Monday, May 25, 2026 02:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅକ୍ଷମଣୀୟ ତ୍ରୁଟି

by Our Correspondent
02 Feb, 2020- 11:24 PM
in Latest News, News
1 min read
1
ଅକ୍ଷମଣୀୟ ତ୍ରୁଟି

ଭୁୁବନେଶ୍ୱର: ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ବାବୁମାନେ ହୁଅନ୍ତୁ କି ବିଭାଗର ଟୁଇଟର ହ୍ୟାଣ୍ଡଲ୍ ପାଇଁ ନିଯୁକ୍ତ ସଂସ୍ଥା ହୁଅନ୍ତୁ ଜାଣିନାହାନ୍ତି ଓଡ଼ିଶା ପୁଲିସ ବିଭାଗର ମୁଖ୍ୟଙ୍କୁ । ବିଭାଗ ପକ୍ଷରୁ ପୋଷ୍ଟ ହୋଇଥିବା ଏକ ଟୁଇଟ୍ ଏଭଳି ଗର୍ହିତ କାର୍ଯ୍ୟ ସାମନାକୁ ଆଣିଛି ।

ପୁଲିସ ଡିଜି ଶ୍ରୀ ଅଭୟ ମାଲକାନଗିରି ସ୍ୱାଭିମାନ(ବିଛିନ୍ନାଞ୍ଚଳ) ପରିଦର୍ଶନରେ ଯାଇଥିଲେ । ସେଠାରେ ବିଭିନ୍ନ ବିଏସଏଫ୍ କ୍ୟାମ୍ପ୍ ବୁଲିବା ସହ ମାଓ ଦମନ ଅପରେସନ୍ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଗୁରୁପ୍ରିୟା ସେତୁର ସୁରକ୍ଷା ନେଇ ମଧ୍ୟ ସମୀକ୍ଷା କରିଥିଲେ ଡିଜିପି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ଖବରଟିକୁ ଫଟୋ ସହ ଟୁଇଟ୍ କରାଯାଇଛି ।
ଅତ୍ୟନ୍ତ ଲଜ୍ଜାର କଥା କି ଡିଜିପିଙ୍କ ସ୍ୱାଭିମାନ ଅଞ୍ଚଳ ପରିଦର୍ଶନ ଫଟୋରେ ଶ୍ରୀ ଅଭୟ ଏବଂ ତାଙ୍କ ଟିମ୍ ଙ୍କୁ ଦେଖିବାକୁ ମିଳୁନି । ଡିଜି ଦାୟିତ୍ୱରୁ ୪ ମାସ ତଳେ ହଟି ସାରିଥିବା ବିଜୟ ଶର୍ମା ଓ ଟିମ୍ ଙ୍କୁ ଫଟୋରେ ଦେଖିବାକୁ ମିଳୁଛି । ଅର୍ଥାତ୍ ବିଜୟ ଶର୍ମା ଡିଜି ଦାୟିତ୍ୱରେ ଥିବା ବେଳର ଏହି ଫାଇଲ୍ ଫଟୋଟିକୁ ଆଜିର ଦର୍ଶାଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଛି ।
ଏହା ବିଭାଗର ଅଜ୍ଞତା ହେଉ କି ଖାମଖିଆଲି ହେଉ, ସର୍ବୋପରି ଏହା ଏକ ସାଂଘାତିକ ତ୍ରୁଟି । ଯାହାକୁ କ୍ଷମା କରାଯାଇପାରିବ ନାହିଁ । ଯୋଉ ବାବୁ ଏହି ଫଟୋଟିକୁ ଟୁଇଟର୍ ରେ ପୋଷ୍ଟ କଲେ ତାଙ୍କର ସାଧାରଣ ଜ୍ଞାନ ଓ ଦାୟିତ୍ୱବୋଧତା ବୁଝିହେଉଛି । ଆହୁରି ଲଜ୍ଜାକର କଥା, ଓଡ଼ିଶା ପୁଲିସର ଅଫିସିଆଲ୍ ହାଣ୍ଡଲ୍ ରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଏହି ଟୁଇଟ୍ କୁ ଲାଇକ୍ କରାଯାଇଛି ।
ସୂଚନାଥାଉକି, ସୂଚନା ଓ ଲୋକସମ୍ପର୍କ ବିଭାଗର ବାବୁମାନଙ୍କ ଦାୟିତ୍ୱହୀନତା ଭୟଙ୍କର କରୋନା ରୋଗଠାରୁ ବି ଅଧିକ ମାରାତ୍ମକ ହେଲାଣି । ବିଭାଗର ୱେବସାଇଟ୍ କୁ ଗଲେ ଏହାର ମାଳ ମାଳ ଉଦାହରଣ ଦେଖିବାକୁ ମିଳୁଛି । ଅତୀତରେ ଏ ସମ୍ପର୍କରେ ବଡ଼ବାବୁମାନଙ୍କ ଦୃଷ୍ଟିକୁ ବାରମ୍ବାର ଅଣାଯାଇଥିଲେ ମଧ୍ୟ ସେମାନଙ୍କର ପରବାଏ ନାହିଁ । ଜଳ ଜଳ ତ୍ରୁଟିକୁ ସଜାଡ଼ିବାକୁ ତିଳେମାତ୍ର ଆନ୍ତରିକତା କି ଉଦ୍ୟମ ନାହିଁ ।
ଡିଜିପିଙ୍କ ବିଚ୍ଛିନ୍ନାଞ୍ଚଳ ଗସ୍ତର ତ୍ରୁଟିପୂର୍ଣ୍ଣ ଟୁଇଟ୍ କୁ ନେଇ ବିଭାଗର ଅଧିକାରୀମାନେ ନିଜ ଉପରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରିଛନ୍ତି । ଏହାର ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥାକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି । ପ୍ରଶ୍ନ ଉଠୁଛି, ସରକାରଙ୍କର ଏତେବଡ଼ ଦାୟିତ୍ୱ ନେଇଥିବା ଏହି ଘରୋଇ ସଂସ୍ଥା କିଏ? ସେଥିପାଇଁ କୋଟି କୋଟି ଟଙ୍କା କାହିଁକି ଖର୍ଚ୍ଚ ହେଉଛି? ନିର୍ଦ୍ଦିଷ୍ଟ ଘରୋଇ ସଂସ୍ଥା ହାତରେ ଏତେବଡ଼ ଦାୟିତ୍ୱ ଟେକିବା ପଛରେ କାହାର ସ୍ୱାର୍ଥ ରହିଛି? ରାଜ୍ୟ ସରକାରଙ୍କ ପାଖରେ ଏହାର ଉତ୍ତର ଦାୟିତ୍ୱ ଅଛି ନା ନାହିଁ?
Previous Post

ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ପ୍ରତିକ୍ରିୟା: ସ୍ୱାଗତ କମ୍, ନୈରାଶ୍ୟ ବେଶୀ

Next Post

ଅନୁଭବ ଦଳନରେ ଦଳୀୟ ବିଧାୟକ!

Next Post
ଅନୁଭବ ଦଳନରେ ଦଳୀୟ ବିଧାୟକ!

ଅନୁଭବ ଦଳନରେ ଦଳୀୟ ବିଧାୟକ!

Comments 1

  1. HP says:
    6 years ago

    Semane media line ra loka nuhanti.DGP nku keve dekhi nahanti .chinhibe kemiti

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA