Tuesday, June 23, 2026 09:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରଥମ ଦିନରେ ସାଢ଼େ ୪ ଲକ୍ଷ କୋଟିର ପୁଞ୍ଜି ପ୍ରସ୍ତାବ

ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଉଦଘାଟିତ

by Our Correspondent
28 Jan, 2025- 08:52 PM
in Latest News, News
1 min read
0
ପ୍ରଥମ ଦିନରେ ସାଢ଼େ ୪ ଲକ୍ଷ କୋଟିର ପୁଞ୍ଜି ପ୍ରସ୍ତାବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଜି ଭୁବନେଶ୍ୱରର ଜନତା ମୈଦାନରେ ଡବଲ୍ ଇଞ୍ଜିନ୍ ସରକାରଙ୍କ ପ୍ରଥମ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ଉଦଘାଟିତ ହୋଇଛି । ପ୍ରଥମ ଦିନରେ ବିଭିନ୍ନ ଶିଳ୍ପ ସଂସ୍ଥା ସହ ୫୪ ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହା ଜରିଆରେ ଓଡ଼ିଶାକୁ ସାଢ଼େ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । କେବଳ ଅଦାନୀ ଗୁପ୍ ସହ ୨ ଲକ୍ଷ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଏମଓୟୁ ହୋଇଛି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ମେଗା ଷ୍ଟଇଲ୍ ପ୍ଲାଣ୍ଟ ପାଇଁ ଜେଏସଡବ୍ଲୁ ସହ ଚୁକ୍ତି କରିଛନ୍ତି ରାଜ୍ୟ ସରକାର ।

ଦୁଇଦିନିଆ କନକ୍ଲେଭର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, ଓଡ଼ିଶାରେ ବହୁତ ସାରା ସମ୍ଭାବନା ରହିଛି । ଏଠାରେ ପ୍ରାକୃତିକ ସମ୍ପଦ ଭରି ରହିଛି । ଓଡ଼ିଶା ବ୍ଲୁ ଇକନୋମି ରାଜ୍ୟ ତାଲିକାରେ ଯୋଡ଼ି ହୋଇଛି । ପାରାଦ୍ୱୀପ ଓ ଗୋପାଳପୁରରେ ପୁଞ୍ଜି ନିବେଶର ଅପାର ସମ୍ଭାବନା ରହିଛି । ଓଡ଼ିଶାରେ ଆଧୁନିକ ଇକୋ ସିଷ୍ଟମ୍ ପାଇଁ ଆହ୍ୱାନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାଦ୍ୱାରା ରାଜ୍ୟର ଯୁବପୀଢ଼ି ନିଯୁକ୍ତି ପାଇବେ । ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହୋଇପାରିବ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ୨୦୩୬ ସୁଦ୍ଧା ଆମେ ଓଡ଼ିଶାକୁ ସମୃଦ୍ଧ କରିବୁ । ଭାରତକୁ ବିଶ୍ୱର ତୃତୀୟ ସବୁଠାରୁ ବଡ଼ ଅର୍ଥ ବ୍ୟବସ୍ଥା ଭାବେ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ସଂକଳ୍ପ କରିଛନ୍ତି ସେଥିରେ ଓଡ଼ିଶାର ବିଶେଷ ଯୋଗଦାନ ରହିବ । ଓଡ଼ିଶାର ଶିଳ୍ପ ବିକାଶ କେବଳ ଆମ ରାଜ୍ୟ ପାଇଁ ନୁହେଁ, ସାରା ଭାରତ ପାଇଁ ପ୍ରଗତି ଓ ବିକାଶର ଏକ ମଡେଲ ଭାବେ କାର୍ଯ୍ୟ କରିବ ।
ପ୍ରଧାନମନ୍ତ୍ରୀ ବିଧିବଦ୍ଧ ଭାବେ ଶୁଭାରମ୍ଭ କାର୍ଯ୍ୟକ୍ରମ ସାରି ଫେରିଯିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବିଭିନ୍ନ ଶିଳ୍ପସଂସ୍ଥା ଓ କମ୍ପାନୀ ସିଇଓଙ୍କ ସହ ରାଉଣ୍ଡ ଟେବୁଲ ବୈଠକ କରିଥିଲେ । ଓଡ଼ିଶାରେ ବର୍ତ୍ତମାନର ଶିଳ୍ପ ଅନୁକୂଳ ଭିତ୍ତଭୂମି ଓ ଶିଳ୍ପନୀତି ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବା ସହ ପ୍ରକଳ୍ପଗୁଡ଼ିକୁ ବାସ୍ତବ ରୂପ ଦେବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସୂଚନା ଅନୁଯାୟୀ ଆଜି ପ୍ରଥମ ଦିନରେ ବିଭିନ୍ନ ଶିଳ୍ପ ସଂସ୍ଥା ସହ ୫୪ ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଏଥିରେ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ରହିଛି । ତାହା ଭିତରୁ କେବଳ ଆଦାନୀ ଗ୍ରୁପ୍ ସହ ୨ ଲକ୍ଷ ୨୮ କୋଟିର ଏମଓୟୁ ସ୍ୱାକ୍ଷରିତ ହୋଇଛି । କେନ୍ଦୁଝରରେ ୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଜେଏସଡବ୍ଲୁ ଗ୍ରୁପ୍ ସହ ଏମଓୟୁ ହୋଇଛି । ଏଥିରେ ୩୦ରୁ ୪୦ ହଜାର କୋଟିର ପୁଞ୍ଜି ନିବେଶ ହେବ ।

ସେହିଭଳି କପର ଫଏଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ବିର୍ଲା ଗ୍ରୁପ୍ ସହ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ରାୟଗଡ଼ାରେ ଆଲୁମିନିୟମ୍ ପ୍ଲାଣ୍ଟ ପାଇଁ ଲକ୍ଷେ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରତିଶ୍ରୁତି ଦେଇଛି ବେଦାନ୍ତ ।
ଆଲୁମିନିୟମ୍ ରିଫାଇନାରୀ ଓ ଆଲୁମିନିୟମ୍ ସ୍କେଲଟର ପ୍ଲାଣ୍ଟ କରିବାକୁ ଆଦିତ୍ୟ ବିର୍ଲା ଗ୍ରୁପ୍ ୫୦ ହଜାର କୋଟି ନିବେଶ ପ୍ରସ୍ତାବ ଦେଇଛି । ଭଦ୍ରକ ଓ ପାରାଦ୍ୱୀପରେ ଇଣ୍ଡିଆନ୍ ଅଏଲ୍ ୭୦ ହଜାର କୋଟିର ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି ।

ଆସନ୍ତା ୬ ବର୍ଷରେ ୭୦ ହଜାର କୋଟି ପୁଞ୍ଜି ନିବେଶ ପାଇଁ ଜେଏସପିଏଲ୍ ପ୍ରତିଶ୍ରୁତି ଦେଇଥିବା ବେଳେ ଗୋପାଳପୁରରେ ରିନୁ୍ୟଏବୁଲ୍ ଏନର୍ଜିରେ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ କରିବ ଆଭାଡ଼ା ।

ଆଜି ଗୋଟିଏ ଦିନରେ ୧୦୦ରୁ ଅଧିକ ପୁଞ୍ଜି ନିବେଶ ଲାଗି ଆଗ୍ରହ ମିଳିଥିବା ଶିଳ୍ପ ସଚିବ କହିଛନ୍ତି ।

Previous Post

ଯୋଜନାବଦ୍ଧ ଭାବେ ବିକଶିତ ସହର ବୃଦ୍ଧି ଉପରେ ଗୁରୁତ୍ୱ

Next Post

୧୦୦ରୁ ଉର୍ଦ୍ଧ୍ଵ କମ୍ପାନୀର ସିଇଓଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

Next Post
୧୦୦ରୁ ଉର୍ଦ୍ଧ୍ଵ କମ୍ପାନୀର ସିଇଓଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

୧୦୦ରୁ ଉର୍ଦ୍ଧ୍ଵ କମ୍ପାନୀର ସିଇଓଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA