Sunday, July 26, 2026 03:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମିିଳିଲା ୪.୧୯ ଲକ୍ଷ କୋଟିର ପ୍ରତିଶ୍ରୁତି

by Our Correspondent
13 Nov, 2018- 09:57 PM
in Latest News, News
1 min read
0
ମିିଳିଲା ୪.୧୯ ଲକ୍ଷ କୋଟିର ପ୍ରତିଶ୍ରୁତି

– ୧୫ଟି କ୍ଷେତ୍ରରେ ହେବ ପୁଞ୍ଜି ନିବେଶ
– ୫ ଲକ୍ଷ ୯୧ ହଜାର ଅତିରିକ୍ତ କର୍ମନିଯୁକ୍ତି ସୃଷ୍ଟି
– ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍(ଇନଭେଷ୍ଟର୍ସ ମିଟ୍) ଉଦଯାପିତ
– ସଫଳତା ନେଇ ମୁଖ୍ୟମନ୍ତ୍ରୀ ଖୁସି

ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣରୁ ଆଶାଠାରୁ ଅଧିକ ସଫଳତା ମିଳିଛି । ଏଥିରେ ସମୁଦାୟ ୪,୧୯,୫୭୪ କୋଟି ଟଙ୍କା ପୁଞ୍ଜି ବିନିଯୋଗର ପ୍ରତିଶ୍ରୁତି ମିଳିଛି । ୧୫ ଟି ବହୁମୁଖୀ କ୍ଷେତ୍ରରେ ଏହି ପୁଞ୍ଜି ଖଟାଇବାକୁ ନିବେଶକାରୀମାନେ ଆଗ୍ରହ ପ୍ରକାଶ କରିଛନ୍ତି । ହଳଦିଆ ପେଟ୍ରୋକେମିକାଲସ୍ ସର୍ବାଧିକ ୭୦,୦୦୦ କୋଟିର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଦେଇଥିବା ବେଳେ ଜେଏସପିଏଲ୍ ୬୦,୯୯୫୦ କୋଟି, ମହାନଦୀ କୋଲଡ଼ଫିଲ୍ଡ ଲିମିଟେଡ଼ ୫୮,୯୯୭ କୋଟି, ତାଇୱାନ୍ ର ଏକ କମ୍ପାନୀ ୪୩,୦୦୦ କୋଟି ଏବଂ ସେଲ୍ ୪୧,୪୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଦେଇଛନ୍ତି । ଏହାଦ୍ୱାରା ଓଡ଼ିଶାରେ ସମୁଦାୟ ୫ ଲକ୍ଷ ୯୧ ହଜାର ଅତିରିକ୍ତ କର୍ମନିଯୁକ୍ତି ସୃଷ୍ଟି ହେବ । କନକ୍ଲେଭ ରୁ ବେଶ୍ ସଫଳତା ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
କନକ୍ଲେଭ୍ ରେ ଦେଶ ବିଦେଶରୁ ୫,୦୭୪ ଶିଳ୍ପ ଉଦ୍ୟୋଗୀ ଏବଂ ସେମାନଙ୍କର ପ୍ରତିନିଧି ଯୋଗଦେଇଥିଲେ । ଗତକାଲି ଅନୁଷ୍ଠିତ ପ୍ଲେନାରି ସମାରୋହରେ ଦେଶର ବିଶିଷ୍ଟ ଶିଳ୍ପପତି ରିଲାଏନସ୍ ମୁଖ୍ୟ ମୁକେଶ ଅମ୍ବାନୀ, ବିର୍ଲା ଗ୍ରୁପ୍ ମୁଖ୍ୟ, କୁମାର ମଙ୍ଗଳମ୍ ବିର୍ଲା, ଜେଏସଡବ୍ଲୁ ଗ୍ରୁପ୍ ର ମୁଖ୍ୟ ସଜ୍ଜନ ଜିନ୍ଦଲ, ଜେଏସପିଏଲ୍ ମୁଖ୍ୟ ନବୀନ ଜିନ୍ଦଲ, ବେଦାନ୍ତ ଗ୍ରୁପ୍ ମୁଖ୍ୟ ଅନୀଲ ଅଗ୍ରୱାଲ୍, ଆଇଟିସି ଅଧ୍ୟକ୍ଷ ସଞ୍ଜୀବ ପୁରୀ ପ୍ରମୁଖ ଯୋଗଦେଇଥିଲେ । ଗତକାଲି ଓ ଆଜି ଦିନ ତମାମ ବିଭିନ୍ନ ଶିଳ୍ପଗୋଷ୍ଠୀ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରି ପୁଞ୍ଜି ବିନିଯୋଗ ସମ୍ପର୍କରେ ବ୍ୟାପକ ବିଚାର ବିମର୍ଷ କରିଥିଲେ । ଓଡ଼ିଶା ସରକାରଙ୍କ ସହ କିଛି ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇଥିଲା ।

 

ଆଜି କନକ୍ଲେଭ୍ (ଇନଭେଷ୍ଟର୍ସ ମିଟ୍)ର ଉଦଯାପନୀ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ଓଡ଼ିଶା ସରକାରଙ୍କ ପ୍ରତି ଆସ୍ଥା ରଖି ଏଠାରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ ହୋଇଥିବା ନିବେଶକାରୀଙ୍କୁ ସେ କୃତଜ୍ଞତା ଜଣାଇଥିଲେ । ଉକ୍ତ କନକ୍ଲେଭ୍ ରୁ ମିଳିଥିବା ବିଶ୍ୱାସ ଓ ସଫଳତା ଓଡ଼ିଶାକୁ ଦେଶର ଶ୍ରେଷ୍ଠ ଇନଭେଷ୍ଟମେଣ୍ଟ ଡେଷ୍ଟିନେସନ୍ ରେ ସାହାଯ୍ୟ କରିବ ବୋଲି ସେ ଆଶା କରିଥିଲେ ।
Previous Post

ମେକ୍ ଇନ୍ ଓଡ଼ିଶା: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୨୭୫୦ କୋଟିର ପୁଞ୍ଜି

Next Post

ଓଡ଼ିଶାରେ ପୁଞ୍ଜି ନିବେଶ; କାହାର କେତେ

Next Post
ଓଡ଼ିଶାରେ ପୁଞ୍ଜି ନିବେଶ; କାହାର କେତେ

ଓଡ଼ିଶାରେ ପୁଞ୍ଜି ନିବେଶ; କାହାର କେତେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA