ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆସିବ ୨୭୫୦ କୋଟି ଟଙ୍କାର ପୁଞ୍ଜି । ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ର ତୃତୀୟ ଦିନରେ ଆଜି ବିଭିନ୍ନ ନିବେଶକାରୀଙ୍କଠାରୁ ଏହି ପ୍ରତିଶ୍ରୁତି ଆସିଛି । ଏକ ଡିଜିଟାଲ୍ ଡିସପେନସରି ସ୍ଥାପନ ପାଇଁ ୯୦ କୋଟି, ଡାଇଗୋନିଷ୍ଟ ଏବଂ ଡାଏଲିସିସ୍ ସର୍ଭିସେସ୍ ପାଇଁ ୭୦୦ କୋଟି, ୨୫ ଟି ଜାଗାରେ ସୁଲଭ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ପାଇଁ ୧୩୦୦ କୋଟି, ଝାରସୁଗୁଡ଼ାରେ ଏକ କାର୍ଡିଆକ୍ କେୟାର୍ ପାଇଁ ୭୦ କୋଟି, କ୍ୟାନସର କେୟାର ପ୍ରକଳ୍ପ ପାଇଁ ୬୦୦ କୋଟି ପୁଞ୍ଜି ବିନିଯୋଗର ପ୍ରସ୍ତାବ ରହିଛି । ୨ରୁ ୩ ବର୍ଷ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ ।






