Friday, April 17, 2026 05:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅପରାଜିତା: ପଛପଟ ପତିତପାବନ, ଆଗପଟ ଜଗନ୍ନାଥ!

କର୍ମୀଙ୍କ ସ୍ତୁତିଗାନରେ କୁରୁଳିଲେ ସାଂସଦ

by Our Correspondent
24 Jan, 2021- 01:32 PM
in Latest News, News
1 min read
0
ଅପରାଜିତା: ପଛପଟ ପତିତପାବନ, ଆଗପଟ ଜଗନ୍ନାଥ!

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଛପଟୁ ତାଙ୍କୁ ପତିତପାବନଙ୍କ ଭଳି ଦିଶିଲେ । ଆଉ ଆଗପଟୁ ଜଗତର ନାଥ ସ୍ୱୟଂ ଜଗନ୍ନାଥଙ୍କ ଭଳି ଦିଶିଲେ । କୁଆଡେ ଅପରାଜିତାଙ୍କୁ ପଛପଟୁ ଦେଖିଦେଲେ ତାହା ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପତିତପାବନ ଦର୍ଶନ ସହ ସମାନ । ଆଉ ଆଗପଟୁ ଜଗନ୍ନାଥଙ୍କ ଦର୍ଶନ ସହ ସମାନ ।

ବିଜେପି ଖୋର୍ଦ୍ଧା ଜିଲ୍ଲା ଉପସଭାପତି ରୋଜିନାରାଣୀ ଦାସ ଏକ ସଭାରେ ସାଂସଦ ଅପରାଜିତାଙ୍କୁ ପ୍ରଶଂସା କରି ତାଙ୍କୁ ସିଧା ମହାପ୍ରଭୁ ଜଗନ୍ନାଥଙ୍କ ସହ ସମତୁଲ କରିଦେଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଲଜ୍ଜା ଓ ଆଶ୍ଚର୍ଯ୍ୟର କଥା, କର୍ମୀଙ୍କ ଏଭଳି ସ୍ତୁତିଗାନ୍ କୁ ଅପରାଜିତା ବାରଣ କରିବା ପରିବର୍ତ୍ତେ ଓଲଟି ଖୁସିରେ କୁରୁଳୁ ଥିବା ସେଥିରେ ଦେଖିବାକୁ ମିଳୁଛି ।

ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ନୂଆବର୍ଷକୁ ସ୍ୱାଗତ ଜଣାଇବା ଲାଗି ଅପରାଜିତାଙ୍କ ନିଜସ୍ୱ ଅନୁଷ୍ଠାନ “ଅଜିତା’ ପକ୍ଷରୁ ଆୟୋଜିତ ଉତ୍ସବର ଏହି ଭିଡ଼ିଓ । ଅପରାଜିତା ସଭାମଞ୍ଚରେ ବସିଥିବା ବେଳେ ଭାଷଣ ଦେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବିଜେପି ଉପସଭାପତି ରୋଜିନା ଦାସ ।

ରୋଜିନା କହୁଛନ୍ତି  “ଅପରାଜିତାଙ୍କ ବିଷୟରେ ମୋର ଏକ ଛୋଟ ଅନୁଭୂତି କହିବି । ମୁଁ ଛାତ୍ରୀ ଥିବା ବେଳେ ଓଜେଏସ୍ ପାଇଁ ପ୍ରସ୍ତୁତ ହେଉଥିଲି । କୋଚିଂ ସେଣ୍ଟରକୁ ଦିନେ ବସ୍ ରେ ଯିବା ବେଳେ ଏଜି ଛକରେ ଭେଣ୍ଡିଂ ଜୋନ୍ ପରିଦର୍ଶନରେ ତତ୍କାଳୀନ ବିଏମସି କମିଶନର ଅପରାଜିତା ଷଡ଼ଙ୍ଗୀ ଆସୁଥିବାର ଶୁଣିଲି । ସେତେବେଳେ ଅପରାଜିତା ମ୍ୟାଡାମ୍ ଙ୍କୁ ବାଘୁଣୀ କୁହାଯାଉଥିଲା । ମ୍ୟାଡାମ୍ ଆସୁଛନ୍ତି ବୋଲି ରାଜମହଲ-ମାଷ୍ଟରକ୍ୟାଣ୍ଟିନ୍ ରାସ୍ତା ପୂରା ପରିଷ୍କାର ହୋଇଯାଇଥିଲା । ଲାଗୁଥିଲା ଭୁବନେଶ୍ୱର ସହରକୁ କେହି ଭିଭିଆଇପି ଆସୁଛନ୍ତି । ମୋର ମ୍ୟାଡାମ୍ ଙ୍କୁ ଦେଖିବାର ସ୍ୱପ୍ନ ଥିବାରୁ ଏଜି ଛକରେ ଓହ୍ଲାଇ ପଡ଼ିଲି । ତେବେ ମ୍ୟାଡାମ୍ ଙ୍କ ଅଫିସ୍ ଷ୍ଟାଫ୍ ମାନେ ତାଙ୍କୁ ଘେରି ରହିଥିବାରୁ ମୁଁ ମ୍ୟାଡାମ୍ ଙ୍କୁ ସାମନା ପଟୁ ଦେଖିପାରି ନ ଥିଲି । କିନ୍ତୁ ମ୍ୟାଡାମ୍ ଙ୍କ ପଛଟା ଦେଖିକି ଯେଉଁ ଦର୍ଶନଟା ହୋଇଥିଲା ମୋତେ ଲାଗିଲା ପତିତପାବନ ଦେଖି ମୁଁ ଫେରି ଆସିଛି । ପରବର୍ତ୍ତୀ ସମୟରେ ମ୍ୟାଡାମ୍ ଙ୍କୁ ଘରେ ଭେଟିବା ପାଇଁ ସୁଯୋଗ ମିଳିଲା । ଯେତେବେଳେ ମୁଁ ମ୍ୟାଡାମ୍ ଙ୍କୁ ପାଖରୁ ଦେଖିଲି ମୋତେ ଲାଗିଲା ଜଗନ୍ନାଥଙ୍କ ଦର୍ଶନ କଲି । ପୂର୍ବରୁ ପତିତପାବନ ଦର୍ଶନ ହୋଇଥିଲା, ମନ୍ଦିର ଭିତରେ ଜଗନ୍ନାଥଙ୍କୁ ଦେଖିଲି ।”

ଏ ବକ୍ତବ୍ୟ ରାଜନୈତିକ ନୁହେଁ, ମନର ଅନୁଭବ ବୋଲି ଭାଷଣ ଶେଷରେ ସଫେଇ ଦେଉଛନ୍ତି ରୋଜିନା ।

କଥା ହେଉଛି, ତେଲମରା ରାଜନୀତିରେ କ୍ଷମତାଶାଳୀଙ୍କ ଗୁଣଗାନ କରିବା ନିହାତି ସାଧାରଣ କଥା । ମାତ୍ର ନେତାଙ୍କୁ ତେଲ ମାରିବାକୁ ଯାଇ ତାଙ୍କୁ ଖୋଦ ଭଗବାନ କରିଦେବାର ଦୁଃସାହାସ ଅତ୍ୟନ୍ତ ସାଂଘାତିକ । ସ୍ତୁତିଗାନ୍ କାଙ୍ଗାଳ ନେତା ବି ଏଥିରେ ଲଜ୍ଜିତ ଓ ଅପମାନିତ ହେବା ବଦଳରେ ଖୁସି, ଗର୍ବରେ କୁରୁଳିବା ଆହୁରି ମାରାତ୍ମକ ।

ନିକଟ ଅତୀତରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ନିଜର ଦଳର ନେତା ସମ୍ବିତ ପାତ୍ରଙ୍କୁ ପ୍ରଶଂସା କରିବାକୁ ଯାଇ ମହାପ୍ରଭୁଙ୍କୁ ଛୋଟ କରିଦେଇଥିଲେ । ଲେଖାଶ୍ରୀ କହିଥିଲେ, ପୂର୍ବରୁ ରାଜ୍ୟ ବାହାର ଲୋକ ପୁରୀକୁ କଲିକତାର ବୋଲି ଭାବୁଥିଲେ । କିନ୍ତୁ ସମ୍ବିତ ପାତ୍ର ପୁରୀରୁ ସାଂସଦ ଲଢ଼ିବା ପରେ ଦେଶବାସୀ ଜାଣିଲେ ଯେ ପୁରୀ ଓଡ଼ିଶାର ।

ଓଡ଼ିଆଙ୍କ ଜଗନ୍ନାଥ ଚେତନାକୁ ଏଭଳି କୁଠାରଘାତ ସମ୍ବିତ୍ ପାତ୍ରଙ୍କୁ ମଧ୍ୟ ଲଜ୍ଜିତ କି ବିଚଳିତ କଲାନି । ଲେଖାଶ୍ରୀଙ୍କ ପ୍ରଶଂସାକୁ ସେ ଗଳ ଗଳ କରି ଗିଳିଦେଲେ । ଏବେ ଅପରାଜିତାଙ୍କ କ୍ଷେତ୍ରରେ ମଧ୍ୟ ସେୟା ଦେଖିବାକୁ ମିଳିଲା । ଏହି ଭିଡ଼ିଓଟି ସାଧାରଣରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଛି ।

ଛାର ମଣିଷ ହୋଇ କେହି ନିଜକୁ ଯଦି ମହାପ୍ରଭୁ ଜଗନ୍ନାଥଙ୍କ ଅବିକଳ ମନେ କରୁଥାଆନ୍ତି, ତାହା ଉକ୍ରଟ ଗର୍ବ ଓ ଅହଂକାରର ପ୍ରତିଫଳନ ବୋଲି ସ୍ୱୀକାର କରିବାକୁ ପଡ଼ିବ । ରାଜନେତାମାନେ ଏଭଳି ଶସ୍ତା ପ୍ରଶଂସାରୁ ନିଜକୁ ଦୂରେଇ ରଖନ୍ତୁ । ଅନ୍ତତଃପକ୍ଷେ ନିଜକୁ ଭଗବାନ ମନେ କରିବାର ଧ୍ରୃଷ୍ଟତା ନ ରଖନ୍ତୁ ବୋଲି ଅନେକ ପରାମର୍ଶ ଦେଇଛନ୍ତି ।

Previous Post

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଛାଇର ଶଦ୍ଦ’, ‘ସୂର୍ଯ୍ୟାସ୍ତ ପୂର୍ବରୁ’ ଦୁଇଟି ପୁସ୍ତକ ଲୋକାର୍ପିତ

Next Post

ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିବା ପାଇଁଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Next Post
ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିବା ପାଇଁଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିବା ପାଇଁଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA