ଭୁବନେଶ୍ୱର: ଡିସେମ୍ବର ୧ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଆଜି ବିଧାନସଭା ସଚିବାଳୟ ପକ୍ଷରୁ ଏହାର କାର୍ଯ୍ୟସୂଚୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅଧିବେଶନରେ ସମୁଦାୟ ୨୬ଟି କାର୍ଯ୍ୟ ଦିବସ ରହିଛି ।
ଡିସେମ୍ବର ୧ ଅଧିବେଶନର ଆରମ୍ଭ ଦିନ ୨୦୨୧-୨୨ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପିତ ହେବ । ୭, ୮ ଓ ୯ ତାରିଖରେ ଖର୍ଚ୍ଚ ଦାବି ଆଲୋଚନା ହେବ । ୧୦ ତାରିଖରେ ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍ ଗୃହର ଅନୁମୋଦନ ଲାଭ କରିବ ।