Tuesday, May 26, 2026 09:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କି ସଂଯୋଗ! ନବୀନ ନିବାସରେ ଦୁଇ କେନ୍ଦ୍ରମନ୍ତ୍ରୀ

ନବୀନଙ୍କ ସହ ସୌହାର୍ଦ୍ଦପୁର୍ଣ୍ଣ ଆଲୋଚନା

by Our Correspondent
29 Oct, 2021- 10:52 PM
in Latest News, News, Politics
1 min read
0
କି ସଂଯୋଗ! ନବୀନ ନିବାସରେ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତର ଶେଷ ଦିନରେ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ରେଲୱେ, କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ୍ ଆଜି ଅପରାହ୍ନରେ ନବୀନ ନିବାସ ଆସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରାୟ ୪୫ ମିନିଟ୍ କାଳ ଆଲୋଚନା କରିଥିଲେ ।

ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ କ୍ଲିନ୍ ଏନର୍ଜୀ ସେସ୍ ର ୬୦% ଓଡ଼ିଶାକୁ ଦେବା, ସୁନ୍ଦରଗଡ଼ରେ ଏମସ୍ ପ୍ରତିଷ୍ଠା ଏବଂ ତାଳଚେର ଏମସିଏଲ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ପାଇଁ ଦାବି କରିଥିଲେ ।

ମଧ୍ୟାହ୍ନରେ ଦୁଇ କେନ୍ଦ୍ରମନ୍ତ୍ରୀ ହୋଟେଲ ମେ ଫେୟାରରେ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ସେଠା କାର୍ଯ୍ୟକ୍ରମ ସରିବା ପରେ ଅପରାହ୍ନ ପ୍ରାୟ ୫.୪୫ ରେ ନବୀନ ନିବାସ ଆସିଥିଲେ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଅତ୍ୟନ୍ତ ସୌହାର୍ଦ୍ଦପୂର୍ଣ୍ଣ ଥିଲା । ନବୀନଙ୍କ ଆତିଥ୍ୟ ପାଇ ଖୁସିରେ ସେମାନେ ଫେରିଥିଲେ ।

ସାମ୍ପ୍ରତିକ ପରିସ୍ଥିତିରେ ଦୁଇ କେନ୍ଦ୍ରମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମ ବାହାରେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଘଟଣାକୁ ରାଜନୈତିକ ମହଲ ଗୁରୁତ୍ୱ ଦେଇଛନ୍ତି । ନବୀନ ନିବାସରେ ଉଭୟ ପକ୍ଷ ମଧ୍ୟରେ ରାଜ୍ୟର ବିକାଶ ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି । ନବୀନଙ୍କ ସହ ସମ୍ପର୍କର ଡୋରି ଏବଂ ସମ୍ମାନ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନ ନିବାସ ଟାଣି ଆଣିଥିଲା ବୋଲି ଚର୍ଚ୍ଚା ହେଉଛି ।

ମମିତା ମେହେର ହତ୍ୟା ଘଟଣା ଏବେ ରାଜ୍ୟରେ କମ୍ପମାନ ହେଉଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ସାରା ରାଜ୍ୟରେ ଆନ୍ଦୋଳନ ଚଳାଇଛି । ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଥିବା ଅଭିଯୋଗ ବାଢ଼ି ବିଜେପି ତାଙ୍କୁ ନିଶାନା କରିଛି । ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରେସ୍ ମିଟ୍ କରି ବିଜେଡ଼ି ସରକାର ବିରୋଧରେ ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ମୃତ ମମିତାଙ୍କ ଗାଁକୁ ଆଜି ବିଜେପିର ତିନିଜଣିଆ କେନ୍ଦ୍ରୀୟ ମହିଳା ପ୍ରତିନିଧ ଆସିି ତାଙ୍କ ବାପାମାଆଙ୍କୁ ଭେଟିଥିଲେ । ମାମଲାରେ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ସେମାନେ ସନ୍ଦେହ ପ୍ରକଟ କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ପାଇଁ ଦଳର ଦାବି ଦୋହରାଇଥିଲେ । ଇଆଡ଼େ ଏତେବଡ଼ ମାମଲାରେ ଥରୁଟିଏ ପାଟି ଖୋଲି ଅନ୍ତର୍ଦ୍ଧାନ ଏବଂ ରାଜ୍ୟ ବିଜେପିରେ ଅଲୋଡ଼ା ହୋଇଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଆଜି ଆର୍ବିଭାବ ହୋଇଥିଲା । ଏକ ସାମ୍ବାଦିକ ସମ୍ମିଳନୀ କରି ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିଲେ ।

ଗୋଟେ ପଟେ ରାଜ୍ୟ ସରକାରଙ୍କୁ ବିଜେପି କେନ୍ଦ୍ରୀୟ ଟିମ୍ କାଠଗଡ଼ାରେ ଛିଡ଼ା କରାଇବା ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ କଟୁ ଭାଷାରେ ସମାଲୋଚନା କରିଥିବା ବେଳେ ଆଉ ଗୋଟେ ପଟେ ଦୁଇ କେନ୍ଦ୍ରମନ୍ତ୍ରୀ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଆତିଥ୍ୟ ଗ୍ରହଣ କରିବାକୁ ଆଜି ଦିନର ରୋଚକ ଘଟଣା ବୋଲି ବିବେଚନା କରାଯାଉଛି । ଏହାର ରାଜନୈତିକ ଦିଗ ଓ ବାର୍ତ୍ତାଟି ବୁଝିବା ନେତା ବୁଝିଯାଇଛନ୍ତି ।

ବିଜେପି କେନ୍ଦ୍ରୀୟ ନେତୃତ୍ୱ ନବୀନ ପଟ୍ଟନାୟକଙ୍କୁ ବହୁତ ସମ୍ମାନ କରନ୍ତି ଏବଂ ସେମାନଙ୍କ ଆଖିରେ ନବୀନ ହୀରୋ ହୋଇ ରହିଛନ୍ତି ବୋଲି ଆଜିର ଘଟଣାରୁ ସ୍ପଷ୍ଟ ପ୍ରତୀୟମାନ ହେଉଥିବା ଖୋଦ୍ ଦଳୀୟ ଶିବିରରେ ଆଲୋଚନା ହେଉଛି ।

Previous Post

ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର

Next Post

କାଉଣ୍ଟର୍ ଷ୍ଟ୍ରାଟେଜି ! ଦରବୃଦ୍ଧି ଅସ୍ତ୍ର ବାହାର କଲା ବିଜେଡ଼ି

Next Post
କାଉଣ୍ଟର୍ ଷ୍ଟ୍ରାଟେଜି ! ଦରବୃଦ୍ଧି ଅସ୍ତ୍ର ବାହାର କଲା ବିଜେଡ଼ି

କାଉଣ୍ଟର୍ ଷ୍ଟ୍ରାଟେଜି ! ଦରବୃଦ୍ଧି ଅସ୍ତ୍ର ବାହାର କଲା ବିଜେଡ଼ି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA