Friday, June 26, 2026 01:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପରଲୋକରେ ଭି.ସୁଜ୍ଞାନୀ କୁମାରୀ ଦେଓ

ସମଗ୍ର ରାଜ୍ୟରେ ଶୋକର ଛାୟା

by Our Correspondent
10 Feb, 2024- 08:28 AM
in Latest News, News
1 min read
0
ପରଲୋକରେ ଭି.ସୁଜ୍ଞାନୀ କୁମାରୀ ଦେଓ

ଭୁବନେଶ୍ୱର: ଖଲ୍ଲିକୋଟ ରାଣୀ, ବର୍ଷୀୟାନ ନେତ୍ରୀ, ୧୦ ଥରର ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ ଆଉ ନାହାନ୍ତି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ଅବସ୍ଥାରେ ଗତ ରାତିରେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୮୭ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ସମଗ୍ର ରାଜ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି ।

ବୟସାଧ୍ୟକ କାରଣରୁ ୫ ବର୍ଷ ତଳେ ରାଜନୀତିରୁ ସନ୍ୟାସ ନେଇଥିବା ରାଣୀ ପ୍ରାୟତଃ ଚେନ୍ନାଇରେ ରହୁଥିଲେ । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ । ଗତ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଦେଖିବା ପାଇଁ ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନ୍, ମନ୍ତ୍ରୀ ବିକ୍ରମ ଆରୁଖ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଚେନ୍ନାଇ ଯାତ୍ରା କରିଥିଲେ । ତେବେ ବିଳମ୍ବିତ ରାତିରେ ରାଣୀଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି ।

୧୯୩୭ ମସିହାରେ ଜନ୍ମିତ ଶ୍ରୀମତୀ ଦେଓ ୧୯୬୧ ମସିହାରେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ପ୍ରଥମ ଥର ୧୯୬୧ରେ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଦ୍ୱିତୀୟ ଥର ଉକ୍ରଳ କଂଗ୍ରେସରୁ ୧୯୬୪ ରେ ନିର୍ବାଚିତ ହୋଇଥିଲେ । ତୃତୀୟ ଥର ଜନତା ଟିକେଟରେ ୧୯୭୭ରୁ ୧୯୮୦ ଯାଏଁ ବିଧାୟିକା ଥିଲେ । ଚତୁର୍ଥ ଥର ଜନତା ଦଳରୁ ୧୯୮୫ ରୁ ୧୯୯୦ , ପଞ୍ଚମ ଥର ସେହି ଜନତା ଦଳରୁ ୧୯୯୦ ରୁ ୧୯୯୫ ଏବଂ ୧୯୯୫ ରୁ ୨୦୦୦ ଯାଏଁ ବିଧାୟିକା ଥିଲେ । କବିସୂର୍ଯ୍ୟନଗର ଆସନରୁ ବିଜେଡିରୁ ୨୦୦୯ରୁ ୨୦୧୪ ଏବଂ ୨୦୧୪ରୁ ୨୦୧୯ ଯାଏଁ ବିଧାୟିକା ଥିଲେ । ଏହିଭଳି ଭାବେ ଖଲ୍ଲିକୋଟରୁ ୮ ଥର ଏବଂ କବିସୂର୍ଯ୍ୟନଗର ଆସନରୁ ୨ ଥର ସର୍ବମୋଟ ୧୦ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ତାଙ୍କ ରାଜନୈତିକ କ୍ୟାରିୟରର ବିଶେଷତ୍ୱ ହେଉଛି ଯେ ସେ କେବେ କୌଣସି ଉଚ୍ଚ ପଦପଦବୀ ଚାହୁଁ ନ ଥିଲେ । ବିଜୁ ବାବୁ ଓ ନବୀନ ବାବୁ ତାଙ୍କୁ ଅତ୍ୟନ୍ତ ସମ୍ମାନ କରୁଥିଲେ । ତାଙ୍କୁ ବାରମ୍ବାର ମନ୍ତ୍ରୀ ପଦ ଯଚା ଯାଉଥିଲେ ମଧ୍ୟ ସେ ବିନମ୍ରତାର ସହ ତାହାକୁ ଗ୍ରହଣ କରି ନ ଥିଲେ ।

ଏହି ମହାନ୍ ନେତ୍ରୀଙ୍କ ବିୟୋଗ କେବଳ ଗଞ୍ଜାମ ଜିଲ୍ଲା ନୁହେଁ, ଓଡ଼ିଶା ରାଜନୈତିକ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ସବୁ ମହଲରେ ଶୋକର ଛାୟା ଖେଳିଯାଇଛି ।

ତାଙ୍କର ପାର୍ଥିିବ ଶରୀର ଆଜି ସଂଧ୍ୟାରେ ଏଠାରେ ପହଞ୍ଚିବ ବୋଲି ସୂଚନା ମିଳିଛି ।

Previous Post

ଡକ୍ଟର କ୍ରିଷନ୍ କୁମାରଙ୍କୁ ଚାରିଧାମ ପ୍ରକଳ୍ପ ଦାୟିତ୍ୱ

Next Post

ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି

Next Post
ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି

ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA