Monday, May 25, 2026 11:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏକଜିଟ୍ ପୋଲ୍: ଓଡ଼ିଶାରେ ନବୀନ, କେନ୍ଦ୍ରରେ ପୁଣି ମୋଦି ସରକାର

by Our Correspondent
20 May, 2019- 12:17 AM
in Latest News, News, Politics
1 min read
0
ଏକଜିଟ୍ ପୋଲ୍: ଓଡ଼ିଶାରେ ନବୀନ, କେନ୍ଦ୍ରରେ ପୁଣି ମୋଦି ସରକାର

ଭୁବନେଶ୍ୱର: ଓଡ଼ିଶାରେ ପୁଣି ସରକାର ଗଢ଼ିବ ବିଜୁ ଜନତା ଦଳ । ନବୀନ ପଟ୍ଟନାୟକଙ୍କୁ ରାଜ୍ୟବାସୀ କ୍ରମାଗତ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହିଁଛନ୍ତି । ସେହିଭଳି ଦିଲ୍ଲୀରେ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହିଁଛନ୍ତି । ପୂର୍ଣ୍ଣ ବହୁମତ ସହ ଏନଡ଼ିଏ ପୁଣି ଥରେ କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛି । ରବିବାର ସପ୍ତମ ପର୍ଯ୍ୟାୟ ନିର୍ବାଚନ ସରିଲା ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ହୋଇଥିବା ଏକଜିଟ୍ ପୋଲ୍ ରେ ଏହି ଆକଳନ କରାଯାଇଛି ।

ସମ୍ବାଦ ଓ କନକ ଟିଭି ପକ୍ଷରୁ ହୋଇଥିବା ଏକଜିଟ୍ ପୋଲ୍ ରେ ଓଡ଼ିଶା ବିଧାନସଭାର ୧୪୬ ଟି ଆସନରୁ ବିଜେଡ଼ି ୮୫ରୁ ୯୫ ଆସନ ପାଇବ ବୋଲି ଆକଳନ କରାଯାଇଥିବା ବେଳେ ବିଜେପି ୨୫ରୁ ୩୪ ଟି ଆସନ ଏବଂ କଂଗ୍ରେସ ୧୨ରୁ ୧୫ ଆସନ ପାଇବ ବୋଲି କୁହାଯାଇଛି । ଅନ୍ୟାନ୍ୟ ଦଳ ୧ ରୁ ୩ ଟି ଆସନ ପାଇପାରନ୍ତି । ତେବେ ଲୋକସଭା କ୍ଷେତ୍ରରେ କିନ୍ତୁ ବିଜେପି ଅଧିକ ଆସନ ପାଇବ ବୋଲି ଆକଳନ କରାଯାଇଛି । ଲୋକସଭାରେ ବିଜେଡ଼ି ୬ ରୁ ୯ ଟି ଆସନ ପାଉଥିବା ବେଳେ ବିଜେପି ୮ରୁ ୧୨ ଆସନ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବ ବୋଲି ଆକଳନ କରାଯାଇଛି ।
ପଶ୍ଚିମ ଓଡ଼ିଶାର ୫ ଟି ଲୋକସଭା ଆସନରୁ ବିଜେପି ୪ ଟି ଆସନ ପାଇବ ବୋଲି ସମ୍ବାଦ-କନକ ଟିଭି ସର୍ଭେ ଆକଳନ କହୁଛି । ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହେବେ । କଳାହାଣ୍ଡିରେ କଡ଼ା ଟକ୍କର ହେଉଥିବାରୁ ଚିତ୍ର ଅସ୍ପଷ୍ଟ ଅଛି । ସେହିଭଳି ୩୫ ଟି ବିଧାନସଭା ଆସନରୁ ବିଜେଡ଼ି ୨୧ଟିରେ ଏବଂ ବିଜେପି ୫ ଟିରେ ଜିତିବ । ୯ ଟି ଆସନରେ କଡ଼ା ଟକ୍କର ହେଉଛି ।
ଉତ୍ତର ଓଡ଼ିଶାରେ କେବଳ ବାଲେଶ୍ୱର ଲୋକସଭା ଆସନ ବିଜେଡ଼ି ହାତକୁ ଆସୁଥିବା ବେଳେ କେନ୍ଦୁଝର, ମୟୁରଭଂଜ ଏବଂ ଢ଼େଙ୍କାନାଳ ଲୋକସଭା ଆସନ ବିଜେପି ହାତକୁ ଯିବ । ଭଦ୍ରକ ଆସନରେ କଡ଼ା ଟକ୍କର ହେବ । କେନ୍ଦୁଝର ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା ଆସନରୁ ବିଜେଡ଼ି ୬ ଏବଂ କଂଗ୍ରେସ ଗୋଟିଏ ଆସନ(ଘସିପୁରାରୁ ନିରଞ୍ଜନ ପଟ୍ଟନାୟକ)ରେ ବିଜୟୀ ହେବ । ମୟୁରଭଞ୍ଚରେ ୫ ଟି ବିଜେଡ଼ି ଏବଂ ୨ ଟି ଆସନ ବିଜେପି ଅକ୍ତିଆର କରିବ । ବାଲେଶ୍ୱରରେ ବିଜେଡ଼ିକୁ ୪ ଟି ଆସନ, ବିଜେପିକୁ ୨ ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବ । ଭଦ୍ରକରେ ବିଜେଡ଼ିକୁ ୩ଟି, ବିଜେପିକୁ ଗୋଟିଏ, କଂଗ୍ରେସକୁ ଦୁଇଟି ଏବଂ ଗୋଟଇଏ ଆସନ ଧାମନଗରରେ କଡ଼ା ଟକ୍କର ହେବ । ଢ଼େଙ୍କାନାଳରେ ୬ ଟି ବିଧାନସଭା ଆସନ ବିଜେଡ଼ି ପାଉଥିବା ବେଳେ ଗୋଟିଏ ଆସନ ଅନୁଗୁଳରେ କଡ଼ା ଟକ୍କର ହେବ ।
ଉପକୂଳ ଓଡ଼ିଶାରେ କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଲୋକସଭା ଆସନରେ ବିଜେଡ଼ି ପ୍ରାର୍ଥୀ ଜିତୁଥିବା ବେଳେ ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଜିତିବେ । କଟକ, ଯାଜପୁର ଏବଂ ପୁରୀରେ କଡ଼ା ଟକ୍କର ହେବ । ଯାଜପୁର ଲୋକସଭା କ୍ଷେତ୍ର ଅଧୀନରେ ଥିବା ୭ ଟି ବିଧାନସଭା ଆସନ ମଧ୍ୟରୁ ୪ଟିରେ ବିଜେଡ଼ି, ଦୁଇଟିରେ ବିଜେପି ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହେବ । କେନ୍ଦ୍ରାପଡ଼ାରେ ୬ଟି ଆସନରୁ ବିଜେଡ଼ିକୁ ୫ଟି ଏବଂ କଂଗ୍ରେସକୁ ଗୋଟିଏ ବିଧାନସଭା ଆସନ ମିଳିବ । ଜଗତସିଂହପୁରରେ ବିଜେଡ଼ି ୫ଟି, କଂଗ୍ରେସ ଗୋଟିଏ ଏବଂ ଗୋଟିଏ ଆସନରେ କଡ଼ା ଟକ୍କର ହେବ । କଟକରେ ବିଜେଡ଼ିକୁ ୪ଟି, ବିଜେପିକୁ ଗୋଟିଏ, କଂଗ୍ରେସକୁ ଗୋଟିଏ ଏବଂ ଗୋଟିଏ ଆସନରେ କଡ଼ା ଟକ୍କର ହେବ । ପୁରୀରେ ବିଜେଡ଼ିକୁ ୫ଟି ଏବଂ ବିଜେପିକୁ ଦୁଇଟି ଆସନ ମିଳିବ ।
ଏହିଭଳି ଭାବେ ଉପକୂଳ ଅଞ୍ଚଳର ୪୧ଟି ବିଧାନସଭା ଆସନରୁ ବିଜେଡ଼ି ୨୭ଟିରେ, ବିଜେପି ୫ ଏବଂ କଂଗ୍ରେସ ୫ଟି ଆସନରେ ବିଜୟୀ ହେବ ବୋଲି ଆକଳନ କରାଯାଇଛି । ୪ ଟି ଆସନରେ କଡ଼ା ଟକ୍କର ହେଉଥିବାରୁ କିଏ ଜିତିବ କୁହାଯାଇନାହିଁ ।
ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁର, ଆସ୍କା ଏବଂ କନ୍ଧମାଳ ଲୋକସଭା ଆସନ ବିଜେଡ଼ି ହାତକୁ ଯିବ ବୋଲି କୁହାଯାଇଛି । ନବରଙ୍ଗପୁର ଆସନରେ କଂଗ୍ରେସ ଏବଂ କୋରାପୁଟ ଲୋକସଭା ଆସନରେ କଡ଼ା ଟକ୍କର ହେବ ବୋଲି କୁହାଯାଇଛି । ନବରଙ୍ଗପୁରର ୭ଟି ବିଧାନସଭା କ୍ଷେତ୍ରରୁ ବିଜେଡ଼ି ଦୁଇଟି, ବିଜେପି ତିନୋଟି ଏବଂ କଂଗ୍ରେସ ଦୁଇଟି ଆସନରେ ବିଜୟୀ ହେବ । ଆସ୍କାରେ ବିଜେଡ଼ି ୪ଟି ଏବଂ ବିଜେପି ଦୁଇଟି ବିଧାନସଭା ଆସନ ଜିତିବ । ଏକମାତ୍ର ଆସନ ସାନଖେମୁଣ୍ଡିରେ କଡ଼ା ଟକ୍କର ହେବ । ବ୍ରହ୍ମପୁରରେ ଦୁଇଟି ବିଜେଡ଼ି, ଗୋଟିଏ ବିଜେପି, ଗୋଟିଏ କଂଗ୍ରେସ ଏବଂ ୩ ଟି ଆସନରେ କଡ଼ା ଟକ୍କର ହେବ । କୋରାପୁଟର ୫ଟି ଆସନରେ ବିଜେଡ଼ି ଏବଂ ଗୋଟିଏ ଆସନ ଜୟପୁରରେ କଡ଼ା ମୁକାବିଲା ହେବ । କନ୍ଧମାଳରେ ୩ଟି ବିଧାନସଭା ଆସନ ବିଜେଡ଼ି, ଦୁଇଟିରେ ବିଜେପି ଏବଂ ଦୁଇଟି ଆସନରେ କଡ଼ା ମୁକାବିଲା ହେବ ।
ଏମବିସି-ଇଣ୍ଡିଆ ହ୍ୱସଫରସ୍ ଏକଜିଟ୍ ପୋଲ୍
ଲୋକସଭା: ବିଜେଡ଼ି-୧୫ରୁ ୧୭, ବିଜେପି-୩ ରୁ ୫, କଂଗ୍ରେସ ୧ ରୁ ୩, ଅନ୍ୟାନ୍ୟ-୧
ବିଧାନସଭା: ବିଜେଡ଼ି-୧୦୦ରୁ ୧୧୦,ବିଜେପି- ୨୫ରୁ ୩୦, କଂଗ୍ରେସ-୧୦ରୁ ୧୫ ଏବଂ ଅନ୍ୟାନ୍ୟ ୨ରୁ ୭
ବିଭିନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥା ଦ୍ୱାରା ହୋଇଥିବା ଏକଜିଟ୍ ପୋଲ୍ ରେ ଓଡ଼ିଶାର ଲୋକସଭା ଆସନ ଏହିଭଳି ଆକଳନ କରାଯାଇଛି ।
ରିପବ୍ଲିକ୍ ଟିଭି: ବିଜେଡ଼ି-୧୧,ବିଜେପି-୧୦, କଂଗ୍ରେସ-୦
ଟାଇମସ୍ ନାଓ: ବିଜେଡ଼ି-୮, ବିଜେପି-୧୨, କଂଗ୍ରେସ-୦୧
ଇଣ୍ଡିଆ ଟିଭି: ବିଜେଡ଼ି-୧୫, ବିଜେପି-୬,କଂଗ୍ରେସ-୦
ନିଉଜ୍୧୮-ଆଇପିଏସଓଏସ: ବିଜେଡ଼ି-୧୨,ବିଜେପି-୬ରୁ୮, କଂଗ୍ରେସ-୧ରୁ୨
ଏବିପି ନୁ୍ୟଜ୍: ବିଜେଡ଼ି-୧୨, ବିଜେପି-୦୯, କଂଗ୍ରେସ-୦୦
ଦିଲ୍ଲୀ ଆକଳନ
ଟାଇମସ୍ ନାଓ-ଭିଏମଆର
ଏନଡ଼ିଏ-୩୦୬, ଉପା-୧୪୨, ଅନ୍ୟାନ୍ୟ-୯୪
ସୁଦର୍ଶନ ନ୍ୟୁଜ୍
ଏନଡିଏ-୩୧୩, ଉପା-୧୨୧, ଅନ୍ୟାନ୍ୟ-୧୦୮
ଇଣ୍ଡିଆ ନ୍ୟୁଜ୍-ପୋଲଷ୍ଟାର୍ଟ
ଏନଡ଼ିଏ-୨୯୮, ଉପା-୧୧୮, ଅନ୍ୟାନ୍ୟ-୧୨୬
ଏନଡିଟିଭି
ଏନଡ଼ିଏ-୩୦୨, ଉପା-୧୨୭, ଅନ୍ୟାନ୍ୟ-୧୧୩
ନିଉଜ୍ ନେସନ୍
ଏନଡ଼ିଏ-୨୮୨-୨୯୦, ଉପା-୧୧୮-୧୨୮, ଅନ୍ୟାନ୍ୟ-୧୩୦-୧୩୮
ରିପବ୍ଲିକ୍ ଟିଭି
ଏନଡ଼ିଏ-୨୮୭, ଉପା-୧୨୮, ଅନ୍ୟାନ୍ୟ-୧୨୭
Previous Post

‘ଫନି’ କ୍ଷତିଗ୍ରସ୍ତଙ୍କ ପାଇଁ ୧୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍

Next Post

ଏକଜିଟ୍ ପୋଲ: କେତେ ସତ କେତେ ମିଛ

Next Post
ଏକଜିଟ୍ ପୋଲ: କେତେ ସତ କେତେ ମିଛ

ଏକଜିଟ୍ ପୋଲ: କେତେ ସତ କେତେ ମିଛ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA