Monday, May 25, 2026 03:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନ ମ୍ୟାଜିକ୍!! ୯୦ ବର୍ଷରୁ ୯୦ ମିନିଟ୍

by Our Correspondent
17 Feb, 2020- 11:48 PM
in Latest News, News
1 min read
0
ନବୀନ ମ୍ୟାଜିକ୍!! ୯୦ ବର୍ଷରୁ ୯୦ ମିନିଟ୍

ଭୁବନେଶ୍ୱର: ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଓଡ଼ିଶାରେ ପଛୁଆ ବର୍ଗଙ୍କ ମୁଣ୍ଡଗଣତି ପାଇଁ କେନ୍ଦ୍ର ସରକାରଙ୍କୁ ଆଉ କାକୁତୀ କରିବାକୁ ପଡ଼ିବନି । ରାଜ୍ୟ ସରକାର ଏହି କ୍ଷମତା ନିଜ ହାତକୁ ଆଣିଛନ୍ତି । ସାମାଜିକ ଏବଂ ଶିକ୍ଷାକ୍ଷେତ୍ରରେ ପଛୁଆ ବ୍ୟକ୍ତିଙ୍କ ସର୍ଭେ ତାଲିକା ରାଜ୍ୟ ସରକାର ନିଜେ ପ୍ରସ୍ତୁତ କରିବେ । ଏଥିପାଇଁ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ନିୟମାବଳୀ,୧୯୯୩ର ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଆଗତ କରିଥିବା ସଂକଳ୍ପ ସର୍ବସମ୍ମତିକ୍ରମେ ପାରିତ ହୋଇଛି । ଏହି ସଂଶୋଧିତ ଆଇନ ବଳରେ ପଛୁଆ ବର୍ଗ କମିଶନଙ୍କ ଦ୍ୱାରା ରାଜ୍ୟରେ ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିର ସର୍ଭେ କରାଯିବ ।

ଗତ ଜାନୁଆରୀ ୧୧ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସମ୍ଭବତଃ ଏହାର ମୂଳଦୁଆ ପଡ଼ିଥିଲା । ଆଜି ରାଜ୍ୟ ବିଧାନସଭାର ସଂକଳ୍ପ ପାରିତ ହେଲା ପରେ ଆଇନ ସଂଶୋଧନର ବାଟ ଖୋଲିଯାଇଛି । ସୁତରାଂ ୯୦ ବର୍ଷ ଧରି ଅଚଳ ରହିଥିବା ସର୍ଭେ କାର୍ଯ୍ୟର ଫଇସଲା ମାତ୍ର ୯୦ ମିନିଟ୍ ରେ ସମ୍ଭବ ହୋଇଛି । ତାହା ପୁଣି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ସଂକଳ୍ପ ଯୋଗୁଁ । ଏହା ଏକ ଐତିହାସିକ ପଦକ୍ଷେପ ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସଂକଳ୍ପଟିକୁ ଆଗତ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ୱାଧୀନତା ପୂର୍ବରୁ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ମର୍ଯ୍ୟାଦା ଓଡ଼ିଶା ପାଇଥିଲା । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶା ଏଥିପାଇଁ ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିବା ସହ ରାଜ୍ୟକୁ ବିକାଶ ପଥରେ ଆଗକୁ ବଢ଼ାଇଥିଲା । ତେବେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପଛୁଆ ବର୍ଗଙ୍କ ତଥ୍ୟର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଦୁର୍ଭାଗ୍ୟର କଥା ଯେ ଦାୟିତ୍ୱରେ ଥିବା କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ୯୦ ବର୍ଷ ଧରି ତାହା ହୋଇପାରିନାହିଁ । ଶେଷଥର ପାଇଁ ୧୯୩୧ ମସିହାରେ ଏହି ଜନଗଣନା ହୋଇଥିବାରୁ ଏବେକାର ତଥ୍ୟ ଜାଣିବା ସମ୍ଭବ ହୋଇନାହିଁ । ସାମାଜିକ,ଶିକ୍ଷାଗତ ଓ ଅର୍ଥନୈତିକ ପଛୁଆ ବର୍ଗଙ୍କ ସଂଖ୍ୟାର ନିର୍ଦ୍ଦିଷ୍ଟ ତଥ୍ୟ ନ ଥିବାରୁ ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟକ୍ରମରେ ଅନ୍ତରାୟ ସୃଷ୍ଟି ହେଉଛି ।
ଭାରତ ସରକାର ଏହାର ଆବଶ୍ୟକତା ଉପବଲବ୍ଧ କରିବା ପରେ ୨୦୧୧ ମସିହା ଜନଗଣନାରେ ସାମାଜିକ-ଅର୍ଥନୈତିକ ଏବଂ ଜାତି ଗଣନା କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ମାତ୍ର ଏହାର ସମ୍ପୂର୍ଣ୍ଣ ସର୍ଭେ ରିପୋର୍ଟ ଆସିପାରିଲା ନାହିଁ । ୨୦୧୭ ମସିହାରେ କେନ୍ଦ୍ର ସରକାର ଅଳ୍ପ କିଛି ସରକାରୀ ଯୋଜନାର ହିତାଧିକାରୀ ଚିହ୍ନଟ ପାଇଁ ଆଶିଂକ ତଥ୍ୟ ଦେଇ କାମ ଚଳେଇ ଦେଇଥିଲେ । ତକ୍ରାଳୀନ ଗୃହମନ୍ତ୍ରୀ ରାଜନାଥ ସିଂ ପଛୁଆ ବର୍ଗ ସର୍ଭେ ତାଲିକାକୁ ନିଜେ ମନିଟରିଂ କରୁଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲେ ମଧ୍ୟ ବାସ୍ତବରେ ତାହାର ପ୍ରତିଫଳନ ଦେଖିବାକୁ ମିଳିଲାନି ।
ଆହୁରି ଦୁର୍ଭାଗ୍ୟର କଥା କି ୨୦୨୧ ମସିହାରେ ହେବାକୁ ଥିବା ଜନଗଣନା ସର୍ଭେ ଫର୍ମାଟ୍ ରେ ପଛୁଆ ବର୍ଗ ତାଲିକା ସ୍ଥାନ ପାଇନାହିଁ । ଏହାକୁ ଫର୍ମାଟ୍ ରେ ସ୍ଥାନିତ କରିବାକୁ ଗତ ଜାନୁଆରୀ ୧୧ ତାରିଖର କ୍ୟାବିନେଟ୍ ବୈଠକରେ ପାରିତ ଏକ ସଂକଳ୍ପ ଜରିଆରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା । ନିକଟରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡ଼ି ସାଂସଦମାନେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ଫଳ ମିଳିଲା ନାହିଁ ।
ଇତିମଧ୍ୟରେ ଗତ ୧୨ ତାରିଖରେ ରାଜ୍ୟ ସରକାର ଓଡ଼ିଶା ପଛୁଆ ବର୍ଗ କମିଶନ ଗଠନ କରି ଅବସରପ୍ରାପ୍ତ ବିଚାରପତି ରଘୁନାଥ ବିଶ୍ୱାଳଙ୍କୁ ଅଧ୍ୟକ୍ଷ ନିଯୁକ୍ତି କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ସୂଚାଇ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ମହାତ୍ମା ଗାନ୍ଧୀଙ୍କ ୧୫୦ ଜନ୍ମବାର୍ଷିକୀ ପାଳନ କରୁଛେ । ସମାଜରେ ଅବହେଳିତ, ପଛୁଆ ବର୍ଗ ସଶକ୍ତ ହେଲେ ଯାଇ ଭାରତ ଶକ୍ତିଶାଳୀ ରାଷ୍ଟ୍ର ହୋଇପାରିବ ବୋଲି ଗାନ୍ଧୀଜୀ ସ୍ୱପ୍ନ ଦେଖିଥିଲେ । ଗାନ୍ଧୀଜୀଙ୍କ ଏହି ସ୍ୱପ୍ନ ଓ ଆଦର୍ଶକୁ ରାଜ୍ୟ ସରକାର ପାଥେୟ କରି ଆଗକୁ ଚାଲୁଛନ୍ତି । ପଛୁଆ ଶ୍ରେଣୀଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ ରାଜ୍ୟ ସରକାର ନିଜ ହାତକୁ ଆଣିବା ଗାନ୍ଧୀଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
Previous Post

ଜାଭିୟର୍ ରେ ‘ରେପୁଟେସନ୍ ଟୁଡେ’ ଶୀର୍ଷକ କନକ୍ଲେଭ୍

Next Post

‘ଆମକୁ ଘର ମିଳୁନି, ସନ୍ୟାସୀ ହୋଇଗଲୁଣୁ ଆଜ୍ଞା’

Next Post
‘ଆମକୁ ଘର ମିଳୁନି, ସନ୍ୟାସୀ ହୋଇଗଲୁଣୁ ଆଜ୍ଞା’

‘ଆମକୁ ଘର ମିଳୁନି, ସନ୍ୟାସୀ ହୋଇଗଲୁଣୁ ଆଜ୍ଞା’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA