Thursday, September 24, 2026 02:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚାଲିଗଲେ ସମୀର ଦାଦା

by Our Correspondent
18 Nov, 2024- 07:45 PM
in Latest News, News
1 min read
0
ଚାଲିଗଲେ ସମୀର ଦାଦା

ଭୁୁବନେଶ୍ୱର: ଆଉ ନାହାନ୍ତି ସମୀର ଦେ ଓରଫ୍ ଦାଦା । ବିଜେପିର ଏହି ବରିଷ୍ଠ ରାଜନେତା ଆଜି କଟକର ଏକ ଘରୋଇ ହସ୍ପିଟାଲ୍ ରେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୬୭ ବର୍ଷ ହୋଇଥିଲା । ଦାଦାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ସବୁ ରାଜନୈତିକ ଦଳର ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ନିମୋନିଆ, କିଡନୀ ଏବଂ ରକ୍ତ ଚାପ ରୋଗରେ ପୀଡ଼ିତ ଥିଲେ ସମୀର ଦେ । ତାଙ୍କ ଫୁସଫୁସ୍ ରେ ସଂକ୍ରମଣ ଯୋଗୁଁ କିଛି ଦିନ ତଳେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତ୍ୱେ ସେ ବଞ୍ଚିପାରିନାହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନରେ ତାଙ୍କର ପରଲୋକ ଘଟିଛି ।

ସମୀର ଦେ ଦୀର୍ଘ ୪ ଦଶନ୍ଧି ଧରି ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଓଡ଼ିଶାରେ ବିଜେପିକୁ ଶକ୍ତିଶାଳୀ କରିବାରେ ଯେଉଁ କେତେଜଣଙ୍କର ପ୍ରମୁଖ ଭୂମିକା ଥିଲା ଦାଦା ସେମାନଙ୍କ ମଧ୍ୟରେ ଜଣେ ଥିଲେ । ୧୯୯୫ ମସିହାରେ ପ୍ରଥମ ଥର ପାଇଁ ବିଜେପି ଟିକେଟରେ କଟକ ସହର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ପରେ ୨୦୦୦ ଏବଂ ୨୦୦୪ ମସିହାରେ ମଧ୍ୟ ବିଧାୟକ ହୋଇଥିଲେ । ୯ ବର୍ଷର ବିଜେଡି-ବିଜେପି ମେଣ୍ଟ ସରକାରରେ ସେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ୨୦୦୦ରୁ ୨୦୦୪ ନଗର ଉନ୍ନୟନ ଏବଂ ୨୦୦୪ରୁ ୨୦୦୯ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ । ଜଣେ ଦକ୍ଷ ମନ୍ତ୍ରୀ ଭାବେ ତାଙ୍କର ଯଥେଷ୍ଟ ସୁନାମ ଥିଲା ।
ଦାଦା କେବଳ ଜଣେ ଦକ୍ଷ ମନ୍ତ୍ରୀ ନୁହଁନ୍ତି, ଜଣେ ଉତ୍ତମ ଜନ ପ୍ରତିନିଧି ଥିଲେ । ତାଙ୍କର ଅମାୟିକ, ମେଳାପୀ ଓ ସ୍ନେହୀ ବ୍ୟବହାରରେ ସେ ସମସ୍ତଙ୍କୁ ଆପଣାର କରିଥିଲେ । କଟକ ସହରର ସେ ଜଣେ ମୁରବୀ ସ୍ଥାନୀୟ ବ୍ୟକ୍ତି ଥିଲେ ।

ଆସନ୍ତାକାଲି ଖାନନଗର ଶ୍ମଶାନରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ସ୍ୱର୍ଗତ ଦେ’ ଙ୍କ ମରଶରୀର ପ୍ରଥମେ ଓଡ଼ିଶା ବିଧାନସଭାକୁ ନିଆଯିବ । ତା’ ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବ । ସେଠାରୁ କଟକସ୍ଥିତ ପୈତୃକ ଘରକୁ ଅଣାଯିବ । ସେଠାରୁ ଖାନନଗର ମଶାଣି ଅଣାଯିବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 

Previous Post

Odisha Delegation Embarks on Successful First Day of Singapore Visit To Attract Global Investments

Next Post

Odisha’s Mega Road Show in Singapore Attracts Global Investors

Next Post
Odisha’s Mega Road Show in Singapore Attracts Global Investors

Odisha’s Mega Road Show in Singapore Attracts Global Investors

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA