Tuesday, July 28, 2026 06:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଉତ୍ପାତିଆ ବିଧାୟକ, ବିଜେଡ଼ି ବଦନାମ୍

by Our Correspondent
11 Aug, 2016- 10:22 AM
in Politics
1 min read
0
ଉତ୍ପାତିଆ ବିଧାୟକ, ବିଜେଡ଼ି ବଦନାମ୍

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଏମଏଲଏ ଟିକେଟ ଖଣ୍ଡିଏ ପାଇଁ ବିଜେଡ଼ିର ବହୁ ନେତାଙ୍କ ପାଦ ତଳେ ପଡୁଥିଲେ ପ୍ରଶାନ୍ତ ଓରଫ୍ ଗଣେଶ ଜଗଦ୍ଦେବ। ହେଲେ ପ୍ୟାରୀମୋହନ ମହାପାତ୍ର ତାଙ୍କୁ ଠିକ୍ ଚିହ୍ନିଥିଲେ। ଗୁଣ୍ଡା,ଟାଉଟର୍ ଆଖ୍ୟା ଦେଇ ତାଙ୍କୁ ପାଖରେ ପୂରାଇ ଦେଉ ନ ଥିଲେ। ତେବେ ପ୍ୟାରୀଙ୍କ ବିଦାୟ ପରେ ଗଣେଶଙ୍କ ବାଟ ସଫା ହୋଇଗଲା। କଳ୍ପତରୁ ଦାସ ଓ ଅନ୍ୟ କିଛି ପାୱାରଫୁଲ ଲବିରେ ବେଗୁନିଆ ଆସନରୁ ଟିକେଟ ହାତେଇଲେ ସେ। ନବୀନ ହାୱାରେ ଜିତି ବିଧାୟକ ହେଲେ। ଏବେ ଓଡ଼ିଶାବାସୀ ଗୋଟିକ ପରେ ଗୋଟିଏ ଦେଖୁଛନ୍ତି ସେଇ ବିଧାୟକଙ୍କ ଭାଉ, ଦାଦାଗିରି। ନିଜର ମାନ ମହତ୍ ପଦମର୍ଯ୍ୟାଦା ଭୁଲି କାହାକୁ ସେ ରାସ୍ତାରେ ଗୋଡାଇ ପିଟୁଛନ୍ତି ତ ଆଉ କେଉଁ ଅଫିସ୍ ମିଟିଂରେ ଅଫିସରଙ୍କୁ ଦୁର୍ବ୍ୟବହାର କରି ଗାଳିଗୁଲଜ କରୁଛନ୍ତି। ବିହାର ଏବଂ ୟୁପି ଛୁଙ୍କରେ ନିଜକୁ ଡନ୍ କରିସାରିଲେଣି ମାନ୍ୟବର ଗଣେଶ ଜଗଦ୍ଦେବ ।

ଗଣେଶ ଉପରକୁ ସୁସ୍ଥ ସବଳ, ଚିକ୍ଣ ଦେଖାଯାଉଥିଲେ ମଧ୍ୟ ଭିତର ଚେହେରାଟି ସମ୍ପୂର୍ଣ୍ଣ କଳଙ୍କିତ। ବିଧାୟକ ହେଲା ପୂର୍ବରୁ ଜିଲ୍ଲା ସଭାପତିର ଖାଦିରେ ବି ଗୁଡ଼ାଏ କେସ୍ କରିଥିଲେ ସେ। ଗଣେଶଙ୍କ ଅପରାଧ ଖାତାରେ ୪ ଟି ମାମଲାରେ ଲାଗିଥିଲା ଅଧ ଡର୍ଜନେ ସଙ୍ଗୀନ ଦଫା। ଜିଆର୍ କେସ୍ ନଂ ୩/୯୨, ୨୮୪/୧୧, ୪୦୮୬/୧୨ ଏବଂ ୨୮୪/୧୧ ରେ ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ଧାରା ୨୯୪, ୩୩୨, ୩୪୧, ୩୪୨,୫୦୬ ଏବଂ ୩୪ରେ ରୁଜୁ ହୋଇଥିଲା ମାମଲା। ତେବେ ଆଗରୁ ଯାହା ଥିଲା ବିଧାୟକ ହେଲା ପରେ ଗଣେଶଙ୍କ ଉଦ୍ଧତ ସୀମା ଟପି ଯାଇଛି। କଥା କଥାକେ ହାତ ଉଠାଇବା, ଅଶ୍ଲୀଳ ଭାଷାରେ ଗାଳି କରିବା ତାଙ୍କର ବିକୃତ ସ୍ୱଭାବ ପାଲଟିଛି। ବୌଦ୍ଧ ମନମୁଣ୍ଡାରେ ବିଜେପି କର୍ମୀଙ୍କୁ ରାସ୍ତା ଉପରେ ପିଟିବାକୁ ସାହାସ କଲେ ଗଣେଶ। କ୍ୟାମେରାରେ କଏଦ ଫଟୋ ଉପରେ ନିଜକୁ ଭଦ୍ର ଦେଖାଇଲେ ଗଣେଶ। ବିଜେପି କର୍ମୀମାନେ ଆଗ କୁଆଡେ ତାଙ୍କ ଅଙ୍ଗୁଳିକୁ ମୋଡି ଭାଙ୍ଗିଦେବାରୁ ସେ ଓ ତାଙ୍କ ସହଯୋଗୀ ଉତକ୍ଷିପ୍ତ ହେଲେ। ଗଣେଶ ସେଦିନ ହାତରେ ମସ୍ତକାୟ ବ୍ୟାଣ୍ଡେଜ୍ ବାନ୍ଧି ବୌଦ୍ଧରେ ସାମ୍ବାଦିକ ସମ୍ମିଳନୀ କଲେ ଏବଂ ନିଜର ନିର୍ଦୋଷତା ବଖାଣିଲେ। ତେବେ ସେହି ରାତିରେ ତାଙ୍କର ଭଙ୍ଗା ଆଙ୍ଗୁଠି ଯୋଡି ହୋଇଗଲା। ପରଦିନ ବିନା ହାତ ବ୍ୟାଣ୍ଡେଜ୍ରେ ସେ ଭୁବନେଶ୍ୱର ଫେରିଆସିଲେ। ଗଣେଶ ଯେ ଆଙ୍ଗୁଠି ଭାଙ୍ଗିଯିବା କଥା କହି ନାଟକ କରୁଥିଲେ ତାହା ଧରାପଡ଼ିଗଲା।

ମନମୁଣ୍ଡାରେ ଗଣେଶଙ୍କ ଦବଙ୍ଗଗିରି ଗଣମାଧ୍ୟମର ହେଡ୍ ଲାଇନ୍ ଥିଲା ବେଳେ ଖୋର୍ଦ୍ଧାରେ ଏକ ସରକାରୀ ବୈଠକରେ ପୁଣି ଦେଖାଇଲେ ଦାଦାଗିରି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସର୍ବଶିକ୍ଷା ଅଭିଯାନର ସମୀକ୍ଷା ବୈଠକରେ ବିଧାୟକ ସାଜିଲେ ଦବଙ୍ଗ। ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିକା ଅନିତା ପଟ୍ଟନାୟକଙ୍କୁ ଗାଳି କରି ଅତି ଅଭଦ୍ରୋଚିତ ବ୍ୟବହାର କଲେ ବିଧାୟକ। ଗଣମାଧ୍ୟମରେ ଏହି ଖବର ବି ଚର୍ଚ୍ଚାରେ ଥିଲା ବେଳେ ଏହାର ସପ୍ତାହ ପରେ ଗତ ୮ ତାରିଖ ଦିନ ନିଜ ନିର୍ବାଚନମଣ୍ଡଳୀ ବୋଲଗଡ଼ରେ ପୁଣି ଦେଖାଇଲେ ଦାଦାଗିରି। ଏକ ଦଳୀୟ ବୈଠକରେ ସେ ତାଙ୍କର ଜଣେ କର୍ମୀଙ୍କୁ ଗାଲିଗୁଲଜ କରି ଦୁର୍ବ୍ୟବହାର କରିଥିଲେ। ଏହି ଘଟଣା ଚର୍ଚ୍ଚାରୁ ନ ଯାଉଣୁ ୧୦ ତାରିଖରେ ପୁଣି ଦେଖାଇଛନ୍ତିି ଦବଙ୍ଗ। ନିଜ ନିର୍ବାଚନମଣ୍ଡଳୀରେ ରାସ୍ତାରେ ଛିଡ଼ା ହୋଇ ମୋବାଇଲରେ ଗପୁଥିବା ଜଣେ ମୁସଲିମ୍ ଯୁବକଙ୍କୁ ପିଟିଛନ୍ତି। ମହାନଦୀ ଜଳ ବିବାଦ ନେଇ ବିଜେଡ଼ି ଆୟୋଜିତ ରାଲି ଖୋର୍ଦ୍ଧା ଅଭିମୁଖେ ଯାଉଥିଲା ବେଳେ ତରତୁଆ ଛକଠାରେ ଏହି ଅଭାବନୀୟ କାଣ୍ଡ ଘଟାଇଛନ୍ତି ଗଣେଶ। ନିଜ ସମର୍ଥକମାନଙ୍କ ସହ ସଂପୃକ୍ତ ଯୁବକ ସେକ୍ ନିଜାମୁଦ୍ଦିନଙ୍କୁ ନିସ୍ତୁକ ପିଟିଥିବା ପୁଲିସରେ ଅଭିଯୋଗ ହୋଇଛି। ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ବିଧାୟକଙ୍କ ବିରୋଧରେ ୩୪୧,୨୯୪,୩୨୩,୫୦୬ ଓ ୩୪ ଆଇପିସି ଧାରାରେ ମାମଲା ରୁଜୁ କରିଛି।

ବିଧାୟକଙ୍କୁ ଗିରଫ ଦାବିରେ ଲୋକମାନେ ଦୀର୍ଘ ୩ ଘଂଟା କାଳ ରାସ୍ତାରୋକ୍ ଆନ୍ଦୋଳନ କରିଥିଲେ। ବାଚସ୍ପତିଙ୍କ ଅନୁମତି ଆଳ ଦେଖାଇ ପୁଲିସ ଆନେ୍ଦାଳନକୁ ପ୍ରଶମିତ କରିଥିଲେ ମଧ୍ୟ ବିଧାୟକଙ୍କ ଆଚରଣକୁ ନେଇ ସମଗ୍ର ନିର୍ବାଚନମଣ୍ଡଳୀରେ ଜନ ଅସନ୍ତୋଷ ପ୍ରବଳ ହୋଇଛି। ବିଧାୟକ ପାଖରେ ଦୁଇ ଦୁଇ ଜଣ ଅଙ୍ଗରକ୍ଷୀ (ପିଏସଓ) ରଖିଥିଲେ ମଧ୍ୟ ନିଜେ ଏଭଳି ମାଡ଼ଗାଳିରେ ମାତିବା ସମଗ୍ର ବିଜେଡ଼ି ଭାବମୂର୍ତିକୁ କଳଙ୍କିତ କରିଛି। ଖାଲି ସରକାରୀ ପିଏସଓ ନୁହେଁ, ବିଧାୟକ ନିଜ ପାଖରେ ଗୁଡ଼ାଏ ଗୁଣ୍ଡାକୁ ମଧ୍ୟ ପୋଷିଛନ୍ତି। ସେମାନଙ୍କୁ ପାଖରେ ରଖି ବିଧାୟକ ଆତଙ୍କରାଜ ଜାରି ରଖିଛନ୍ତି। ଏଭଳି ବିଧାୟକଙ୍କୁ ନେଇ ନବୀନ ଯଦି ବିଜେଡ଼ିର ଭବିଷ୍ୟତ ଯୋଜନା କରୁଥିବେ ତେବେ ବିଜେଡ଼ିବାଲାଙ୍କୁ ସାଧାରଣ ଲୋକ ତଡ଼ି ତଡ଼ି ପିଟିବେ ହିଁ ପିଟିବେ। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଗଣେଶଙ୍କ ଭଳି ବିଧାୟକ ଏବେ ସତର୍କଘଂଟି।

Previous Post

ନା ଅଛି ଲଜ୍ଜା ନା ସରମ୍

Next Post

ମହାନଦୀ ଜଳ: ଚାଲୁଣି କହୁଛି ଛୁଞ୍ଚିକୁ

Next Post
ମହାନଦୀ ଜଳ: ଚାଲୁଣି କହୁଛି ଛୁଞ୍ଚିକୁ

ମହାନଦୀ ଜଳ: ଚାଲୁଣି କହୁଛି ଛୁଞ୍ଚିକୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA