Friday, May 15, 2026 04:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆକଳନ ସଠିକ୍: ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କଲା ‘ଅମ୍ଫନ୍’

by Our Correspondent
20 May, 2020- 09:34 PM
in Latest News, News
1 min read
0
ଆକଳନ ସଠିକ୍: ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କଲା ‘ଅମ୍ଫନ୍’
ଭୁବନେଶ୍ୱର: ମହାବାତ୍ୟାରୁ ସାମାନ୍ୟ କମ୍ ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ ଅମ୍ଫନ୍’ ପୂର୍ବ ଆକଳନ ଅନୁଯାୟୀ ପଶ୍ଚିମବଙ୍ଗର ଦୀଘା ଓ ବାଲାଂଦେଶର ହାତିଆ ମଝି ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିଛି । ଅପରାହ୍ନ ସାଢ଼େ ତିନିଟାରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୪ ଘଣ୍ଟା ଧରି ଚାଲିଥିଲା ।
ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ୨୫ ରୁ ୩୦ କିମି ବେଗରେ ଏହା ସ୍ଥଳଭାଗରେ ମାଡ଼ ହୋଇଥିଲା । ସେତେବେଳକୁ ପବନର ବେଗ ଥିଲା ୧୫୫ରୁ ୧୭୫ କିମି । ବେଳେ ବେଳେ ପବନର ବେଗ ୧୮୫ କିମି ହୋଇଥିଲା । ସ୍ଥଳଭାଗରେ ମାଡ଼ ହେଲା ବେଳକୁ ଅମ୍ଫନର ଆଉଟର୍ ୱାଲ୍ କ୍ଲାଉଡ୍ ୧୨୦ କିମି ଦୈର୍ଘ୍ୟ ଥିଲା । ଏହା ଆଖିର ଆକାର ଥିଲା ୪୦ କିମି ବ୍ୟାସାର୍ଦ୍ଧର ଥିଲା ।
ସ୍ଥଳଭାଗ ଛୁଇଁସାରିଥିବା ଅମ୍ଫନ ପ୍ରଭାବରେ କୋଲକତାରେ ଭୀଷଣ ଝଡ଼ବର୍ଷା ଲାଗିରହିଛି । ଦକ୍ଷିଣ ପୂର୍ବ କୋଲକତା, ହୁଗୁଳି ଓ ହାୱାଡା ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି । ପାରାଦ୍ୱୀପରେ ପବନର ବେଗ ୧୦୬ କିମି ରେକର୍ଡ କରାଯାଇଥିଲା ବେଳେ ବାଲେଶ୍ୱରରେ ୯୧ କିମି ରେକର୍ଡ ହୋଇଥିବା ଆଇଏମଡ଼ି ପକ୍ଷରୁ ସୂଚନା ମିଳିଛି ।
‘ଅମ୍ଫନ’ କୁ ନେଇ ଆଇଏମଡ଼ି ଯେଉଁ ଆକଳନ କରିଥିଲା ତାହା ସଠିକ୍ ହୋଇଥିବା ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ୨୧ ବର୍ଷ ପରେ ଆସିଥିବା ଏହି ମହାବାତ୍ୟାର ଗତିବିଧିକୁ ସଠିକ ଆକଳନ କରାଯାଇଥିବାରୁ ଭାରତୀୟ ପାଣିପାଗ ବିଜ୍ଞାନ ଗବେଷଣା ଉପରେ ସମସ୍ତଙ୍କର ଆସ୍ଥା ଦୃଢ଼ୀଭୂତ ହୋଇଛି ।
ସୂଚନାଯୋଗ୍ୟ, ଅମ୍ଫନ ର ଗତିବିଧି ଠିକ୍ ରହିଥିବା ଆଇଏମଡି ଡିଜି ଶ୍ରୀ ମହାପାତ୍ର ଶେଷ ପର୍ଯ୍ୟନ୍ତ ନିଶ୍ଚିତ କରାଉଥିଲେ ମଧ୍ୟ ନ୍ୟାସନାଲ୍ ସେଣ୍ଟର୍ ଫର୍ ଏନଭାରମେଣ୍ଟାଲ୍ ପ୍ରେଡିକ୍ସନ୍(ଏନସିଇପି) ମଡ଼େଲ ରେ ଭିନ୍ନ ଆକଳନ ଦର୍ଶାଯାଇଥିଲା । ଅମ୍ଫନ ବାରମ୍ବାର ଟ୍ରାକ୍ ବଦଳାଉଛି ଏବଂ ପାରାଦ୍ୱୀପରୁ ୫୫ କିମି ଦୂରରେ ଏହା ଅତିକ୍ରମ କରି ବାଲେଶ୍ୱରର ୩୦ କିମି ପୂର୍ବରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଦର୍ଶାଇଥିଲା ।
ଗତକାଲି ବିଳମ୍ବିତ ରାତିରେ ଏନସିଇପିର ଏହି ଆକଳନ ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଥିଲା । ଯେ କୌଣସି ପରିସ୍ଥିତିର ସାମନା ପାଇଁ ଆମର ପ୍ରସ୍ତୁତି ଥିଲେ ମଧ୍ୟ ଆମେ ଭୟଭୀତ ହୋଇଯାଇଥିଲୁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସ୍ୱୀକାର କରିଛନ୍ତି । ରାତି ୩ଟାରୁ ୫ଟା ମଧ୍ୟରେ ମୁଁ ଆଇଏମଡି ଡିଜି ଶ୍ରୀ ମହାପାତ୍ରଙ୍କ ସହ ୩ ଥର କଥା ହୋଇଥିଲି । ଆଇଏମଡ଼ି ଆକଳନରେ କୋ÷ଣସି ଏପଟସେପଟ ହେବ ନାହିଁ ବୋଲି ଶ୍ରୀ ମହାପାତ୍ର ଦୃଢ଼ ବିଶ୍ୱାସ ଦେଇଥିଲେ ବୋଲି ଶ୍ରୀ ଜେନା କହିଛନ୍ତି ।
Previous Post

‘ପ୍ରସ୍ତୁତି ଭଲ ଅଛି, ବେଶୀ ଅସୁବିଧା ହେବନି’

Next Post

ମହାବିପତ୍ତିରୁ ବଞ୍ଚିଗଲା ଓଡ଼ିଶା

Next Post
ମହାବିପତ୍ତିରୁ ବଞ୍ଚିଗଲା ଓଡ଼ିଶା

ମହାବିପତ୍ତିରୁ ବଞ୍ଚିଗଲା ଓଡ଼ିଶା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA