Wednesday, April 22, 2026 05:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ତାରା ମିଶ୍ରଙ୍କୁ ବାନ୍ଧିଲା ଭିଜିଲାନସ୍

by Our Correspondent
13 Aug, 2024- 11:58 AM
in Latest News, News
1 min read
0
ତାରା ମିଶ୍ରଙ୍କୁ ବାନ୍ଧିଲା ଭିଜିଲାନସ୍

ଭୁବନେଶ୍ୱର: ରାସ୍ତା ଓ କୋଠାବାଡ଼ିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ବନ୍ଧା ହୋଇଛନ୍ତି । ସରକାରୀ ଅର୍ଥକୁ ଲୁଟ୍ କରି ଅଚଳାଚଳ ସମ୍ପତ୍ତିର ମାଲିକ ବନିଥିବା ଏହି ବାବୁଙ୍କ ଉପରେ ଗତକାଲି ଭିଜିଲାନସ୍ ରେଡ୍ ହୋଇଥିଲା । ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଆଜି ତାଙ୍କୁ ଗିରଫ କରିଛି । ଅପରାହ୍ନରେ କୋର୍ଟ ଚାଲାଣ କରାଯିବ ।

ଗତକାଲି ଭିଜିଲାନସ୍ ର ୯ଟି ଟିମ୍ ଏହି ବାବୁଙ୍କର ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଘର, କଟକ ଆଠଗଡ଼ସ୍ଥିତ ପୈତୃକ ଘର ଆଦି ୯ଟି ସ୍ଥାନରେ ଚଢ଼ଉ କରି ତାଙ୍କର ୨୦ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା । ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ତାଙ୍କର ୧୦ଟି ବିଳାସପୂର୍ଣ୍ଣ ଫ୍ଲାଟ୍ ଅଛି । ଭୁବନେଶ୍ୱରର ନିଳାଦ୍ରୀବିହାର, ଆଇଗିଣିଆ, ଭରତପୁର, ହଂସପାଳ ଅଞ୍ଚଳରେ ଥିବା ଦାମୀ ଆପାର୍ଟମେଣ୍ଟରେ ବାବୁଙ୍କର ୭ଟି ଫ୍ଲାଟ୍ ଥିବା ବେଳେ ଝାରସୁଗୁଡ଼ାରେ ୩ ଟି ଦାମୀ ଫ୍ଲାଟ୍ ଅଛି । ଏହି ୧୦ଟି ଯାକ ଫ୍ଲାଟ୍ ର ମୂଳ୍ୟ ୧୫ କୋଟିରୁ ଅଧିକ ହେବ । ଏହାଛଡ଼ା ଭୁବନେଶ୍ୱର, କଟକ ଏବଂ ଜଟଣୀରେ ତାଙ୍କର ୭ଟି ପ୍ଲଟ୍ ବି ରହିଛି ।

ତାଙ୍କ ଘରୁ ଅଢ଼େଇ କେଜି ସୁନା ଗହଣା, ୩୭୦ ଗ୍ରାମ୍ ହୀରା, ୧୩ ଲକ୍ଷ ଟଙ୍କା ମୂଲ୍ୟର ରୋଲେକ୍ସ ଘଡ଼ି, ନଗଦ ୬ ଲକ୍ଷ ଟଙ୍କା, ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର, ପ୍ରାୟ କୋଟିଏ ଟଙ୍କା ମୂଲ୍ୟର ଏକ ମର୍ସିଡିଜ୍, ଗୋଟିଏ କିଆ କାର୍ ଠାବ କରାଯାଇଛି । ବ୍ୟାଙ୍କରେ କେବଳ ୨ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କା ଜମା ସହ ବୀମା ଓ ବଣ୍ଡ୍ ଜମା ବି ରହିଛି । ଏକାଧିକ ବ୍ୟାଙ୍କରେ ଲକର୍ ମଧ୍ୟ ଠାବ କରାଯାଇଛି ।

ବାବୁ କଳାଟଙ୍କାରେ ବିଦେଶ ବୁଲି ମଉଜ କରିଥିବାର ଅନେକ ତଥ୍ୟ ଭିଜିଲାନସ୍ ହାତରେ ଲାଗିଛି । ତାଙ୍କ ଘରୁ ଆମେରିକା, ଥାଇଲାଣ୍ଡ, ଭିଏତନାମ, ୟୁଏଇ, କାନାଡ଼ା, ମେକ୍ସିକୋ, ମାଲେସିଆ ଓ ସିଙ୍ଗାପୁର ମୁଦ୍ରା ଜବତ କରାଯାଇଛି । ଝିଅର ଡାକ୍ତରୀ ପଢ଼ା ପାଇଁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

ସୂଚନାଯୋଗ୍ୟ, ତାରା ମିଶ୍ର ୧୯୮୪ ମସିହା ଫେବ୍ରୁଆରୀ ୨୦ରେ ଭୁବନେଶ୍ୱର ଆର ଆଣ୍ଡ ବି ସହକାରୀ ଯନ୍ତ୍ରୀ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ୨୦୦୭ ରେ ନିର୍ବାହ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇ ଇଡକୋରେ ନିଯୁକ୍ତି ପାଇଥିଲେ । ୨୦୦୯ରେ ଭବାନୀପାଟଣା ଓ ୨୦୧୩ରେ ପାଣିପୋଇଲି ଡିଭିଜନରେ କାର୍ଯ୍ୟ କରିଥିଲେ । ୨୦୧୯ରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇ କଟକରେ ନିଯୁକ୍ତି ପାଇଥିଲେ । ୨୦୨୧ ରେ ପଦୋନ୍ନତି ପାଇ ମୁଖ୍ୟଯନ୍ତ୍ରୀ ଭାବେ ଭୁବନେଶ୍ୱରରେ ନିଯୁକ୍ତି ପାଇଥିଲେ । ଗତବର୍ଷ ଅର୍ଥାତ ୨୦୨୩ ଜୁନ୍ ରେ ଚାକିରିରୁ ଅବସର ନେଇଥିଲେ ।

ଚାକିରି କାଳରେ ସେ ପିସି ମାଷ୍ଟର୍ ବୋଲି ଜଣାଶୁଣା ଥିବା ଏବେ କୁହାଯାଉଛି । ମାତ୍ର ଏ ସମ୍ପର୍କରେ ଭିଜିଲାନସ୍ କି ସାମ୍ବାଦିକମାନେ କେମିତି ଜାଣିପାରିଲେ ନାହିଁ ତାହା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରୁଛି । ସେତେବେଳେ ତାଙ୍କର ପିସି କାରବାର ଲୋକଲୋଚନକୁ ଆସିଥିଲେ ହୁଏତ ଗୋଟିଏ ପରେ ଗୋଟିଏ ପଦୋନ୍ନତି ସହ ସରକାରୀ ଅର୍ଥକୁ ଲୁଟି ଅମାପ ସମ୍ପତ୍ତି କରିପାରି ନ ଥାଆନ୍ତେ । ତାଙ୍କ ପଛରେ କେଉଁ ରାଜନେତାଙ୍କ ଆଶୀର୍ବାଦ ଥିଲା ତାହା ମଧ୍ୟ ତଦନ୍ତସାପେକ୍ଷ ।

Previous Post

ସୋଆ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

Next Post

ଭୁବନେଶ୍ୱରରୁ ପୁରୀ ହେବ ୬ ଲେନ୍

Next Post
ଭୁବନେଶ୍ୱରରୁ ପୁରୀ ହେବ ୬ ଲେନ୍

ଭୁବନେଶ୍ୱରରୁ ପୁରୀ ହେବ ୬ ଲେନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA