Thursday, June 25, 2026 06:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଘରୁ ବାହାରିଲେ ବୈକୁଣ୍ଠଙ୍କ ପତ୍ନୀ

ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା

by Our Correspondent
15 Feb, 2025- 09:09 PM
in Crime, Latest News, News
1 min read
0
ଘରୁ ବାହାରିଲେ ବୈକୁଣ୍ଠଙ୍କ ପତ୍ନୀ

ଭୁୁବନେଶ୍ୱର: ରାଜ୍ୟପାଳ ପଦରୁ ରଘୁବର ଦାସ ବିଦା ହୋଇସାରିଥିଲେ ମଧ୍ୟ ତାଙ୍କ ପୁଅ ଲଳିତ ଦାସଙ୍କ ଦେହରେ ହାତ ମାରିବାକୁ ଓଡ଼ିଶା ପୁଲିସର ଦମ୍ଭ ପାଉନି । ଅଣଓଡ଼ିଆ ରଘୁବରଙ୍କ ପାଇଁ ଓଡ଼ିଆ ଅସ୍ମିତା ବନ୍ଧା ପଡ଼ିଯାଇଛି । ମାତ୍ର ଏହି ମାମଲାକୁ ଟାଳିବା ସହଜ ହେବ ନାହିଁ । ରାଜ୍ୟପାଳଙ୍କ ପୁଅକୁ ସୁରକ୍ଷା ଦେଇ ଲୋକଙ୍କ ନିନ୍ଦା ଅପବାଦକୁ ବରଣ କରିଥିବା ମୋହନ ମାଝୀଙ୍କ ସରକାରଙ୍କ ପାଇଁ ଆଗକୁ ଏହା ଭୀଷଣ ବିପଦ ଆଣିପାରେ । ମାଡ଼ ଖାଇଥିବା ଏଏସଓ ବୈକୁଣ୍ଠ ପ୍ରଧାନଙ୍କ ପରିବାର ଦୀର୍ଘ ଦିନର ଅପେକ୍ଷା ପରେ ନ୍ୟାୟ ପାଇଁ ଘରୁ ବାହାରିଛନ୍ତି । ତାଙ୍କ ପତ୍ନୀ ସାୟୋଜ ଆଜି ରାଜଭବନ ଆସି ନୂଆ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ । ରାଜଭବନରୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲେ ମଧ୍ୟ ସେ କିନ୍ତୁ ଦବି ଯାଇନାହାନ୍ତି । ସ୍ୱାମୀ ନ୍ୟାୟ ପାଇବା ପର୍ଯ୍ୟନ୍ତ ଲଢ଼େଇ କରିବେ ବୋଲି ଘୋଷଣା କରିଛନ୍ତି ।

ବୈକୁଣ୍ଠ ପ୍ରଧାନଙ୍କ ପତ୍ନୀଙ୍କର ଦାବି- ”ମୋ ସ୍ୱାମୀଙ୍କୁ ମାଡ଼ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ଆମେ ଏତଲା ଦେଇଛୁ । ପୁଲିସ ତାହାକୁ ଗ୍ରହଣ କରିଛି । ସବୁ ମାମଲା ଭଳି ପୁଲିସ ଏହି ମାମଲାର ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ଏତିକି ହେଲେ ମୋ ସ୍ୱାମୀଙ୍କୁ ନ୍ୟାୟ ମିଳିବ । ଆମ ପରିବାର ଶାନ୍ତିରେ ରହିବୁ । ବାସ୍ ସେତିକି ।”

ରାଜ୍ୟପାଳ ପୁଅ ବିରୋଧରେ ଅଭିଯୋଗ ଆଣିବାର ସପ୍ତାହ ମଧ୍ୟରେ ରାଜଭବନରୁ ଗୃହ ବିଭାଗକୁ ବଦଳି ହୋଇଯାଇଥିଲେ ଏଏସଓ ବୈକୁଣ୍ଠ ପ୍ରଧାନ । ରାଜନୀତି ଗଣିତକୁ ଭଲ ଭାବରେ ବୁଝିଥିବା ବୈକୁଣ୍ଠ ବାବୁ ରାଜ୍ୟ ସରକାରଙ୍କ ନିରବତାକୁ ବି ବୁଝିଥିଲେ । ଆଉ ନିଜର ଚାକିରିର ସୁରକ୍ଷା ଆଗରେ ଶରୀର ଓ ମନର ଯନ୍ତ୍ରଣାକୁ ତୁଚ୍ଛ କରିଦେଇଥିଲେ । ସରକାରଙ୍କ ନିରବତା ବିରୋଧରେ ଯିବାକୁ ତାଙ୍କର ସାହାସ ନ ଥିଲା । ମାତ୍ର ରଘୁବର ଦାସ ଓଡ଼ିଶାରୁ ବିଦା ହେବା ପରେ ମଧ୍ୟ ତାଙ୍କ ପୁଅର ଦୋଷକୁ ପୁଲିସ ଘୋଡ଼ାଇ ରଖିବାକୁ ବୈକୁଣ୍ଠଙ୍କ ପରିବାର ଗ୍ରହଣ କରିନାହାନ୍ତି । ଯନ୍ତ୍ରଣାରେ ସେମାନେ ଛଟପଟ ହେଉଛନ୍ତି ।

ପାଠକଙ୍କୁ ଆଉ ଥରେ ଘଟଣା ମନେ ପକେଇ ଦେଉଛୁ ।

୨୦୨୪ ଜୁଲାଇ ୭ ତାରିଖ ରାତି । ସ୍ଥାନ ଥିଲା ପୁରୀ ରାଜଭବନ । ରଥଯାତ୍ରା ଡ୍ୟୁଟି କରୁଥିଲେ ରାଜଭବନ କର୍ମଚାରୀ ଏଏସଓ ବୈକୁଣ୍ଠ ପ୍ରଧାନ । ଅଭିଯୋଗ ଅନୁଯାୟୀ, ରାଜ୍ୟପାଳ(ତତ୍କାଳୀନ) ରଘୁବର ଦାସଙ୍କ ପୁଅ ଲଳିତ କୁମାର ଏବଂ ତାଙ୍କର ୫ ଝାଡ଼ଖଣ୍ଡୀ ସାଙ୍ଗ ମିଶି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ପିଟିଥିଲେ । ହତ୍ୟା ଧମକ ଦେଇ ଡ଼ରାଇଥିଲେ । ଜୋତାରେ ଛେପ ପକାଇ ଚାଟିବାକୁ କହିଥିଲେ । ଏହି ଅଧ୍ୟାୟର ମୁଖ୍ୟ ଖଳନାୟକ ଥିଲେ ରାଜ୍ୟପାଳଙ୍କ ପୁଅ । ବାଡ଼େଇବାର କାରଣ ଥିଲା- ପୁରୀ ରେଳଷ୍ଟେସନରୁ ତାଙ୍କୁ ପାଛୋଟି ଆଣିବା ପାଇଁ ଯେଉଁ ଗାଡ଼ି ପଠାଯାଇଥିଲା, ତାହା ତାଙ୍କର ପସନ୍ଦ ହୋଇ ନ ଥିଲା । ଗଭର୍ଣ୍ଣରଙ୍କ ପୁଅ । ଦାମିକିଆ ଗାଡ଼ିରେ ସେ ଆସିଥାନ୍ତେ । ତେଣୁ ମୁଣ୍ଡକୁ ପିତ ଚଢ଼ିଗଲା । ସହଯୋଗୀଙ୍କ ସହ ମିଶି ଡ୍ୟୁଟିରେ ଥିବା କର୍ମଚାରୀ ବୈକୁଣ୍ଠଙ୍କୁ ଲହୁ ଲୁହାଣ କଲେ ।

ମାଡ଼ ଓ ନିର୍ଯ୍ୟାତନା ପାଇଥିବା ଶ୍ରୀ ପ୍ରଧାନ ପରଦିନ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ । ତାଙ୍କ ପତ୍ନୀ ପୁରୀ ସମୁଦ୍ର କୂଳ ଥାନାରେ ଏତଲା ଦେଇଥିଲେ । ପୁଲିସ ପ୍ରଥମେ ଏତଲା ରଖୁ ନ ଥିଲା । ମାତ୍ର ରାଜ୍ୟ ସଚିବାଳୟ ସଂଘର ହସ୍ତକ୍ଷେପରେ ପୁଲିସ ଏତଲାକୁ ଥାନାରେ ରେଜିଷ୍ଟ୍ରି କଲା । ହେଲେ ତଦନ୍ତ କଲା ନାହିଁ ।

ଜୁଲାଇ ୧୩ ତାରିଖରେ ତତ୍କାଳୀନ ଡିସିପି ପ୍ରତୀକ ସିଂଙ୍କ ଉପସ୍ଥିତିରେ ତତ୍କାଳୀନ ରାଜ୍ୟପାଳ ଶ୍ରୀ ଦାସ, ପୀଡ଼ିତ ଓ ତାଙ୍କ ପରିବାରଙ୍କ ସହ ରାଜଭବନରେ ଆଲୋଚନା କରିଥିଲେ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଜେ ରାଜ୍ୟପାଳ ପ୍ରତିଶ୍ରୁତି ଦେଇ ୭ ଦିନ ସମୟ ନେଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଷ୍ଟିକୁ ବି ମାମଲା ଅଣାଯାଇଥିଲା ଏବଂ ସମାନ ପ୍ରତିଶ୍ରୁତି ମିଳିଥିଲା ।

ଘଟଣାର ଦେଢ଼ମାସ ପରେ ପୁଲିସର ନିରବତାକୁ ନେଇ ବିଧାନସଭା ହୁଲସ୍ତୁଲ ହେଲା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ ନିଶାନା କରିଥିଲେ । ବିଧାନସଭାରେ ଏହାକୁ ନେଇ ଝଡ଼ ବୋହିବା ପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ । ପୁରୀ ଜିଲ୍ଲାପାଳ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବେ ଏବଂ ଏହି ରିପୋର୍ଟ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ । ମାତ୍ର ୬ ମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆସିଲାନି ।

ଏଣେ ବୈକୁଣ୍ଠଙ୍କ ପତ୍ନୀଙ୍କ ସୂଚନା ଅନୁଯାୟୀ, ପୁଲିସ ଏ ଯାଏଁ ମାମଲାର ତଦନ୍ତ ବି କରିନାହିଁ ।

ଇତିମଧ୍ୟରେ ବହୁ ଘଟଣା ଘଟିଯାଇଛି । ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟପାଳ ପଦରୁ ହଟି ନିଜ ରାଜ୍ୟ ଝାଡ଼ଖଣ୍ଡରେ ବିଜେପିର ସକ୍ରିୟ ରାଜନୀତିକୁ ଫେରିଛନ୍ତି ରଘୁବର । ତା’ ପୂର୍ବରୁ ବୋହୁ ତଥା ପୁଅ ଲଳିତଙ୍କ ପତ୍ନୀ ପୂର୍ଣ୍ଣମା ସାହୁଙ୍କୁ ନିଜ ପାରମ୍ପରିକ ପୂର୍ବ ଜାମସେଦପୁର ଆସନ ଛାଡ଼ିବାରୁ ସେ ବିଧାୟକ ହୋଇଛନ୍ତି ।

ସୁତରାଂ ଝାଡ଼ଖଣ୍ଡ ରାଜନୀତିରେ ରଘୁବର ଏବଂ ପୁଅ ଲଳିତ ଏବେ ଖୁବ୍ ଚଳଚଞ୍ଚଳ । ସେମାନଙ୍କ ପତିଆରା ଆଗରେ ବୈକୁଣ୍ଠ ପ୍ରଧାନଙ୍କ ଭଳି ଓଡ଼ିଆ ସରକାରୀ କର୍ମଚାରୀ ଛାର୍ । ମୋହନ ସରକାର ଏ ପର୍ଯ୍ୟନ୍ତ ଝାଡ଼ଖଣ୍ଡୀ ରଘୁବର ନନ୍ଦନଙ୍କର ସୁରକ୍ଷା କବଚ ହୋଇଛନ୍ତି । ଓଡ଼ିଆ ଅସ୍ମିତା ଉପରେ ପ୍ରହାର ତାଙ୍କୁ ବ୍ୟଥିତ କରିନି । ଆଗକୁ କ’ଣ କରିବେ ଦେଖିବାର କଥା ।

 

Previous Post

ଭକ୍ତଙ୍କୁ ନେଇ କଂଗ୍ରେସ ଶିବିର ଉତ୍ସାହିତ

Next Post

ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

Next Post
ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA