Wednesday, May 20, 2026 04:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖେଳ ଖତମ୍, ବୈଜୟନ୍ତ ଆଉଟ୍

by Our Correspondent
24 Jan, 2018- 08:52 PM
in Latest News, Politics
1 min read
1
ଖେଳ ଖତମ୍, ବୈଜୟନ୍ତ ଆଉଟ୍
ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିଜେଡ଼ି ଖେଳ ଖତମ୍ ହୋଇଛି । ବହୁ ଡେରିରେ ହେଲେ ବି ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ସଂଧ୍ୟାରେ ବିଜେଡ଼ି ପକ୍ଷରୁ ଏକ ଜରୁରୀ ପ୍ରେସ୍ ମିଟ୍ ଡକାଯାଇ ବୈଜୟନ୍ତଙ୍କ ନିଲମ୍ବନ ବିଷୟ ଘୋଷଣା କରାଯାଇଛି । ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ବରିଷ୍ଠ ମନ୍ତ୍ରୀ ତଥା ବିଜେଡ଼ି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ବିଜେଡ଼ି କହିଛି, ଗତ ୨୦୧୪ ସାଧାରଣ ନିର୍ବାଚନ ପରେ ସାଂସଦ ବୈଜୟନ୍ତ ପଣ୍ଡା ଲୋକସଭାର ଫାଇନାନସ୍ ଷ୍ଟାଣ୍ଡିଂ କମିଟିର ଚେୟାରମ୍ୟାନ ହେବା ପାଇଁ ନବୀନଙ୍କ ପାଖରେ ମନ ବଳେଇଥିଲେ । ମାତ୍ର ବିଭିନ୍ନ ବ୍ୟବସାୟିକ ସଂସ୍ଥାରେ ବୈଜୟନ୍ତଙ୍କ ସିଧାସଳଖ ସଂପୃକ୍ତି ଥିବାରୁ ନବୀନ ତାହାକୁ ଗ୍ରହଣ କରି ନ ଥିଲେ । ଏଥିଯୋଗୁଁ ବୈଜୟନ୍ତ ହତାଶ ହୋଇ ଦଳ ବିରୋଧୀ ହୋଇଯାଇଥିଲେ । ବିଜେଡ଼ିକୁ ଦୁର୍ବଳ କରିବାକୁ ଲାଗିବା ସହ ବିରୋଧୀଙ୍କୁ ପ୍ରଶଂସା କରୁଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ନ କରି ଅନ୍ତର୍ଘାତୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ରହିଥିଲା । ନିଜକୁ ଦଳର ପ୍ରତିଷ୍ଠାତା ସଭ୍ୟ ବୋଲି ଦାବି କରିବା ଅମୂଳକ ବୋଲି ବିଜେଡ଼ି କହିଛି ।
ନିକଟରେ ନିଶ୍ଚିନ୍ତକୋଇଲିର ବୁହୋଳଠାରେ ଏକ ପାଣିଟାଙ୍କି ଉଦଘାଟନକୁ ନେଇ ବିଜେଡ଼ି-ବୈଜୟନ୍ତ ଲଢ଼େଇ ସାଂଘାତିକ ରୂପ ନେଇଥିଲା । ବୈଜୟନ୍ତ ସିଧାସଳଖ ସୁପ୍ରିମୋଙ୍କୁ ଚାଲେଂଜ ନ କରି ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ଟାର୍ଗେଟ୍ କରିଥିଲେ । ତୃତୀୟ ମହଲା ଅଣଓଡ଼ିଆ ଅଫିସର ନାଁ ଧରି ଘନ ଘନ ଆକ୍ରମଣ କରିଥିଲେ । ତାଙ୍କ ଟିଭିକୁ ବିଜେଡ଼ି ଓ ସରକାର ବିରୋଧରେ ସମ୍ପୂର୍ଣ୍ଣ ଲଗାଇ ଦେଇଥିଲେ । ଗତ ୪ ବର୍ଷ ଧରି ତାଙ୍କ କାର୍ଯ୍ୟକଳାପ ଶେଷରେ ଦଳକୁ ଅସହ୍ୟ କରିଛି । ଯାହାର ଫଳ ଆଜି ତାଙ୍କୁ ଭୋଗିବାକୁ ପଡ଼ିଛି ।
ଏକଥା ସ୍ପଷ୍ଟ ଯେ ଗତ ସାଧାରଣ ନିର୍ବାଚନପରଠାରୁ ବୈଜୟନ୍ତ ବିଜେଡ଼ିରୁ ଏକପ୍ରକାର ଏକଘରିକିଆ ହୋଇଯାଇଥିଲେ । ଦଳର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁ ନ ଥିଲା । ତାଙ୍କ ହାବଭାବ ଅଲଗା ଲାଗୁଥିଲା । ବିଜେଡ଼ି କାର୍ଯ୍ୟକଳାପକୁ ସେ ବିଭିନ୍ନ ସମୟରେ ଟୁଇଟର କିମ୍ବା ଖବରକାଗଜ ସ୍ତମ୍ଭ ମାଧ୍ୟମରେ ସମାଲୋଚନା କରୁଥିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା ପରେ ପ୍ରଶଂସା କରୁଥିଲେ । ବିଜେପି ସହିତ ତାଙ୍କର ଭିତିରି ସମ୍ପର୍କକୁ ନେଇ ଚର୍ଚ୍ଚା ବି ହେଉଥିଲା । ଖାଲି ସେତିକି ନୁହେଁ, ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦଳୀୟ ବିଧାୟକମାନଙ୍କ ସହ ତାଙ୍କର ତିକ୍ତତା ବଢ଼ିଚାଲିଥିଲା । ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରତାପ ଜେନାଙ୍କ ସହ ତାଙ୍କର ଖୋଲା ଲଢ଼େଇ ଚାଲିଥିଲା ।
ଗତବର୍ଷ ମାହାଙ୍ଗାରେ ବୈଜୟନ୍ତଙ୍କ ସମର୍ଥକ ଓ ପ୍ରତାପ ଜେନାଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ବୈଜୟନ୍ତଙ୍କୁ ସେଥିରେ ଅଣ୍ଡାମାଡ଼ ଖାଇବାକୁ ପଡ଼ିଥିଲା । ତେବେ ଜାନୁଆରୀ ୧୦ ତାରିଖରେ ନିଶ୍ଚିନ୍ତକୋଇଲି ପାଣିଟାଙ୍କି ଉଦଘାଟନ ପାଇଁ ବୈଜୟନ୍ତଙ୍କୁ ସ୍ଥାନୀୟ ବିଜେଡ଼ି ନେତାଙ୍କ ବିରୋଧ ପରେ ବୈଜୟନ୍ତ ଦଳୀୟ ଶୃଙ୍ଖଳାକୁ ଆଖି ବୁଜିଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଆଟାକ୍ କରିବାର ସାହାସ ନ ପାଇ ତାଙ୍କ ସଚିବଙ୍କୁ ଟାର୍ଗେଟ୍ କରିଥିଲେ । ଏଥିସହ ବିଜେଡ଼ିକୁ ଶାଣିତ ଢ଼ଙ୍ଗରେ ଆକ୍ରମଣ ଚଳାଇଥିଲେ । ନବୀନଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନକୁ ପ୍ରାୟୋଜିତ କହି ପ୍ରଚାର କରିବା ଏବଂ କୁନ୍ଦୁଲି ଘଟଣାରେ ବିରୋଧୀଙ୍କୁ ଉସକାଇ ବୈଜୟନ୍ତ ନିଆଁ ଲଗାଉଥିବା ବିଜେଡ଼ି ନେତୃତ୍ୱ ଅନୁଭବ କରିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । କାର୍ଯ୍ୟାନୁଷ୍ଠାନ ବହୁତ ବିଳମ୍ବ ହୋଇଗଲା, ଏହା ବହୁ ଆଗରୁ ହେବାର ଥିଲା ବୋଲି ଦଳୀୟ ମହଲରେ କୁହାଯାଉଛି ।
ସୂଚନାଯୋଗ୍ୟ, ବ୍ୟବସାୟୀରୁ ରାଜନେତା ବନିଥିବା ବୈଜୟନ୍ତଙ୍କ ପଛରେ ନବୀନ ପଟ୍ଟନାୟକଙ୍କର ଆର୍ଶିବାଦ ଥିଲା । ୨୦୦୦ ମସିହାରେ ନବୀନ ତାଙ୍କୁ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ପଠାଇଥିଲେ । ୨୦୦୬ରେ ଆଉ ଥରେ ରାଜ୍ୟସଭା ଓ ଦୁଇଥର କେନ୍ଦ୍ରାପଡ଼ା ଲୋକସଭା ଆସନରୁ ତାଙ୍କୁ ବିଜେଡ଼ି ଟିକେଟରେ ଜିତାଇ ଆଣିଥିଲେ ।
ବୈଜୟନ୍ତଙ୍କ ପ୍ରତିକ୍ରିୟା: ନିଲମ୍ବନ ପରେ ବୈଜୟନ୍ତ ଟୁଇଟ୍ ମାଧ୍ୟମରେ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଏହି ଖବର ତାଙ୍କୁ ‘ସକ୍’ କରିଛି ବୋଲି ସେ କହିଛନ୍ତି । ତାଙ୍କ ବିରୋଧରେ ବିଜେଡ଼ି ଯେଉଁ ଅଭିଯୋଗ ଆଣିଛି ତାହା ମିଛ ବୋଲି ଲେଖିଛନ୍ତି ।
Previous Post

ମନ ପାଇଲେନି ମୁଖ୍ୟମନ୍ତ୍ରୀ

Next Post

ବିିଧାୟକ ମେଳି: ବୈଜୟନ୍ତଙ୍କୁ ଘେରିଲେ, ଇସ୍ତଫା ମାଗିଲେ

Next Post
ବିିଧାୟକ ମେଳି: ବୈଜୟନ୍ତଙ୍କୁ ଘେରିଲେ, ଇସ୍ତଫା ମାଗିଲେ

ବିିଧାୟକ ମେଳି: ବୈଜୟନ୍ତଙ୍କୁ ଘେରିଲେ, ଇସ୍ତଫା ମାଗିଲେ

Comments 1

  1. Aju patel says:
    8 years ago

    Excelent….congratulation Panda Babu Joined BJP very soon ….

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA