Thursday, May 21, 2026 06:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କରୋନା ମୁକାବିଲାରେ ଓଡ଼ିଶା ଏକ ନମ୍ବର

by Our Correspondent
13 Apr, 2020- 11:00 PM
in Latest News, News
1 min read
0
କରୋନା ମୁକାବିଲାରେ ଓଡ଼ିଶା ଏକ ନମ୍ବର
ଭୁୁବନେଶ୍ୱର: କରୋନା ମୁକାବିଲାରେ ଓଡ଼ିଶା ସବୁ କ୍ଷେତ୍ରରେ ଆଗୁଆ । ରାଜ୍ୟ ସରକାରଙ୍କ ପ୍ରତିଟି ପଦକ୍ଷେପ ଦେଶରେ ନମ୍ବର ୱାନ୍ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଓଡ଼ିଶାର ୮୫ ଭାଗ ଲୋକ ସମର୍ଥନ ଜଣାଇଛନ୍ତି । ଜନ୍ କି ବାତ୍ ପକ୍ଷରୁ ଦେଶବ୍ୟାପୀ ହୋଇଥିବା ସର୍ଭେରୁ ଏହି ତଥ୍ୟ ଆସିଛି । ସଂସ୍ଥାର “କରୋନାଭାଇରସ୍ ଲକଡାଉନ୍ ଏକ୍ସଟେନସନ୍-ଡିକୋଡିଂ ଦି ଷ୍ଟେଟ୍ ଅଫ ଦ ନେସନ” ରିପୋର୍ଟରେ ଏହା ପ୍ରକାଶ ପାଇଛି ।
କୋଭିଡ୍ -୧୯ ମୁକାବିଲାରେ ଆପଣଙ୍କ ରାଜ୍ୟ ସରକାର କେତେ ପାରିବାର?
ଏହି ପ୍ରଶ୍ନରେ ଓଡ଼ିଶାର ୮୫% ଲୋକ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସମର୍ଥନ ଜଣାଇ ସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରତି ଏତେ ବିପୁଳ ସମର୍ଥନରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ ହୋଇଛି । ଲକ୍ ଡାଉନ୍ କଟକଣାକୁ କଡ଼ାକଡ଼ି କରାଯିବା ଏବଂ ଏହାକୁ ଜନସାଧାରଣ ପାଳନ କରିବା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଦେଶରେ ପ୍ରଥମ ବୋଲି ସର୍ଭେରେ ଦର୍ଶାଯାଇଛି । ସର୍ବୋପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଓଡ଼ିଶାବାସୀ ସକରାତ୍ମକ ଭାବେ ଗ୍ରହଣ କରିଛନ୍ତି ।
ଜନ୍ କି ବାତ୍ ର ମୁଖ୍ୟ ପ୍ରଦୀପ ଭଣ୍ଡାରୀଙ୍କ ନେତୃତ୍ୱରେ ଫୋନ୍ ସାକ୍ଷାତକାର ଜରିଆରେ ଏପ୍ରିଲ୍ ୬ରୁ ଏପ୍ରିଲ୍ ୧୦ ପର୍ଯ୍ୟନ୍ତ ଏହି ସର୍ଭେ ଅନୁଷ୍ଠିତ ହୋଇଥିଲା । ଏହି ସର୍ଭେରେ ଓଡ଼ିଶା ସରକାରଙ୍କ କୋଭିଡ୍-୧୯ ମୁକାବିଲା ସଫଳତା ପ୍ରତିଫଳିତ ହୋଇଛି ।
୧. କୋଭିଡ୍-୧୯ ମୁକାବିଲାରେ ଓଡ଼ିଶା ସରକାର ଯଥେଷ୍ଟ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି ।
୨. ଦେଶର ପ୍ରଥମ ରାଜ୍ୟ ଭାବେ ମାର୍ଚ୍ଚ ୨୨ ତାରିଖରୁ ୨୯ ତାରିଖ ଯାଏଁ ଓଡ଼ିଶା ପ୍ରଥମେ ଲକ୍ ଡାଉନ୍ ଘୋଷଣା କରିଥିଲା । ମହାମାରୀ କରୋନା ସଂକ୍ରମଣକୁ ରୋକିବା ଏବଂ ଟେଷ୍ଟିଂ ବଢ଼ାଇବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଥିଲେ ।
୩. ଏପ୍ରିଲ୍ ୩୦ ତାରିଖ ଯାଏଁ ଲକ୍ ଡାଉନ୍ ବଢ଼ାଇବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଯାହା କି ଅନ୍ୟ ରାଜ୍ୟ ଓ ଭାରତ ସରକାରଙ୍କ ପାଇଁ ଅନୁକରଣୀୟ ହୋଇଛି ।
୪. ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିବାରେ ଓଡ଼ିଶା ସର୍ବପ୍ରଥମ ରାଜ୍ୟ ।
୫. ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ୧୦୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ସ୍ଥାପନ କରିଛି । ଏହି ଶଯ୍ୟା ସଂଖ୍ୟା ୬୦୦୦ରୁ ଅଧିକ କରାଯାଉଛି । ଏପ୍ରିଲ୍ ଶେଷ ସୁଦ୍ଧା ଆହୁରି ଅଧିକ କୋଭିଡ୍ ହସ୍ପିଟାଲ୍ ସ୍ଥାପନ କରାଯାଉଛି ।
୬. ଆକ୍ରାନ୍ତଙ୍କ ଚିକିତ୍ସା ଏବଂ ଦ୍ରୁତ ଆରୋଗ୍ୟ କ୍ଷେତ୍ରରେ ଓଡ଼ିଶା ବି ରେକର୍ଡ ସୃଷ୍ଟି କରିଛି । ଗୋଟିଏ ଦିନରେ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇପାରିଛନ୍ତି ।
୭. ଦେଶର ଅନନ୍ୟ ରାଜ୍ୟ ଭାବେ ଓଡ଼ିଶା ବିଦେଶୀ ନାଗରିକଙ୍କ ପଞ୍ଜୀକରଣ ଏବଂ ହୋମ୍ କ୍ୱାରେଣ୍ଟାଇନ୍ କୁ ବାଧ୍ୟତାମୂଳକ କରିଥିଲା । ସେମାନଙ୍କୁ ୧୫୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ବି ଦିଆଯାଇଛି ।
୮. ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗୁଆ ୪ ମାସର ଦରମା ଦେବାରେ ଓଡ଼ିଶା ଦେଶରେ ଏକମାତ୍ର ରାଜ୍ୟ ।
୯. ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ବୃଦ୍ଧ ଏବଂ ଭିନ୍ନକ୍ଷମମାନଙ୍କୁ ଆଗୁଆ ୪ ମାସର ଭତ୍ତା ପ୍ରଦାନ କରିଛି । ସେହିଭଳି ଛାତ୍ରମାନଙ୍କୁ ଆଗୁଆ ୪ ମାସର ବୃତ୍ତି ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆଗୁଆ ୩ ମାସର ଚାଉଳ ଦିଆଯାଇଛି ।
Previous Post

ବମିଖାଲରୁ ଆଉ ଜଣେ ପଜିଟିଭ୍, କେବଳ ଭୁବନେଶ୍ୱରରୁ ଆକ୍ରାନ୍ତଙ୍କ ସଂଖ୍ୟା ୪୨

Next Post

ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ

Next Post
ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ

ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA