Sunday, May 31, 2026 04:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଅଫିସ କର୍ମଚାରୀଙ୍କୁ ସଂଗଠନ ଦାୟିତ୍ୱ, ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କିରାଣୀ ମାନ୍ୟତା’

by Our Correspondent
14 Aug, 2019- 04:21 PM
in Latest News, News, Politics
1 min read
1
‘ଅଫିସ କର୍ମଚାରୀଙ୍କୁ ସଂଗଠନ ଦାୟିତ୍ୱ, ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କିରାଣୀ ମାନ୍ୟତା’
Spread the love
ଭୁୁବନେଶ୍ୱର: ପ୍ରଶାସକରୁ ରାଜନେତା ବନିଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇଛନ୍ତି ବିଜେପି କାର୍ଯ୍ୟକର୍ତ୍ତା । ଜିଲ୍ଲା ସଂଗଠନର ନେତା ଓ କର୍ମୀଙ୍କୁ କୁଆଡ଼େ ତାଙ୍କର ପସନ୍ଦ ହେଉନି । ଦଳୀୟ ନିଷ୍ପତ୍ତି ବାହାରେ ନିଜର ସମାନ୍ତରାଳ ସଂଗଠନ ଚଳାଇଛନ୍ତି । ଦଳୀୟ ସଂଗଠନକୁ ତୁଚ୍ଛ ମନେ କରି କର୍ମୀମାନଙ୍କୁ ଆତ୍ମ ବନ୍ଦନ ପାଇଁ ବାଧ୍ୟ କରୁଛନ୍ତି । ନିଜ ଅଫିସ୍ କର୍ମଚାରୀମାନଙ୍କ ମାଧ୍ୟମରେ ସଂଗଠନ ପରିଚାଳନା କରୁଥିବା ବେଳେ ଦଳୀୟ କର୍ମୀଙ୍କୁ କିରାଣୀ ଭଳି ବ୍ୟବହାର କରୁଛନ୍ତି ।
ଭୁବନେଶ୍ୱର ସାଂସଦଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗର ଗଦା ଛିଡ଼ା କରାଇଛନ୍ତି ଖୋଦ ଦଳର ଜିଲ୍ଲା କର୍ମକର୍ତ୍ତା । ସାଂସଦଙ୍କ ଅନୁଶାସନହୀନ କାର୍ଯ୍ୟକ୍ରମ ଓ ନେତୃତ୍ୱ ବିରୋଧରେ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ଓ ସଭାପତି ବସନ୍ତ ପଣ୍ଡାଙ୍କ ପାଖରେ ଫେରାଦ ହୋଇଛନ୍ତି । ସାଂସଦ ଅପରାଜିତାଙ୍କୁ ଅହଂକାରୀ ବୋଲି ଦର୍ଶାଇବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ନିର୍ବାଚନ ଜିତି ଆସିବାର ମାସ ତିନିଟାରେ ଦଳୀୟ ସାଂସଦଙ୍କ ବିରୋଧରେ ଜିଲ୍ଲା କର୍ମକର୍ତ୍ତାଙ୍କ ଏଭଳି ବିଦ୍ରୋହ ବିଜେପି ରାଜନୀତିକୁ ହଟଚମଟ କରିଛି ।
ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ସାବତଙ୍କ ଦସ୍ତଖତରେ ଏହି ପତ୍ର ଲେଖାଯାଇଛି । ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ଦଳର ବରିଷ୍ଠ ନେତା ଦିଲ୍ଲୀପ ମହାନ୍ତି, ଜିଲ୍ଲାର ତିନି ଜଣ ସାଧାରଣ ସମ୍ପାଦକ, ଜିଲ୍ଲା ଉପସଭାପତି ଏବଂ ସମସ୍ତ ମଣ୍ଡଳର ସଭାପତିଙ୍କ ମିଳିତ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଥିବା ସୁଶାନ୍ତ ସ୍ପଷ୍ଟ କରିଛନ୍ତି ।
ରାଜ୍ୟ ସଂଗଠନ ମନ୍ତ୍ରୀଙ୍କୁ ଦିଆଯାଇଥିବା ପତ୍ରରେ ଲେଖାଯାଇଛି, ଗତ ଜୁନ ୧୩ ତାରିଖରେ ଭୁବନେଶ୍ୱର ଜିଲ୍ଲାର ବିଜେପି କୋର ସଦସ୍ୟ ଏବଂ ଭୁବନେଶ୍ୱର ସାଂସଦଙ୍କ ମିଳିତ ଆନୁକୂଲ୍ୟରେ ଏକ ବୈଠକ ହୋଇଥିଲା । ସେଠାରେ ଆଗାମୀ ସାଂଗଠନିକ କାର୍ଯ୍ୟକ୍ରମକୁ ସୁପରିଚାଳନା ଓ ସୁଦୃଢ଼ କରିବାକୁ ଏକ ସଂଚାଳନ କମିଟି ଗଠନ କରାଯାଇଥିଲା । ମାତ୍ର ନବ ନିର୍ବାଚିତ ସାଂସଦ ଏହାକୁ ନ ମାନି ଦଳୀୟ ବ୍ୟବସ୍ଥାର ଅବମାନନା କରିଛନ୍ତି । ସାଂସଦ ଅପରାଜିତା କ’ଣ କରିଛନ୍ତି ନା..
– ଟିମ୍ ଅପରାଜିତା ନାମରେ କିଛି ଅପରାଧିକ ତତ୍ତ୍ୱାଧାରୀଙ୍କୁ ସାମିଲ କରି ସଂଗଠନ ଗଢ଼ୁଛନ୍ତି ।
– ନିଜ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ମାଧ୍ୟମରେ ସଂଗଠନ ପରିଚାଳନା କରିବାକୁ ଚେଷ୍ଟା କରୁଛନ୍ତି ।
– ସାଂଗଠନିକ ବ୍ୟବସ୍ଥା ଯଥା ଜିଲ୍ଲା ଏବଂ ମଣ୍ଡଳକୁ ପଦାଘାତ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ।
– ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହୃତ ସମସ୍ତ ବ୍ୟାନରରେ ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦଙ୍କୁ ସ୍ଥାନ ନ ଦେଇ ନିଜର ଅହଂକାର ପ୍ରଦର୍ଶନ କରିବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନିଜର କିରାଣୀ ଭଳି ବ୍ୟବହାର କରୁଛନ୍ତି ।
– ସାଂସଦଙ୍କର ଏଭଳି କାର୍ଯ୍ୟକଳାପର ପ୍ରତିବାଦ କରୁଥିବା ଆଶାୟୀ କର୍ପୋରେଟରମାନଙ୍କୁ ଟିକେଟ ନ ଦେବାର ଭୟ ଦେଖାଉଛନ୍ତି ।
ଚିଠିରେ ପୁଣି ଉଲ୍ଲେଖ କରାଯାଇଛି ଯେ ଗତ ଜୁନ୍ ୨୯ ତାରିଖରେ ଉତ୍ତର ନିର୍ବାଚନମଣ୍ଡଳୀର କୌଣସି ଜିଲ୍ଲା ଓ ମଣ୍ଡଳସ୍ତରୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ନ କରି ସାଂସଦ ନିଜର କ୍ଷମତା ପରିସର ବାହାରେ ନିର୍ବାଚନ ମଣ୍ଡଳୀ ନାଁରେ କର୍ମୀ ସମ୍ମିଳନୀ କରିଥିବାରୁ ଆମେ ଦୃଢ଼ ନିନ୍ଦା କରୁଛୁ । ସାଂସଦଙ୍କ ଏଭଳି ହୀନ କାର୍ଯ୍ୟକୁ ସଂଗଠନ ଶୃଙ୍ଖଳା ଭଙ୍ଗ ବୋଲି ବିବେଚନା କରାଯାଉ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି ।
ତେବେ ଜିଲ୍ଲା କର୍ମକର୍ତ୍ତାଙ୍କ ଏହି ଅଭିଯୋଗ ଉପରେ ସାଂସଦଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।
Previous Post

ମନ୍ତ୍ରୀଙ୍କୁ ଆଉ ମିଳିବନି ‘ଗାର୍ଡ ଅଫ ଅନର’

Next Post

ଭିଆରଏସ ନେଲେ ଆଦିତ୍ୟ ପାଢ଼ୀ, ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତ

Next Post
ଭିଆରଏସ ନେଲେ ଆଦିତ୍ୟ ପାଢ଼ୀ, ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତ

ଭିଆରଏସ ନେଲେ ଆଦିତ୍ୟ ପାଢ଼ୀ, ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତ

Comments 1

  1. ଵିକୁ says:
    7 years ago

    ଅତି ଉତ୍ତମ କାର୍ଯ୍ୟଶୈଳୀ। ନୂତନ କାର୍ଯ୍ୟକ୍ରମ ହାତକୁ ନେଵା ଆଵଶ୍ୟକ।

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA