Tuesday, May 13, 2025 12:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

କରୋନାର କରୁଣା

by Our Correspondent
15 May, 2020- 11:21 PM
in Guest Column, Latest News, News
1 min read
0
କରୋନାର କରୁଣା
ସବୁଠି ତ୍ରାହି ତ୍ରାହି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ମାରି ଦେଲାଣି ଏ ମହାମାରୀ । କିନ୍ତୁ କରୋନା ଯେ, ପରୋକ୍ଷରେ ଅନେକ କରୁଣା କରୁଛି, ତାହା ମଧ୍ୟ ଆମକୁ ବୁଝିବାକୁ ପଡ଼ିବ । କେବଳ ମାନବ ଜାତି ଏବଂ ତାର ଅର୍ଥନୀତିକୁ ଛାଡ଼ିଦେଲେ ଜୀବଜଗତ ଏବଂ ପରିବେଶ ଉପରେ ଅନେକ ଭଲ ପ୍ରଭାବ ପକାଇଛି କରୋନା । ପ୍ରଦୂଷଣ କମିଛି, ସଡ଼କ ଦୁର୍ଘଟଣା କମିଛି, ପୁଣି ବିନା ଟଙ୍କା ଖର୍ଚ୍ଚରେ ଆପେ ଆପେ ପରିଷ୍କାର ହୋଇଯାଇଛି ଗଙ୍ଗା । ଲୋକଙ୍କୁ ସାମାଜିକ ଓ ବ୍ୟକ୍ତିଗତ ସ୍ତରରେ ଶୃଙ୍ଖଳା, ସଂଯମତା ଏବଂ ସ୍ୱଚ୍ଛତାର ଜ୍ଞାନ ଶିଖାଇଛି । ସବୁ ପଛ, କେବଳ ଚାଷ ଯେ ଆଗ… ଲୋକଙ୍କୁ ମନେ ପକାଇ ଦେଇଛି ଏହି ମହାମାରୀ ।
କିଛି ଭାବୁଛନ୍ତି, କରୋନା ଆମକୁ ଅନେକ ବର୍ଷ ପଛକୁ ନେଇଗଲା । ଆର୍ଥିକ ଦୃଷ୍ଟିକୋଣରୁ ଏହା ସତ ନିଶ୍ଚିତ, କିନ୍ତୁ ବୈଷୟିକ ଜ୍ଞାନକୌଶଳ ଦୃଷ୍ଟିକୋଣରୁ ନୁହେଁ । ବରଂ ବିଶ୍ୱକୁ ଡିଜିଟାଲ୍ ମୋଡକୁ ଆଣି ୱାର୍କ ଫ୍ରମ୍ ହୋମ୍ ଏବଂ ଅନ୍ ଲାଇନ୍ କ୍ଲାସର ଟ୍ରେଣ୍ଡ୍ ସେଟ୍ କରିଦେଲା କରୋନା । ଯାହା ବୈଷୟିକ ଜ୍ଞାନକୌଶଳକୁ ପ୍ରୋତ୍ସାହନ ।
କରୋନା ପାଇଁ ଡିଜିଟାଲ୍ ମୋଡରେ ସାରା ବିଶ୍ୱ । ଲକ୍ ଡାଉନ୍ ପାଇଁ ଲୋକେ ଘରେ । ଗହଳି ନଥାଇ ଅଫିସରେ ଚାଲିଛି କାମ । ଘରେ ଥାଇ ଲୋକେ କରୁଛନ୍ତି ଅଫିସ୍ କାମ । ଘରୁ କାମ କଲେ, କର୍ମଚାରୀଙ୍କ ମାନସିକ ସ୍ଥିତି ସୁଦୃଢ଼ ହେବା ସହ ସୃଜନଶୀଳତା ବଢ଼ିବ । ପ୍ରକାରାନ୍ତରେ ସେମାନେ ଅଧିକ ଏବଂ ଭଲ କାମ କରିବେ । ସେପଟେ କମ୍ପାନି, ସେମାନଙ୍କୁ ବିଶେଷ ଅବକାଶ ଦେବାର ଆବଶ୍ୟକତା ପଡ଼ିବ ନାହିଁ । ବିଶେଷ କରି ଗର୍ଭବତୀ ମହିଳା କିମ୍ବା ଛୋଟ ପିଲା ଥିବା ମହିଳାମାନଙ୍କ ପାଇଁ ଏହା ବେଶୀ ସହାୟକ । ଘରୁ ଥାଇ ସେମାନେ, ସେମାନଙ୍କ ପିଲାର ଯତ୍ନ ନେବା ସହ ଅଫିସ୍ କାମ କରିପାରିବେ ।
କରୋନା ପାଇଁ ଅନେକ କମ୍ପାନି ଏବେ ୱାର୍କ ଫ୍ରମ୍ ହୋମ୍ ମୋଡ୍ ଆପଣାଇଛନ୍ତି । ଏ କ୍ଷେତ୍ରରେ ପାଦେ ଆଗକୁ ଯାଇଛି ଟ୍ୱିଟର । ଯେଉଁ କର୍ମଚାରୀମାନେ ସବୁଦିନ ପାଇଁ ଘରୁ କାମ କରିବାକୁ ଚାହୁଁଛନ୍ତି, କରିପାରିବେ ବୋଲି କହିଲାଣି ଚ୍ୱିଟର । ସେହିଭଳି ଫେସବୁକ୍ ଏବଂ ଗୁଗୁଲ୍ ମଧ୍ୟ ଭବିଷ୍ୟତରେ ରିମୋଟ୍ ୱାର୍କ କଲଚର୍ ବା ଦୂରରୁ ଥାଇ କାମ ପଦ୍ଧତିକୁ ସମର୍ଥନ କରୁଛନ୍ତି । ତେବେ ଏଥିପାଇଁ ବୈଷୟିକ ଜ୍ଞାନକୌଶଳକୁ ଆଉ କିଛିଟା ସୁବିଧାଜନକ କରିବା ସହ କାର୍ଯ୍ୟଶୈଳୀରେ କିଛିଟା ନୂଆ ଆଇନ କାନୁନ ଲାଗୁ କରିବାର ଆବଶ୍ୟକତା ରହିଛି ।
କରୋନା ପାଇଁ ଆଉ କଳ କାରଖାନା ବନ୍ଦ, ଟ୍ରାଫିକ୍ ଜାମ୍ ନାହିଁ । ଯାହା ବାୟୁ ଓ ଶବ୍ଦ ପ୍ରଦୂଷଣ ସହ ସଡ଼କ ଦୁର୍ଘଟଣାକୁ ଅତି ମାତ୍ରାରେ କମାଇ ଦେଇଛି । ମାର୍ଚ୍ଚ ଶେଷ ସପ୍ତାହରୁ ଏପ୍ରିଲ 23 ଆର୍ଥ ଡେ ପର୍ଯ୍ୟନ୍ତ କରାଯାଇଥିବା ସର୍ଭେ ଅନୁଯାୟୀ, ଦିଲ୍ଲୀ ଓ ମୁମ୍ବାଇ ସମେତ ବିଶ୍ୱର 10ଟି ପ୍ରମୁଖ ସହରରେ ପ୍ରଦୂଷଣ ମାତ୍ରା ଯଥେଷ୍ଟ କମିଛି । ଗତବର୍ଷ ଏହି ସମୟ ଠାରୁ 60 ପ୍ରତିଶତ କମ୍ ରହିଛି ପ୍ରଦୂଷଣ ମାତ୍ରା । ଗ୍ରୀନ୍ ହାଉସ୍ ଗ୍ୟାସ୍ 6 ପ୍ରତିଶତ କମିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, କେବଳ ବାୟୁ ପ୍ରଦୂଷଣ ଜନିତ ରୋଗରେ ପ୍ରତିବର୍ଷ 7.5 ନିୟୂତ ଲୋକ ପ୍ରାଣ ହରାଉଛନ୍ତି । ଭାରତରେ ଏହି ସଂଖ୍ୟା 2.3 ନିୟୂତ । ତେଣୁ ବାୟୁ ପ୍ରଦୂଷଣ କମିଲେ ମୃତ୍ୟୁ ହାର ଯେ କମିବ, ଏଥିରେ ସନ୍ଦେହ ନାହିଁ ।
WHO ତଥ୍ୟ କହୁଛି, ସଡ଼କ ଦୁର୍ଘଟଣାରେ ସାରା ବିଶ୍ୱରେ ଦୈନିକ ହାରାହାରି 3287 ଲୋକ ପ୍ରାଣ ହରାଉଛନ୍ତି । ଭାରତରେ ପ୍ରତି ଏକ ଘଣ୍ଟାରେ ପ୍ରାୟ 16 ଜଣ ବା ଦୈନିକ ହାରାହାରି 377 ଜଣ ପ୍ରାଣ ହରାଇବା ରେକର୍ଡ ରହିଛି । ସେଭ୍ ଲାଇଫ୍ ପାଉଣ୍ଡେସନର ସର୍ଭେ ଅନୁଯାୟୀ, ଲକ୍ ଡାଉନ୍ ବେଳେ ଭାରତରେ ଅତି ନିମ୍ନ ସ୍ତରରେ ରହିଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ । ଦିନକୁ ଭାରତରେ 1214 ଟି ସଡ଼କ ଦୁର୍ଘଟଣା ଘଟୁଥିଲା ବେଳେ ମାର୍ଚ୍ଚ 24ରୁ ମେ 3 ତାରିଖ ଲକ୍ ଡାଉନ ସମୟ ମଧ୍ୟରେ ମାତ୍ର ପାଖାପାଖି 6 ଶହ ଦୁର୍ଘଟଣା ଘଟିଛି । ଯେଉଁଥିରେ 137 ଜଣଙ୍କ ଜୀବନ ଯାଇଛି । ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଶ୍ରମିକ, ଯେଉଁମାନେ କି ପାଦରେ ଚାଲି ଚାଲି କିମ୍ବା ସାଇକେଲରେ ନିଜ ଘରକୁ ଫେରୁଥିଲେ । ଯଦି କେବଳ ଲକ୍ ଡାଉନ୍ ବେଳର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ କରୋନା ମୃତ୍ୟୁ ସହ ତୁଳନା କରିବା, ତେବେ ମହାମାରୀ ପ୍ରତ୍ୟକ୍ଷରେ ଯେତିକି ଜୀବନ ନେଇଛି, ପରୋକ୍ଷରେ ତା ଠାରୁ ଢେର ବେଶୀ ଜୀବନ ବଞ୍ଚାଇଛି ।
ମଦ ଯୋଗୁଁ ହିଁ ଭାରତରେ ଦୈନିକ ଅନେକ ଦୁର୍ଘଟଣା ଘଟିଥାଏ । ମଦ ପିଇ ଦେଶରେ ବର୍ଷକୁ ହାରାହାରି 2 ଲକ୍ଷ 60 ହଜାର ଲୋକ ପ୍ରାଣ ହରାଉଛନ୍ତି । ତେବେ କରୋନା ପାଇଁ ମଦ ବିକ୍ରି ବନ୍ଦ ଥିବା ବେଳେ ସଡ଼କ ଦୁର୍ଘଟଣା ହ୍ରାସ ଉପରେ ତାର ସକାରାତ୍ମକ ପ୍ରଭାବ ପଡ଼ିଛି । ସେପଟେ ସବୁ ଦିନ ପାଇଁ ମଦ ଛାଡ଼ି ଦେବାକୁ ଚାହୁଁଥିବା ଲୋକଙ୍କ ପାଇଁ କରୋନା ଏକ ସୁଯୋଗ ଦେଇଛି । ଶାରିରୀକ ଓ ମାନସିକ ବିଲକ୍ଷଣକୁ ଅତିକ୍ରମ କରି ନେଇଥିବା ଲୋକେ ଚାହିଁଲେ, ଏହି ଠାରୁ ମଦକୁ ଅଲ୍ ବିଦା କହିପାରିବେ ।
ଛଅ ବର୍ଷ ତଳୁ 20 ହଜାର କୋଟି ଟଙ୍କାର ବଜେଟ୍ ଯାହା କରିପାରିନି, କରୋନା ତାହା କରିଦେଲା । ଆଇଆଇଟି ରୁରକିର ସର୍ଭେ ଆଧାରରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡର 28ଟି ମାନକ ପୂରଣ କରିଛି ଗଙ୍ଗା ପାଣି । ଯାହା ଏବେ ପିଇବା ଯୋଗ୍ୟ । ତେଣୁ ଏହି ଠାରୁ ହିଁ ଗଙ୍ଗାକୁ ପ୍ରଦୂଷଣ ମୁକ୍ତ ରଖିବାକୁ ‘ଗଙ୍ଗା ସଭା’ ସାଧାରଣ ସମ୍ପାଦକ ତନ୍ମୟ ବଶିଷ୍ଠ, ସରକାରଙ୍କ ଠାରେ ଦାବି ରଖିଛନ୍ତି ।
ଦିନ ଥିଲା, ହାତରେ ଝାଡୁ ଧରି ନେତାଏ କରୁଥିଲେ ଷ୍ଟଣ୍ଟ୍ । କିନ୍ତୁ କରୋନା ବେଳେ ସେମାନଙ୍କ ଦେଖା ନାହିଁ । ସଫେଇ କର୍ମଚାରୀ ହିଁ ସ୍ୱଚ୍ଛତାର ପ୍ରକୃତ ମାସ୍କଟ୍ ବୋଲି ପ୍ରମାଣିତ ହୋଇଛି । ତେବେ କେବଳ ସଫେଇ କର୍ମଚାରୀଙ୍କ ଉପରେ ଏହି ଭାର ଲଦି ଦେଲେ ହେବନି । କରୋନା ବିରୋଧରେ ଲଢେଇ ପାଇଁ ସମସ୍ତଙ୍କୁ ହାତରେ ଝାଡୁଧରି ନିଜ ପରିବେଶକୁ ସଫା ସୁତରା ରଖିବାକୁ ପଡ଼ିବ । ଏହିଠାରୁ ହିଁ ଆରମ୍ଭ ହେଲା ପ୍ରକୃତ ସ୍ୱଚ୍ଛ ଭାରତ ଅଭିଯାନ ।
ନିଜ ଜମିବାଡ଼ି ପଡ଼ିଆ ପକାଇ, ଲୋକେ ବାହାରକୁ ଚାଲି ଯାଉଥିଲେ । କହିବାକୁ ଗଲେ, ଅନେକ ଲୋକ ଚାଷକୁ ଭୁଲିଗଲେଣି । କରୋନା କିନ୍ତୁ ମନେ ପକାଇ ଦେଇଛି ଚାଷର ଗୁରୁତ୍ୱ । ମହାମାରୀ କଷ୍ଟକୁ କିଏ ଭୁଲି ଯାଇପାରେ, କିନ୍ତୁ ବହୁ କଷ୍ଟରେ କାନ୍ଦି କାନ୍ଦି ନିଜ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଟି କେବେ ବି ଭୁଲିପାରିବ ନାହିଁ । ନିଜ ମାଟିରେ ହିଁ ତାକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ । ସେପଟେ ରାଜ୍ୟ ସରକାର, ସେମାନଙ୍କୁ କୁଶଳୀ କରାଇ କର୍ମସଂସ୍ଥାନ ଯୋଗାଇ ଦେବାକୁ ଚେତାଇ ଦେଇଛି କରୋନା । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତକୁ ହସରେ ଉଡ଼ାଇ ଦେଉଥିବା ଲୋକେ ଦେଖିବେ, ପରିସ୍ଥିତି ହିଁ ଭାରତୀୟଙ୍କୁ ଆପେ ଆପେ ଆତ୍ମନିର୍ଭରଶୀଳ କରାଇ ଦେବ ।
ଲୋକଙ୍କୁ ବାସ୍ତବବାଦୀ ହେବାକୁ ଶିକ୍ଷା ଦେଇଛି କରୋନା । ମଠ, ମନ୍ଦିର ବନ୍ଦ ଥିବା ବେଳେ ଆତ୍ମଘୋଷିତ ତ୍ରିକାଳଦର୍ଶୀ ବାବାମାନେ ଆତ୍ମଗୋପନରେ । ଘରେ ବସି ଜଗନ୍ନାଥଙ୍କୁ ଡାକି ହେଉଛି, ମସଜିଦ୍ ନଯାଇ ରମଜାନ୍ ମାସରେ ବି ନମାଜ୍ କରି ହେଉଛି । ତେଣୁ ଏତେ ଧର୍ମାନ୍ଧ ହେବାରେ କଣ ରହିଛି ଆବଶ୍ୟକତା ? ପୁଣି ଯେଉଁଠି ବିନା ବାଜା, ବାଣ ଓ ଭୋଜିଭାତରେ ବାହାଘର କିମ୍ବା ଶୁଦ୍ଧିକ୍ରିୟା ହୋଇପାରୁଛି, ସେଠି ଅଯଥା ଖର୍ଚ୍ଚର କୌଣସି ଆବଶ୍ୟକତା ହିଁ ନାହିଁ । ତେଣୁ ଏସବୁକୁ ଦେଖିଲେ କରୋନାରେ କ୍ଷତି ଠାରୁ ଲାଭ ଅଧିକ ଲାଗୁଛି ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ । ଯୋଗାଯୋଗ ନଂ 7008779043)
Previous Post

କୋଭିଡ୍ ମୁକାବିଲାରେ ସରପଞ୍ଚଙ୍କ କାର୍ଯ୍ୟକୁ ପାଣ୍ଡିଆନ୍ ଙ୍କ ପ୍ରଶଂସା

Next Post

ରଥକୁ ନେଇ ଆଶଙ୍କା ଟଳିଲା ; ଚକଡ଼େରା ନୀତି ସଂପନ୍ନ

Next Post
ରଥକୁ ନେଇ ଆଶଙ୍କା ଟଳିଲା ; ଚକଡ଼େରା ନୀତି ସଂପନ୍ନ

ରଥକୁ ନେଇ ଆଶଙ୍କା ଟଳିଲା ; ଚକଡ଼େରା ନୀତି ସଂପନ୍ନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA