
0
ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ କର

ନୂଆଦିଲ୍ଲୀ/ଭୁବନେଶ୍ୱର; ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ଆଇନଗତ ଓ ନିୟାମକ ଢାଞ୍ଚା ଅନୁସାରେ ସୁଧାରିବା ସହ ଆବଶ୍ୟକ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷାବିତମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଫେରାଇ ଆଣିବା, ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାୟତତାକୁ ସୁରକ୍ଷିତ ରଖିବା ଏବଂ ଆମ ରାଜ୍ୟ ଯେପରି ଶିକ୍ଷାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବ ତାହା ସୁନିଶ୍ଚିତ କରିବା ପାଇଁ ଏହି ସଂଶୋଧନ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ।  

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ତତ୍କାଳୀନ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ପ୍ରଣୟନ କରିଥିଲେ, ଯାହା ମୂଳ ଆଇନ ୧୯୮୯  ଅନେକ ବ୍ୟାପକ ପରିବର୍ତ୍ତନ ଆଣିଥିଲା । ଏହି ଆଇନରେ ପରିବର୍ତ୍ତନ କେବଳ ୟୁଜିସି ଦ୍ୱାରା ନିର୍ଦ୍ଧାରିତ ୟୁଜିସି ଆଇନର ବ୍ୟବସ୍ଥା ଏବଂ ନିୟମରେ ଦ୍ୱନ୍ଦ ସୃଷ୍ଟି କରୁନଥିଲା ବରଂ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାର୍ଥ, ସେମାନଙ୍କ ସ୍ୱାୟତତାକୁ ମଧ୍ୟ କ୍ଷୁଣ୍ଣ କରୁଥିଲା । ବିଶେଷ କରି ଗମ୍ଭୀରଦାନ କେ ଗଡ଼ଭି ବନାମ ଗୁଜରାଟ ମାମଲାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ମାର୍ଚ୍ଚ ୦୩, ୨୦୨୨ ତାରିଖରେ ଦେଇଥିବା ରାୟ ପରିପ୍ରେକ୍ଷୀରେ ଏହି ଅସଙ୍ଗତି ଗଭୀର ଚିନ୍ତାର ବିଷୟ, ଯେଉଁଥିରେ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ପ୍ରଣୟନ କରିଥିବା ଆଇନ ଉପରେ ୟୁଜିସିର ସର୍ବୋଚ୍ଚ ନିୟମାବଳୀକୁ ସ୍ପଷ୍ଟ ଭାବେ ବଜାୟ ରଖାଯାଇଛି । ଉଲ୍ଲେଖଯୋଗ୍ୟ, ପୂର୍ବ ସରକାରଙ୍କ ଏହି ପଦକ୍ଷେପ ଗୁଡ଼ିକ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାୟତତାକୁ ସଂଙ୍କୁଚିତ କରିବା ଉଦ୍ଦେଶ୍ୟରେ ନିଆଯାଇଥିଲା ଏବଂ ଓଡ଼ିଶାରେ ଶିକ୍ଷାବିତଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।

କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ  ଓଡ଼ିଶା ସ୍ୱାଧୀନ ଓ ଉଚ୍ଚମାନର ଶିକ୍ଷାବିତଙ୍କୁ ତିଆରି କରିବାର ପରମ୍ପରା ରହିଛି, ଯେଉଁମାନେ ରାଷ୍ଟ୍ର ନିର୍ମାଣ ସହ ରାଜ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଜୀବନ୍ତ ଶିକ୍ଷଣ ପରିବେଶ ସୃଷ୍ଟି କରିବାରେ ବଡ ଦାୟିତ୍ୱ ଭୂମିକା ଗ୍ରହଣ କରିଛନ୍ତି । ସେମାନେ ସ୍ୱାଧୀନତା, ବିଶ୍ୱସନୀୟତା ଏବଂ ପ୍ରଶାସନିକ ଦକ୍ଷତା ଦ୍ୱାରା ରାଜ୍ୟ ପାଇଁ ଗୌରବ ଅର୍ଜନ କରିଥିଲେ । ଡ. ପ୍ରାଣକୃଷ୍ଣ ପରିଜା, ପ୍ରଫେସର ଶୀରାମ ଚନ୍ଦ୍ର ଦାସ, ପ୍ରଫେସର ଚିନ୍ତାମଣି ଆଚାର୍ଯ୍ୟ, ଡ. ସଦାଶିବ ମିଶ୍ର ଏବଂ ଡା. ମହେନ୍ଦ୍ର କୁମାର ରାଉତଙ୍କ ପରି ବ୍ୟକ୍ତିବିଶେଷମାନେ ଜଣେ ସ୍ୱାଭିମାନୀ ଏବଂ ସ୍ୱାଧୀନ ଶିକ୍ଷାବିତ୍ ଭାବେ ଦୃଢ଼ ଭାବେ ନିଜକୁ ଉପସ୍ଥାପିତ କରିଛନ୍ତି । ତେଣୁ ରାଜ୍ୟର ଶିକ୍ଷାବିତ୍ ଓ ଶିକ୍ଷାନୁଷ୍ଠାନଗୁଡ଼ିକର ବିଶ୍ୱସନୀୟତାକୁ କ୍ଷୁଣ୍ଣ କରିବା ପାଇଁ ପୂର୍ବ ସରକାର କରିଥିବା ପ୍ରୟାସକୁ ତୁରନ୍ତ ବା ଅବିଳମ୍ବେ ପୁନର୍ବିଚାର କରାଯିବା ଜରୁରୀ ।

ୟୁଜିସିର ନିୟମାବଳି ବ୍ୟାପକ ବିଚାରବିମର୍ଶ ଆଲୋଚନା ପରେ ପ୍ରସ୍ତୁତ କରାଯାଏ ଏବଂ ଶିକ୍ଷାନୁଷ୍ଠାନର ସ୍ୱାୟତତାକୁ ସମ୍ମାନ ଦେଇ ଶୈକ୍ଷିକ ମାନରେ ସମାନତା ବଜାୟ ରଖିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ ।  ଯଦି କୌଣସି ଆଇନଗତ ଢାଞ୍ଚା ଯାହା ଏହି ନିୟମାବଳିକୁ ଅଣଦେଖା କରେ, ତାହା ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ପରିର୍ତ୍ତନ ଆଣିବା ସହ ଶିକ୍ଷାର ଗୁଣାତ୍ମକ ମାନ ଏବଂ ଶିକ୍ଷାବିତଙ୍କ ସମ୍ମାନ ଉପରେ  ମଧ୍ୟ ପ୍ରଭାବ ପକାଇଥାଏ ।

ବିଶ୍ୱବିଦ୍ୟାଳୟରେ କୁଳପତି ଚୟନ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପଦ୍ଧତି ସମ୍ପର୍କରେ ଉପରୋକ୍ତ ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନରେ ଯେଉଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରହିଛି ତାହା କେବଳ ୟୁଜିସିର ଏହି ନିୟମାବଳୀ ସହ ଅସଙ୍ଗତ ନୁହେଁ ବରଂ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିର୍ଦ୍ଧାରିତ ନ୍ୟାୟିକ ନିର୍ଦ୍ଦେଶକୁ ମଧ୍ୟ ଅଣଦେଖା କରୁଛି । ଏହାବ୍ୟତୀତ ସଂଶୋଧିତ ଆଇନ ଅନୁଯାୟୀ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସଂସ୍ଥା ସିଣ୍ଡିକେଟ୍ ଗଠନରେ କୁଳାଧିପତି ଓ ସରକାରୀ ଅଧିକାରୀଙ୍କ ବହୁ ସଂଖ୍ୟକ ମନୋନୀତ ସଦସ୍ୟଙ୍କୁ ସାମିଲ କରାଯିବା ଶିକ୍ଷାବିତ୍ ମହଲରେ ଉଦବେଗ ସୃଷ୍ଟି କରିଛି ।

ଏହି ସଂଶୋଧନ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ଅତ୍ୟଧିକ ସରକାରୀ ନିୟନ୍ତ୍ରଣ ସୃଷ୍ଟି କରିପାରେ, ଯାହାକି ଶିକ୍ଷକଙ୍କ ସ୍ୱାଧୀନତାକୁ ଅଣଦେଖା କରିବ । ସେହିପରି ଏହି ଆଇନ ସ୍ୱାଧୀନ ଭାବରେ କାର୍ଯ୍ୟ କରିବା ଏବଂ ଶୈକ୍ଷିକ ଅଖଣ୍ଡତା ବଜାୟ ରଖିବାର କ୍ଷମତାକୁ କ୍ଷୁଣ୍ଣ କରିପାରେ ବୋଲି ଶିକ୍ଷାବିତ ସମ୍ପ୍ରଦାୟ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି । ସ୍ୱାୟତତାର ଏହି ଅବକ୍ଷୟ  ଶିକ୍ଷାନୁଷ୍ଠାନ ସହ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଶିକ୍ଷାର ଗୁଣବତ୍ତାର ମାନ ଉପରେ ମଧ୍ୟ ପ୍ରଭାବ ପଡିବ । ୟୁଜିସି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନିୟମ ଆଧାରରେ ଶିକ୍ଷାନୁଷ୍ଠାନର ସନ୍ତୁଳନ ବଜାୟ ରଖି ୟୁଜିସିର ନିୟମାବଳିରେ କାର୍ଯ୍ୟ କରିବା ଆବଶ୍ୟକ । ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ରାଜ୍ୟ ଗୁରୁତ୍ୱର ସହ ନେଇ ପଦକ୍ଷେପ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

Previous Post

ଭୁବନେଶ୍ୱରରୁ ପୁରୀ ହେବ ୬ ଲେନ୍

Next Post

‘ଯାହା ପ୍ରତିଶ୍ରୁତି ଦେବି, ନିଶ୍ଚୟ ପାଳନ କରିବି’

Next Post
‘ଯାହା ପ୍ରତିଶ୍ରୁତି ଦେବି,  ନିଶ୍ଚୟ ପାଳନ କରିବି’

'ଯାହା ପ୍ରତିଶ୍ରୁତି ଦେବି, ନିଶ୍ଚୟ ପାଳନ କରିବି'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA