Wednesday, April 22, 2026 02:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ମହିଳା ସାମ୍ବାଦିକଙ୍କୁ ପ୍ରଯୋଜକ ଟୁଟୁ ନାୟକଙ୍କ ମାଡ଼ ଅଭିଯୋଗ

ଖାରବେଳ ଥାନାରେ ମାମଲା ରୁଜୁ

by Our Correspondent
03 Nov, 2023- 07:19 PM
in Crime, Latest News, News
1 min read
0
ମହିଳା ସାମ୍ବାଦିକଙ୍କୁ ପ୍ରଯୋଜକ ଟୁଟୁ ନାୟକଙ୍କ ମାଡ଼ ଅଭିଯୋଗ

ଭୁବନେଶ୍ୱର: ଓଲିଉଡ୍ ଜଗତର ବରିଷ୍ଠ ସିନେ ପ୍ରଯୋଜକ ଟୁଟୁ ନାୟକ ପୁଣି ଏକ ବିବାଦରେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ବିରୋଧରେ ଆଜି ଆସିଛି ଏକ ସଙ୍ଗୀନ ଅଭିଯୋଗ । ଭୁବନେଶ୍ୱରରେ ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ସେ ମାଡ଼ ମାରିଥିବା ଖାରବେଳନଗର ଥାନାରେ ଅଭିଯୋଗ ହୋଇଛି ।

ମହିଳା ସାମ୍ବାଦିକଙ୍କ ଏତଲା ଭିତ୍ତିରେ ପୁଲିସ ସିସିଟିଭି ଯାଞ୍ଚ କରିବା ପରେ ଟୁଟୁ ନାୟକଙ୍କ ବିରୋଧରେ ଆଇପିସି ଦଫା ୩୫୪(ମହିଳାଙ୍କୁ ଅସଦାଚରଣ), ୨୯୪(ଅସଭ୍ୟ ଭାଷାରେ ଗାଳିଗୁଲଜ), ୩୪୧( କାର୍ଯ୍ୟରେ ବାଧା ଦେଇ ଅଟକାଇବା) ଏବଂ ୩୨୩(ଆଘାତ ଦେବା)ରେ ମାମଲା ରୁଜୁ କରିଛି ।

ଅଭିଯୋଗକାରିଣୀ ମହିଳା ସାମ୍ବାଦିକ ହେଉଛନ୍ତି ଇଟିଭି ଭାରତର ଦେବସ୍ମିତା ରାଉତ । ଶ୍ରୀୟା ଟକିଜ୍ କମ୍ପ୍ଲେକ୍ସରେ ଆଜି ଏକ ଓଡ଼ିଆ ଫିଲ୍ମର ପ୍ରିମିୟର୍ ସୋ’ କଭରେଜ୍ ନିମନ୍ତେ ଅନ୍ୟ ସାମ୍ବାଦିକମାନଙ୍କ ସହ ସେ ବାହାରେ ଉପସ୍ଥିତ ଥିଲେ । ସେତେବେଳେ ଅତିଥିମାନେ ଭିତରକୁ ପ୍ରବେଶ କରୁଥିଲେ । ସମୟ ହୋଇଥିଲା ଦିନ ୧୨.୫୦ ମିନିଟ୍ ।

ଦେବସ୍ମିତା ଅଭିଯୋଗ କରିଛନ୍ତି ଯେ ସେହି ସମୟରେ ପ୍ରଯୋଜକ ଟିଟୁ ନାୟକ ତାଙ୍କୁ ବିନା କାରଣରେ ଆସି ଗାଲରେ ଏକ ଚାପୁଡ଼ା ମାରିଥିଲେ । ଏଥିଯୋଗୁଁ ତାଙ୍କ ହାତରୁ ବୁମ୍ ଏବଂ ମୋବାଇଲ୍ ଖସି ତଳେ ପଡିଯାଇଥିଲା । ସେ କିଛି ବୁଝି ନ ପାରି ତରବରରେ ତଳୁ ବୁମ୍ ଓ ମୋବାଇଲ୍ ଗୋଟାଉଥିବା ବେଳେ ଟୁଟୁ ନାୟକ ପୁଣି ଥରେ ପଛରୁ ତାଙ୍କୁ ବାଡ଼େଇଥିଲେ । ଏଭଳି ଆଚରଣରେ ସେ ଭୀଷଣ ଲଜ୍ଜା ଓ ଅପମାନିତ ହୋଇଥିଲେ । ଟୁଟୁ ନାୟକ ତାଙ୍କୁ କ୍ଷମା ମାଗିବା ପରିବର୍ତ୍ତେ ଓଲଟି ସ୍ମିତହାସ୍ୟ ଦେଇ ସେଠାରୁ ଚାଲି ଯାଇଥିଲେ ।

ଖାରବେଳନଗର ଥାନାରେ ଦେବସ୍ମିତା ଏ ନେଇ ଏତଲା ଦେବା ପରେ ପୁଲିସ ସେଠାରେ ପହଞ୍ଚି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ଏହି ଘଟଣାକୁ ନେଇ ଗଣମାଧ୍ୟମରେ ତୀବ୍ର ସମାଲୋଚନା ହୋଇଥିଲା । ଶେଷର ପୁଲିସ ଟୁଟୁ ନାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଅନ୍ୟପକ୍ଷରେ ତାଙ୍କ ବିରୋଧରେ ମାମଲାକୁ ନେଇ ଟୁଟୁ ନାୟକ ଆଶ୍ଚର୍ଯ୍ୟ ହୋଇ ବିଭିନ୍ନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଦେବସ୍ମିତା ମୋ ଝିଅ ଭଳି । ଜଣେ ମହିଳା ସାମ୍ବାଦିକଙ୍କୁ ଅବା କାହିଁକି ବାଡ଼େଇବି? ଦେବସ୍ମିତାଙ୍କୁ ଯଦି ମୋର ଆଚରଣ କିଛି ଖରାପ ଲାଗିଛି ତେବେ ସେଥିପାଇଁ ଆଇ ଆମ ସରି ।

Previous Post

ଗଞ୍ଜାମ ଜିଲ୍ଲାକୁ ୨୫୧ କୋଟି, ୫୭୦୬ ପ୍ରକଳ୍ପ

Next Post

କଳାହାଣ୍ଡିକୁ ୧୫୫ କୋଟି, ନବରଙ୍ଗପୁରକୁ ୯୪ କୋଟି

Next Post
କଳାହାଣ୍ଡିକୁ ୧୫୫ କୋଟି, ନବରଙ୍ଗପୁରକୁ ୯୪ କୋଟି

କଳାହାଣ୍ଡିକୁ ୧୫୫ କୋଟି, ନବରଙ୍ଗପୁରକୁ ୯୪ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA