Monday, May 18, 2026 06:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘କାଳିଆ’କୁ ପ୍ରଶଂସା ପରେ ପ୍ରଶଂସା, ନବୀନ କହିଲେ ଆଦର୍ଶ ଯୋଜନା

by Our Correspondent
15 Jan, 2019- 03:18 PM
in Latest News, News
1 min read
0
‘କାଳିଆ’କୁ ପ୍ରଶଂସା ପରେ ପ୍ରଶଂସା, ନବୀନ କହିଲେ ଆଦର୍ଶ ଯୋଜନା
ଭୁୁବନେଶ୍ୱର: ଚାଷୀଙ୍କ ପାଇଁ ଓଡ଼ିଶା ସରକାର ଆରମ୍ଭ କରିଥିବା ‘କାଳିଆ’ ଯୋଜନାକୁ ପ୍ରଶଂସା ପରେ ପ୍ରଶଂସା ମିଳିଛି । ଗତ ସପ୍ତାହରେ ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ ଓଡ଼ିଶା ଆସିଥିଲା ବେଳେ ‘କାଳିଆ’ ଯୋଜନାକୁ ପ୍ରଶଂସା କରିଥିଲେ । ଆଜି ଭାରତର ବିଖ୍ୟାତ କୃଷି ଅର୍ଥନୀତିଜ୍ଞ ଡ. ଅଶୋକ ଗୁଲାଟି ଏବଂ କୃଷିଲଗାଣ ଓ ମୂଲ୍ୟ ଆୟୋଗକର ଅଧ୍ୟକ୍ଷ ଡ. ବିଜୟ ପାଲ ଶର୍ମା ‘କାଳିଆ’ ସର୍ବୋପରି ରାଜ୍ୟ ସରକାରଙ୍କ କୃଷି କାର୍ଯ୍ୟକ୍ରମକୁ ଢ଼େର୍ ପ୍ରଶଂସା କରିଛନ୍ତି । ଭୁବନେଶ୍ୱର ବରମୁଣ୍ଡା ଖେଳପଡ଼ିଆରେ ଆୟୋଜିତ କୃଷି ଓଡ଼ିଶା ଉତ୍ସବ ତଥା ଚାଷୀ ସମାବେଶରେ ଯୋଗଦେଇ ସେମାନେ ରାଜ୍ୟ ସରକାରଙ୍କ ଗରିବୀ ହ୍ରାସ୍ କାର୍ଯ୍ୟକ୍ରମର ତାରିଫ୍ କରିଛନ୍ତି । ପ୍ରଶଂସା ଗୋଟାଉଥିବା ‘କାଳିଆ’ କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ଉତ୍ସାହିତ ହୋଇଛନ୍ତି । ସାରା ଦେଶର ଚାଷୀଙ୍କ ପାଇଁ ଏହା ଏକ ଆଦର୍ଶ ଯୋଜନା ବୋଲି କହିଛନ୍ତି ।
ଉତ୍ସବରେ ସ୍ୱତନ୍ତ୍ର ବକ୍ତା ଭାବେ ଯୋଗଦେଇଥିବା ଡ. ଗୁଲାଟି ତାଙ୍କ ଅଭିଭାଷଣରେ କହିଥିଲେ, ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଚାଷୀର ପ୍ରକୃତ ଆୟ ବଢ଼ିଛି ।୨୦୦୦ ରୁ ୨୦୧୬ ମଧ୍ୟରେ ଚାଷୀଙ୍କ ଆୟ ବଢ଼ିଛି ।୨୦୦୪ରୁ ୨୦୧୧ ମଧ୍ୟରେ ଓଡ଼ିଶାରେ ଦାରିଦ୍ର୍ୟ କମିଛି ।  କୃଷି ଓ କୃଷକଙ୍କ ବିକାଶ ପାଇଁ ଓଡ଼ିଶା ସରକାର ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । କୃଷିର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ପ୍ରଶଂସନୀୟ । ଏହି ଅବସରରେ ସେ ‘କାଳିଆ’ ଯୋଜନାର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଯୋଜନା ଦେଶର ଚାଷୀମାନଙ୍କ ସମସ୍ୟା ସମାଧାନରେ ମାର୍ଗ ଦର୍ଶନ ଦେବ ବୋଲି ଡ. ଗୁଲାଟି ମତ ଦେଇଥିଲେ ।
କୃଷି ଓଡ଼ିଶା ସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଚାଷୀ ଭାଇଭଉଣୀମାନଙ୍କ ପାଇଁ ‘କାଳିଆ’ ବହୁତ ଭଲ ଯୋଜନା । ରାଜ୍ୟ ସରକାରଙ୍କର ଏହା ସବୁଠାରୁ ବଡ଼ ଯୋଜନା । ୧୦ ହଜାର କୋଟି ଟଙ୍କାର ଯୋଜନା । ଚାଷୀଙ୍କ ପାଇଁ ସାରା ଦେଶରେ ଏହା ଏକ ଆଦର୍ଶ ଯୋଜନା । ‘କାଳିଆ’ କେବଳ ଓଡ଼ିଶା ନୁହେଁ, ସାରା ଦେଶର ଚାଷୀଙ୍କ ଉନ୍ନତି ପାଇଁ ବାଟ ଖୋଲିବ । ଚାଷୀମାନଙ୍କ ଉଦେ୍ଦଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ବହୁତ ଖୁସି ହେବି, ଯଦି ଆପଣ ‘କାଳିଆ’ ଯୋଜନାର ସହାୟତାକୁ ଚାଷ କାମରେ ଲଗାଇବେ ।
ରାଜ୍ୟର କୃଷି କ୍ଷେତ୍ରରେ ତାଙ୍କ ସରକାରର ସଂକଳ୍ପ ଓ ସଫଳତାର କାହାଣୀ କହିଥିଲେ ମୁଖ୍ୟମନ୍ତ୍ରୀ । ୨୦୧୪ ରେ ୧୦ ଲକ୍ଷ ହେକ୍ଟର ଅଧିକ ଜମିକୁ ପାଣି ଯୋଗାଇବା ପାଇଁ ମୁଁ ଘୋଷଣା କରିଥିଲି । ଗତ ୪ ବର୍ଷରେ ଜଳସେଚନ ପାଇଁ ଆମେ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛୁ । ଆଜି ଆମେ ୮ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇଛୁ । ଆଗାମୀ ଏପ୍ରିଲ ସୁଦ୍ଧା ଆମେ ଆମର ଲକ୍ଷ୍ୟ ପୂରଣ କରିବୁ ।
ମୁଖ୍ୟମନ୍ତ୍ରୀ କହିଥିଲେ, ଆମର ଚାଷୀଭାଇଙ୍କ ସହଯୋଗରୁ ଓଡ଼ିଶା ୫ ଥର କୃଷି କର୍ମଣ ପୁରସ୍କାର ପାଇଛି । ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡ଼ିଶା ସ୍ୱବଲମ୍ବୀ ହୋଇଛି । ଓଡ଼ିଶା ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି । ଆମର ଚାଷୀଭାଇଙ୍କ ଉପରେ ମୋର ପୁରା ଭରସା ରହିଛି । ଆମେ ସମସ୍ତେ କୃଷି କ୍ଷେତ୍ରରେ ଓଡ଼ିଶାକୁ ଆହୁରି ଆଗକୁ ନେବା ।
ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସିଆଇଆଇର ମିଳିତ ଉଦ୍ୟମରେ ଆୟୋଜିତ ହୋଇଛି କୃଷି ଓଡ଼ିଶା ଉତ୍ସବ । ୫ ଦିନିଆ କର୍ମଶାଳାରେ ଦେଶର କୃଷିବିତ୍, କୃଷି ପୁଞ୍ଜିନିବେଶକାରୀ ଓ ଭାରତ ସରକାରଙ୍କ ଉଚ୍ଚ ପଦାଧିକାରୀମାନେ ଭାଗନେଇଛନ୍ତି । ଆଜି ଉଦଘାଟନ ସମାବେଶରେ ହଜାର ହଜାର ଚାଷୀ ଯୋଗଦେଇଥିଲେ ।
Previous Post

ରାଜ୍ୟ ବିଜେପିକୁ ଚଡ଼କ; ବଲାଙ୍ଗୀରରେ ବି ନିରାଶ କଲେ ମୋଦି

Next Post

ବିଜେଡ଼ିର ନିର୍ବାଚନ ସଜ: ସାଂଗଠନିକ ଚେହେରା ବଢ଼ାଇଲେ ନବୀନ

Next Post
ବିଜେଡ଼ିର ନିର୍ବାଚନ ସଜ: ସାଂଗଠନିକ ଚେହେରା ବଢ଼ାଇଲେ ନବୀନ

ବିଜେଡ଼ିର ନିର୍ବାଚନ ସଜ: ସାଂଗଠନିକ ଚେହେରା ବଢ଼ାଇଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA