Thursday, April 30, 2026 10:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରତୀକ୍ଷାର ଅନ୍ତ, ରାମମୟ ଭାରତ

by Our Correspondent
05 Aug, 2020- 02:00 PM
in Latest News, National, News
1 min read
0
୪୯୨ ବର୍ଷର ପ୍ରତୀକ୍ଷା, ଆକାଂକ୍ଷାର ଅବସାନ । କୋଟି କୋଟି ଭାରତୀୟଙ୍କ ମନ, ପ୍ରାଣ ଓ ସ୍ପନ୍ଦନର ସେହି ଗୌରବ ମୁହୁର୍ତ୍ତ ଆଖି ସାମନାରେ । ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ଭୂମିପୂଜନ ସହ ନୂଆ ଯୁଗ ଯୋଡି ହୋଇଛି । ଆଜି ବୈଦିକ ରୀତିନୀତି, ମନ୍ତ୍ର ଉଚ୍ଚାରଣ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ଭୂମିପୂଜା ଓ ଶିଳାନ୍ୟାସ କରିଛନ୍ତି ।
ଆରଏସଏସ ମୁଖ୍ୟ ମୋହନ ଭାଗବତ, ଟ୍ରଷ୍ଟ ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ଦାସ ମହାରାଜ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ୧୩୫ ଜଣ ଧର୍ମଗୁରୁଙ୍କ ଉପସ୍ଥିତିରେ ଭୂମିପୂଜନ ହୋଇଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅଯୋଧ୍ୟାରେ ଦିନ ସାଢ଼େ ୧୧ଟା ବେଳେ ପହଞ୍ଚିଥିଲେ । ଭୂମି ପୂଜନ କାର୍ଯ୍ୟ ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନ ଗଢ଼ୀ ଯାଇ ଦର୍ଶନ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଭଗବାନ ଶ୍ରୀ ରାମଲାଲା ବିରାଜମାନ ଦର୍ଶନ କରିଥିଲେ । ଭୂମି ପୂଜନ ଉତ୍ସବ ସ୍ଥଳରେ ପହଞ୍ଚିବା ସହ ଅଭିଷେକ ମୁହୂର୍ତ୍ତ ଆରମ୍ଭ ହୋଇଥିଲା । ଅଭିଷେକ ପୂଜା ପରେ ପ୍ରଧାନମନ୍ତ୍ରୀ ୪୦ କେଜି ବିଶିଷ୍ଟ ରୂପା ଇଟା ସ୍ଥାପନ ପୂର୍ବକ ରାମମନ୍ଦିରର ଆଧାରଶିଳା ରଖିଥିଲେ । ମନ୍ଦିର ପରିସରରେ ପାରିଜାତ ପୁଷ୍ପର ଚାରା ରୋପଣ କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ୨୧ ଜଣ ପୁରୋହିତଙ୍କ ମନ୍ତ୍ରପାଠ ମଧ୍ୟରେ ସମ୍ପନ୍ନ ହୋଇଥିଲା ଭୂମିପୂଜନ ପର୍ବ ।
ଭବ୍ୟ ମନ୍ଦିରର ରୂପରେଖ

ତିନି ମହଲା ବିଶିଷ୍ଟ ହେବ ଏହି ଭବ୍ୟ ରାମ ମନ୍ଦିର । ଲମ୍ବ ୨୬୮ ଫୁଟ୍, ଓସାର ୨୪୦ ଫୁଟ୍ ଏବଂ ଉଚ୍ଚତା ୧୬୧ ଫୁଟ୍ । ଏଥିରେ ରହିବ ସିଂହଦ୍ୱାର, ନାଟମଣ୍ଡପ, ରଙ୍ଗମଣ୍ଡପ ଏବଂ ଗର୍ଭଗୃହ । ମନ୍ଦିରର ଗର୍ଭଗୃହ ଅଷ୍ଟଭୁଜ କ୍ଷେତ୍ର ବିଶିଷ୍ଟ ହେବ । ମନ୍ଦିରରେ ୫ଟି ଗମ୍ବୁଜ ରହିବ । ପ୍ରତି ମହଲାରେ ୧୦୬ଟି ଖମ୍ବ ରହିବ । ୩ ମହଲାରେ ମୋଟ ୩୧୮ଟି ଖମ୍ବ ରହିବ । ପ୍ରତି ଖମ୍ବରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ଖୋଦିତ ହେବ । ପ୍ରଥମେ ଭୂମିରୁ ୨୫ ଫୁଟ ଉଚ୍ଚ ଫାଉଣ୍ଡେସନ ଷ୍ଟୋନ୍ ରହିବ । ଏହା ଉପରେ ୬ ଫୁଟ୍ ଉଚ୍ଚ ପଥର ନିର୍ମିତ ପ୍ରାଙ୍ଗଣ ରହିବ । ତଳ ମହଲାରେ ୧୦୬ଟି ଖମ୍ବ ରହିବ । ମନ୍ଦିରରେ ଦିନକୁ ୮୦ ହଜାରରୁ ୧ ଲକ୍ଷ ଭକ୍ତଙ୍କୁ ଦର୍ଶନର ସୁବିଧା ମିଳିବ ।
୩ ବର୍ଷରୁ ସାଢ଼େ ୩ ବର୍ଷ ମଧ୍ୟରେ ଏହାର ନିର୍ମାଣ ଶେଷ କରିବାକୁ ଧାର୍ଯ୍ୟ ହୋଇଛି । ମନ୍ଦିର ନିର୍ମାଣ ପାଇଁ ୩୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତେବେ ମନ୍ଦିର ଛିଡ଼ା ହେବାକୁ ଥିବା ୨୦ ଏକର ଜାଗାର ଉନ୍ନତିକରଣ ପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।
Previous Post

ଅରୁଣଙ୍କ ଟି-ମନ୍ତ୍ର: ହ୍ୱାଟସ୍ ଆପ୍ ଗ୍ରୁପ୍ ରେ ୯ ଲକ୍ଷ ଚାଷୀ

Next Post

କୋଭିଡ ଯୋଦ୍ଧାଙ୍କ ପାଇଁ ମିନିଟିଏ, ଶପଥପାଠ କରାଇଲେ ମୁଖ୍ୟମନ୍ତ୍ରୀ

Next Post

କୋଭିଡ ଯୋଦ୍ଧାଙ୍କ ପାଇଁ ମିନିଟିଏ, ଶପଥପାଠ କରାଇଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA