Thursday, April 16, 2026 09:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Editors Pick

ଏମାନେ ଡାକ୍ତର ନୁହଁନ୍ତି, ନରରାକ୍ଷସ

by Our Correspondent
17 Jul, 2017- 11:48 PM
in Editors Pick, Latest News
1 min read
0
ଏମାନେ ଡାକ୍ତର ନୁହଁନ୍ତି, ନରରାକ୍ଷସ

ଭୀମସାର ଅର୍ଥୋପେଡିକ୍ ଆସୋସିଏଟ୍ ପ୍ରଫେସର ଡାକ୍ତର ଗୌତମ ଶତପଥୀ ଚାକିରିରୁ ସସପେଣ୍ଡ ହୋଇଛନ୍ତି । ସରକାରୀ ଡ୍ୟୁଟି ସମୟରେ ଡ୍ୟୁଟି ଛାଡ଼ି ନିଜ ସରକାରୀ କ୍ୱାଟରରେ ଡାକ୍ତର ମହାଶୟ ରୋଗୀ ଦେଖୁଥିଲେ । ଗତ ୧୫ ତାରିଖରେ ଭୀମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ ଷ୍ଟିଙ୍ଗ୍ ଅପରେସନ୍ ରେ ଯାଇ ତାଙ୍କୁ ଧରିଥିଲେ । ନିର୍ଦ୍ଦେଶକ ନିଜକୁ ରୋଗୀ ସଜେଇ ଡାକ୍ତର ଶତପଥୀଙ୍କୁ ଦେଖାଇବାକୁ ଗଲାବେଳେ ସେ ବିନା ଦ୍ୱିଧାରେ ତାଙ୍କୁ ଦେଖିଥିଲେ । ସରକାରୀ ଡ୍ୟୁଟି ସମୟରେ ଏଠି କାହିଁକି ରୋଗୀ ଦେଖୁଛନ୍ତି ବୋଲି ପଚାରିବାରୁ ଓଲଟି ଗାଲୁ ପେଲିଥିଲେ । ନିର୍ଦ୍ଦେଶକ ତାଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରି ୪୮ ଘଣ୍ଟାର ମହଲତ ଦେଇଥିଲେ । ତେବେ ତାଙ୍କ ଉତ୍ତର ନିର୍ଦ୍ଦେଶକଙ୍କୁ ସନ୍ତୁଷ୍ଟ କରିନାହିଁ । ଆଜି ତାଙ୍କୁ ଅବିଳମ୍ବେ ଚାକିରିରୁ ସସପେଣ୍ଡ କରିଛନ୍ତି ।

ଗତ ୯ ତାରିଖରେ ଅନୁରୂପ ଭାବେ ନିର୍ଦ୍ଦେଶକ ଡାକ୍ତର ପୂଜାହାରୀ ଷ୍ଟିଙ୍ଗ ଅପରେସନ୍ କରି ରେଡ଼ିଓ ଡାଇଗୋନିସ୍ ଡିପାର୍ଟମେଣ୍ଟର ଆସୋସିଏଟ୍ ପ୍ରଫେସର ଡାକ୍ତର ବି.ବି.ପଣ୍ଡାଙ୍କୁ ଧରିଥିଲେ । ଡାକ୍ତର ପଣ୍ଡା ନିଜର ଡ୍ୟୁଟି  ଛାଡ଼ି ଏକ ଘରୋଇ ଡାଇଗୋନିଷ୍ଟ ସେଣ୍ଟରରେ ରୋଗୀଙ୍କର ଅଲଟ୍ରାସାଉଣ୍ଡ କରୁଥିଲେ । ତେବେ ନିର୍ଦ୍ଦେଶକଙ୍କ ଦ୍ୱାରା ରେଡ୍ ହାଣ୍ଡ ଧରାପଡ଼ିଲା ପରେ ଡାକ୍ତର ପଣ୍ଡା ନିଜର ଭୁଲ୍ ସ୍ୱୀକାର କରିଥିଲେ ।
ସରକାରୀ କାର୍ଯ୍ୟରତ ଭୀମସା ଡାକ୍ତରଙ୍କ ଘରୋଇ ପ୍ରାକ୍ଟିସ୍ ରୋକିବା ପାଇଁ ନିର୍ଦ୍ଦେଶକଙ୍କ ଏଭଳି ଷ୍ଟିଙ୍ଗ ଅପରେସନ୍ କୁ ବୁଦ୍ଧିଜୀବୀ ଓ ସାଧାରଣ ନାଗରିକମାନେ ପସନ୍ଦ କରିଛନ୍ତି । ସରକାରୀ ନିର୍ଦ୍ଦେଶର ଉଲ୍ଲଂଘନ କରୁଥିବା ଏଭଳି ଡାକ୍ତରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି । ନିର୍ଦ୍ଦେଶକଙ୍କ ଏହି ପ୍ରୟାସକୁ ସେମାନେ ସମର୍ଥନ ଜଣାଇଛନ୍ତି । ଅନ୍ୟପକ୍ଷରେ ଡାକ୍ତରୀ ସଂଘ ଓମସା ଏହାକୁ ବିରୋଧ କରୁଛି । ବିରୋଧ ପଛରେ ସେମାନଙ୍କ ଯୁକ୍ତିକୁ ସାଧାରଣଲୋକେ ଗ୍ରହଣ କରିପାରୁନାହାନ୍ତି ।

ରୋଗୀଙ୍କ ପାଇଁ ଡାକ୍ତର ହେଉଛନ୍ତି ଭଗବାନ ସଦୃଶ । ମାତ୍ର ଅନେକ ଡାକ୍ତର ପଇସା ଲୋଭରେ ଭଗବାନ ନ ହୋଇ ନର ରାକ୍ଷସ ପାଲଟିଯାଇଛନ୍ତି । ପଇସା ଆଗରେ ସେମାନେ ରୋଗୀଙ୍କ ଜୀବନକୁ ତୁଚ୍ଛ ମଣୁଛନ୍ତି । ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ସେମାନେ ଅଣଦେଖା କରି ନିଜର କ୍ଲିନିକ୍ ଆସିବାକୁ ପ୍ରବର୍ତ୍ତୋଉଛନ୍ତି । ଏହା ଦ୍ୱାରା ସେମାନେ ନିଜର ପକେଟ ଗରମ କରୁଛନ୍ତି । ଖାଲି ବୁର୍ଲାର ଭୀମସାର ନୁହେଁ କଟକ, ଭୁବନେଶ୍ୱର, ବ୍ରହ୍ମପୁର ଭଳି ଜାଗାରେ ଏହା ସାଧାରଣ କଥା ହୋଇଯାଇଛି । ୨୦୦/୩୦୦ ଟଙ୍କା ଫିସ୍ ପାଇବା ପାଇଁ ସେମାନେ ନିଜର ମାନବିକତା ଭୁଲି ଯାଉଛନ୍ତି । କେଉଁଠି ପରୀକ୍ଷା କରିବେ, ନିର୍ଦ୍ଦିଷ୍ଟ ଔଷଧ କେଉଁ ଦୋକାନରୁ ନେବେ ସେଥିପାଇଁ ମଧ୍ୟ ଏହି ଅମାନବୀୟ ଡାକ୍ତରମାନେ ଗରିବ ରୋଗୀଙ୍କୁ ବାଧ୍ୟ କରୁଛନ୍ତି । ଏହାଦ୍ୱାରା ସଂପୃକ୍ତ ଡାକ୍ତରମାନେ ସବୁଆଡୁ ପକେଟ ଗରମ କରୁଛନ୍ତି ।

ଘରୋଇ ନର୍ସିଂହୋମ୍ ଗୁଡ଼ିକରେ ରୋଗୀ ଶୋଷଣ ତ ସବୁ ସୀମା ଟପିଯାଇଛି । ତାହା ଆଉ ସେବା କ୍ଷେତ୍ର ହୋଇ ରହିନାହିଁ ବରଂ ସାଧାରଣ ରୋଗୀଙ୍କ ପାଇଁ ନର୍କକ୍ଷେତ୍ର ପାଲଟିଛି । ମୃତ୍ୟୁଶଯ୍ୟାରେ ଛଟପଟ ରୋଗୀଙ୍କ ପ୍ରତି ସେମାନଙ୍କର ଦୟା ମମତା କିଛି ନାହିଁ । ଏହି ଘରୋଇ ନର୍ସିଂହୋମ୍ ଗୁଡ଼ିକ ଉପରେ ରାଜ୍ୟ ସରକାରଙ୍କର ଆଦୌ ଅଙ୍କୁଶ ନାହିଁ । ସତେ ଯେମିତି ସରକାରଙ୍କ ପାଇଁ ଏହା ଦେହସୁହା ହୋଇଗଲାଣି । ରୋଗୀସେବା ଭଳି ଗମ୍ଭୀର ଓ ସ୍ପର୍ଶକାତର ପ୍ରସଙ୍ଗରେ ସରକାରଙ୍କ ଉଦାସୀନତା ରୋଗୀ ଓ ତାଙ୍କ ପରିବାରର ଦୁର୍ଦ୍ଦଶା ଆହୁରି ବଢ଼ାଇ ଦେଉଛି । ଡାକ୍ତରୀ ସଂଘ ଓମସା ନିଜ ସମସ୍ୟାକୁ ନେଇ ଚିନ୍ତିତ ଥିବା ବେଳେ ରୋଗୀଙ୍କ ସମସ୍ୟାକୁ ଅଣଦେଖା କରିବା ସବୁଠାରୁ ଅଧିକ ନିନ୍ଦନୀୟ । ଆମକୁ ଭଗବାନ ସାହା, ଅର୍ଥଲୋଭ ନ ଥିବା କିଛି ଭଲ ଡାକ୍ତରଙ୍କ ଯୋଗୁଁ ସ୍ୱାସ୍ଥ୍ୟସେବା କ୍ଷେତ୍ର ତିଷ୍ଠିଛି । ନଚେତ୍ ଗରିବ ରୋଗୀ ଘରେ ପଡ଼ି ପଡ଼ି ମରିବା ଛଡ଼ା ଅନ୍ୟ ବାଟ ନାହିଁ ।

Previous Post

ସୁବଳ ସାହୁଙ୍କ ଅବସ୍ଥା ଗୁରୁତର

Next Post

ଏନଡ଼ିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଭେଙ୍କେୟା

Next Post
ଏନଡ଼ିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଭେଙ୍କେୟା

ଏନଡ଼ିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଭେଙ୍କେୟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA