Tuesday, May 26, 2026 06:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚିତ୍ତ ଜେନା ଆଉ ନାହାନ୍ତି

by Our Correspondent
13 Nov, 2018- 10:41 AM
in Latest News, News
1 min read
0
ଚିତ୍ତ ଜେନା ଆଉ ନାହାନ୍ତି
କଟକ: ମହାନ୍ କଣ୍ଠଶିଳ୍ପୀ ଚିତ୍ତ ଜେନା ଇହ ଜଗତରେ ଆଉ ନାହାନ୍ତି । କଟକର ଏକ ଘରୋଇ ହସ୍ପିଟାଲ୍ ରେ ସେ ୭୬ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ୩ ସପ୍ତାହ ତଳେ ଅସୁସ୍ଥ ହୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ଗତ ରାତିରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇପଡ଼ିଥିଲା । ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଆଜି ସକାଳୁ ସେ ଆଖି ବୁଜି ଦେଇଥିଲେ । ଚିତ୍ତ ଜେନାଙ୍କ ମୃତ୍ୟୁ ଓଡ଼ିଶା ଫିଲ୍ମ ଓ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ଶେଷ ଦର୍ଶନ ପାଇଁ ତାଙ୍କ ରାଣୀହାଟ ବାସଭବନରେ ଭିଡ଼ ଲାଗିଛି ।
୧୯୪୧ ରେ ଜନ୍ମିତ ଚିତ୍ତ ଜେନା ୧୯୭୪ ମସିହାରେ ପ୍ରଥମ କରି ‘ମନ ଆକାଶ’ ଚଳଚିତ୍ରରେ କଣ୍ଠଦାନ କରିଥିଲେ । ତା’ପରଠାରୁ ସେ ପଛକୁ ଫେରିନାହାନ୍ତି । ତାଙ୍କ ସ୍ୱରର ଯାଦୁ ଓଡ଼ିଶାର ଘରେ ଘରେ ତାଙ୍କୁ ପରିଚିତ କରାଇଛି । ସେ ଗାଇଥିବା ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର, ପ୍ରିୟା ବିନା ଝୁରେ ଖାଲି, ରୂପ ହୋଇଥିବ ଲାବଣ୍ୟବତୀ, ଏ ପର୍ବତ କୁଞ୍ଚି କୁଞ୍ଚିକା, ପୂଜା କାହିଁ ପୂଜା, ଏ ବନ ଝରଣା, କାହିଁଗଲ ଶ୍ୟାମଘନ, ନଜାରେ ନଜାରେ ଗୋରି ଯାତରା ଦେଖି, ମାଣିକ ଆଲୋ ଆଲୋ ମାଣିକ ଆଦି ଗୀତ କାଳଜୟୀ ହୋଇ ରହିଛି । ପ୍ରାୟ ୩୫ ବର୍ଷ ତଳେ ସିନ୍ଦୁର ବିନ୍ଦୁ ଚଳଚିତ୍ରର ଗାଇଥିବା ସେହି ଗୀତ ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର ଆଜି ମଧ୍ୟ ଶ୍ରୋତାଙ୍କ ମନରେ ଗୁଣୁ ଗୁଣୁଉଛି । ତାଙ୍କ କଣ୍ଠ ସ୍ୱର ଅନନ୍ୟ ଓ ସେଥିରେ ଭରି ରହିଥିବା ମାଧୁର୍ଯ୍ୟ ଶ୍ରୋତାଙ୍କ ହୃଦୟରେ ଛାପି ହୋଇଯାଏ । ଓଡ଼ିଶାର ଘରେ ଘରେ ତାଙ୍କର ସବୁ ଗୀତ ଆଜି ବି ବେଶ ଲୋକପ୍ରିୟ । ଏହି ମହାନ୍ ଗାୟକଙ୍କ ସ୍ମୃତି ପ୍ରତି ଆମର ଗଭୀର ଶ୍ରଦ୍ଧାଞ୍ଜଳି ।
Previous Post

ଶିଳ୍ପପତିଙ୍କ ପ୍ରଶ୍ନର ଚଟାପଟ ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ

Next Post

ମେକ୍ ଇନ୍ ଓଡ଼ିଶା: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୨୭୫୦ କୋଟିର ପୁଞ୍ଜି

Next Post
ମେକ୍ ଇନ୍ ଓଡ଼ିଶା: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୨୭୫୦ କୋଟିର ପୁଞ୍ଜି

ମେକ୍ ଇନ୍ ଓଡ଼ିଶା: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୨୭୫୦ କୋଟିର ପୁଞ୍ଜି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA