Tuesday, May 19, 2026 07:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅରୁଣଙ୍କ ଟି-ମନ୍ତ୍ର: ହ୍ୱାଟସ୍ ଆପ୍ ଗ୍ରୁପ୍ ରେ ୯ ଲକ୍ଷ ଚାଷୀ

by Our Correspondent
05 Aug, 2020- 11:02 AM
in Latest News, News
1 min read
0
ଭୁବନେଶ୍ୱର: ରାଜ୍ୟର ଚାଷୀଭାଈମାନଙ୍କ ପାଖରେ ସମୟୋପଯୋଗୀ ଚାଷକାର୍ଯ୍ୟର କୌଶଳ ଓ ବିଭିନ୍ନ ସୂଚନା ପହଞ୍ଚାଇବା ଉଦ୍ଦେଶ୍ୟରେ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଡ. ଅରୁଣ ସାହୁ ଅଭିନବ ଉଦ୍ୟମ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଯୋଡିଛନ୍ତି ଚାଷୀକୂଳକୁ । ବିଭାଗ ଜରିଆରେ ଏ ପର୍ଯ୍ୟନ୍ତ ୯ ଲକ୍ଷ ୨୦ ହଜାରରୁ ଅଧିକ ଚାଷୀଙ୍କୁ ହ୍ୱାଟସ୍ ଆପ୍ ଗ୍ରୁପ୍ ରେ ଯୋଡାଗଲାଣି । ସେହିପରି ଟୋଲ୍ ଫ୍ରି ହେଲପଲାଇନ୍ ‘ଆମ କୃଷି’ ରେ ୮ ଲକ୍ଷ ୭୫ ହଜାର ଚାଷୀଙ୍କୁ ସାମିଲ କରାଗଲାଣି ।
ଖାଲି ସେତିକି ନୁହେଁ, ଚାଷୀମାନଙ୍କୁ ଟୁଇଟର୍ ର ବ୍ୟବହାର ମଧ୍ୟ ଶିଖାଯାଇଛି । କୃଷି ବିଭାଗ ଟୁଇଟରରେ ୨୭ ହଜାରରୁ ଉଦ୍ଧ୍ୱର୍ ଚାଷୀ ୟୁଜର୍ ଥିବା ବେଳେ ଏମ୍-କିଷାନ ପୋର୍ଟାଲ୍ ଜରିଆରେ ପ୍ରାୟ ୧୭ ଲକ୍ଷରୁ ଉଦ୍ଧ୍ୱର୍ ଚାଷୀଙ୍କ ପାଖରେ ପହଞ୍ଚୁଛି ଚାଷ ସମ୍ପର୍କିତ ବାର୍ତ୍ତା ।

ଚାଷୀମାନଙ୍କ କ୍ଷେତ୍ରରେ ସୋସିଆଲ୍ ମିଡ଼ିଆର ବହୁଳ ଉପଯୋଗ କରିବା ପାଇଁ କୃଷିମନ୍ତ୍ରୀ ଡ. ସାହୁଙ୍କ ନିଜସ୍ୱ ନିରନ୍ତର ପ୍ରୟାସର ଏହି ସୁଫଳ ମିଳିଛି । ଚାଷୀମାନଙ୍କ ନିକଟରେ ସମୟ ଉପଯୋଗୀ କୃଷି, ମତ୍ସ୍ୟ ଓ ପଶୁପାଳନ ସମ୍ବନ୍ଧୀୟ ବାର୍ତ୍ତା ପହଞ୍ଚାଇବା, ବିଭିନ୍ନ ଅର୍ଥକରୀ ଓ ଉଦ୍ୟାନ କୃଷିଭିତ୍ତିକ ଫସଲ ଉତ୍ପାଦନ ପଦ୍ଧତିର ଶିକ୍ଷଣୀୟ ଚଳଚିତ୍ର, ଭିଡ଼ିଓ ମାଧ୍ୟମରେ କୃଷକମାନଙ୍କୁ ନୂତନ ଜ୍ଞାନକୌଶଳ, ପାଣିପାଗ ଏବଂ ପ୍ରାକୃତିକ ଦୁର୍ବିପାକ ସମ୍ବନ୍ଧୀୟ ଆଗୁଆ ସୂଚନା ଏବଂ ଏହାର ମୁକାବିଲା, ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣ ଯୋଜନା, ବଜାର ସମ୍ବନ୍ଧୀୟ ସୂଚନା, ସାରର ପ୍ରୟୋଗ ଆଦି ଗୁରୁତ୍ୱପୂର୍ଣ୍ଣ ସୂଚନା ଚାଷୀମାନଙ୍କୁ ସିଧାସଳଖ ଦିଆଯାଇପାରୁଛି ।
ଏହାର ସୁପରିଚାଳନାର ସମସ୍ତ ଦାୟିତ୍ୱ ନିଜେ ନେଇଛନ୍ତି କୃଷିମନ୍ତ୍ରୀ । ମହାମାରୀ କୋଭିଡ୍-୧୯ ସ୍ଥିତିରେ ଚାଷୀମାନଙ୍କୁ ସୂଚନା କ୍ଷେତ୍ରରେ ଅଧିକରୁ ଅଧିକ ସଶକ୍ତି କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସଜାଗ କରି ଉତ୍ତରଦାୟିତ୍ୱ ଦେଇଛନ୍ତି । ପ୍ରତି ପଞ୍ଚାୟତରେ ଅତି କମ୍ ରେ ୨୦୦ ଜଣ କୃଷକଙ୍କୁ ହ୍ୱାଟସ୍ ଆପ୍ ଗ୍ରୁପ୍ ରେ ସାମିଲ୍ କରିବାର ଟାର୍ଗେଟ୍ ଦିଆଯାଇଛି । ଚାଷୀଙ୍କୁ ସାମାଜିକ ଗଣମାଧ୍ୟମ ସହିତ ଜଡ଼ିତ କରାଇବା ଦିଗରେ ବିଭାଗୀୟ କ୍ଷେତ୍ର ଅଧିକାରୀମାନେ ସଚେତନନା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଚାଷର ଉନ୍ନତି ପାଇଁ ରଖିଥିବା ଭିଜନ୍ ର ଏହା ଅଂଶବିଶେଷ ହୋଇଥିବାରୁ ଏହାକୁ ପ୍ରାଥମିକତା ଦେବା ଉପରେ କୃଷିମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।
କୃଷିକ୍ଷେତ୍ରର ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଏବଂ ରୋଜଗାରର ପର୍ଯ୍ୟାପ୍ତ ସୁଯୋଗ ଥାଇ ମଧ୍ୟ ଅବହେଳିତ । ଗାଁ ଗହଳିର ଶିକ୍ଷିତ ଯୁବଗୋଷ୍ଠୀ ଏହାକୁ ନ୍ୟୁନ ଦୃଷ୍ଟିରେ ଦେଖୁଥିବାରୁ କୃଷିର ଉନ୍ନତିରେ ଅନ୍ତରାୟ ସୃଷ୍ଟି ହେବା ସହ ରୋଜଗାରର ସୁଯୋଗ ହାତଛଡ଼ା ହେଉଛି । ପ୍ରଚଳିତ ସାମାଜିକ ଦୃଷ୍ଟିଭଙ୍ଗୀ ଏଥିପାଇଁ ଦାୟୀ ହୋଇଥିବାରୁ ଏହାକୁ ବଦଳାଇବାକୁ ପଡ଼ିବ ବୋଲି ଡ. ସାହୁ କହିଛନ୍ତି । ତେବେ ସେହି ମାନସିକତାରେ ଏବେ ପରିବର୍ତ୍ତନ ଆସିଲାଣି ଏବଂ ଭବିଷ୍ୟତକୁ ନେଇ ସେ ଯଥେଷ୍ଟ ଆଶାବାଦୀ ବୋଲି କହିଛନ୍ତି ।
Previous Post

କଠୋର ଆଭିମୁଖ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

Next Post

ପ୍ରତୀକ୍ଷାର ଅନ୍ତ, ରାମମୟ ଭାରତ

Next Post

ପ୍ରତୀକ୍ଷାର ଅନ୍ତ, ରାମମୟ ଭାରତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA