Sunday, May 31, 2026 07:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୁନି କୁନି ପ୍ରତିଭାଙ୍କୁ ଦେଖି ଭାବପ୍ରବଣ ହେଲେ ଆନ୍ଧ୍ର ରାଜ୍ୟପାଳ

by Our Correspondent
09 Dec, 2019- 11:19 PM
in Latest News, News
1 min read
0
କୁନି କୁନି ପ୍ରତିଭାଙ୍କୁ ଦେଖି ଭାବପ୍ରବଣ ହେଲେ ଆନ୍ଧ୍ର ରାଜ୍ୟପାଳ
Spread the love

‘ଦିବ୍ୟାଙ୍ଗ ମହୋତ୍ସବ ୨୦୧୯’

ଭୁବନେଶ୍ୱର: କୁନି କୁନି ପିଲା । କଅଁଳିଆ ମନ । କାହା ପାଇଁ ଦୁନିଆ ଅନ୍ଧାର ତ ଆଉ କାହା ପାଇଁ ଜଡ଼ । କିଏ ଦୁନିଆକୁ ଦେଖି ଶୁଣି ପାରୁଥିଲେ ବି ଭାବ ପ୍ରକାଶ କରିବାରୁ ବଞ୍ଚିତ । ଶାରୀରିକ ଦୃଷ୍ଟିରୁ ଏହି ନିଷ୍ଫାପ ଜୀବନଗୁଡ଼ିକ ଦିବ୍ୟାଙ୍ଗ ହୋଇପାରନ୍ତି ହେଲେ ଦୁନିଆର ଭିନ୍ନ ମଣିଷ ନୁହଁନ୍ତି । ଗତକାଲି ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବ ୨୦୧୯ ର ନିଚ୍ଛକ ଦୃଶ୍ୟପଟରୁ ଏହାର ଝଲକ ବାରି ହୋଇପଡ଼ିଥିଲା । ଦୀର୍ଘ ୫ ଘଣ୍ଟା ଧରି ସେମାନଙ୍କ ନାଚ, ଗୀତ ଏବଂ ଅଭିନୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରୋମୁଗ୍ଧ କରିଥିଲା । ସେମାନଙ୍କ ସୃଜନଶୀଳତାର ମହକ ଦର୍ଶକଙ୍କ ଆଖିରୁ ଲୁହ ବୁହାଇ ଦେଇଥିଲା । ମହୋତ୍ସବର ମୁଖ୍ୟ ଅତିଥି ଆନ୍ଧ୍ରପ୍ରଦେଶର  ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଏହି ଦିବ୍ୟାଙ୍ଗ ପିଲାଙ୍କ ପ୍ରତିଭାରେ ଭାବପ୍ରବଣ ହୋଇଯାଇଥିଲେ ।

ତାଙ୍କ ଭାଷଣରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଦିବ୍ୟାଙ୍କ ପିଲାଙ୍କୁ ନେଇ ଏଭଳି ମହୋତ୍ସବ ଜରିଆରେ ସେମାନଙ୍କ ମୁହଁରେ ହସ ଫୁଟୋଉଥିବା ଆୟୋଜକ ‘ବ୍ରିଙ୍ଗ୍ ସ୍ମାଇଲ୍’ ଏବଂ ‘ନନ୍ଦିନୀ’ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଦିବ୍ୟାଙ୍ଗ ମଣିଷ ସମାଜ ପାଇଁ ବୋଝ ନୁହଁନ୍ତି କି କାହା ଦୟାର ପାତ୍ର ନୁହଁନ୍ତି । ସାଧାରଣ ମଣିଷଙ୍କ ଭଳି ସେମାନେ ନିଜର ସୃଜନଶୀଳତା, ନିଷ୍ଠା ଓ ଅଧ୍ୟବସାୟ ବଳରେ ବିଭିନ୍ନ କ୍ଷେତ୍ରରେ ପାରଙ୍ଗମ । ଶାରୀରିକ ଅସହାୟତାକୁ ନେଇ ସେମାନଙ୍କୁ ଅଧିକାରରୁ ବଞ୍ଚିତ କରାଯାଇପାରିବନି ବୋଲି ରାଜ୍ୟପାଳ ମତପ୍ରକାଶ କରିଥିଲେ ।
ଉତ୍ସବର ଅନ୍ୟତମ ଅତିଥି ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାସ କହିଥିଲେ, ଦିବ୍ୟାଙ୍ଗ ମଣିଷ ଭିନ୍ନ ଜାତିର ମଣିଷ ନୁହଁନ୍ତି । କୁନି କୁନି ଏହି ଦିବ୍ୟାଙ୍ଗ ପିଲାଙ୍କ ପ୍ରତିଭା ଆମ ସମସ୍ତଙ୍କୁ ଗର୍ବିତ କରୁଛି । ସେମାନଙ୍କୁ ଅବହେଳିତ ନ କରି ପ୍ରେରଣା ଦେବା ସମର୍ତ୍ତଙ୍କର କର୍ତ୍ତବ୍ୟ । ସେମାନଙ୍କ ମୁହଁର ହସ ଦୁନିଆ ମୁହଁରେ ଆନନ୍ଦ ଭରିଦେବ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଭୁୁବନେଶ୍ୱର ୟୁନିଟ୍-୩ ସ୍ଥିତ ଭୀମଭୋଇ ବିଦ୍ୟାଳୟ ଖେଳପଡ଼ିଆରେ ଆୟୋଜିତ “ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବ-୨୦୧୯” ରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ୫୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ସେମାନଙ୍କ ନାଚ, ଗୀତ ଓ ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିଣିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ ।
ଦୈନିକ ଖବରକାଗଜ ‘ନନ୍ଦିନୀ’ ଏବଂ ସାମାଜିକ ସଂଗଠନ ‘ବ୍ରିଙ୍ଗ ସ୍ମାଇଲ୍’ ମହୋତ୍ସବର ଆୟୋଜକ ଥିଲେ । ‘ନନ୍ଦିନୀ’ ମୁଖ୍ୟ ସମ୍ପାଦକ ହେମନ୍ତ ରଥ କାର୍ଯ୍ୟକ୍ରମ ପରିଚାଳନା ସହ ସଭାରେ ସଭାପତିତ୍ୱ କରିଥିଲେ । ୧୬ ବର୍ଷ ଧରି ଏଭଳି ଏକ ମହୋତ୍ସବ ଆୟୋଜନ କରି ସେ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି । ଆୟୋଜନ ପାଇଁ ଅନେକ କଷ୍ଟ ଓ ସଂଘର୍ଷ ସତ୍ତ୍ୱେ ସେ ଗର୍ବ ଓ ଆନନ୍ଦ ଅନୁଭବ କରୁଥିବା କହିଥିଲେ । ‘ବ୍ରିଙ୍ଗ୍ ସ୍ମାଇଲ୍’ ମୁଖ୍ୟ ଶ୍ରୀମତୀ ସୁଚରିତା ମିଶ୍ର ଧନ୍ୟବାଦ ଅର୍ପଣ କରି ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସମାଜର କର୍ତ୍ତୃବ୍ୟ ଉପରେ ଅବତାରଣା କରିଥିଲେ । ମହୋତ୍ସବରେ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ ।
Previous Post

ଟାମ୍ପରିଂ କରି ଧରାପଡ଼ିଲା ନ୍ୟୁଜ୍ 7 !

Next Post

ବାକି ଟଙ୍କା ନଦେଲେ ଜାନୁଆରୀ ୧୫ରୁ ଲାଇନ୍ କଟିବ

Next Post
ବାକି ଟଙ୍କା ନଦେଲେ ଜାନୁଆରୀ ୧୫ରୁ ଲାଇନ୍ କଟିବ

ବାକି ଟଙ୍କା ନଦେଲେ ଜାନୁଆରୀ ୧୫ରୁ ଲାଇନ୍ କଟିବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA