Tuesday, May 26, 2026 06:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହାନଦୀ ଜଳ: ଚାଲୁଣି କହୁଛି ଛୁଞ୍ଚିକୁ

by Our Correspondent
14 Aug, 2016- 05:35 AM
in News
1 min read
0
ମହାନଦୀ ଜଳ: ଚାଲୁଣି କହୁଛି ଛୁଞ୍ଚିକୁ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମହାନଦୀ ଜଳକୁ ଛତିଶଗଡ଼ ସରକାର ଶିଳ୍ପପତିଙ୍କ ହାତରେ ଟେକି ଦେଇଥିବା ଅଭିଯୋଗ କରୁଛି ଶାସକ ବିଜୁ ଜନତା ଦଳ। ତେବେ ନିଜ ସରକାର ମହାନଦୀ ଜଳକୁ ଶିଳ୍ପପତିଙ୍କ ଦ୍ୱାରା ଖାଲି ଲୁଟ୍ ନୁହେଁ ଧର୍ଷଣ କରାଉଛନ୍ତି। ମେସର୍ସ ଇଣ୍ଡ୍ ବାରାଥ୍ ଏନର୍ଜି(ଉତ୍କଳ) ଲିମିଟେଡ଼୍ ତାହାର ଏକ ସଦ୍ୟତମ ଉଦାହରଣ। ଆମେ ପୂର୍ବରୁ ଲେଖିଥିଲୁ, ସରକାରଙ୍କ ଛତ୍ରଛାୟା ତଳେ କମ୍ପାନୀ ହୀରାକୁଦ ଜଳଭଣ୍ଡାର ଉପରେ କରିଛି ବେଆଇନ କଫର୍ ଡ୍ୟାମ୍। ରାଜ୍ୟ ସରକାର କମ୍ପାନୀର ଏହି ବେଆଇନ ନିର୍ମାଣ ସମ୍ପର୍କରେ ୨୦୧୩ ମସିହାରୁ ଜାଣିଛନ୍ତି। କଫର ଡ୍ୟାମ୍ ଜରିଆରେ ମହାନଦୀ ପାଣି ଲୁଟ୍ ହେଉଥିବା ସରକାରଙ୍କୁ ଅଜଣା ନ ଥିଲା। ମାତ୍ର କମ୍ପାନୀ ପ୍ରେମରେ ଅନ୍ଧ ହୋଇ ଗାଲେଇଯାଇଥିଲେ। ଏବେ ସେହି ପ୍ରେମ ଡବଲ୍ ହୋଇଯାଇଛି। କମ୍ପାନୀ ଅନୁରୋଧକ୍ରମେ ନିଜସ୍ୱ ଥର୍ମାଲ୍ ପ୍ରକଳ୍ପକୁ ଅଧିକ ମହାନଦୀ ପାଣି ଦେବାକୁ ତରବରିଆ ଅନୁମତି ଦେଇଛନ୍ତି। ଚାଷୀଙ୍କ ସ୍ୱାର୍ଥ ଉପରେ ସରକାରଙ୍କ ଶିଳ୍ପପତିପ୍ରେମୀ ଚେହେରାକୁ ଏହା ପଦାରେ ପକାଇଛି।

ଝାରସୁଗୁଡ଼ାର ସହଜବାହାଲଠାରେ ୭୦୦ ମେଗାୱାଟ୍ ର ଥର୍ମାଲ୍ ପ୍ରକଳ୍ପ ନିର୍ମାଣ କରୁଛି ମେସର୍ସ ଇଣ୍ଡ୍ ବାରାଥ୍ ଏନର୍ଜି(ଉତ୍କଳ) ଲିମିଟେଡ଼୍। ୨୦୦୯ ମସିହାରେ ରାଜ୍ୟ ସରକାରଙ୍କ ସହ ଏ ନେଇ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ୨ ବର୍ଷ ମଧ୍ୟରେ ନିର୍ମାଣ ସରି ପ୍ରକଳ୍ପ ଚାଲୁ ହେବା କଥା। ରାଜିନାମା ଅନୁଯାୟୀ, ୨୦୧୦ ମସିହାରେ ପ୍ରକଳ୍ପ ନିର୍ମାଣ ପାଇଁ କମ୍ପାନୀକୁ ହୀରାକୁଦ ଜଳଭଣ୍ଡାରରୁ ୨ କ୍ୟୁସେକ୍ ପାଣି ନେବାକୁ ଅନୁମତି ମିଳିଥିଲା। ପ୍ରକଳ୍ପ ଚାଲୁ ହେବା ବେଳକୁ ପର୍ଯ୍ୟାୟକ୍ରମେ ୨ ବର୍ଷ ପାଇଁ ୪୨ କ୍ୟୁସେକ୍ ପାଣି ନେବାର ବ୍ୟବସ୍ଥା ଥିଲା। ୪ ନଭେମ୍ବର୨୦୧୩ ମସିହାରେ କମ୍ପାନୀ ପକ୍ଷରୁ ଏଥିପାଇଁ ସରକାରଙ୍କ ଅନୁମତି ଲୋଡାଯାଇଥିଲା। ମାତ୍ର ପ୍ରାୟ ୯୦ କୋଟି ବ୍ୟୟରେ କମ୍ପାନୀ ବେଆଇନ ଭାବେ ଏକ ବଫର୍ ଡ୍ୟାମ୍ ନିର୍ମାଣ କରିଥିବା ଜାଣି ସରକାର ଅନୁମତି ଦେଲେ ନାହିଁ। ଆଶ୍ଚର୍ଯ୍ୟର କଥା, ସରକାର ଏଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ୍ ବସିଗଲେ।

ଗତ ୯.୬.୨୦୧୬ ରେ କମ୍ପାନୀ ମହାନଦୀ ପାଣି ପାଇଁ ପୁନର୍ବାର ସରକାରଙ୍କ ଅନୁମତି ଲୋଡିଥିଲେ। ଡ୍ୟାମ୍ ଭାଙ୍ଗି ଦେଇଥିବା ନିଜଆଡୁ ସଫେଇ ଦେଇଥିଲେ। କମ୍ପାନୀ ସତ କହୁଛି ନା ମିଛ କହୁଛି ତାହା ଉପରେ କୌଣସି ଅନୁସନ୍ଧାନ କରି ନ ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଜଳସମ୍ପଦ ବିଭାଗ। ଓଲଟି କମ୍ପାନୀର ଅନୁରୋଧପତ୍ର ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ଇପିକଲ୍ କୁ ଚିଠି ନମ୍ବର ୧୪୫୮୪/ ୨୩.୦୬.୨୦୧୩ ରେ ଜଣାଇ ଦେଇଥିଲା। ନିୟମ ଅନୁଯାୟୀ ଇପିକଲ୍ ର ଅନୁମୋଦନ ପରେ ଯାଇ ଜଳସମ୍ପଦ ବିଭାଗ ଚୂଡ଼ାନ୍ତ ନିଷ୍ପତି ନେବା କଥା। ମାତ୍ର ତାହାକୁ ଅପେକ୍ଷା ନ କରି ବିଭାଗ ଗତ ୨ ତାରିଖରେ ଚିଠି ନମ୍ବର ୧୭୯୮୩/ ୨.୮.୧୬ ରେ ମେସର୍ସ ଇଣ୍ଡ୍ ବାରାଥ୍ ଏନର୍ଜି(ଉତ୍କଳ) ଲିମିଟେଡ଼୍ କୁ ପ୍ରଥମ ପର୍ଯ୍ୟାୟରେ ୧୬ କ୍ୟୁସେକ୍ ମହାନଦୀ ଜଳ ପାଇଁ ଅନୁମତି ଦେଇଛି।

କହିବା ବାହୁଲ୍ୟ, କେବଳ ସରକାରୀ ନିୟମ ପାଳନ ପାଇଁ ଆଖିଠାଉରିଆ ଭାବେ ଜଳସମ୍ପଦ ବିଭାଗ ଅଗଷ୍ଟ ୧୦ ତାରିଖରେ ଇପିକଲ୍ କୁ ଏକ ଚିଠି ଲେଖିଛି। ମେସର୍ସ ଇଣ୍ଡ୍ ବାରାଥ୍ ଏନର୍ଜି(ଉତ୍କଳ) ଲିମିଟେଡ଼୍ କୁ ମହାନଦୀ ପାଣି ଦେବା ନେଇ ଇପିକଲ୍ ର ମତାମତ ଲୋଡାଯାଇଛି। ଇପିକଲ୍ ଜେନେରାଲ୍ ମ୍ୟାନେଜରଙ୍କୁ ପତ୍ର ନଂ ୧୮୬୦୭/ ୧୦.୦୮.୧୬ ରେ ଏହି ମତାମତ ମଗାଯାଇଛି। ଅର୍ଥାତ୍ କମ୍ପାନୀକୁ ମହାନଦୀ ଜଳ ପାଇଁ ଅନୁମତି ଦିଆସରିବା ପରେ ଯାଇ ନାଁକୁ ମାତ୍ର ଫର୍ମାଲିଟି ପାଇଁ ଇପିକଲ୍ ର ମତାମତ ଲୋଡାଯାଇଛି। ଏଠି ପ୍ରଶ୍ନ, ଇପିକଲ୍ ର ମତାମତକୁ ଅପେକ୍ଷା ନ କରି ଜଳସମ୍ପଦ ବିଭାଗ ତରବରିଆ ଭାବେ ମେସର୍ସ ଇଣ୍ଡ୍ ବାରାଥ୍ ଏନର୍ଜି(ଉତ୍କଳ) ଲିମିଟେଡ଼୍ କୁ ମହାନଦୀ ପାଣି ପାଇଁ ଅନୁମତି ଦେଲେ କ’ଣ ପାଇଁ ? ଏହା ପଛରେ ରହସ୍ୟ କ’ଣ ? କମ୍ପାନୀ ବେଆଇନ ନିର୍ମାଣ କରିଥିବା ବଫର ଡ୍ୟାମ୍ ର ସ୍ଥିତି ଉପରେ ସରକାର ଅନୁଧ୍ୟାନ କରିଛନ୍ତି କି ? ସରକାରଙ୍କ ଅଗୋଚରରେ ଏତେ ବଡ଼ ଡ୍ୟାମ୍ କିଭଳି ନିର୍ମାଣ ହେଲା ? କମ୍ପାନୀ ଉପରେ ଏଥିପାଇଁ ଦଣ୍ଡବିଧାନ ହେଲା ନାହିଁ କାହିଁକି ? ଦୀର୍ଘ ବର୍ଷ ଧରି କମ୍ପାନୀ ଏହି ଡ୍ୟାମ୍ ଜରିଆରେ ଯେଉଁ ପାଣି ଲୁଟିଲା ତାହାର ଭରଣା କରିବ କିଏ ? ସରକାରଙ୍କ ଏହା କମ୍ପାନୀ ପ୍ରୀତି ନୁହେଁ ତ ଆଉ କ’ଣ ?

ଆଜି ବିଜେଡ଼ି ମହାନଦୀ ଜଳ ପାଇଁ କାନ୍ଦୁଛି। ମହାନଦୀ ଜଳ, ଓଡ଼ିଶାର ବଳ ବୋଲି ସ୍ଲୋଗାନ୍ ମାରୁଛି। ଶେଷ ରକ୍ତ ବିନ୍ଦୁ ଥିଲା ଯାଏଁ ମହାନଦୀକୁ ବଂଚେଇବା ପାଇଁ ଶପଥ ନେଉଛି। ମାତ୍ର ଚାଷୀଙ୍କ ଶଂଖିରେ ଖୋଜ ପକାଇ ଶିଳ୍ପପତିଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହା ଯେ ସରକାରଙ୍କ କୁମ୍ଭୀର କାନ୍ଦଣା ତାହାର ସଦ୍ୟତମ ଉଦାହରଣ ହେଉଛି ମେସର୍ସ ଇଣ୍ଡ୍ ବାରାଥ୍ ଏନର୍ଜି(ଉତ୍କଳ) ଲିମିଟେଡ଼। ଛତିଶଗଡ଼ ସରକାରଙ୍କୁ ଆକ୍ଷେପ କରିବା ପୂର୍ବରୁ ବିଜେଡ଼ି ନିଜ ଚେହେରାକୁ ଥରେ ଦର୍ପଣରେ ଦେଖିନେବା ଠିକ୍ ହେବ।

Previous Post

ଉତ୍ପାତିଆ ବିଧାୟକ, ବିଜେଡ଼ି ବଦନାମ୍

Next Post

ମର୍ଯ୍ୟାଦାକୁ ଥୂ : ରୂପା ଚଉକିରେ ନବୀନ

Next Post
ମର୍ଯ୍ୟାଦାକୁ ଥୂ : ରୂପା ଚଉକିରେ ନବୀନ

ମର୍ଯ୍ୟାଦାକୁ ଥୂ : ରୂପା ଚଉକିରେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA