Saturday, June 27, 2026 08:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହଟ୍ ସିଟ୍ ରେ ପାଣ୍ଡିଆନ୍: କଠିନ ପ୍ରଶ୍ନର ସରଳ ଉତ୍ତର

ମେଣ୍ଟ ସମ୍ଭାବନା ଉପରେ ବ୍ରେକ୍ ଦେଲେନି

by Our Correspondent
19 Mar, 2024- 08:18 PM
in Latest News, News, Politics
1 min read
0
ହଟ୍ ସିଟ୍ ରେ ପାଣ୍ଡିଆନ୍: କଠିନ ପ୍ରଶ୍ନର ସରଳ ଉତ୍ତର

ଭୁବନେଶ୍ୱର: ସରକାର ପାଇଁ ଉଭୟଙ୍କୁ ଉଭୟଙ୍କର ଆବଶ୍ୟକତା ନାହିଁ । ଦେଶରେ ମୋଦୀ ଜିତିବେ, ରାଜ୍ୟରେ ନବୀନ ଜିତିବେ । ନବୀନ ଏବଂ ମୋଦୀ, ଦେଶ ଏବଂ ରାଜ୍ୟର ହିତ ଚାହାନ୍ତି । ଓଡ଼ିଶାରେ ମେଣ୍ଟହେବ କି ନାହିଁ, ତାହା ପଛ କଥା । ମୋଦୀ ଏବଂ ନବୀନଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି । ରାଜନୀତିକୁ ଛାଡ଼ି ଦୁଇଜଣ ଭଲ ବନ୍ଧୁ । ଉଭୟ ଷ୍ଟେଟସମ୍ୟାନ୍ । ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସେମାନେ ଏକାଠି ହୋଇପାରନ୍ତି । -କାର୍ତ୍ତିକ ପାଣ୍ଡିଆନ୍

ନୂଆଦିଲ୍ଲୀଠାରେ ସିଏନଏନ-ନ୍ୟୁଜ୍ ୧୮ ଆୟୋଜନରେ ଅନୁଷ୍ଠିତ ‘ରାଇଜିଂ ଭାରତ ସମିତି ୨୦୨୪’ କନକ୍ଲେଭ୍ ରେ ଆଜି ଅତିଥି ହୋଇଥିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ପ୍ରଶ୍ନକର୍ତ୍ତା ତାଙ୍କୁ ମୁଖ୍ୟତଃ ଦୁଇଟି ପ୍ରଶ୍ନ ପଚାରିଥିଲେ । ପ୍ରଥମ ପ୍ରଶ୍ନ ଥିଲା ଓଡ଼ିଶାରେ ବିଜେଡି ଏବଂ ବିଜେପି ମଧ୍ୟରେ ମେଣ୍ଟ ହେଉଛି ନା ନାହିଁ? ଦ୍ୱିତୀୟ ପ୍ରଶ୍ନ ଥିଲା ନବୀନ ପଟ୍ଟନାୟକଙ୍କ ରାଜନୈତିକ ଉତ୍ତରାଧିକାରୀ କିଏ? ଆପଣ କି?

ଏହି ଦୁଇଟି ପ୍ରଶ୍ନକୁ ଅତି ବିଚକ୍ଷଣତାର ସହ ସାମନା କରିଥିଲେ ଶ୍ରୀ ପାଣ୍ଡିଆନ୍ । ମେଣ୍ଟ ପ୍ରଶ୍ନ ଉପରେ ତାଙ୍କର ଉତ୍ତର ଥିଲା-

ଓଡ଼ିଶାରେ ବିଜେଡିକୁ ସରକାର ଗଢ଼ିବାକୁ ହେଲେ ବିଜେପିର ଆବଶ୍ୟକତା ନାହିଁ କି କେନ୍ଦ୍ରରେ ବିଜେପିକୁ ସରକାର ଗଢ଼ିବାକୁ ହେଲେ ବିଜେଡିର ସହଯୋଗ ଆବଶ୍ୟକ ପଡ଼ି ନ ପାରେ । ତେବେ ଦୁଇଟି ଦଳ ନିଜ ନିଜ ସ୍ଥାନରେ ମଜବୁତ ଅଛନ୍ତି ।

ନବୀନ ପଟ୍ଟନାୟକଙ୍କୁ ବିଜୟୀ ହେବାକୁ ହେଲେ ତାଙ୍କୁ କୌଣସି ମେଣ୍ଟ କରିବାର ଆବଶ୍ୟକତା ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ଷେତ୍ରରେ ସେହି ସମାନ କଥା । ସବୁ ଗଣମାଧ୍ୟମ ସର୍ଭେରେ ଶ୍ରୀ ମୋଦୀ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ନବୀନ ପଟ୍ଟନାୟକ ମଧ୍ୟ ପୁଣି ଥରେ ନିଦ୍ୱର୍ନ୍ଦରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତେବେ ରାଜନୀତିର ଉଦ୍ଧ୍ୱର୍ରେ ଆଉ କିଛି କଥା ରହିଛି ।

ଏଠାରେ ଦୁଇ ଜନନାୟକଙ୍କ କଥା ସାମ୍ନାକୁ ଆସୁଛି । ବ୍ୟକ୍ତିଗତ ଭାବେ ଦୁହିଁଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ରହିଛି । ସେମାନେ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ଏମିତି କିଛି ଦେଖୁଛନ୍ତି ଯାହାକୁ ରାଷ୍ଟ୍ରନାୟକ ବୋଲି କୁହାଯାଇପାରେ । ଏକ ବୃହତ୍ତର ସ୍ୱାର୍ଥ ପାଇଁ ଦୁଇ ଶ୍ରେଷ୍ଠ ରାଜନେତା ଏକାଠି ଯିବାକୁ ଚାହୁଁଛନ୍ତି । ଦୁଇଜଣ ଶ୍ରେଷ୍ଠ ବ୍ୟକ୍ତିତ୍ୱ ମିଳିମିଶି କାମ କରିବାକୁ ଚାହୁଁଛନ୍ତି ଯାହା ଷ୍ଟେଟସମ୍ୟାନସିପ୍ ବା ରାଷ୍ଟ୍ରନାୟକତ୍ୱର ପରିଚୟ ଦେଉଛି । ଏଥିସହ ରାଜନୀତିର କୌଣସି ସମ୍ପର୍କ ନାହିଁ । ଏହା ରାଜନୀତିରୁ ଉଦ୍ଧ୍ୱର୍ରେ ବୋଲି ମୋର ମତ । ଯଦି ସେମିତି କିଛି(ମେଣ୍ଟ) ହୁଏ, ତେବେ ଆମେ ସମସ୍ତେ ଜାଣିପାରିବା ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ ।

ଆପଣ ନବୀନ ପଟ୍ଟନାୟକଙ୍କର ରାଜନୈତିକ ଉତ୍ତରାଧିକାରୀ କି ପ୍ରଶ୍ନରେ ଶ୍ରୀ ପାଣ୍ଡିଆନ୍ କହିଥିଲେ-

ମୁଁ ଭାବୁନାହିଁ ଏହାର ଉତ୍ତର ମୁଁ ଦେବା ଉଚିତ୍ । ଓଡ଼ିଶାର ଜନତା ଏହାର ଉତ୍ତର ଦେବେ । ମୁଁ ତାଙ୍କ ଆଦର୍ଶର ଉତ୍ତରାଧିକାରୀ । ତାଙ୍କ କଠିନ ପରିଶ୍ରମର ଉତ୍ତରାଧିକାରୀ । ତାଙ୍କ କର୍ତ୍ତବ୍ୟନିଷ୍ଠା ପ୍ରତିବଦ୍ଧତା ଓ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ଲୋକଙ୍କ ସେବା କରିବା ନୀତି ଦ୍ୱାରା ମୁଁ ବେଶ୍ ପ୍ରଭାବିତ । ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଏହି ନୀତି ଆଦର୍ଶ ମୁଁ ଶିକ୍ଷା କରିଛି । ତାପରେ ରାଜନୀତିର କଥା ଆସିବ । ଏହାକୁ ନେଇ ଓଡ଼ିଶାବାସୀ ଯାହା ଭାବିବେ, ତାହା ସେମାନଙ୍କ ଉପରେ ନିର୍ଭର କରେ ।

ମୁଖ୍ୟମନ୍ତ୍ରୀ ଏତେ ଲୋକପ୍ରିୟ ଆଉ ସେ ପ୍ରତି କାମକୁ ଏତେ ନିଷ୍ଠାର ସହ କରନ୍ତି ଯେ ଓଡ଼ିଶାର ସ୍ଥିତି ଆଗରୁ କ’ଣ ଥିଲା ଏବେ କ’ଣ ଅଛି ତାହା ପ୍ରମାଣ ଦେଇଛି । ଓଡ଼ିଶାର ରୂପାନ୍ତରଣ ପାଇଁ ସେ ବିଜେଡ଼ି ରୂପକ ଏକ ‘ଭେଇକିଲ’ ସୃଷ୍ଟି କରିଛନ୍ତି । ସେ ଏଭଳି ଜଣେ ଦୂରଦର୍ଶୀ ମୁଖ୍ୟମନ୍ତ୍ରୀ ଯେ ଓଡ଼ିଶାବାସୀଙ୍କୁ ନିଜ ହୃଦୟରେ ରଖି ବିଜେଡି ପାଇଁ ନିଶ୍ଚୟ କିଛି ଉତ୍ତମ କଥା ଚିନ୍ତା କରିଥିବେ, ଯାହା ସେ ସର୍ବଦା କରି ଆସିଛନ୍ତି ।

ମୁଁ ଭାବେ, ସେ ସବୁବେଳେ କୁହନ୍ତି, ଓଡ଼ିଶାବାସୀ ହିଁ ନିର୍ଦ୍ଧାରଣ କରିବେ ତାଙ୍କ ଉତ୍ତରାଧିକାରୀ କିଏ ହେବେ । ଏମିତି କି ବିଜୁବାବୁ ବଞ୍ଚିଥିବା ବେଳେ ତାଙ୍କୁ କେହି ଜଣେ ଏହି ପ୍ରଶ୍ନ ପଚାରିଥିଲେ । ଆଉ ବିଜୁ ବାବୁ ମଧ୍ୟ କହିଥିଲେ ଯେ ଓଡ଼ିଶାବାସୀ ତାଙ୍କ ଉତ୍ତରାଧିକାରୀ ନିର୍ଣ୍ଣୟ କରିବେ ।

Previous Post

ସୋଆ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ସଫଳତା

Next Post

ମଝି ଆକାଶରେ ଦେବଦୂତ ସାଜିଲେ କିମ୍‌ସ ଡାକ୍ତର

Next Post
ମଝି ଆକାଶରେ ଦେବଦୂତ ସାଜିଲେ କିମ୍‌ସ ଡାକ୍ତର

ମଝି ଆକାଶରେ ଦେବଦୂତ ସାଜିଲେ କିମ୍‌ସ ଡାକ୍ତର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA