ଭୁବନେଶ୍ୱର: ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ପ୍ଲାଜମା ଥେରାପି ଚିକିତ୍ସାରୁ ଉତ୍ସାହଜନକ ସଫଳତା ଆସିଛି । ଏହି ଚିକିତ୍ସାରେ କଟକର ଜଣେ ୪୮ ବର୍ଷୀୟା ମହିଳା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଡାକ୍ତର ଓ ରୋଗୀମାନଙ୍କ ମଧ୍ୟରେ ଆଶା ସଞ୍ଚାର କରିଥିବା ପ୍ଲାଜମା ଥେରାପି କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶୀ ଉତ୍ସାହିତ ହୋଇଛନ୍ତି । ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀମାନଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି । ମନ୍ତ୍ରୀମାନଙ୍କ ହାତରେ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି । ଖାଲି ପ୍ଲାଜମା ଦାନକୁ ଉତ୍ସାହିତ କରିବେନି, ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
କେଉଁ ଜିଲ୍ଲା ଦାୟିତ୍ୱରେ କେଉଁ ମନ୍ତ୍ରୀ
ନିରଞ୍ଜନ ପୂଜାରୀ-ପୁରୀ, ବିକ୍ରମ କେଶରୀ ଆରୁଖ-କନ୍ଧମାଳ ଓ ଗଞ୍ଜାମ, ପ୍ରଫୁଲ୍ଲ କୁମାର ମଲ୍ଲିକ-ବରଗଡ଼, ରଣେନ୍ଦ୍ର ପ୍ରତାପ ସ୍ୱାଇଁ-ଭଦ୍ରକ ଓ କେନ୍ଦ୍ରାପଡ଼ା, ପଦ୍ମନାଭ ବେହେରା-ଝାରସୁଗୁଡ଼ା ଓ ବୌଦ୍ଧ, ପ୍ରତାପ ଜେନା-ମୟୁରଭଞ୍ଜ ଓ କଟକ, ଡ. ଅରୁଣ କୁମାର ସାହୁ-ନୟାଗଡ଼ ଓ ଖୋର୍ଦ୍ଧା, ସୁଦାମ ମାର୍ଣ୍ଡୀ-ସୋନପୁର, ସୁଶାନ୍ତ ସିଂ-ବଲାଙ୍ଗୀର ଓ ସମ୍ବଲପୁର, ନବ କିଶୋର ଦାସ-କଳାହାଣ୍ଡି ଓ ନୂଆପଡ଼ା, ଶ୍ରୀମତୀ ଟୁକୁନି ସାହୁ-ଦେବଗଡ଼ ଓ ସୁନ୍ଦରଗଡ଼, ଜଗନ୍ନାଥ ସାରକା-ଗଜପତି ଓ କୋରାପୁଟ, ଦିବ୍ୟଶଙ୍କର ମିଶ୍ର-ଢ଼େଙ୍କାନାଳ, ଅଶୋକ ଚନ୍ଦ୍ର ପଣ୍ଡା-ଅନୁଗୁଳ, ସମୀର ରଞ୍ଜନ ଦାଶ-ଯାଜପୁର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ-ବାଲେଶ୍ୱର, ପ୍ରେମାନନ୍ଦ ନାୟକ-କେଉଁଝର, ରଘୁନନ୍ଦନ ଦାସ-ନବରଙ୍ଗପୁର ଓ ଜଗତସିଂହପୁର, ଶ୍ରୀମତୀ ପଦ୍ମିନୀ ଦିଆନ-ରାୟଗଡ଼ା, ତୁଷାରକାନ୍ତି ବେହେରା-ମାଲକାନଗିରି ।
ସୂଚନାଯୋଗ୍ୟ, ଜଣେ କୋଭିଡ୍ ରୋଗୀ ସୁସ୍ଥ ହେବାର ଚାରି ସପ୍ତାହ ପରେ ପ୍ଲାଜମା ଦିନ କରିପାରିବେ । ଜଣେ ବ୍ୟକ୍ତି ଚାହିଁଲେ ଏକାଧିକବାର(ପ୍ରତି ଦୁଇ ସପ୍ତାହରେ ଥରେ) ପ୍ଲାଜମା ଦେଇପାରିବେ । ଗୋଟଇଏ ୟୁନିଟ୍ ପ୍ଲାଜମା ଦ୍ୱାରା ଦୁଇ ଜଣଙ୍କର ଚିକିତ୍ସା କରାଯାଇପାରିବ ।