Tuesday, May 26, 2026 05:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଏସଆଇ ପରୀକ୍ଷା ଜାଲିଆତିରେ ସରକାର ସଂପୃକ୍ତ’

ସିବିଆଇ ତଦନ୍ତ ଦାବି କଲା ଯୁବ ବିଜେଡି

by Our Correspondent
01 Oct, 2025- 11:14 PM
in Latest News, News
1 min read
0
‘ଏସଆଇ ପରୀକ୍ଷା ଜାଲିଆତିରେ ସରକାର ସଂପୃକ୍ତ’

ଭୁବନେଶ୍ୱର: :୧୬ ମାସରେ ୧୬ଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଲାଣି । ଗତକାଲି ବାତିଲ ହୋଇଥିବା ପୋଲିସ ସବ୍ ଇନିସପେକ୍ଟର୍ ପରୀକ୍ଷାରେ କୋଟି କୋଟି ଟଙ୍କାର ଡିଲ୍ ହୋଇଛି । ଏହି କେଳେଙ୍କାରି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କର ଅସଲ ଚେହେରା ଲୋକଲୋଚନକୁ ଆସିଯାଇଛି। ଏହା ଏକ ଆନ୍ତଃରାଜ୍ୟ ରାକେଟ ହୋଇଥିବାରୁ ଏଥିରେ ବିଜେପି ଦଳର ମନ୍ତ୍ରି ଓ ବିଧାୟକ ମାନେ ସାମିଲ ଥିବାର ସନ୍ଦେହ ପ୍ରକାଶ ପାଇଛି। ସରକାର ଏହି ଘୋଟାଲରେ ସାମିଲ ଥିବା ବିଜେପିର ନେତା ମନ୍ତ୍ରୀ ମାନଙ୍କୁ ଖସେଇ ଦେବାପାଇଁ ତରବରିଆ ଭାବେ କ୍ରାଇମ୍ ବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ପୋଲିସ ବିଭାଗ ଅଧିନରେ ଏହି ପରୀକ୍ଷା ପରିଚାଳନା କରାଯାଉଥିଲା ଏବଂ ପରବର୍ତ୍ତୀ ସମୟରେ ଜାଲିଆତି ହେବାର କଥା ସାମ୍ନାକୁ ଆସିଲା ସେଇ ପୋଲିସ ବିଭାଗର କ୍ରାଇମ୍ ବ୍ରାଞ୍ଚ ଦ୍ୱାରା ଯଦି ତଦନ୍ତ କରାଯାଏ ଫଳ କଣ ବାହାରିବ ବୋଲି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ଚୋର ହାତରେ ଚାବିକାଠି ଦେବା ସଦୃଶ ଯେଉଁ ପୋଲିସ ବିଭାଗର କର୍ମଚାରୀ ଏହି ଜାଲିଆତିରେ ସାମିଲ ଅଛନ୍ତି ସେହି ବିଭାଗରେ ଲୋକଙ୍କ ଦ୍ୱାରା ତଦନ୍ତ ହେଲେ ପ୍ରକୃତ ଦୋଷିମାନେ ଖସି ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ହଜାର ହଜାର ମେଧାବୀ ପରିକ୍ଷାର୍ଥୀ ମାନଙ୍କର ଭବିଷ୍ୟତ ଆଜି ଏ ସରକାର ଅନ୍ଧାରକୁ ଠେଲି ଦେଇଛି। ସେଇ ପରୀକ୍ଷାର୍ଥୀ ମାନଙ୍କୁ ନ୍ୟାୟ ଦେବାପାଇଁ ଏହି ଘୋଟାଲାକୁ ସିବିଆଇ ଦ୍ଵାରା ତଦନ୍ତ କରାଯାଇ ଦୋଷୀ ମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ନେଲେ ବିଜୁ ଯୁବ ଜନତା ଦଳ ଚୁପ୍ ବସିବ ନାହିଁ। ଏ ସରକାରରେ ଏକ ନୁଆ ସ୍ଲୋଗାନ ଆସିଛି,”ଟଙ୍କା ଦିଅ, ଚାକିରୀ ନିଅ”। ବିଜୁ ଯୁବ ଜନତା ଦଳ ଏହାକୁ ଘୋର ବିରୋଧ କରୁଛି ଏବଂ ହଜାର ହଜାର ମେଧାବୀ ପରିକ୍ଷାର୍ଥୀଙ୍କ ସ୍ବାର୍ଥପାଇଁ ଆଗାମୀ ଦିନରେ ରାଜରାସ୍ତାରେ ଲଢେଇ କରିବା ସହିତ ଏହି ଏସଆଇ ପରୀକ୍ଷା ପରିଚାଳନା ନିମନ୍ତେ ସରକାର ଏକ କଳା ତାଲିକା ଭୁକ୍ତ ସଂସ୍ଥାକୁ କିଭଳି ଭାବରେ ଆଉଟସୋର୍ସିଂ କରିଥିଲେ ବୋଲି ଶ୍ରୀ ସାହୁ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ସୂଚନାଥାଉକି, ପୁଲିସ ସ୍କାନରରେ ଏବେ ପରୀକ୍ଷା ପ୍ରଶ୍ନ ପ୍ରସ୍ତୁତକାରୀ ସଂସ୍ଥା “ସିଲିକନ’ ପ୍ରାଇଭେଟ ଲିମିଟେଡ୍ । ସଂସ୍ଥାର ୪ ଜଣ ଅଧିକାରୀ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ଓଡ଼ିଶା ପୁଲିସ । ଇତିମଧ୍ୟରେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରେ ବ୍ରହ୍ମପୁର ପୁଲିସ ରେଡ୍ କରିଛି ।

ଏପଟେ, ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ମୋଟ ୧୧୭ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୪ ଜଣ ପରୀକ୍ଷାର୍ଥୀ ହୋଇଥିଲା ବେଳେ ୩ ଜଣ ଦଲାଲ । ଓଡ଼ିଶା ପୁଲିସ ପକ୍ଷରୁ ଆଜି ଜାରି ହୋଇଥିବା ଏକ ପ୍ରେସ୍ ନୋଟ୍ ରେ କୁହାଯାଇଛି ଯେ ଅଭିଯୁକ୍ତମାନେ ଭୁବନେଶ୍ୱର ବରମୁଣ୍ଡାରୁ ବିଜୟନଗମର ଏକ ଅଜ୍ଞାତ ସ୍ଥାନକୁ ଯାଉଥିଲେ । ସେଠାରେ ଗୋପନୀୟ ଭାବେ ସେମାନଙ୍କୁ ପ୍ରଶ୍ନପତ୍ର ଆଗୁଆ ଦେବା ପାଇଁ ଯୋଜନା ହୋଇଥିଲା । ଆଶାୟୀଙ୍କ ପିଛା ୨୫ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା । ସେମାନଙ୍କଠାରୁ ଅଗ୍ରୀମ ରାଶି ୧୦ ଲକ୍ଷ ଟଙ୍କା ନିଆଯାଇଥିଲା । ଚାକିରି ପରେ ଆଉ ୧୫ ଲକ୍ଷ ଦେଇଥାନ୍ତେ । ଘଟଣାରେ ଅନେକ ଦଲାଲ ଓ ଏଜେଣ୍ଡ ସମ୍ପୃକ୍ତ ଅଛନ୍ତି । ଏ ନେଇ ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତମାନଙ୍କ ବିରୋଧରେ ବିଏନସିର ଦଫା ୩୧୯(୨), ୩୧୮(୪), ୩୩୮, ୩୩୬(୩), ୩୪୦(୨), ୧୧(୧), ୬୧(୨), ୩(୫) ଲାଗୁ ହୋଇଛି ।

Previous Post

ପରୀକ୍ଷା ବାତିଲ କରିବାରେ ସରକାର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି: ବିଜେଡି

Next Post

ସ୍ଵଦେଶରେ ପ୍ରସ୍ତୁତ ସାମଗ୍ରୀ କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ

Next Post
ସ୍ଵଦେଶରେ ପ୍ରସ୍ତୁତ ସାମଗ୍ରୀ କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ

ସ୍ଵଦେଶରେ ପ୍ରସ୍ତୁତ ସାମଗ୍ରୀ କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA