Friday, May 15, 2026 03:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗଞ୍ଜାମ ସ୍ଥିତି: ରେଡ୍ ଜୋନ୍ ରେ ୧୪% ଗାଁ, ୬୨% ପୌରାଞ୍ଚଳ

by Our Correspondent
24 Jul, 2020- 10:58 PM
in Latest News, News
1 min read
0
ଗଞ୍ଜାମ ସ୍ଥିତି: ରେଡ୍ ଜୋନ୍ ରେ ୧୪% ଗାଁ, ୬୨% ପୌରାଞ୍ଚଳ

ଆମେ ନିଶ୍ଚିତ ଜିତିବୁ: ଜିଲ୍ଲାପାଳ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଗାଁଠାରୁ ସହରରେ ଅଧିକ କରୋନା ସଂକ୍ରମଣ ହୋଇଛି । ମାତ୍ର ୧୪ ପ୍ରତିଶତ ଗାଁ କରୋନା କବଳରେ ବ । ରେଡ୍ ଜୋନ୍ ରେ ଥିବା ବେଳେ ୬୨ ପ୍ରତିଶତ ପୌରାଞ୍ଚଳ ଏବେ ରେଡ୍ ଜୋନ୍ ରେ । ଜିଲ୍ଲାର ୨୨ଟି ବ୍ଲକ୍ ରେ ଥିବା ୩,୧୯୫ ଗାଁ ମଧ୍ୟରୁ ୪୪୨ଟି ଗାଁ କରୋନା ସଂକ୍ରମିତ । ସେହିଭଳି ୧୮ଟି ପୌରାଞ୍ଚଳର ୨୮୦ ୱାର୍ଡରୁ ୧୭୪ ୱାର୍ଡ କରୋନା ସଂକ୍ରମିତ ।
ରାଜ୍ୟ ସରକାରଙ୍କ ସୂତ୍ରର ତଥ୍ୟ ଅନୁଯାୟୀ, ଜିଲ୍ଲାର ଗ୍ରାମାଞ୍ଚଳରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଛତ୍ରପୁର ବ୍ଲକ୍ । ଏହି ବ୍ଲକ୍ ରେ ଥିବା ୭୮ଟି ଗାଁ ମଧ୍ୟରୁ ୩୪ ଟି ଗାଁରେ ବ୍ୟାପିଛି କରୋନା । ପ୍ରତିଶତ ହିସାବରେ ଦେଖିଲେ ବ୍ଲକ୍ ର ୪୪ ଭାଗ ଗାଁ ଏବେ କରୋନା କବଳରେ । ଦ୍ୱିତୀୟ ସର୍ବାଧିକ କ୍ଷତିଗ୍ରସ୍ତ ବ୍ଲକ୍ ହେଉଛି କବିସୂର୍ଯ୍ୟନଗର । ୭୪ ଗାଁ ମଧ୍ୟରୁ ୨୭ ଗାଁ(୩୬%) ରେ ବ୍ୟାପିଛି କରୋନା । ଆସ୍କା ବ୍ଲକ୍ ର ୧୦୯ ଗାଁ ମଧ୍ୟରୁ ୩୮ ଗାଁ(୩୫%) କରୋନା ପ୍ରଭାବିତ । ବେଲଗୁଣ୍ଠା ବ୍ଲକ୍ ର ୯୧ ଗାଁରୁ ୨୭ ଗାଁ(୩୦%), ହିଞ୍ଜିଳିକାଟୁ ବ୍ଲକ୍ ର ୫୨ ଗାଁରୁ ୧୩ ଗାଁ(୨୫%), କୁକୁଡ଼ା ଖଣ୍ଡି ବ୍ଲକ୍ ର ୯୬ ଗାଁରୁ ୨୪ ଗାଁ(୨୫%), ରଙ୍ଗେଇ ଲୁଣ୍ଡା ବ୍ଲକ୍ ର ୮୦ ଗାଁରୁ ୧୭ ଗାଁ(୨୧%), ଗଞ୍ଜାମ ବ୍ଲକ୍ ର ୧୧୦ ଗାଁରୁ ୨୨ ଗାଁ(୨୦%)ରେ କରୋନା କାୟା ବିସ୍ତାର କରିଛି ।
ସେହିଭଳି ବେଗୁନିଆପଡ଼ା ବ୍ଲକ୍ ର ୧୮୨ ଗାଁରୁ ୨୪ ଗାଁ(୧୩%), ଭଞ୍ଜନଗର ବ୍ଲକ୍ ର ୧୪୨ ଗାଁରୁ ୧୯ ଗାଁ(୧୩%), ବୁଗୁଡ଼ା ବ୍ଲକ୍ ର ୯୮ ଗାଁରୁ ୧୭ ଗାଁ(୧୭%), ଚିକିଟି ବ୍ଲକ୍ ର ୧୩୫ ଗାଁରୁ ୧୬ ଗାଁ(୧୨%), ଧରାକୋଟ ବ୍ଲକ୍ ର ୨୦୪ ଗାଁରୁ ୧୨ ଗାଁ(୬%), ଦିଗପହଣ୍ଡି ବ୍ଲକ୍ ର ୨୩୬ ଗାଁରୁ ୨୯ ଗାଁ(୧୨%), ଜଗନ୍ନାଥପ୍ରସାଦ ବ୍ଲକ୍ ର ୧୪୯ ଗାଁରୁ ୬ ଗାଁ(୪%), ଖଲ୍ଲିକୋଟ ବ୍ଲକ୍ ର ୨୧୮ ଗାଁରୁ ୯ ଗାଁ(୪%), ପାତ୍ରପୁର ବ୍ଲକ୍ ର ୩୩୫ ଗାଁରୁ ୨୭ ଗାଁ(୮%), ପୋଲସରା ବ୍ଲକ୍ ର ୧୩୭ ଗାଁରୁ ୧୫ ଗାଁ(୧୧%), ପୁରୁଷୋତ୍ତମପୁର ବ୍ଲକ୍ ର ୯୬ ଗାଁରୁ ୧୮ ଗାଁ(୧୯%), ସାନଖେମୁଣ୍ଡି ବ୍ଲକ୍ ର ୧୬୩ ଗାଁରୁ ୨୮ ଗାଁ(୧୭%), ସେରଗଡ଼ ବ୍ଲକ୍ ର ୧୦୯ ଗାଁରୁ ୧୧ ଗାଁ(୧୦%) କରୋନା ଦ୍ୱାରା କବଳିତ । ସବୁଠାରୁ କମ୍ ପ୍ରଭାବିତ ହେଉଛି ସୋରଡ଼ା ବ୍ଲକ୍ । ୨୮୧ ଗାଁରୁ ମାତ୍ର ୯ଟି ଗାଁ(୩%) ରେ କରୋନା ବ୍ୟାପିଛି ।
ଗ୍ରାମାଞ୍ଚଳ ଅପେକ୍ଷା ପୌରାଞ୍ଚଳରେ ସ୍ଥିତି କିନ୍ତୁ ଗମ୍ଭୀର । ବ୍ରହ୍ମପୁର ମହାନଗର ନିଗମକୁ ମିଶାଇ ଜିଲ୍ଲାର ୧୮ଟି ଯାକ ପୌରାଞ୍ଚଳ ଅଳ୍ପ ବହୁତେ କରୋନା କବଳରେ ରହିଛି । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିଛି କରୋନା । ୧୦୦ ପ୍ରତିଶତ ଅଞ୍ଚଳରେ ବ୍ୟାପିଯାଇଛି କରୋନା ସଂକ୍ରମଣ । ସେହିଭଳି ଦିଗପହଣ୍ଡି ଏନଏସି ଓ ସୋରଡ଼ା ଏନଏସିର ୯୨% ଅଞ୍ଚଳ କରୋନା କବଳିତ । ଦିଗପହଣ୍ଡି ଏନଏସିର ମୋଟ ୧୧ଟି ୱାର୍ଡ ମଧ୍ୟରୁ ୧୦ଟି ୱାର୍ଡ ରେଡ୍ ଜୋନ୍ ରେ ଥିବା ବେଳେ ସୋରଡ଼ା ଏନଏସିର ୧୧ରୁ ୧୦ ୱାର୍ଡ ରେଡ୍ ଜୋନ୍ ରେ ଅଛି ।
ବେଲଗୁଣ୍ଠା ଏନଏସିର ୧୩ଟି ୱାର୍ଡ ମଧ୍ୟରୁ ୧୧, ଆସିକା ଏନଏସିର ୧୮ଟି ୱାର୍ଡ ମଧ୍ୟରୁ ୧୧, କୋଦଳା ଏନଏସିର ୧୩ଟି ୱାର୍ଡ ମଧ୍ୟରୁ ୨ଟି ଏବଂ ଗୋପାଳପୁର ଏନଏସିର ୧୧ଟି ୱାର୍ଡ ମଧ୍ୟରୁ ମାତ୍ର ଗୋଟିଏ ୱାର୍ଡ ରେଡ୍ ଜୋନ୍ ରେ ରହିଛି ।
ସୂଚନାଥାଉକି, କରୋନା ହଟସ୍ପଟ୍ ଗଞ୍ଜାମ ଜିଲ୍ଲାରେ ଏଯାବତ ୭,୬୩୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭୦ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ସୁଦ୍ଧା ଜିଲ୍ଲାରୁ ୩,୦୭୬ ଜଣ ଚିକିତ୍ସିତ ହେଉଛନ୍ତି ।

ଆମେ ନିଶ୍ଚିତ ଜିତିବୁ

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଏକ ପ୍ରେସମିଟ୍ ରେ କରୋନା ଯୁଦ୍ଧରେ ନିଶ୍ଚିତ ଜିତିବୁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଆପଣମାନେ ସହଯୋଗ କରନ୍ତୁ । କରୋନା ନିଶ୍ଚିତ ହାରିବ, ଆମେ ନିଶ୍ଚିତ ଜିତିବା ବୋଲି କହିଛନ୍ତି । ଆମ ପରିଶ୍ରମ, ଉଦ୍ୟମର ଫଳ ୧୫ ଦିନ ଭିତରେ ଦେଖିବା ବୋଲି ଆଶ୍ୱାସନା ଦେଇଛନ୍ତି ।

ଜିଲ୍ଲାପାଳ କହିଛନ୍ତି, ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତା କରନ୍ତୁ ନାହିଁ । ଅଧିକ ସ୍କ୍ରିନିଂ କରାଯାଉଥିବାରୁ ଆକ୍ରାନ୍ତ ବାହାରୁଛନ୍ତି । ଗ୍ରାମାଞ୍ଚଳରେ ସ୍କ୍ରିନିଂ ଚାଲିଥିବାରୁ ଆକ୍ରାନ୍ତଙ୍କୁ ଖୋଜି ଖୋଜି ବାହାର କରୁଛୁ । ଦୁଇଶହ ଡାକ୍ତରୀ ଟିମ୍ ଏଥିରେ ନିୟୋଜିତ ଅଛନ୍ତି । ଆଶା ଅଛି, ସପ୍ତାହକ ମଧ୍ୟରେ ଆମେ ସବୁ ଆକ୍ରାନ୍ତଙ୍କୁ ଚିହ୍ନଟ କରିଦେବୁ । ଆକ୍ରାନ୍ତଙ୍କ ପାଇଁ ମେଡ଼ିକାଲ୍ ରେ ଆମର ବେଡ୍ ର ଅଭାବ ନାହିଁ । ଔଷଧ, ଆମ୍ବୁଲାନ୍ସ, ଭେଣ୍ଟିଲେଟର୍ ସବୁ ପର୍ଯ୍ୟାପ୍ତ ଅଛି । ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ବି ରୋଗୀଙ୍କୁ ଚିକିତ୍ସା ଦେବାକୁ କୋ÷ଣସି ସମସ୍ୟା ନାହିଁ ।
କୋଭିଡ୍ ଯୋଦ୍ଧାମାନେ ଦୀର୍ଘ ୪ ମାସ ହେଲା ଦିନରାତି ଏକ କରି ନିରନ୍ତର କାମ କରୁଛନ୍ତି । ସେମାନେ ଦରମା ପାଇଁ ନୁହେଁ, ସେବା ଉଦ୍ଦେଶ୍ୟରେ କାମ କରୁଛନ୍ତି । କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସମସ୍ତେ ନିୟମ ପାଳନ କରନ୍ତୁ । ନିଜ ଲକ୍ଷଣ ଲୁଚାନ୍ତୁନି । ଆମେ ନିଶ୍ଚିତ ଜିତିବା ବୋଲି ଜିଲ୍ଲାପାଳ ଗଞ୍ଜାମବାସୀଙ୍କୁ ଆବେଗପୂର୍ଣ୍ଣ ଅପିଲ୍ କରିଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ସବୁ ବ୍ୟକ୍ତିମାନେ ପ୍ଲାଜମା ଦାନ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।
Previous Post

୨୪ ଘଣ୍ଟାରେ ରେକର୍ଡ ୧୫୯୪ ପଜିଟିଭ୍: ଗଞ୍ଜାମ ୭୩୨, ଖୋର୍ଦ୍ଧା ୩୨୦

Next Post

ପ୍ଲାଜମା ସଂଗ୍ରହ ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ

Next Post
ପ୍ଲାଜମା ସଂଗ୍ରହ ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ

ପ୍ଲାଜମା ସଂଗ୍ରହ ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA