Monday, May 25, 2026 03:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଆମକୁ ଘର ମିଳୁନି, ସନ୍ୟାସୀ ହୋଇଗଲୁଣୁ ଆଜ୍ଞା’

by Our Correspondent
18 Feb, 2020- 03:05 PM
in Latest News, News
1 min read
0
‘ଆମକୁ ଘର ମିଳୁନି, ସନ୍ୟାସୀ ହୋଇଗଲୁଣୁ ଆଜ୍ଞା’
ଭୁବନେଶ୍ୱର: ବିଧାୟକ ହେବାର ୯ ମାସ ହୋଇଗଲାଣି । ଦୁଇଟି ବିଧାନସଭା ଅଧିବେସନ ସରି ଏବେ ତୃତୀୟ ଚାଲିଛି । ହେଲେ ଭୁବନେଶ୍ୱରରେ ମିଳୁନି ସରକାରୀ ଘର । କ୍ୱାର୍ଟର୍ସ ପାଇଁ ବହୁ ନେହୁରା ହେଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ବାଚସ୍ପତି ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ ।
କ୍ରୋଧ, ଅପମାନଭରା ମୁହଁରେ ଆଜି ବିଧାନସଭାରେ ଏମିତି ଗର୍ଜିଥିଲେ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀ । ନୂଆକରି ଆସିଥିବା ବିଧାୟକମାନଙ୍କ ଘର ସମସ୍ୟାକୁ ଆଗ ଏକ ଗୀତ ଜରିଆରେ ଶୁଣାଇଥିଲେ । ସୁନନ୍ଦା ପଟ୍ଟନାୟକ ଗାଇଥିବା ଭୈରବୀ ରାଗ ସ୍ୱରର ଲୋକପ୍ରିୟ ଗୀତ ଜୀବନ ପାତ୍ର ମୋ.. ତାଳରେ ଗାଇଥିଲେ
ନବୀନ ବାବୁ ଜନପ୍ରିୟ ସରକାର
ନଦେଲ ଘର ଖଣ୍ଡେ କହିବି କି ଆଉ
ବର୍ଷଟିଏ ବିତିଲା ସୁଗାର ବଢ଼ିଗଲା
ସରକାର ଏଥର ଚିତାପଟ୍ଟାଙ୍ଗ ନହେଉ
ଶ୍ରୀ ସେଠୀ କହିଥିଲେ, ବିଧାୟକ ହେବା ପରେ ଆମେମାନେ ସନ୍ୟାସୀ ଜୀବନ ବିତାଉଛୁ । ରାଜ୍ୟ ଗେଷ୍ଟ୍ ହାଉସ୍ ରେ ଆମମାନଙ୍କୁ ଥଇଥାନ କରାଯାଇଥିବା ୧୦/୧୨ ସାଇଜ୍ ର ରୁମ୍ ରେ ନିଜେ ରହିବାକୁ ଜାଗା ହେଉନି, ସ୍ତ୍ରୀ ପିଲା କଥା ପଚାରେ କିଏ? ଏଠାକୁ ଆସୁଥିବା ଏରିଆ ଲୋକ, ସାମ୍ବାଦିକମାନଙ୍କୁ ଛିଡ଼ା କରାଇ ବି କଥାବାର୍ତ୍ତା କରିହେଉନି । ସକାଳୁ ରାତି ଯାଏଁ ପ୍ରବଳ ଭିଡ଼ ଭିତରେ ନିଜକୁ ବସିବା ପାଇଁ ଜାଗା ମିଳୁନି । ଏମିତି କି ବେଳେ ବେଳେ କାହାରି ପିଲା ବେଡ୍ ଉପରେ ଖେଳି ସୁସୁ କରି ଦେଉଥିବାରୁ ରାତିରେ ଶୋଇବା ବି କଷ୍ଟକର ହେଉଛି । ପୂରା ଅସହାୟ, ବାନା ଅବସ୍ଥାରେ ରହିଛୁ ଆଜ୍ଞା । ଆମଭଳି ବିପିଏଲ୍ କାଟାଗୋରି ଏମଏଲଏମାନଙ୍କୁ ସରକାର କାହିଁକି ହୀନସ୍ତା କରୁଛନ୍ତି?
“ବାଚସ୍ପତି ମହୋଦୟ! ଆମମାନଙ୍କର ଏହି ଦୁର୍ଦ୍ଦଶା କଥା ବୁଝୁଛନ୍ତି ତ? ଅବସରପ୍ରାପ୍ତ ଆଇଏଏସ୍/ଆଇପିଏସ୍ ମାନଙ୍କୁ ଆଉଟସୋର୍ସିଂ କରି ବଡ଼ ବଡ଼ ବଙ୍ଗଳା ଦିଆଯାଉଥିବା ବେଳେ ବିଧାୟକମାନଙ୍କୁ ଘୃଣା କାହିଁକି? ଆମେ ଶୁଣୁଛୁ, ତୃତୀୟ ମହଲା ଗଲେ ଯାଇ ଘର ମିଳିବ । ହେଲେ ଆମେ ଯିବୁ କେମିତି? କାହାକୁ ଜଣାଇବୁ? ବାଚସ୍ପତି ମହୋଦୟ ଆପଣଙ୍କୁ ହାତଯୋଡି ଅନୁରୋଧ କରୁଛୁ, ଆପଣ ତୃତୀୟ ମହଲା ସହ ସମ୍ପର୍କ ରଖି ଆମମାନଙ୍କୁ ସୁରକ୍ଷା ଦିଅନ୍ତୁ ।”
ବିଧାୟକ ଶ୍ରୀ ସେଠୀ ଚଢ଼ାଗଳାରେ ଏସବୁ କହୁଥିଲା ବେଳେ ଦଳୀୟ ବିଧାୟକମାନେ ତାଙ୍କୁ ସମର୍ଥନ କରି ହୋହଲ୍ଲା କରିଥିଲେ । ଟ୍ରେଜେରି ବେଞ୍ଚରୁ ମଧ୍ୟ କେତେଜଣ ବିଧାୟକ ସେମାନଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା । ବାଚସ୍ପତି ଶ୍ରୀ ପାତ୍ର ବିଧାୟକ ଶ୍ରୀ ସେଠୀଙ୍କୁ ବସାଇବାକୁ ବାରମ୍ବାର ଉଦ୍ୟମ କରିଥିଲେ ବି ବିଜେପି ବିଧାୟକମାନେ ତାଙ୍କଠାରୁ ନିର୍ଦ୍ଦିଷ୍ଟ ରୁଲିଂ ଦାବି କରିଥିଲେ ।
ବିଧାୟକମାନଙ୍କ ଆକ୍ରୋଶ ଦେଖି ବାଚସ୍ପତି ଏକ ଶାନ୍ତ୍ୱନାମୂଳକ ରୁଲିଂ ଦେଇଥିଲେ । ବାଚସ୍ପତି କହିଥିଲେ, ମୁଁ ବିଧାୟକମାନଙ୍କୁ ମୋ ଚାମ୍ବରକୁ ଡାକି ଏ ସମ୍ପର୍କରେ ଆଲୋଚନା କରିବା ପରେ ଆବଶ୍ୟକ ପଦକ୍ଷେପ ନେବି ।
Previous Post

ନବୀନ ମ୍ୟାଜିକ୍!! ୯୦ ବର୍ଷରୁ ୯୦ ମିନିଟ୍

Next Post

ବଜେଟ୍ ରେ ନୂତନ ଓଡ଼ିଶା ଓ ସଶକ୍ତ ଓଡ଼ିଶାର ପରିକଳ୍ପନା

Next Post
ବଜେଟ୍ ରେ ନୂତନ ଓଡ଼ିଶା ଓ ସଶକ୍ତ ଓଡ଼ିଶାର ପରିକଳ୍ପନା

ବଜେଟ୍ ରେ ନୂତନ ଓଡ଼ିଶା ଓ ସଶକ୍ତ ଓଡ଼ିଶାର ପରିକଳ୍ପନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA