Monday, May 25, 2026 12:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆସ୍କାରେ ରାଜ୍ୟସ୍ତରୀୟ ଯୁବ ଶକ୍ତି ସମାବେଶ

୫୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

by Our Correspondent
23 Jun, 2025- 07:51 PM
in Latest News, News
1 min read
0
ଆସ୍କାରେ ରାଜ୍ୟସ୍ତରୀୟ ଯୁବ ଶକ୍ତି ସମାବେଶ

ଭୁବନେଶ୍ୱର: ଓଡ଼ିଶା ଯୁବ ବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ, ଓଡ଼ିଶାର ଯୁବ ସମାଜ ପାଇଁ ଏକ ସୁବର୍ଣ୍ଣ ଯୁଗ ଆସୁଛି, ସବୁ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଇଛି। ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ହେବ। ଓଡ଼ିଶାର ଏହି ଲକ୍ଷ୍ୟ ହାସଲରେ ଯୁବ ଶକ୍ତି ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ଆସ୍କା ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ ଶକ୍ତି ସମାବେଶରେ କହିଛନ୍ତି।

ଗଞ୍ଜାମ ବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି କଳା, ସଙ୍ଗୀତ, ନୃତ୍ୟ ଓ ଗୀତର ସମ୍ଭାର। କେବଳ କଳା ନୈପୁଣ୍ୟ ନୁହେଁ ରାଜନୀତିରେ ମଧ୍ୟ ପାରଙ୍ଗମ ଗଞ୍ଜାମ ବାସୀ। ଗଞ୍ଜାମରେ ଗଞ୍ଜାମ ବାସୀ ଡବଲ ନୁହେଁ ଟ୍ରିପଲ୍ ଇଞ୍ଜିନ ସରକାର ଗଠନ କରିଛନ୍ତି। ସେ କହିଥିଲେ ଜୁନ ୧୨ ତାରିଖ ଆମ ପାଇଁ ବର୍ଷ ପୂର୍ତ୍ତିର ମହତ୍ତ୍ୱପୂର୍ଣ୍ଣ ଦିବସ ଥିଲା କିନ୍ତୁ ଆମେ ଆମ ସଫଳତାରେ ଆତ୍ମ ବିଭୋର ନହୋଇ ଜୁନ ୧୩ ତାରିଖରୁ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛୁ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜିଲ୍ଲାରେ ୫୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ, ଏଥିରେ ୫ଟି ଜଳସେଚନ ପ୍ରକଳ୍ପ, ଗୋଟିଏ ସଡ଼କ ପ୍ରଶସ୍ତୀ କରଣ ପ୍ରକଳ୍ପ, ଗୋଟିଏ ହାଇ ଲେଭେଲ୍ ପ୍ରକଳ୍ପ ଓ ଅନ୍ୟାନ୍ୟ ପ୍ରକଳ୍ପ ରହିଛି। ମା ତାରତାରେଣୀ ମନ୍ଦିର ଉନ୍ନତିକରଣ ପାଇଁ ରିଭାଇଜ୍ ଡି ପି ଆର ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପୋଲସରାରେ ଏକ ବିଶ୍ବସ୍ତରୀୟ ଶିଳ୍ପ ତାଲିମ ପ୍ରତିଷ୍ଠାନ ପାଇଁ ଜାଗା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।

ଯୁବ ସମାଜକୁ ଉଦବୋଧନ ଦେଇ ସେ କହିଥିଲେ ଯେ, ଯୁବ ବର୍ଗ ହେଉଛନ୍ତି ଆମ ସମାଜର ଶକ୍ତି, ସାମର୍ଥ୍ୟ ଓ ଭବିଷ୍ୟତ। ଅସୀମିତ ଶକ୍ତିର ଭଣ୍ଡାର। ଆମ ଓଡ଼ିଶାରେ ଏହି ପ୍ରଡକ୍ଟିଭ ଏଜ୍ ଗ୍ରୁପରେ ୧୫ ରୁ ୩୫ ବର୍ଷ ମଧ୍ୟରେ ଜନସଂଖ୍ୟା ହେଉଛି ୧.୭ କୋଟି । ଆମର ଏହି ବିପୁଳ ଯୁବ ଶକ୍ତିର ସାମର୍ଥ୍ୟ ଉପରେ ଭରସା କରି ଆମେ ଭବିଷ୍ୟତ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛୁ। ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ଜାତୀୟ ଶିକ୍ଷା ନୀତି ଲାଗୁ କରିଛୁ। ମୌଳିକ ଶିକ୍ଷାର ଉନ୍ନତି ପାଇଁ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ସହିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛୁ। ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛୁ। ପିଲାମାନଙ୍କୁ ନିଯୁକ୍ତି ଯୋଗ୍ୟ କରିବା ପାଇଁ ୫୮ ଟି କଲେଜରେ ଶିଳ୍ପ ସମ୍ପର୍କ ଓ ବ୍ୟବହାରିକ ଶିକ୍ଷା ଜ୍ଞାନରେ ତାଲିମ ଦେଉଛୁ। ଯୁବ ବର୍ଗଙ୍କ ଦକ୍ଷତା ବୃଦ୍ଧି ଉପରେ ଆମେ ସର୍ବାଧିକ ଗୁରୁତ୍ଵ ଦେଉଛୁ। ଆମର ଏହି ସବୁ କାର୍ଯ୍ୟକ୍ରମ ଆଗାମୀ ଦିନରେ ଓଡ଼ିଶାର ଯୁବ ବର୍ଗଙ୍କୁ ନିଯୁକ୍ତି କ୍ଷେତ୍ରରେ ସବୁଠାରୁ ଅଧିକ ଯୋଗ୍ୟ କରି ଗଢିତୋଳିବ। ସାରା ବିଶ୍ବରେ ସେମାନଙ୍କର ଚାହିଦା ବଢିବ।

ସେ ପୁଣି କହିଥିଲେ କ୍ରୀଡ଼ା ହେଉଛି ଏପରି ଏକ କ୍ଷେତ୍ର ଯେଉଁଠାରେ ଆପଣ ଦକ୍ଷତା ବଳରେ ଯଶ ଓ ଅର୍ଥ ପାଇପାରିବେ। ଆମ ସରକାର ରାଜ୍ୟରେ ଖେଳକୁଦ ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି, ତେଣୁ ଯୁବ ସମାଜ ଏହାର ସୁବିଧା ନେଇ ନିଜ ପ୍ରତିଭାକୁ ବ୍ୟବହାର କରି ସେ କ୍ରୀଡାକୁ କ୍ୟାରିଅର କରିବା ପାଇଁ ପରାମର୍ଶ ଦେଇଥିଲେ।

ରାଜ୍ୟର ଶିଳ୍ପାୟନ ଉପରେ ଆଲୋକପାତ କରି ସେ କହିଥିଲେ, ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସହିତ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ପ୍ରସ୍ତାବ ଗୁଡିକ କାର୍ଯ୍ୟକାରୀ କରିବା ପାଇଁ ଆମେ ଗୋଟିଏ ବି ମୁହୂର୍ତ୍ତ ନଷ୍ଟ କରିନାହିଁ। ମାତ୍ର ୧୫୦ ଦିନ ମଧ୍ୟରେ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛୁ। ଏହା ମାଧ୍ୟମରେ ୧.୧୦ ଲକ୍ଷ ନିଯୁକ୍ତି ମିଳିବା ନିଶ୍ଚିତ ହୋଇଛି। ଏକବର୍ଷ ମଧ୍ୟରେ ୨୮ ହାଜର ୩୪୬ ସରକାରୀ ନିଯୁକ୍ତି ଦେଇଛୁ। ଯୁବ ବର୍ଗଙ୍କ ପାଇଁ ଆମେ କୌଣସି ସୁଯୋଗ ହାତଛଡ଼ା କରିବୁ ନାହିଁ।

ଯୁବ ବର୍ଗଙ୍କୁ ଉତ୍ସାହିତ କରି ସେ କହିଥିଲେ ଆପଣ ମାନେ ନିଜ ନିଜର ପ୍ରତିଭାକୁ ଜାଣନ୍ତୁ ଏବଂ ତାର ବିକାଶ ପାଇଁ କାମ କରନ୍ତୁ। ନିଜର ଚିନ୍ତାଧାରାକୁ ବିଶ୍ବସ୍ତରୀୟ କରନ୍ତୁ। ସବୁବେଳେ ଭାବନ୍ତୁ ଯେ I MUST BE THE BEST. ତାହେଲେ ଆପଣ ସବୁ କରିପାରିବେ। ଆପଣ ନିଜେ ସଫଳ ହେବେ ଏବଂ ଆପଣଙ୍କ ଯୋଗୁ ସାରା ଓଡ଼ିଶା ସଫଳ ହେବ। ଦେଢ଼ କୋଟିରୁ ଅଧିକ ଯୁବ ବର୍ଗ ଯେତେବେଳେ ସଫଳ ହେବେ, ସେତେବେଳେ ଓଡିଶା ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ବିକଶିତ ଭାରତର ଗ୍ରୋଥ ଇଞ୍ଜିନ ହେବ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ବରପୁତ୍ର ମାନଙ୍କ ସହିତ ମହାନ ଜନନେତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରକାଶିତ ପୁସ୍ତିକା ତୃଣମୂଳରୁ ଶୀର୍ଷ ସୋପାନ ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଭଞ୍ଜନଗର, କବିସୂର୍ଯ୍ୟନଗର, ବ୍ରହ୍ମପୁର, ଛତ୍ରପୁର, ଖଲିକୋଟ, ଦିଗପହଣ୍ଡି, ଚିକିଟି ଓ ସୋରଡ଼ାର ବିଧାୟକ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶୀନି ସ୍ବାଗତ ଭାଷଣ ଦେଇଥିଲେ ଓ ବିଧାୟକ ଆସ୍କା ସରୋଜ କୁମାର ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Previous Post

ରଥଯାତ୍ରା ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ

Next Post

ଟ୍ରମ୍ପଙ୍କ ଆଡ଼ଭାଇଜରୀ ଓଡ଼ିଶାକୁ ବିଶ୍ୱସ୍ତରରେ ନିନ୍ଦିତ କରିଛି: ବିଜେଡି

Next Post
ଟ୍ରମ୍ପଙ୍କ ଆଡ଼ଭାଇଜରୀ ଓଡ଼ିଶାକୁ ବିଶ୍ୱସ୍ତରରେ ନିନ୍ଦିତ କରିଛି: ବିଜେଡି

ଟ୍ରମ୍ପଙ୍କ ଆଡ଼ଭାଇଜରୀ ଓଡ଼ିଶାକୁ ବିଶ୍ୱସ୍ତରରେ ନିନ୍ଦିତ କରିଛି: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA