Wednesday, April 22, 2026 08:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅଗଷ୍ଟ ୧ରୁ ୧୪ ଦୁଇ ପର୍ଯ୍ୟାୟରେ ଛାତ୍ର ଓ ଯୁବ ବିଜେଡିର ଆନ୍ଦୋଳନ

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

by Our Correspondent
29 Jul, 2025- 09:37 PM
in Latest News, News
1 min read
0
ଅଗଷ୍ଟ ୧ରୁ ୧୪ ଦୁଇ ପର୍ଯ୍ୟାୟରେ ଛାତ୍ର ଓ ଯୁବ ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବିଶେଷକରି ଛାତ୍ରୀ ଓ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି ଅଭିଯୋଗରେ ବିଜୁ ଜନତା ଦଳ ଆନ୍ଦୋଳନ କରି ଆସୁଥିବା ବେଳେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ଅଗଷ୍ଟ ୧ତାରିଖରୁ ଦ୍ଵିତୀୟ ପର୍ଯ୍ୟାୟ ଆନ୍ଦୋଳନ ଆରମ୍ଭ ହେବ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି। ଶଙ୍ଖ ଭଵନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବିଧାୟକ ବ୍ୟୋମକେଶ ରାୟ ଓ ଦେବୀ ରଞ୍ଜନ ତ୍ରିପାଠୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ଅଗଷ୍ଟ ୧ ତାରିଖରୁ ବିଜେଡିର ଛାତ୍ର ଓ ଯୁବ ସଂଗଠନ ତରଫରୁ ହେବାକୁ ଥିବା ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।

ଶ୍ରୀ ରାୟ କହିଥିଲେ, ଗତ ୧୩ ମାସ ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିବା ସହିତ ନାରୀ ନିର୍ୟ୍ୟାତନା ଅହେତୁକ ବୃଦ୍ଧି ପାଇଛି। ରାଜ୍ୟରେ ଛାତ୍ରୀମାନେ ବେଳାଭୂମି ଠାରୁ ଆରମ୍ଭ କରି କଲେଜ କ୍ୟାମ୍ପସରେ ମଧ୍ୟ ସୁରକ୍ଷିତ ନାହାନ୍ତି। ବିଭିନ୍ନ ଛାତ୍ରୀ ନିବାସରେ ନାବାଳିକା ମାନେ ଗର୍ଭବତୀ ହେଉଛନ୍ତି। ଛାତ୍ରୀ ଓ ନାରୀ ମାନେ ଅସୁରକ୍ଷିତ ହୋଇ ପଡିଥିଲା ବେଳେ, ରାଜ୍ୟ ବିଜେପି ସରକାର ନିଘୋଡ଼ ନିଦରେ ଶୋଇଛନ୍ତି। ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣା ଓ ବଳଙ୍ଗା ନାବାଳିକା ପୋଡି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ କଲେଜ ଷ୍ଟ୍ରାଇକ କରିଥିଲା। ବିଜୁ ଜନତା ଦଳ ତରଫରୁ ବାଲେଶ୍ୱର ବନ୍ଦ, ଲୋକସେବା ଭଵନ ଘେରାଉ କାର୍ୟ୍ୟକ୍ରମ ସହିତ ତିନି ଆରଡିସି ଅଫିସ ଘେରାଉ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏବେ, ଦ୍ଵିତୀୟ ପର୍ଯ୍ୟାୟରେ, ଅଗଷ୍ଟ ୧ତାରିଖରୁ ୭ ତାରିଖ ପର୍ୟ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କରାଯିବ। ଏଥିରେ ଛାତ୍ର ଛାତ୍ରୀ ମାନେ ତାଙ୍କ ଅଞ୍ଚଳର ଥାନା ଓ ଏସପିଙ୍କୁ ଭେଟି ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରଦାନ ସମ୍ବନ୍ଧରେ, ଡିଜି ପୋଲିସଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବେ। ସେହିପରି, ଅଗଷ୍ଟ ୮ ତାରିଖରୁ ୧୪ ତାରିଖ ପର୍ୟ୍ୟନ୍ତ ରାଜ୍ୟର ଛାତ୍ର ଛାତ୍ରୀ ମାନେ ରାଜ୍ୟର ଗୃହମନ୍ତ୍ରୀର ଦାୟିତ୍ୱ ତୁଲାଉଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟକୁ ଖୋଲା ଚିଠି ପଠାଇବେ। ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲକ୍ଷାଧିକ ଚିଠି ପଠାଯିବ ବୋଲି ଶ୍ରୀ ରାୟ କହିଥିଲେ।

ସେହିପରି ଶ୍ରୀ ତ୍ରିପାଠୀ କହିଥିଲେ, ନିକଟରେ ଘଟି ଯାଇଥିବା ଘଟଣାମାନଙ୍କୁ ନେଇ ଓଡିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଲଜ୍ଜ୍ୟା ଓ ନିନ୍ଦା ସାଉଁଟିଛି। ଆମେରିକା ରାଷ୍ଟ୍ରପତିଙ୍କ ଅଫିସରୁ ଜାରି କରାଯାଇଥିବା ଏକ ଟ୍ରାଭେଲ ଆଡ଼ଭାଇଜେରିରେ ଓଡିଶା ସମେତ ଦେଶର ଛଅଟି ରାଜ୍ୟକୁ ନଯିବା ପାଇଁ ଏହାର ନାଗରିକ ମାନଙ୍କୁ କହିଥିଲେ। ବିଶେଷ କରି ନାରୀ ଅସୁରକ୍ଷିତ ଓ ଉଗ୍ରବାଦ ବୃଦ୍ଧି ଦର୍ଶାଇ ଏହି ବାରଣ କରା ଯାଇଥିବାରୁ, ଓଡିଶା ପାଇଁ ଏହା ଲଜ୍ଜ୍ୟା ଓ ନିନ୍ଦା ଆଣିଥିଲା। ସେହିପରି, ଏଫଏମ କଲେଜ ଛାତ୍ରୀ ଆତ୍ମଦାହ ଘଟଣା ଓ ବଳଙ୍ଗା ନାବାଳିକା ପୋଡି ଘଟଣାରେ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଲଜ୍ଜ୍ୟା ବୋଲି କହିବା ସହିତ ଏଥିପାଇଁ ବ୍ୟବସ୍ଥାଗତ ବିଫଳତା ଦାୟୀ ବୋଲି କହିଥିଲେ। ଏତେ ନିନ୍ଦା ଓ ଲଜ୍ଜ୍ୟା ସତ୍ତ୍ୱେ, ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିନାହିଁ। ତେଣୁ, ରାଜ୍ୟରେ ଛାତ୍ରୀ ଓ ନାରୀ ମାନଙ୍କୁ ସୁରକ୍ଷିତ କରିବା ପାଇଁ, ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନେବା ଦରକାର। ନାରୀ ନିର୍ଯ୍ୟାତନାର ପ୍ରତିବାଦରେ, ବିଜୁ ଜନତା ଦଳ ତରଫରୁ ଅଗଷ୍ଟ ୧ ତାରିଖରୁ ଦୁଇ ଥାକିଆ ଆନ୍ଦୋଳନ କରାଯିବ। ରାଜ୍ୟରେ ଛାତ୍ରୀ ଓ ନାରୀ ମାନେ ସୁରକ୍ଷିତ ନହେବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଆନ୍ଦୋଳନ ଜାରି ରଖିବ।

Previous Post

ଆଜିଠାରୁ ସପ୍ତାହ ବ୍ୟାପି “ଆକାଂକ୍ଷା ହାଟ ଅଭିଯାନ”

Next Post

ବିଭିନ୍ନ ପାଠ୍ୟକ୍ରମରେ ଏଆଇ ବ୍ୟବହାର ଉପରେ ଗୁରୁତ୍ୱ

Next Post
ବିଭିନ୍ନ ପାଠ୍ୟକ୍ରମରେ ଏଆଇ ବ୍ୟବହାର ଉପରେ ଗୁରୁତ୍ୱ

ବିଭିନ୍ନ ପାଠ୍ୟକ୍ରମରେ ଏଆଇ ବ୍ୟବହାର ଉପରେ ଗୁରୁତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA